Posted inଫୁରସତ

ଆନ୍ତର୍ଜାତିକ ପର୍ବତ ଦିବସ: ପାହାଡ଼ ହିଁ ଜୀବନ

ବିଶ୍ୱରେ ପ୍ରତିବର୍ଷ ୧୧ ଡିସେମ୍ବରରେ ପାଳନ କରାଯାଉଛି ‘ଆନ୍ତର୍ଜାତିକ ପର୍ବତ ଦିବସ’। ଅନ୍ତଃରାଷ୍ଟ୍ରୀୟ ସମୁଦାୟ ପାର୍ବତୀୟ କ୍ଷେତ୍ରର ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱ ପ୍ରଦାନ କରିବା ସହ ଏହାକୁ ତ୍ୱରାନ୍ବିତ କରିବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଉଛି। ପାର୍ବତ୍ୟାଞ୍ଚଳ ପ୍ରତି ସମସ୍ତଙ୍କର ଦାୟିତ୍ୱ ସମ୍ପର୍କରେ ଏହି ଦିବସରେ ସଚେତନ କରାଯାଇଥାଏ।
ପୃଥିବୀର ପାଖାପାଖି ୨୨ ପ୍ରତିଶତରେ ପାହାଡ଼ ରହିଛି ଯେଉଁଠି ବିଶ୍ୱ ଜନସଂଖ୍ୟାର ୧୩ ପ୍ରତିଶତରୁ ଊର୍ଦ୍ଧ୍ୱ ବା ୯୧୫ ମିଲିୟନରୁ ଅଧିକ ଲୋକ ବାସ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ୧୯୯୨ରେ ଜାତିସଂଘ ଏହା ଉପରେ ଗୁରୁତ୍ୱ ଦେଇ ଏକ ପ୍ରସ୍ତାବ ଆଗତ କରିଥିଲା। ଏହି ପ୍ରସ୍ତାବ କ୍ରମେ ପାର୍ବତ୍ୟାଞ୍ଚଳରେ ରହୁଥିବା ଲୋକମାନଙ୍କ ବିକାଶ ଓ ସୁରକ୍ଷା ଉପରେ ଧ୍ୟାନ ରଖିବା ସମସ୍ତଙ୍କ କର୍ତ୍ତବ୍ୟ ବୋଲି ଉଲ୍ଲେଖ କରାଯାଇଥିଲା। ଏହାକୁ ଆଗକୁ ବଢାଇବା ଲାଗି ୨୦୦୩ରେ ଏହି ଦିବସ ପାଳନ କରାଯିବା ଲାଗି ସ୍ଥିର କରାଯାଇଥିଲା। ସେବେଠାରୁ ପ୍ରତିବର୍ଷ ଏକ ନିର୍ଦ୍ଦିଷ୍ଟ ସ୍ଲୋଗାନ୍‌ ନେଇ ଏହି ଦିବସ ପାଳନ କରାଯାଉଛି। ପୃଥିବୀର ଅଧିକାଂଶ ନଦୀ ଓ ଝରଣା ପାହାଡ଼ରୁ ବାହାରିଛି। କୃଷିର ବିକାଶ ତଥା ପାନୀୟଜଳ ଯୋଗାଇବାରେ ପାହାଡର ଭୂମିକା ରହିଛି। କିନ୍ତୁ ଦୁଃଖର କଥା ଏବେ ବିକାଶ ନାଁରେ ପାହାଡ଼କୁ ଧ୍ୱଂସ କରାଯାଉଛି। ମୁଖ୍ୟତଃ ବିକାଶଶୀଳ ଦେଶଗୁଡିକରେ ପାହାଡିଆ ଅଞ୍ଚଳରେ ରହୁଥିବା ଲୋକମାନେ ଅଧିକ ପ୍ରଭାବିତ ହେଉଛନ୍ତି। ପାହାଡ ଧ୍ୱଂସ କରାଯାଉଥିବାରୁ ଏହାର ପ୍ରଭାବ ମଧ୍ୟ ଜଳବାୟୁ ଉପରେ ପଡୁଛି। ଏବେ ବୃଦ୍ଧି ପାଉଥିବା ଅନାହାର,ପ୍ରଦୂଷଣ ଓ ପାନୀୟ ଜଳ ଅଭାବର ସମ୍ବନ୍ଧ କେଉଁଠି ନା କେଉଁଠି ପାହାଡ ସହ ରହିଛି। ପାହାଡ଼ରୁ ଶକ୍ତି ଓ ଖାଦ୍ୟ ବି ମିଳୁଛି। ଅର୍ଥନୈତିକ, ସାମାଜିକ ତଥା ସାଂସ୍କୃତି କ୍ଷେତ୍ରରେ ପାହାଡ଼ର ଗୁରୁତ୍ୱ ରହିଆସିଛି। ଅନ୍ୟ ପକ୍ଷରେ ମାନବକୃତ ପ୍ରଦୂଷଣ ଓ ବିଶ୍ୱତାପନ ବୃଦ୍ଧିର ପ୍ରଭାବ ପାହାଡ ଉପରେ ପଡୁଛିି। ଯାହାର ପ୍ରମାଣ ହେଉଛି ମେରୁ ଅଞ୍ଚଳର ବରଫ ପାହାଡ଼ ଓ ହିମାଳୟ। ଏଣୁ ବିଶ୍ୱତାପନ ହ୍ରାସ କରି ପାହାଡର ସୁରକ୍ଷା କରାଯାଇପାରିବ। ପାହାଡ଼ର ସୁରକ୍ଷା ପ୍ରତି ଧ୍ୟାନ ଦେଲେ ପରିବେଶ ସୁରକ୍ଷିତ ରହିବ ଓ ଜୀବନ ରକ୍ଷା ମଧ୍ୟ ହୋଇପାରିବ । ପାହାଡର ସୁରକ୍ଷା ଲାଗି ଯୁବପିଢି ଉପରେ ଗୁରୁତ୍ୱ ଦେଇ ଚଳିତ ବର୍ଷ ଏହି ଦିବସର ସ୍ଲୋଗାନ୍‌ ରଖାଯାଇଛି ‘ମାଉଣ୍ଟେନ୍ସ ମ୍ୟାଟର ଫର୍‌ ୟୁଥ’।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri