Posted inଅପରାଧ

ଆନ୍ତଃରାଜ୍ୟ ହାଇଓ୍ବା, ଜେସିବି ଚୋର ଗ୍ୟାଙ୍ଗ ଠାବ

ଭୁବନେଶ୍ୱର,୧୩।୩ (ବ୍ୟୁରୋ): ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ଜିଲାରୁ ଜେସିବି ଓ ହାଇଓ୍ବା ଟ୍ରକ ଚୋରି କରୁଥିବା ଆନ୍ତଃରାଜ୍ୟ ଚୋରି ଗ୍ୟାଙ୍ଗକୁ ଠାବ କରିଛି କମିଶନରେଟ ପୋଲିସ। ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ୍‌ ସମେତ ୭ଜଣ ଅଭିଯୁକ୍ତଙ୍କୁ ଗିରଫ କରଛି ସ୍ପେଶାଲ ସ୍କ୍ବାଡ୍‌। ଏଥିସହ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୩ ଜେସିବି, ୨ ହାଇଓ୍ବା ସହ ଚୋରିରେ ବ୍ୟବହୃତ କାରକୁ ଜବତ କରିଛି। ଗିରଫ ମାଷ୍ଟରମାଇଣ୍ଡ୍‌ ହେଲେ କଟକ ଜିଲା ବାଙ୍କୀ ଥାନା ଅନ୍ତର୍ଗତ ବାଆଁରା ଗ୍ରାମର ସୁଶାନ୍ତ କୁମାର ପାତ୍ର ଓରଫ ବଣ୍ଟି ଓ ସହଯୋଗୀ ଅଭିଯୁକ୍ତ ରାଜୁ ପାତ୍ର, ରାହୁଲ ରାଉତ ଓରଫ ତପୁ, କଟକ ସଦର ଥାନା ଅନ୍ତର୍ଗତ ଦଧିବାମନପୁର ଗ୍ରାମର ରାଜୁ ଦାସ ଓରଫ ରାଜ କିଶୋର। ଏଥିସହ ଚୋରି ଯାନବାହାନ କିଣିଥିବା ଆଠଗଡ ଥାନା କନ୍ତୋଲ ଅଞ୍ଚଳର ସୁବାସ ବେହେରା ଓରଫ କାଳିଆ ଓ ପଶ୍ଚିମବଙ୍ଗ ଜଲପାଇଗୁଡି ଅଞ୍ଚଳର କ୍ରୀଷ୍ଣା ସିଂ ଓ ତାଙ୍କ ଭାଇ ଚନ୍ଦନ ସିଂ।
ସୂଚନା ମୁତାବକ, ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ପାଣ୍ଡରା ଅଞ୍ଚଳରେ ରହୁଥିବା ଶଖାନନ୍ଦ ବେହେରାଙ୍କ ଜେସିବି ଗତ ଫେବୃଆରୀ ୨୪ ରାତିରେ ନୟାପଲ୍ଲୀ ଥାନା ଅନ୍ତର୍ଗତ ମଇଳା ଟାଙ୍କୀ ନିକଟରୁ ଚୋରି ହୋଇଥିଲା। ଏ ନେଇ ଗତ ୩ ତାରିଖରେ ଅଭିଯୋଗ ହେବାପରେ ପୋଲିସ ୧୨୧/୨୦ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ସେହିପରି ୨୦୧୯ ସେପ୍ଟେମ୍ବରରେ ନୟାପଲ୍ଲୀ ମଇଳା ଟାଙ୍କୀ ଛକ ନିକଟରେ ପାର୍କିଂ ହୋଇଥିବା ଏକ ହାଇଓ୍ବା ଚୋରି ଓ ଅକ୍ଟୋବରରେ କ୍ରାଉନ ହୋଟେଲ ସମ୍ମୁଖ ଜାତୀୟ ରାଜପଥ କଡରୁ ଆଉଏକ ହାଇଓ୍ବା ଚୋରି ନେଇ ଅଭିଯୋଗ ହୋଇଥିଲା। ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଥିଲା। ସେହିଭଳି ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଜେସିବି ଚୋରି ନେଇ ୩୭୧/୧୯ ଓ ମଞ୍ଚେଶ୍ୱର ଥାନା ଅଞ୍ଚଳରେ ଏକ ଜେସିବି ଚୋରି ନେଇ ୫୩୭/୧୯ରେ ମାମଲା ରୁଜୁ ହୋଇଥିଲା। ବାରମ୍ବାର ଜେସିବି ଓ ହାଇଓ୍ବା ଚୋରି ହେବା ନେଇ ଅଭିଯୋଗ ଆସୁଥିବାରୁ ପୋଲିସର ଚିନ୍ତା ବଢ଼ିଥିଲା। ଗତ ମଙ୍ଗଳବାର ରାତିରେ କିଛି ସନ୍ଦିଗ୍ଧ ଯୁବକ ମଇଳା ଟାଙ୍କୀ ନିକଟରେ ଏକ ହାଇଓ୍ବା ବିକ୍ରି କରିବାକୁ ଯୋଜନା କରୁଥିବା ନେଇ ପୋଲିସକୁ ଖବର ମିଳିଥିଲା। ନୟାପଲ୍ଲୀ ଥାନା ଅଧିକାରୀ ଅରୁଣ କୁମାର ସ୍ବାଇଁଙ୍କ ନେତୃତ୍ୱରେ ଏକ ଟିମ ଚଢାଉ କରି ଅଭିଯୁକ୍ତଙ୍କୁ ଧରିବା ପରେ ର଼୍ୟାକେଟର ପର୍ଦ୍ଦାଫାଶ ହୋଇଥିଲା। ତେବେ ପଚରା ଉଚରା କରିବା ପରେ ସେମାନେ ଗଞ୍ଜାମରୁ ଚୋରି କରିଥିବା ଏକ ହାଇଓ୍ବା ବିକ୍ରୀ ପାଇଁ ଉଦ୍ୟମ କରୁଥିବା ନେଇ ପୋଲିସକୁ କହିଥିଲେ। ସେମାନେ ପୁରୀ, ଯାଜପୁର ଓ ଭୁବନେଶ୍ୱର ଅଞ୍ଚଳରୁ ଜେସିବି ଓ ହାଇଓ୍ବା ଚୋରି କରିଥିବା ସ୍ବୀକାର କରିଥିଲେ। ସେମାନଙ୍କ ବୟାନ ଆଧାରରେ ପୋଲିସ ଟିମ୍‌ ଢେଙ୍କାନଳ ସଦର ଥାନା ଅନ୍ତର୍ଗତ ଭାପୁର ଓ ଆଠଗଡ ଥାନା ଅନ୍ତର୍ଗତ କନ୍ତୋଲ ଗ୍ରାମରେ ଥିବା ଚୋରି ୩ ଜେସିବି ଓ ୨ ହାଇଓ୍ବା ଜବତ କରିଥିଲେ। ଏହାକୁ କିଣିଥିବା ସୁବାସ ବେହେରାଙ୍କୁ ଗିରଫ କରାଯାଇଥିଲା। ଗୋଟିଏ ହାଇଓ୍ବାକୁ ଅଭିଯୁକ୍ତମାନେ କାଟି ବିକ୍ରି କରିଦେଇଥିବା କହିଥିବାବେଳେ ପଶ୍ଚିମବଙ୍ଗ ଜଲପାଇଗୁଡି ଅଞ୍ଚଳର ୨ ଭାଇ କ୍ରୀଷ୍ଣା ଓ ଚନ୍ଦନ ସେମାନଙ୍କଠାରୁ ହାଇଓ୍ବା କିଣିଥିବା ପୋଲିସକୁ ସୂଚନା ମିଳିଥିଲା। ଏହାପରେ କମିଶନଟେ ପୋଲିସ ଟିମ୍‌ ସ୍ଥାନୀୟ ମଦାରିହାଟ ଥାନା ପୋଲିସ ସହାୟତାରେ ୨ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ସମସ୍ତଙ୍କୁ ରିମାଣ୍ଡରେ ଅଣାଯିବ ବୋଲି କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିନା କାଗଜପତ୍ରରେ ଖୁଲମଖୁଲା ଚାଲାଣ ହେଉଥିଲା ବାଲି-ପଥର, ୧୧ ହାଇୱା ଜବତ ପରେ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ସାମୁଦ୍ରିକ ଝଡ଼, ସୁନାମି, ଭୂକମ୍ପ ପ୍ରବଣରୁ ସୁରକ୍ଷା ପାଇଁ ଜନବସତି ପାର୍ଶ୍ୱରେ ସୁଉଚ୍ଚ…

ଦସ୍ତଖତ କରିଥିଲେ ୯, ଗଲେ ୮: କଂଗ୍ରେସରେ ତେଜୁଛି ଗୋଷ୍ଠୀକନ୍ଦଳ

ଭୁବନେଶ୍ୱର, ୩।୪(ସୁନିତ୍‌ ମିଶ୍ର):୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସର ମୋଟ୍‌ ୧୪ ଜଣ ବିଧାୟକ ବିଜୟୀ ହୋଇଥିଲେ। ସେଥିରୁ ଗତ ମାର୍ଚ୍ଚ ୧୬ ତାରିଖରେ ଅନୁଷ୍ଠିତ ରାଜ୍ୟ…

ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କଲା ଆଫଗାନିସ୍ତାନ: ସୈନ୍ୟ ଆଡ୍ଡା ଧ୍ୱଂସ

କାବୁଲ,୩।୪: ଆଫଗାନ ସେନା ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ଡୁରାଣ୍ଡ ରେଖା ପାର କରି ଖୋଷ୍ଟ-ଖୁରମ ସୀମା ନିକଟରେ ପାକିସ୍ତାନୀ ସାମରିକ ସ୍ଥାନ ଉପରେ ଏକ ବଡ଼ ଆକ୍ରମଣ କରିଛି।…

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri