ଆଧୁନିକୀକରଣ ଯୋଗୁ ପ୍ରଭାବିତ ହେବ ୩ ଟ୍ରେନ୍‌

ଭୁବନେଶ୍ୱର, ୧୮ା୧ (ବ୍ୟୁରୋ): ରେଳଧାରଣାର ଆଧୁନିକୀକରଣ ତଥା ଦୋହରୀକରଣ କାର୍ଯ୍ୟ ପାଇଁ ପୂର୍ବତଟ ରେଳପଥରେ ୩ଟି ଗୁରୁତ୍ୱପୂର୍ଣ୍ଣ ଟ୍ରେନ୍‌ର ଚଳାଚଳରେ ପରିବର୍ତ୍ତନ କରାଯିବ। ଦକ୍ଷିଣ କେନ୍ଦ୍ରୀୟ ରେଳପଥ ଅନ୍ତର୍ଗତ ଗୁଁଟୁର ଓ ଗୁଁଟକାଲ ରେଳ ସେକ୍ସନ ମଧ୍ୟରେ ରେଳ ଲାଇନର ଆଧୁନିକୀକରଣ ତଥା ଦୋହରୀକରଣ ଏବଂ ବିଦ୍ୟୁତୀକରଣ କାର୍ଯ୍ୟ ପାଇଁ ଭୁବନେଶ୍ୱରରୁ ବାଙ୍ଗାଲୋର ଯାଉଥିବା ପ୍ରଶାନ୍ତି ଏକ୍ସପ୍ରେସ ଏବଂ ପୁରୀରୁ ଯଶୋବନ୍ତପୁର ଯାଉଥିବା ଗରିବ ରଥ ଏକ୍ସପ୍ରେସର ଚଳାଚଳ ପ୍ରଭାବିତ ହେବ। ଟ୍ରେନ୍‌ ନଂ ୧୮୪୬୩/୧୮୪୬୪ ଭୁବନେଶ୍ୱର-ବାଙ୍ଗାଲୋର-ଭୁବନେଶ୍ୱର ପ୍ରଶାନ୍ତି ଏକ୍ସପ୍ରେସ ଜାନୁୟାରୀ ୨୭ରୁ ଫେବୃୟାରୀ ୪ ତାରିଖ ମଧ୍ୟରେ ଭୁବନେଶ୍ୱରଠାରୁ ଏବଂ ଜାନୁୟାରୀ ୨୬ରୁ ଫେବୃୟାରୀ ୪ ତାରିଖ ମଧ୍ୟରେ ବାଙ୍ଗାଲୋରଠାରୁ ଏହାର ନିର୍ଦ୍ଧାରିତ ମାର୍ଗ କ୍ରିଷ୍ଣାକେନାଲ-ଗୁଁଟୁର-ଗୁଁଟକାଲ-ଧର୍ମାବରମ୍‌ ପରିବର୍ତ୍ତେ କ୍ରିଷ୍ଣାକେନାଲ-ଗୁଡୁର-ରେଣିଗୁଣ୍ଟା-ମେଲପାକକମ୍‌-କାଟପାଡି-ଜୋଲାରପେଟଟାଇ ମାର୍ଗରେ ଯାତ୍ରା କରିବ। ସେହିପରି ଟ୍ରେନ୍‌ ନଂ ୨୨୮୮୩/୨୨୮୮୪ ପୁରୀ-ଯଶୋବନ୍ତପୁର-ପୁରୀ ଗରିବ ରଥ ଏକ୍ସପ୍ରେସ ପୁରୀ ଠାରୁ ଜାନୁୟାରୀ ୩୧ ଏବଂ ଯଶୋବନ୍ତପୁରଠାରୁ ଫେବୃୟାରୀ ପହିଲା ଦିନ ପରିବର୍ତ୍ତିତ ମାର୍ଗ କ୍ରିଷ୍ଣକେନାଲ-ଗୁଡୁର-ରେଣିଗୁଣ୍ଟା-ମେଲପାକକମ୍‌-କାଟପାଡି-ଜୋଲାରପେଟଟାଇ ମାର୍ଗ ଦେଇ ଯାତ୍ରା କରିବ। ଏହାବ୍ୟତୀତ ଅନୁଗୋଳ-ସମ୍ବଲପୁର ରେଳ ସେକ୍ସନରେ ଯୁଯୁୁମୁରା-ଚାରମାଳ ଓ ବଇଣ୍ଡା-ଜରପଡ଼ା ଷ୍ଟେଶନ ମଧ୍ୟରେ ରେଳଧାରଣାର ଆଧୁନିକୀକରଣ ତଥା ରେଳଧାରଣା ତଳେ ଉପାମାର୍ଗ ନିର୍ମାଣ ପାଇଁ ଟ୍ରେନ୍‌ ନଂ ୫୮୧୩୧/୫୮୧୩୨ ରାଉରକେଲା-ପୁରୀ-ରାଉରକେଲା ପାସେଞ୍ଜର ଟ୍ରେନ୍‌କୁ ଉଭୟ ଦିଗରୁ ଆସନ୍ତା ୨୪ ତାରିଖ ଦିନ ବାତିଲ କରାଯିବାକୁ ନିଷ୍ପତ୍ତି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ ଶରଧାବାଲିରୁ ଇସ୍କନ ବହି ଷ୍ଟଲ ହଟିଲା

ପୁରୀ,୧୧।୭: ପୁରୀ ଶରଧାବାଲିରୁ ଇସ୍କନ ବହି ଷ୍ଟଲକୁ ଶନିବାର ହଟାଇ ଦିଆଯାଇଥିବା ସୂଚନା ମିଳିଛି। ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଇସ୍କନ ପକ୍ଷରୁ ଖୋଲାଯାଇଥିବା ବହି ଷ୍ଟଲକୁ ଲୋକେ…

ଡୁଙ୍ଗୁରିପାଲିରେ ଯୁବକଙ୍କୁ ହତ୍ୟା

ଡୁଙ୍ଗୁରିପାଲି, ୧୧ା୭ (ଦୀନବନ୍ଧୁ ସୁନା ): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ସମଲେଇଚୁଆ ପଞ୍ଚାୟତ ଅଇଲାସାରି-ପାଙ୍କେଲ ଯିବା ଧର୍ସା କଞ୍ଚା ରାସ୍ତା ପାଣ୍ଡିରୀ-ଡୁଙ୍ଗୁରୀ ରାସ୍ତାପାର୍ଶ୍ୱ ବୁଦାରେ ଶନିବାର…

ରାଜଧାନୀରେ ବଦଳିଲା ଆନ୍ଦୋଳନର ରୂପ: “ଅଟୋ ଚିହ୍ନ” ଚର୍ଚ୍ଚା ଭିତରେ ସରକାରଙ୍କୁ ଘେରିଲେ ଭାଜପା କର୍ମୀ

ହାଟଡିହୀ, ୧୧।୭ (ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା  ଆନନ୍ଦପୁରରୁ ଆରମ୍ଭ ହୋଇଥିବା “ବୈତରଣୀ ବଞ୍ଚାଅ ଆନ୍ଦୋଳନ” ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିବା ବେଳକୁ ଏହାର ରୂପ ରଙ୍ଗ ସମ୍ପୂର୍ଣ୍ଣ…

ଫର୍ଚ୍ୟୁନ୍‌ର ସବୁଠୁ ପ୍ରଭାବଶାଳୀ ମହିଳା ତାଲିକାର ୧ମ ସ୍ଥାନରେ ନୀତା ଅମ୍ବାନୀ

ଫର୍ଚ୍ୟୁନ୍‌ ଇଣ୍ଡିଆ ଦ୍ୱାରା ଶୁକ୍ରବାର ଦିନ ମୁମ୍ବାଇସ୍ଥିତ ଫୋର୍‌ ସିଜନ୍ସ ହୋଟେଲଠାରେ ଏହାର ପ୍ରମୁଖ କାର୍ଯ୍ୟକ୍ରମ ‘ମୋଷ୍ଟ୍‌ ପାଓ୍ବାରଫୁଲ୍‌ ଓ୍ବିମେନ୍‌ (ଏମ୍‌ପିଡବ୍ଲ୍ୟୁ), ୨୦୨୬’ ଅନୁଷ୍ଠିତ ହୋଇଯାଇଛି ।…

ଗୁଣୁପୁର ସରକାରୀ ହାଇସ୍କୁଲ ପାଲଟିଛି ରଣକ୍ଷେତ୍ର: ବେଞ୍ଚ ବିବାଦ-ପ୍ରେମ ସମ୍ପର୍କକୁ ନେଇ ହଷ୍ଟେଲ ଓ ଡେ-ସ୍କଲାର ଛାତ୍ରଙ୍କ ମଧ୍ୟରେ…

ଥୁଆମୂଳ ରାମପୁର, ୧୧।୭ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ଗୁଣୁପୁର ଗ୍ରାମପଞ୍ଚାୟତ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି।…

ଭାଜପା ନେତାଙ୍କୁ ଟିକେଟ ନ ମିଳିବାରୁ ୧୨ ଘଣ୍ଟା ରାଜପଥ ବନ୍ଦ

ଭୋପାଳ,୧୧ା୭: ମଧ୍ୟପ୍ରଦେଶର ଡାଟିଆ ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଭାଜପା ପକ୍ଷରୁ ଶୁକ୍ରବାର ଆଶୁତୋଷ ତିଓ୍ବାରୀଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଥିଲା। ନିର୍ବାଚନ…

ପାଉଣା ମିଳିଲାନି ବୋଲି ବିଦ୍ୟାଳୟ ରାସ୍ତା ଖୋଳି ନେଇଗଲେ ଠିକାଦାର: ପାଠପଢ଼ା ଠପ୍, ଚାପା ଉତ୍ତେଜନା

ଦିଗପହଣ୍ଡି, ୧୧।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଡ଼ି ଗ୍ରାମ ନୂଆସାହି ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ଅଭାବନୀୟ ଘଟଣା ଦେଖିବାକୁ…

ଇନିଂସ ଅଗ୍ରଣୀ, ଦୃଢସ୍ଥିତିରେ ଭାରତ

ଲଣ୍ଡନ,୧୧ା୭: କ୍ରାନ୍ତି ଗୌଡ଼ (୫/୩୭)ଙ୍କ ଚମତ୍କାର ବୋଲିଂ ଯୋଗୁ ଲଡ୍ସରେ ଚାଲିଥିବା ଏକ ମାତ୍ର ମହିଳା କ୍ରିକେଟ ଟେଷ୍ଟରେ ଇଂଲଣ୍ଡର ପ୍ରଥମ ଇନିଂସ ସ୍କୋରକୁ ୧୭୦ରନରେ ସୀମିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri