ଗୁଡ଼ ବି ବଢ଼ାଏ ସୌନ୍ଦର୍ଯ୍ୟ: କିଭଳି ଜାଣନ୍ତୁ

ଚିନି ବଦଳରେ ଗୁଡ଼ ଖାଇବାକୁ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି। ଏପରିକି କିଛି ଲୋକ ଗୁଡ଼କୁ ପସନ୍ଦ କରିଥାନ୍ତି। ତେବେ କେବଳ ଯେ ସ୍ବାସ୍ଥ୍ୟ ତାହା ନୁହେଁ, ସୌନ୍ଦର୍ଯ୍ୟ ବଢ଼ାଇବାରେ ମଧ୍ୟ ଗୁଡ଼ର ଭୂମିକା ରହିଛି। ଏହା ଚେହେରା ସହ କେଶ ପାଇଁ ମଧ୍ୟ ଉପକାରୀ ହୋଇଥାଏ। ତେବେ ଜାଣନ୍ତୁ ଗୁଡ଼ କିଭଳି ଆପଣଙ୍କୁ ସୁନ୍ଦର କରିଥାଏ।

-ଗୁଡ଼ କେଶକୁ ଘନ ଓ ସୁନ୍ଦର କରିଥାଏ। ଦହି, ମୁଲ୍‌ତାନି ମାଟି ଓ ଗୁଡ଼ରେ ପାଣି ମିଶାଇ ଏକ ପ୍ୟାକ୍‌ ପ୍ରସ୍ତୁତ କରନ୍ତୁ। ଏହି ପ୍ୟାକ୍‌କୁ କେଶ ଧୋଇବାର ଏକ ଘଣ୍ଟା ପୂର୍ବରୁ ଲଗାନ୍ତୁ। ଏହି ପ୍ୟାକ୍‌ କେଶକୁ ମୋଟା କରିବା ସହ ଶକ୍ତ କରିଥାଏ।

-ବୟସ ବଢ଼ିବା ସହ ଚେହେରାରେ ଦେଖାଯାଉଥିବା ଚର୍ମ କୁଞ୍ଚନରୁ ମୁକ୍ତି ପାଇବା ଲାଗି ପ୍ରତିଦିନ ଗୁଡ଼ ଖାଆନ୍ତୁ।

-ନିୟମିତ ଗୁଡ଼ ଖାଇଲେ ଚେହେରାରେ କୌଣସି ପ୍ରକାର ଦାଗ ଦେଖାଯାଇ ନ ଥାଏ। ଚାହିଁଲେ ଏହାର ପ୍ୟାକ୍‌କୁ ମୁଁହରେ ଲଗାଇ ପାରିବେ। ଏକ ଚାମଚ୍‌ ଗୁଡ଼, ଅଳ୍ପ ଟମାଟୋ ରସ, ଲେମ୍ବୁ ରସ ଓ ଦହିରେ କିଛି ଗ୍ରୀନ୍‌ ଟି ମିଶାଇ ପ୍ୟାକ୍‌ ପ୍ରସ୍ତୁତ କରନ୍ତୁ, ଏହାକୁ ୧୫ ମିନିଟ୍‌ ମୁହଁରେ ଲଗାଇବା ପରେ ଧୋଇ ଦିଅନ୍ତୁ।

-ଗୁଡ଼ରେ ଅନେକ ପ୍ରକାର ଭିଟାମିନ୍‌ ଓ ଖଣିଜଲବଣ ରହିଛି। ଗୁଡ଼ ଖାଉଥିବା ବ୍ୟକ୍ତିଙ୍କଠାରେ କୋଷ୍ଠକାଠିନ୍ୟର ସମସ୍ୟା ଦେଖାଯାଇ ନ ଥାଏ। ଅନ୍ୟପକ୍ଷେ ପେଟ ସଫା ରହିଲେ ମୁହଁ ଉଜ୍ଜ୍ବଳ ଦିଶିଥାଏ। ଉଷୁମ ପାଣି କିମ୍ବା ଚା’ରେ ଗୁଡ଼ ମିଶାଇ ପିଇଲେ ମଧ୍ୟ ଭଲ।

-ରକ୍ତ ସଫା ନ ହେବା କାରଣରୁ ମଧ୍ୟ ତ୍ୱଚାରେ ଅନେକ ପ୍ରକାର ସମସ୍ୟା ଦେଖାଯାଇଥାଏ। ଗୁଡ଼ ଖାଇବା ଫଳରେ ରକ୍ତ ସଫା ହୋଇ ତ୍ୱଚା ସମସ୍ୟା ଦୂର କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri