ଆଦିବାସୀ ଅଞ୍ଚଳରୁ ଇଣ୍ଟରନ୍ୟାଶନାଲ ଫ୍ୟାଶନ ଶୋ: ‘ହୋ’ ସମ୍ପ୍ରଦାୟର ବିଉଟି କୁଇନ୍‌ ରେହା ରେଶମ

ଭୁବନେଶ୍ୱର,୧୬।୩(ବ୍ୟୁରୋ): ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ବିଭିନ୍ନ ବିଉଟି ପାଜେଣ୍ଟରେ ଓଡ଼ିଶାର ପ୍ରତିଯୋଗୀମାନେ ବାଜି ମାରିଛନ୍ତି। ମିସ୍‌ରୁ ମିସେସ୍‌ ପର୍ଯ୍ୟନ୍ତ, ସବୁକ୍ଷେତ୍ରରେ ଓଡ଼ିଆ ପ୍ରତିଭାଙ୍କ ଲମ୍ବା ତାଲିକା ରହିଛି। ଏବେ ଜଣେ ଓଡ଼ିଶା ଜନ୍ମିତ ଆଦିବାସୀ ଝିଅ ରେହା ରେଶମ ବରୀ ଫ୍ୟାଶନ କ୍ଷେତ୍ରରେ ପାଲଟିଛନ୍ତି ପରିଚିତ ଚେହେରା। ‘ହୋ’ ଜନଜାତି ସମ୍ପ୍ରଦାୟର ରେହା ଏକ ବିଶ୍ୱସ୍ତରୀୟ ଫ୍ୟାଶନ ଶୋ’ରେ ଅଂଶଗ୍ରହଣ କରିବାର ସୁଯୋଗ ପାଇ ସମଗ୍ର ଦେଶର ଦୃଷ୍ଟି ଆକର୍ଷଣକରିଛନ୍ତି।
ରେହା ୨୦୧୬ରେ ‘ଓ୍ବାର୍ଲଡ୍‌ ସୁପର ମଡେଲ୍‌ ଇଣ୍ଡିଆ’ ପ୍ରତିଯୋଗିତାରେ ରନର୍ସଅପ୍‌ ହୋଇ କୃତିତ୍ୱ ଅର୍ଜନ କରିଥିଲେ। ଓଡ଼ିଶାରୁ ପ୍ରତିନିଧିତ୍ୱ କରି ସେ ଏଥିରେ ‘ଫେସ୍‌ ଅଫ୍‌ ଦି ପାଜେଣ୍ଟ’ ଟାଇଟଲ୍‌ ଜିତିଥିଲେ। କେବଳ ଏତିକି ନୁହେଁ, ଏମ୍‌ ଟିଭିରେ ପ୍ରସାରିତ ଲୋକପ୍ରିୟ ରିୟାଲିଟି ଶୋ’ ‘ଇଣ୍ଡିଆସ୍‌ ନେକ୍‌ଷ୍ଟ ଟପ୍‌ ମଡେଲ’ରେ ଅଂଶଗ୍ରହଣ କରି ସେ ଦେଶର ଜଣେ ଖ୍ୟାତିସମ୍ପନ୍ନ ମଡେଲ୍‌ଭାବେ ନିଜକୁ ପ୍ରତିଷ୍ଠିତ କରିଥିଲେ। ସେହିପରି ୨୦୧୭ରେ ରେହା ମିସ୍‌ ମହାରାଷ୍ଟ୍ର କୁଇନ୍‌ କ୍ରାଉନ୍‌ ଜିତିବା ସହ ୨୦୧୬ରେ ଚେନ୍ନାଇର ମେଗା ମଡେଲ୍‌ ହଣ୍ଟ୍‌ ପ୍ରତିଯୋଗିତାର ବିଜେତା ହୋଇଥିଲେ।
୨୦୧୬ରେ ଓ୍ବାର୍ଲଡ୍‌ ସୁପର ମଡେଲ୍‌ ପାଜେଣ୍ଟର ସଫଳତା ପରେ ମଡେଲିଂ ଏବଂ ଫ୍ୟାଶନ ଜଗତରେ ସେ ଆଉ ପଛକୁ ଫେରି ନ ଥିଲେ। ଗୋଟିଏ ପରେ ଗୋଟିଏ ଟାଇଟଲ୍‌ ଓ କ୍ରାଉନ୍‌ ସହ ସେ ଜାତୀୟ ଏବଂ ଅନ୍ତର୍ଜାତୀୟସ୍ତରୀୟ ବହୁ ଫ୍ୟାଶନ ଶୋ’ ଯୋଗଦେଇ ଓଡ଼ିଶାକୁ ଗୌରବାନ୍ବିତ କରିଛନ୍ତି। ଲାକ୍‌ମୀ ଫ୍ୟାଶନ ଓ୍ବିକ୍‌, ଟେକ୍‌ ଫ୍ୟାଶନ ଟୁର୍‌, ଇଣ୍ଡିଆ ବିଚ୍‌ ଫ୍ୟାଶନ ଓ୍ବିକ୍‌, ବ୍ଲେଣ୍ଡର୍ସ ପ୍ରାଇଡ୍‌ ଫ୍ୟାଶନ ଟୁର୍‌ ଭଳି ଏକାଧିକ ଶୋ’ରେ ତାଙ୍କୁ ଦେଖିବାକୁ ମିଳିଛି। ଏଥିସହିତ ଦେଶର ବହୁ ଖ୍ୟାତନାମା ଡିଜାଇନରଙ୍କ ପାଇଁ ସେ କାମ କରିଛନ୍ତି। ଅନୀତା ଡଙ୍ଗ୍‌ରୀ, ମନୀଷ ଅରୋରା, ରକି ଷ୍ଟାର୍‌, ବିକ୍ରମ ଫଡ୍‌ନିସ୍‌, ନିଧି ମୁନିମ୍‌, ଅର୍ଚ୍ଚନା କୋଚର୍‌, ଲଳିତ ଡାଲ୍‌ମିଆ, ନିଖିଲ ଥାମ୍ପି, ଅନୁପମା ଦୟାଲଙ୍କ ଭଳି ବହୁ ଡିଜାଇନରଙ୍କ ଆଗଧାଡ଼ିର ମଡେଲ ରହିଛନ୍ତି ରେହା। ଭାରତୀୟ ଫ୍ୟାଶନ ଜଗତର ଏହି ପରିଚିତ ଚେହେରା ଗଲଙ୍ଗ ଗବାନ୍‌, ଅର୍ଚ୍ଚନା କୋଚ୍ଚର ଏବଂ ନିକିତା ମହେସଲ୍‌କରଙ୍କ ଭଳି ଡିଜାଇନରଙ୍କ ପାଇଁ କାଟାଲଗ୍‌ ଶୁଟ୍‌ ମଧ୍ୟ କରିଛନ୍ତି।
କଠିନ ପରିଶ୍ରମରେ ବିଶ୍ୱାସ ରଖୁଥିବା ରେହା ଅଭିନୟ ଓ ମଡେଲିଂ ନିଶାରେ ଅଧାରୁ ପାଠପଢା ଛାଡ଼ି ୧୭ବର୍ଷ ବୟସରେ ଫ୍ୟାଶନ ଶୋ’ରେ ଅଂଶଗ୍ରହଣ କରିଥିଲେ। ପରବର୍ତ୍ତୀ ସମୟରେ ଅନୁପମ ଖେର୍‌ଙ୍କ ‘ଦି ସ୍କୁଲ୍‌ ଅଫ୍‌ ଆକ୍ଟର୍ସ’ରୁ ଆକ୍ଟିଂରେ ଡିଗ୍ରୀ ହାସଲ କରିଥିବା ରେହା ଆଗକୁ ଯାଇ ଜଣେ ସୁପର ମଡେଲ୍‌ ସହ ଅଭିନେତ୍ରୀ ହେବାକୁ ଲକ୍ଷ୍ୟ ରଖିଛନ୍ତି। ଅନୁଗୋଳର କେରଜାଙ୍ଗ ଗ୍ରାମର ରେହା ଏବେ ମୁମ୍ବାଇରେ ରହୁଥିବା ବେଳେ ଗାଇବା ଓ ନୃତ୍ୟରେ ଆଗ୍ରହ ରଖିଛନ୍ତି। ସୁଯୋଗ ଥାଇ ମଧ୍ୟ ଅନେକେ ସଫଳତା ପାଉନାହାନ୍ତି। କିନ୍ତୁ ରେହା କଠିନ ପରିଶ୍ରମ ବଳରେ ଗ୍ଲାମର ଭଳି ଦୁନିଆରେ ସଫଳତାର ଶୀର୍ଷରେ ପହଞ୍ଚତ୍ଛନ୍ତି। ଆଗକୁ ସେ ଭିକ୍ଟୋରିଆ ସିକ୍ରେଟ୍‌ ଏଞ୍ଜେଲ୍‌ ହେବାକୁ ଲକ୍ଷ୍ୟ ରଖିଛନ୍ତି।
ଇପିକଲ୍‌ ଏମ୍‌ଡି ତଥା ପ୍ରଶାସନିକ ଅଧିକାରୀ ନିତିନ ଜାଓ୍ବଲେ ରେହାଙ୍କ ଏହି ସଫଳତାରେ ଅଭିନନ୍ଦନ ଜଣାଇବା ସହ ସୌନ୍ଦର୍ଯ୍ୟ କ୍ଷେତ୍ରରେ ଥିବା ପୁରାତନ ଚିନ୍ତାଧାରାକୁ ପଛରେ ପକାଇ ରେହା ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ସମସ୍ତ ଉଠାଦୋକାନୀ ଥଇଥାନ ହେବେ’

ଭୁବନେଶ୍ୱର, ୩୦।୪ (ବନ୍ଦନା ସେଠୀ):ଭୁବନେଶ୍ୱରରେ ଥିବା ୧୦୦ ଉଠାଦୋକାନୀ ସଂଘର ସଭାପତି ଓ ସମ୍ପାଦକଙ୍କୁ ନେଇ ସୋମବାର ବିଜୁ ଶ୍ରମିକ ସାମ୍ମୁଖ୍ୟ ସଭାଗୃହରେ ଏକ ଜରୁରିକାଳୀନ...

ଓଡ଼ିଶାରୁ ମାୟାନଗରୀ ଲମ୍ବିଛି ରାହୁଲଙ୍କ ନିଶା କାରବାର

ଭୁବନେଶ୍ୱର,୩୦।୪(ସୂର୍ଯ୍ୟକାନ୍ତ ବେହେରା):ଭୁବନେଶ୍ୱରସ୍ଥିତ ଝାରପଡା ଜେଲ ପରିସରରୁ ଧରାପଡିଥିବା ଗଞ୍ଜେଇ ର଼୍ୟାକେଟର ମୁଖ୍ୟ ବାରିପଦାର ରାହୁଲ ସେଠୀଙ୍କ ତିନିଦିନିଆ ରିମାଣ୍ଡ ଶେଷ ହୋଇଛି। ସୋମବାର ତାଙ୍କୁ ପୁଣି...

ନୂଆ-ଅଭିଜ୍ଞଙ୍କ ମଧ୍ୟରେ କଡ଼ା ମୁକାବିଲା

ଯାଜପୁର,୩୦ା୪(ହର୍ଷବର୍ଦ୍ଧନ ବେହେରା):ଯାଜପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଏଯାଏ କେହି ମହିଳା ବିଧାୟିକା ହୋଇନାହାନ୍ତି। ଏପରି କି ଏହି ଆସନରେ କେବେ କେହି ମହିଳା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା...

ମୁଖ୍ୟମନ୍ତ୍ରୀ ଯାହା କୁହନ୍ତି, ତାହା କାମରେ କରି ଦେଖାନ୍ତି: ପାଣ୍ଡିଆନ୍‌

ମାଲକାନଗିରି/କାଲିମେଳା/କୋଟପାଡ଼, ୩୦ା୪ (ଦୁର୍ଯ୍ୟୋଧନ ପାତ୍ର/ଜୀବନକୃଷ୍ଣ ଦାସ/କେ.ରାଜଶେଖର ରାଓ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା କୁହନ୍ତି, ତାହା କାମରେ କରି ଦେଖାନ୍ତି ବୋଲି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ୍‌...

ଅପରାଧୀଙ୍କୁ ଟିକେଟ ଦେବା ଭାଜପାର ସଂସ୍କୃତି: ବିଜେଡି

ଭୁବନେଶ୍ୱର,୩୦ା୪(ଅନିଲ ଦାସ):ଓଡ଼ିଆ ସଂସ୍କୃତି ବିଶ୍ୱର ଯେ କୌଣସି ରାଜନୈତିକ ଦଳଠାରୁ ଏତେ ବଡ଼ ଯେ କୌଣସି ଦଳ ନିଜକୁ ବଡ଼ ଭାବି ଓଡ଼ିଆ ସଂସ୍କୃତିର ସୁରକ୍ଷା...

ପ୍ରଚାର ପାଇଁ ଏସବୁ ନୂଆ ଟ୍ରେଣ୍ଡ୍‌ ଆପଣାଇଛନ୍ତି ନେତା

କଟକ,୩୦ା୪(ଶିଳ୍ପା ପ୍ରିୟଦର୍ଶିନୀ):ପ୍ରାର୍ଥୀମାନେ ରୋଡ୍‌ ଶୋ ଓ ସମାବେଶ ଜରିଆରେ ଭୋଟରଙ୍କ ନିକଟତର ହେବାକୁ ପ୍ରୟାସ ଚଳାଇଥିବା ଦେଖିବାକୁ ମିଳୁଛି । ହେଲେ ନିର୍ବାଚନ ପ୍ରଚାରକୁ ସହଜ...

ନନ୍ଦନକାନନ ଆତଙ୍କରାଜ ଘଟଣା: ୨ ଗିରଫ

ବାରଙ୍ଗ,୩୦।୪(ଲିଙ୍ଗରାଜ ରାଉତ):ନନ୍ଦନକାନନ ଉପ-ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ଉନ୍ମତ୍ତ କାଣ୍ଡ ଘଟାଇଥିବା ଘଟଣାରେ ପୋଲିସ ୨ ଜଣଙ୍କୁ ଗିଫ କରିଛି। ସୋମବାର ବିଳମ୍ବିତ ରାତିରେ ପୋଲିସ ଉଭୟଙ୍କୁ ଗିରଫ...

୧୫ ଦିନ ଡରେଇଲାଣି ତାତି, ୪୫ ଡିଗ୍ରୀ ଟପିବ

ଭୁବନେଶ୍ୱର, ୩୦।୪(ଅସମାପିକା ସାହୁ):ରାଜ୍ୟରେ ଗତ ୧୫ ଦିନ ହେଲାଣି ପ୍ରବଳ ଖରାତାତି ସହ ଗୁଳୁଗୁଳି ଜାରି ରହିଛି। ଚଳିତବର୍ଷର ଏହା ହେଉଛି ଦ୍ୱିତୀୟ ପର୍ଯ୍ୟାୟ ଗ୍ରୀଷ୍ମପ୍ରବାହ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri