ଆଧୁନିକତା ଭିତରେ ହଜି ଯାଉଛେ ପୁଷ୍‌ପୁନି

 

ଭବାନୀପାଟଣା, ୧୧।୧ (ଡି.ଏନ.ଏ)-
ନୂଅଁାଖାଇ ଲେଖେଁ ପୁଷ୍‌ପୁନି ବି ପଶ୍ଚିମ ଓଡ଼ିଶାର ଗୁଟେ ସିଘା ଆର କୃଷି ଭିତିକ୍‌ ପରବ୍‌। ଫିବଛର ପୁଷ୍‌ ମାସର ପୁନି ଦିନ ଇ ପରବ୍‌ ପଶ୍ଚିମ ଓଡ଼ିଶାର ଗଁାଗଁଲିନୁ ସହର ତକ୍‌ ସବୁନେ ପାଲନ ହେସି। ପରଥା ହିସାବେ ପୁଷ୍‌ପୁନି ବେଲେ ଚାଷ୍‌ବାସ, ଧାନ୍‌ ଅମଲ ସରସି। ଗଁତିଆ, ବିରତିଆ, ସାହୁକାରମାନେ ଚାଷ୍‌ବାସ ଲାଗି ରଖିଥିବାର ହଲିଆଗୁତିକୁ ଇ ଦିନ ଭୂଜିଭାତ, ପିଠାମଡ଼ା, ନୂଅଁା କପଡ଼ାଲତା, ବାକିଆ ଭୁତିବରତନ ଦେଇ ବିଦାକି ଦେସନ୍‌। ଇ ଦିନ ଗଁାଗଁଡ଼ାମାନକେ ପିଲାମାନେ, ଶ୍ରମିକ ଶ୍ରେଣୀର ଲୋକ୍‌ମାନେ ଦଲ୍‌ ଦଲ୍‌ ହେଇ ଗୀତ୍‌ ଗାଇ ଗାଇ ଘରକେ ଘର ଛେର୍‌ଛେରା ମାଗ୍‌ସନ। ଘରର ମାଏକିନାମାନେ ବି ଉସ୍‌ନାକ୍‌ରେ ଯେ ଯେନ୍‌ତା ଛେର୍‌ଛେରା ମାଗୁଥିବାର ପିଲାମାନକୁ ଧାନ ଚାଉଲ, ପିଠାମଡ଼ା, ଟଁକା ପଏସା ଦେସନ୍‌। ଇ ପରବ୍‌କେ ଧନୀନୁ ଗରିବ୍‌ ସଭେ ଉସ୍‌ନାକ୍‌ରେ ପାଲନ କରସନ୍‌। ଘରେ ହେଇଥିବାର ପିଠାମଡ଼ା, ଭାତତୁନ ବି ନିଜର ମିତାମଏତର, ଲାଗେଲେସରମାନକର ଘରକେ ପଠାସନ୍‌। ଇ ଉଧେ ଶୁକୁରବାର ଦିନ କଳାହାଣ୍ଡି ଜିଲାର ଭିନେ ଭିନେ ଗଁାଗଁଡ଼ାଥି ଲୋକ୍‌ ବଡ଼ା ଉସ୍‌ନାକଥି ପୁଷ୍‌ପୁନି ପାଲନ କରୁଥିବାର ଦେଖ୍‌ବାକେ ମିଲିଥିଲା। ଇଥିରଲାଗି ଅନେକ ଜାଗାରେ ସାଂସ୍କୃତିକ କାଯ୍‌କରମ, ଖେଲ୍‌କୁଦ୍‌ ପରତିଯୋଗିତା ବି ହେଇଥିଲା। ପରବ୍‌ ଦିନ ଗଁାଗଁଡ଼ାମାନକେ ପିଠାମଡ଼ାର ମହକ୍‌ନୁ ଲୁକ୍‌କର ଭିତ୍‌ରେ ଥିବାର ଭାବ୍‌ପେମ୍‌ର ମହକ୍‌ଟା ଅଧ୍‌କା ଦେଖ୍‌ବାକେ ମିଲିଥିଲା। ହେଲେ ଇ ଆଧୁନିକ୍‌ ଯୁଗେ ଚାଷ୍‌ବାସ ଲାଗି ଆର ଆଘର ଲେଖେଁ ହଲିଆଗୁତି, ହଲ୍‌ନଂଗଲର ଦରକାର ନାଇଁପଡ଼ବାର। ସବୁ କାମ୍‌ ଯନ୍ତ୍ରପାତିଥି ହେଇଯାଉଛେ। ସେନ୍‌ତା ବିଦେଶୀ ସଂସ୍କୃତି ପରଭାବରେ ଆମର ସଂସ୍କୃତି, ପରଂପରା, ଇତିହାସକେ ଲୋକ୍‌ ଦିନୁ ଦିନ୍‌କେ ପାସ୍‌ରି ଦେଉଛନ୍‌। ଯଦି ଏନ୍‌ଥେଇ ଆର ବଛରକେତେ ଗଡ଼ିଯିବା ତ ଆଗ୍‌ଲା ପିଢ଼ି ପୁଷ୍‌ପୁନି ବଏଲେ କାଣା ନାଇଁ ଜାନିପାରନ୍‌। ଇ ତିହାର ଉପରେ ଲୋକ୍‌ କହୁଥିବାର କଥାକେ ଶୁନ୍‌ବେ ଆର ପରବ୍‌ର ଅସଲ ମଂଜ୍‌ଟା ନାଇଁ ପାଇପାରନ୍‌। ଆମର ସଂସ୍କୃତି, ପରଂପରା, ଇତିହାସକେ ବଁଚେଇ ରଖ୍‌ବାକେ ହେଲେ ଆମ୍‌କୁ ସମ୍‌କୁ ଏଭୁ ସଚେତନ ହେବାକେ ପଡ଼ବା ବଲି ବୁଧିଜୀବୀ ମହଲରେ ମତ୍‌ପରକାଶ ପାଉଛେ।


Enter your email to get our daily news in your inbox.

All Right Reserved By Dharitri.Com

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri