ଆଫେୟାର ପାଇଁ ଚର୍ଚ୍ଚିତ ସୁଶାନ୍ତ

ବଲିଉଡ୍‌ର ଭର୍ସାଟାଇଲ ଯୁବ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାରେ ସ୍ତବ୍ଧ ହୋଇଯାଇଛି ସିନେ ଜଗତ। ‘କଠିନ ସମୟରେ ଆତ୍ମହତ୍ୟା ବିକଳ୍ପ ନୁହେଁ, ବରଂ ନିଷ୍ଠା ଏବଂ ପରିଶ୍ରମ ଦ୍ୱାରା ପ୍ରତିକୂଳ ସମୟକୁ ପାର୍‌ କରାଯାଇପାରିବ’। କିଛିଦିନ ତଳେ ‘ଛିଛୋରେ’ ସିନେମାରେ ଏଭଳି କିଛି ବାର୍ତ୍ତା ପାଇଥିଲେ ଦର୍ଶକ। ଏହି ସିନେମାରେ ସୁଶାନ୍ତଙ୍କ ଦମ୍‌ଦାର ଅଭିନୟ ବେଶ୍‌ ପ୍ରଶଂସା ସାଉଁଟିଥିଲା। ଫ୍ୟାନ୍ସଙ୍କୁ ନିଜ ଫିଲ୍ମ ମାଧ୍ୟମରେ ସବୁବେଳେ ସକାରାତ୍ମକ ବାର୍ତ୍ତା ଦେଉଥିବା ସୁଶାନ୍ତ ଯେ ଏପରି ଚରମ ନିଷ୍ପତ୍ତି ନେବେ ତାହାକୁ ଗ୍ରହଣ କରିପାରୁନାହାନ୍ତି ଅନେକେ। କେବଳ ସିନେମା ନୁହେଁ, ନିଜର ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଚର୍ଚ୍ଚିତ ଥିଲେ ବଲିଉଡ୍‌ର ଏହି ହ୍ୟାଣ୍ଡସମ୍‌ ଆକ୍ଟର। ଅଙ୍କିତା ଲୋଖଣ୍ଡେ, କ୍ରିତି ଶାନନ ଏବଂ ରୀୟା ଚକ୍ରବର୍ତ୍ତୀଙ୍କ ସହ ତାଙ୍କ ଲଭ୍‌ ଆଫେୟାର ବେଶ୍‌ ଚର୍ଚ୍ଚିତ ପ୍ରସଙ୍ଗ ପାଲଟିଥିଲା। ସୁଶାନ୍ତଙ୍କ ଏପରି ଦୁଃଖଦ ମୃତ୍ୟୁ ପରେ ପୁରୁଣା ଦିନର ସ୍ମୃତିକୁ ସାଉଁଟୁଛି ବଲିଉଡ୍‌।
ଛୋଟ ପରଦାରୁ ଯାତ୍ରା ଆରମ୍ଭ କରିଥିବା ସୁଶାନ୍ତ ଖୁବ୍‌ କମ୍‌ ଦିନରେ ବଡ଼ ପରଦାରେ ନିଜର ଅଭିନୟ ଯାଦୁ ମାଧ୍ୟମର ଦର୍ଶକଙ୍କ ମନରେ ସୃଷ୍ଟି କରିଥିଲେ ସ୍ବତନ୍ତ୍ର ସ୍ଥାନ। ଧୀରସ୍ଥିର ସ୍ବଭାବ ଏବଂ ଓଠରେ ସ୍ମିତହାସ୍ୟ ଥିଲା ତାଙ୍କର ବେଞ୍ଚମାର୍କ। ତେବେ ନିଜର ଫିଲ୍ମକୁ ବାଦ୍‌ ଦେଲେ ବ୍ୟକ୍ତିଗତ ଜୀବନ, ଲଭ୍‌ ଲାଇଫ୍‌କୁ ନେଇ ମଧ୍ୟ ସୁଶାନ୍ତ ବେଶ୍‌ ଚର୍ଚ୍ଚିତ ଚେହେରା ପାଲଟିଥିଲେ।
ଅଙ୍କିତା ଲୋଖଣ୍ଡେ: ଛୋଟ ପରଦାର ସିରିୟଲ ‘ପବିତ୍ର ରିସ୍ତା’ ସୁଶାନ୍ତ ସିଂ ରାଜପୁତ୍‌ଙ୍କୁ ଘରେ ଘରେ ପରିଚିତ କରାଇଥିଲା। ଏଥିରେ ତାଙ୍କ ବିପକ୍ଷରେ ଅଭିନୟ କରିଥିଲେ ଅଙ୍କିତା ଲୋଖଣ୍ଡେ। ପରଦା ଉପରେ ଦର୍ଶକଙ୍କ ଭରପୂର ମନୋରଞ୍ଜନ କରୁଥିବା ଏହି ଯୋଡ଼ି ଯେତିକି ଚର୍ଚ୍ଚିତ ଥିଲେ ତା’ଠାରୁ ଢେର ଅଧିକ ଚର୍ଚ୍ଚା ସାଉଁଟିଥିଲେ ପରଦା ପଛରେ ବ୍ୟକ୍ତିଗତ ଜୀବନକୁ ନେଇ। ୫ବର୍ଷ ଧରି ପରସ୍ପରର ନିକଟତର ହୋଇ ରହିବା ପରେ ସେମାନଙ୍କ ମଧ୍ୟରେ ବ୍ରେକ୍‌ ଅପ୍‌ ହୋଇଯାଇଥିଲା। ବଲିଉଡ୍‌ରେ ପାଦ ରଖିବା ପରେ ଦୁଇଜଣଙ୍କ ରାସ୍ତା ଅଲଗା ହୋଇଗଲା। ଏପରି ବି ଚର୍ଚ୍ଚା ଉଠିଥିଲା ଯେ, ଏହି ବ୍ରେକ୍‌ ପଛରେ ବଲିଉଡ୍‌ ଆକ୍ଟ୍ରେସ କ୍ରିତି ଶାନନଙ୍କ କୁଆଡେ ହାତ ଥିଲା।
କ୍ରିତି ଶାନନ୍‌: ଅଙ୍କିତା ଲୋଖଣ୍ଡେଙ୍କ ସହିତ ବ୍ରେକ୍‌ ପରେ ସୁଶାନ୍ତଙ୍କ ଜୀବନକୁ ଆସିଥିଲେ ବଲିଉଡ୍‌ର ଆଗଧାଡ଼ିର ଅଭିନେତ୍ରୀ କ୍ରିତି ଶାନନ। ଯଦିଓ ଫିଲ୍ମ ‘ରାବ୍‌ତା’ ଫ୍ଲପ୍‌ ହୋଇଯାଇଥିଲା, ତେବେ ଏହି ଫିଲ୍ମରେ କ୍ରିତି-ସୁଶାନ୍ତଙ୍କ ଆଫେୟାରକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ହେଲେ ଏହି ସମ୍ପର୍କ ମଧ୍ୟ ବେଶିଦିନ ତିଷ୍ଠି ନ ଥିଲା। ମାତ୍ର କିଛି ଦିନ ଭିତରେ କ୍ରିତିଙ୍କୁ ଛାଡ଼ି ନିଜ କ୍ୟାରିୟରକୁ ଫୋକସ୍‌ କଲେ ସୁଶାନ୍ତ। ତେବେ ସୁଶାନ୍ତଙ୍କ ସହ ସମ୍ପର୍କକୁ ନେଇ ଦୁହେଁ କେବେ ବି କ୍ୟାମେରା ଆଗରେ ପ୍ରତିକ୍ରିୟା ରଖି ନ ଥିଲେ।
ରୀୟା ଚକ୍ରବର୍ତ୍ତୀ: ନିକଟରେ ବଲିଉଡ୍‌ ଆକ୍ଟ୍ରେସ୍‌ ତଥା ବାନ୍ଧବୀ ରୀୟା ଚକ୍ରବର୍ତ୍ତୀଙ୍କ ନାମକୁ ସୁଶାନ୍ତଙ୍କ ସହ ଯୋଡ଼ାଯାଉଥିଲା। ପାର୍ଟି, ଫକ୍ସନ୍‌ରେ ଏହି ଦୁଇ ବଲିଉଡ ତାରକା ପରସ୍ପରର ଖୁବ୍‌ ନିକଟତର ହେଉଥିବା ମଧ୍ୟ ଦେଖିବାକୁ ମିଳିଥିଲା। ନିକଟରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଥିବା ଶୁଣିବାକୁ ମିଳୁଥିଲା। ତେବେ କ୍ୟାରିୟରକୁ ନେଇ ସଚେତନ ରୀୟା କିନ୍ତୁ ବିବାହ ପାଇଁ ମାନସିକ ଭାବେ ପ୍ରସ୍ତୁତ ନ ଥିବା କହି ଆସୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରିଚ ଲିଷ୍ଟ ୨୦୨୬: ନେଟୱର୍ଥ କମିବା ପରେ ତଥାପି ଦେଶର ସବୁଠୁ ଧନୀ ଅଭିନେତା ହେଲେ ଶାହରୁଖ; ଜାଣନ୍ତୁ କେଉଁ ସ୍ଥାନରେ ସଲମାନ-ଅମିତାଭ

ମୁମ୍ବାଇ,୨୪।୯: ହୁରୁନ ଇଣ୍ଡିଆ ରିଚ ଲିଷ୍ଟ ୨୦୨୬ ପ୍ରକାଶ ପାଇଛି। ଗତବର୍ଷ ଭଳି ଏଥର ମଧ୍ୟ ବଲିଉଡର ସବୁଠାରୁ ଧନୀ ଅଭିନେତା ଭାବେ ଶାହରୁଖ ଖାନ ଶୀର୍ଷ…

ଓସ୍କାର ଦୌଡ଼ରେ ଚଳଚ୍ଚିତ୍ର ‘ଅଙ୍ଘ’: ବିଶ୍ୱ ଦରବାରରେ ଭାରତ ପାଇଁ ଗର୍ବ

ମୁମ୍ବାଇ ୨୪ା୯:୨୦୨୭ ଓସ୍କାର ଦୌଡ଼ରେ ଦ୍ୱିତୀୟ ଭାରତୀୟ ଚଳଚ୍ଚିତ୍ର ଭାବେ ସ୍ଥାନ ପାଇ ଇତିହାସ ରଚିଛି ନାଗାଲାଣ୍ଡର କୋନ୍ୟାକ ଭାଷାର ଫିଲ୍ମ ‘ଅଙ୍ଘ’। ଭାରତ ପକ୍ଷରୁ ମରାଠୀ…

‘ଘର ଭାଙ୍ଗୁଥିବା ମହିଳାଙ୍କୁ ପ୍ରଶ୍ରୟ ଦିଅନ୍ତୁ ନାହିଁ’: ପ୍ରେମିକାଙ୍କୁ ଧରି ବୁଲୁଥିବା ମାମୁ ଶ୍ୱଶୁର ଗୋବିନ୍ଦାଙ୍କ ବିରୋଧରେ ଏମିତି କହିଲେ…

ମୁମ୍ବାଇ: ବଲିଉଡର ଚର୍ଚ୍ଚିତ ଅଭିନେତା ଗୋବିନ୍ଦା, ତାଙ୍କ ପତ୍ନୀ ସୁନୀତା ଆହୁଜା ଏବଂ ଅଭିନେତ୍ରୀ କୋମଲ ରାନୀଙ୍କୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଏବେ ଗୋବିନ୍ଦାଙ୍କ ଭାଣେଜୀ-ବୋହୂ…

‘ଏକ ଛୋଟ ସହରର ପୁଅର ସ୍ବପ୍ନ’… ଜାତୀୟ ପୁରସ୍କାର ଜିତିବା ପରେ ଭାବବିହ୍ବଳ ହେଲେ କାର୍ତ୍ତିକ ଆର୍ଯ୍ୟନ; ଲେଖିଲେ ହୃଦୟସ୍ପର୍ଶୀ ପୋଷ୍ଟ

ମୁମ୍ବାଇ: ଗୁଜୁରାଟରେ ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହ ଅନୁଷ୍ଠିତ ହୋଇଥିଲା, ଯେଉଁଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଜେତାମାନଙ୍କୁ ସମ୍ମାନିତ କରିଥିଲେ। ଏହି ସମ୍ମାନ ପାଇଥିବା ବ୍ୟକ୍ତିବିଶେଷଙ୍କ…

ସୁନିତା ଆହୁଜା ନୁହେଁ ବରଂ କୋମଲ ରାଣୀଙ୍କ ସହ ‘ଲାଲବାଗଚା ରାଜା’ ଦର୍ଶନ କରିବାକୁ ଯାଇଥିଲେ ଗୋବିନ୍ଦା, ୟୁଜର୍ସ କହିଲେ…

ମୁମ୍ବାଇ,୨୩।୯: ଗତ କିଛି ସମୟ ଧରି ଗୋବିନ୍ଦା ଏବଂ ସୁନିତା ଆହୁଜାଙ୍କ ମଧ୍ୟରେ ଏକ ବିବାଦ ଚାଲିଆସୁଛି। ଗୋବିନ୍ଦାଙ୍କର ତାଙ୍କ ସହ-କଳାକାର କୋମଲ ରାଣୀଙ୍କ ସହ ସମ୍ପର୍କ…

ରାଣୀ ମୁଖାର୍ଜୀଙ୍କ ଉପରେ ଭାଙ୍ଗିପଡିଲା ଦୁଃଖର ପାହାଡ଼, ଏମିତି କେବେ ଘଟିବ ବୋଲି…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ରାଣୀ ମୁଖାର୍ଜୀଙ୍କ ଉପରେ ଦୁଃଖର ପାହାଡ଼ ଭାଙ୍ଗିପଡ଼ିଛି। ତାଙ୍କ ମାଆ କୃଷ୍ଣା ମୁଖାର୍ଜୀଙ୍କର ୭୫ ବର୍ଷ ବୟସରେ ପରଲୋକ ଘଟିଛି। ମଙ୍ଗଳବାର, ସେପ୍ଟେମ୍ବର…

ଗାଁରେ ଏମିତି ଜୀବନ କାଟୁଛନ୍ତି କ୍ୟାଟ୍ରିନାଙ୍କ ମା’, ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ

ମୁମ୍ବାଇ: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ମା’ ସୁଜାନ ଟର୍କୋଟ ନିଜ ଝିଅ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଏକ ଜୀବନଶୈଳୀ ପସନ୍ଦ କରନ୍ତି। ଯେଉଁଠାରେ କ୍ୟାଟ୍ରିନା…

ବିଶିଷ୍ଟ ଅଭିନେତ୍ରୀ ମିଠୁ ମୁଖାର୍ଜୀଙ୍କ ଦେହାନ୍ତ

ମୁମ୍ବାଇ, ୨୨।୯: ୧୯୭୦ ଓ ୧୯୮୦ ଦଶକର ବଙ୍ଗଳା ଏବଂ ହିନ୍ଦୀ ସିନେମାକୁ ନିଜର ଦୀପ୍ତିମୟ ଅଭିନୟରେ ସମୃଦ୍ଧ କରିଥିବା ବିଶିଷ୍ଟ ଅଭିନେତ୍ରୀ ମିଠୁ ମୁଖାର୍ଜୀ ଆଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?