ଆଫେୟାର ପାଇଁ ଚର୍ଚ୍ଚିତ ସୁଶାନ୍ତ

ବଲିଉଡ୍‌ର ଭର୍ସାଟାଇଲ ଯୁବ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାରେ ସ୍ତବ୍ଧ ହୋଇଯାଇଛି ସିନେ ଜଗତ। ‘କଠିନ ସମୟରେ ଆତ୍ମହତ୍ୟା ବିକଳ୍ପ ନୁହେଁ, ବରଂ ନିଷ୍ଠା ଏବଂ ପରିଶ୍ରମ ଦ୍ୱାରା ପ୍ରତିକୂଳ ସମୟକୁ ପାର୍‌ କରାଯାଇପାରିବ’। କିଛିଦିନ ତଳେ ‘ଛିଛୋରେ’ ସିନେମାରେ ଏଭଳି କିଛି ବାର୍ତ୍ତା ପାଇଥିଲେ ଦର୍ଶକ। ଏହି ସିନେମାରେ ସୁଶାନ୍ତଙ୍କ ଦମ୍‌ଦାର ଅଭିନୟ ବେଶ୍‌ ପ୍ରଶଂସା ସାଉଁଟିଥିଲା। ଫ୍ୟାନ୍ସଙ୍କୁ ନିଜ ଫିଲ୍ମ ମାଧ୍ୟମରେ ସବୁବେଳେ ସକାରାତ୍ମକ ବାର୍ତ୍ତା ଦେଉଥିବା ସୁଶାନ୍ତ ଯେ ଏପରି ଚରମ ନିଷ୍ପତ୍ତି ନେବେ ତାହାକୁ ଗ୍ରହଣ କରିପାରୁନାହାନ୍ତି ଅନେକେ। କେବଳ ସିନେମା ନୁହେଁ, ନିଜର ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଚର୍ଚ୍ଚିତ ଥିଲେ ବଲିଉଡ୍‌ର ଏହି ହ୍ୟାଣ୍ଡସମ୍‌ ଆକ୍ଟର। ଅଙ୍କିତା ଲୋଖଣ୍ଡେ, କ୍ରିତି ଶାନନ ଏବଂ ରୀୟା ଚକ୍ରବର୍ତ୍ତୀଙ୍କ ସହ ତାଙ୍କ ଲଭ୍‌ ଆଫେୟାର ବେଶ୍‌ ଚର୍ଚ୍ଚିତ ପ୍ରସଙ୍ଗ ପାଲଟିଥିଲା। ସୁଶାନ୍ତଙ୍କ ଏପରି ଦୁଃଖଦ ମୃତ୍ୟୁ ପରେ ପୁରୁଣା ଦିନର ସ୍ମୃତିକୁ ସାଉଁଟୁଛି ବଲିଉଡ୍‌।
ଛୋଟ ପରଦାରୁ ଯାତ୍ରା ଆରମ୍ଭ କରିଥିବା ସୁଶାନ୍ତ ଖୁବ୍‌ କମ୍‌ ଦିନରେ ବଡ଼ ପରଦାରେ ନିଜର ଅଭିନୟ ଯାଦୁ ମାଧ୍ୟମର ଦର୍ଶକଙ୍କ ମନରେ ସୃଷ୍ଟି କରିଥିଲେ ସ୍ବତନ୍ତ୍ର ସ୍ଥାନ। ଧୀରସ୍ଥିର ସ୍ବଭାବ ଏବଂ ଓଠରେ ସ୍ମିତହାସ୍ୟ ଥିଲା ତାଙ୍କର ବେଞ୍ଚମାର୍କ। ତେବେ ନିଜର ଫିଲ୍ମକୁ ବାଦ୍‌ ଦେଲେ ବ୍ୟକ୍ତିଗତ ଜୀବନ, ଲଭ୍‌ ଲାଇଫ୍‌କୁ ନେଇ ମଧ୍ୟ ସୁଶାନ୍ତ ବେଶ୍‌ ଚର୍ଚ୍ଚିତ ଚେହେରା ପାଲଟିଥିଲେ।
ଅଙ୍କିତା ଲୋଖଣ୍ଡେ: ଛୋଟ ପରଦାର ସିରିୟଲ ‘ପବିତ୍ର ରିସ୍ତା’ ସୁଶାନ୍ତ ସିଂ ରାଜପୁତ୍‌ଙ୍କୁ ଘରେ ଘରେ ପରିଚିତ କରାଇଥିଲା। ଏଥିରେ ତାଙ୍କ ବିପକ୍ଷରେ ଅଭିନୟ କରିଥିଲେ ଅଙ୍କିତା ଲୋଖଣ୍ଡେ। ପରଦା ଉପରେ ଦର୍ଶକଙ୍କ ଭରପୂର ମନୋରଞ୍ଜନ କରୁଥିବା ଏହି ଯୋଡ଼ି ଯେତିକି ଚର୍ଚ୍ଚିତ ଥିଲେ ତା’ଠାରୁ ଢେର ଅଧିକ ଚର୍ଚ୍ଚା ସାଉଁଟିଥିଲେ ପରଦା ପଛରେ ବ୍ୟକ୍ତିଗତ ଜୀବନକୁ ନେଇ। ୫ବର୍ଷ ଧରି ପରସ୍ପରର ନିକଟତର ହୋଇ ରହିବା ପରେ ସେମାନଙ୍କ ମଧ୍ୟରେ ବ୍ରେକ୍‌ ଅପ୍‌ ହୋଇଯାଇଥିଲା। ବଲିଉଡ୍‌ରେ ପାଦ ରଖିବା ପରେ ଦୁଇଜଣଙ୍କ ରାସ୍ତା ଅଲଗା ହୋଇଗଲା। ଏପରି ବି ଚର୍ଚ୍ଚା ଉଠିଥିଲା ଯେ, ଏହି ବ୍ରେକ୍‌ ପଛରେ ବଲିଉଡ୍‌ ଆକ୍ଟ୍ରେସ କ୍ରିତି ଶାନନଙ୍କ କୁଆଡେ ହାତ ଥିଲା।
କ୍ରିତି ଶାନନ୍‌: ଅଙ୍କିତା ଲୋଖଣ୍ଡେଙ୍କ ସହିତ ବ୍ରେକ୍‌ ପରେ ସୁଶାନ୍ତଙ୍କ ଜୀବନକୁ ଆସିଥିଲେ ବଲିଉଡ୍‌ର ଆଗଧାଡ଼ିର ଅଭିନେତ୍ରୀ କ୍ରିତି ଶାନନ। ଯଦିଓ ଫିଲ୍ମ ‘ରାବ୍‌ତା’ ଫ୍ଲପ୍‌ ହୋଇଯାଇଥିଲା, ତେବେ ଏହି ଫିଲ୍ମରେ କ୍ରିତି-ସୁଶାନ୍ତଙ୍କ ଆଫେୟାରକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ହେଲେ ଏହି ସମ୍ପର୍କ ମଧ୍ୟ ବେଶିଦିନ ତିଷ୍ଠି ନ ଥିଲା। ମାତ୍ର କିଛି ଦିନ ଭିତରେ କ୍ରିତିଙ୍କୁ ଛାଡ଼ି ନିଜ କ୍ୟାରିୟରକୁ ଫୋକସ୍‌ କଲେ ସୁଶାନ୍ତ। ତେବେ ସୁଶାନ୍ତଙ୍କ ସହ ସମ୍ପର୍କକୁ ନେଇ ଦୁହେଁ କେବେ ବି କ୍ୟାମେରା ଆଗରେ ପ୍ରତିକ୍ରିୟା ରଖି ନ ଥିଲେ।
ରୀୟା ଚକ୍ରବର୍ତ୍ତୀ: ନିକଟରେ ବଲିଉଡ୍‌ ଆକ୍ଟ୍ରେସ୍‌ ତଥା ବାନ୍ଧବୀ ରୀୟା ଚକ୍ରବର୍ତ୍ତୀଙ୍କ ନାମକୁ ସୁଶାନ୍ତଙ୍କ ସହ ଯୋଡ଼ାଯାଉଥିଲା। ପାର୍ଟି, ଫକ୍ସନ୍‌ରେ ଏହି ଦୁଇ ବଲିଉଡ ତାରକା ପରସ୍ପରର ଖୁବ୍‌ ନିକଟତର ହେଉଥିବା ମଧ୍ୟ ଦେଖିବାକୁ ମିଳିଥିଲା। ନିକଟରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଥିବା ଶୁଣିବାକୁ ମିଳୁଥିଲା। ତେବେ କ୍ୟାରିୟରକୁ ନେଇ ସଚେତନ ରୀୟା କିନ୍ତୁ ବିବାହ ପାଇଁ ମାନସିକ ଭାବେ ପ୍ରସ୍ତୁତ ନ ଥିବା କହି ଆସୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri