ଆଣବିକ ଚୁକ୍ତିକୁ ମାନିବନି ଇରାନ

ତେହେରାନ,୭ା୧: ଇରାନ ସେନା କମାଣ୍ଡର ଜେନେରାଲ କାସିମ ସୋଲେମାନୀଙ୍କୁ ହତ୍ୟା ପରେ ତେହେରାନ ୨୦୧୫ର ଆଣବିକ ଚୁକ୍ତିନାମାକୁ ମାନିବ ନାହିଁ ବୋଲି ଘୋଷଣା କରିଛି। ଫଳରେ ଇରାନ ଆଣବିକ ବୋମା ପ୍ରସ୍ତୁତ କରିବା ସମ୍ଭାବନା ସୃଷ୍ଟି ହୋଇଛି। ସେପଟେ ଇରାକ ମାଟିରୁ ଆମେରିକା ସୈନ୍ୟଙ୍କୁ ହଟାଇବା ପାଇଁ ଏହାର ପାର୍ଲାମେଣ୍ଟରେ ପ୍ରସ୍ତାବ ଗୃହୀତ ହୋଇଛି। ଇରାକରୁ ଆମେରିକା ସୈନ୍ୟ ହଟିଲେ ଇସ୍‌ଲାମିକ ଷ୍ଟେଟ୍‌ (ଆଇଏସ୍‌) ଆତଙ୍କବାଦୀ ପୁଣିଥରେ ସକ୍ରିୟ ହୋଇଉଠିବେ ଏବଂ ମଧ୍ୟପ୍ରାଚ୍ୟ ବିପଜ୍ଜନକ ଓ ଅସ୍ଥିର ହୋଇଉଠିବ ବୋଲି ଆଶଙ୍କା କରାଯାଉଛି। ଆଣବିକ କଟକଣାକୁ ମାନିବ ନାହିଁ ବୋଲି ରାଷ୍ଟ୍ରପତି ହସନ ରୁହାନିଙ୍କ ପ୍ରଶାସନ ଘୋଷଣା କରିଥିବା ଏକ ଟିଭି ରିପୋର୍ଟରେ କୁହାଯାଇଛି।
ଅନ୍ୟପକ୍ଷରେ, ଆମେରିକା ତା’ର ସୈନ୍ୟଙ୍କୁ ପ୍ରତ୍ୟାହାର କରିନେବା ପାଇଁ ଇରାକ ପାର୍ଲାମେଣ୍ଟ ଆହ୍ବାନ ଦେଇଥିବାବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏହାକୁ ଅଗ୍ରାହ୍ୟ କରିଦେଇଛନ୍ତି। ଅନ୍ୟପକ୍ଷରେ ଇରାକ ଉପରେ ବଡ଼ କଟକଣା ଜାରି କରିବାକୁ ସେ ଧମକ ଦେଇଛନ୍ତି। ଆଇଏସ୍‌ ଆତଙ୍କବାଦୀ ସଂଗଠନ ବିରୋଧରେ ଅନ୍ତର୍ଜାତୀୟ ମେଣ୍ଟର ଅଂଶସ୍ବରୂପ ଇରାକରେ ଆମେରିକାର ୫୦୦୦ରୁ ଅଧିକ ସୈନ୍ୟ ରହିଛନ୍ତି। ଗତ ଶୁକ୍ରବାର ବାଗଦାଦ ଅନ୍ତର୍ଜାତୀୟ ବିମାନବନ୍ଦରରେ ଆମେରିକାର ଡ୍ରୋନ୍‌ ଆକ୍ରମଣରେ ଇରାନ ଅଲ୍‌-କୁଦ୍‌ସ ବାହିନୀର ମୁଖ୍ୟ ସୋଲେମାନୀ ନିହତ ହୋଇଥିଲେ। ଏହି ଆକ୍ରମଣରେ ଇରାକ ର ହାଶେଦ ଅଲ-ଶାବି ଅର୍ଦ୍ଧସାମରିକ ବଳର ଉପମୁଖ୍ୟ ଅବୁ ମହଦି ଅଲ୍‌-ମୁହାନ୍ଦିସ୍‌ଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ଘଟିଥିଲା। ଇରାକ ପାର୍ଲାମେଣ୍ଟରେ ଗୃହୀତ ପ୍ରସ୍ତାବ ସମ୍ପର୍କରେ ପ୍ରଶ୍ନ ହେବାରୁ ଟ୍ରମ୍ପ୍‌ କହିଥିଲେ, ଇରାକରେ ଆମେରିକା ଏୟାରବେସ୍‌ ନିର୍ମାଣରେ ଯେଉଁ ଅର୍ଥ ବିନିଯୋଗ କରିଛି, ତାହା ଫେରି ନ ପାଇବା ପର୍ଯ୍ୟନ୍ତ ବାଗଦାଦ ଛାଡିବାର ପ୍ରଶ୍ନ ଉଠୁନାହିଁ। ଉପସାଗରୀୟ ଦେଶରୁ କୌଣସି ବିରୋଧର ସମ୍ମୁଖୀନ ହେଲେ ଇରାକ ଉପରେ ବଡ଼ କଟକଣା ଲାଗୁ ହେବ ବୋଲି ଟ୍ରମ୍ପ୍‌ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୁଲାଇ ୨ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା, ଜୁଲାଇ ୨ରୁ ୧୦ ପର୍ଯ୍ୟନ୍ତ ଚାଲିବ; ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

କଟକ,୨୭ା୫ (କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଚଳିତ ବର୍ଷର ସପ୍ଲିମେଣ୍ଟାରୀ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଆଗାମୀ ଜୁଲାଇ ୨ ତାରିଖରୁ ଆରମ୍ଭ…

ଡେଣ୍ଟାଲ ସର୍ଜନ ପରୀକ୍ଷା ବିଜ୍ଞପ୍ତି ପ୍ରତ୍ୟାହାର କଲା ଓପିଏସ୍‌ସି, ଆଶାୟୀଙ୍କ ସମସ୍ତ ଆବେଦନ ବାତିଲ

କଟକ,୨୭ା୫(କାର୍ତ୍ତିକ ସାହୁ) ଓଡ଼ିଶା ପବ୍ଲିକ ସର୍ଭିସ କମିଶନ (ଓପିଏସ୍‌ସି) ଡେଣ୍ଟାଲ ସର୍ଜନ ପଦବୀରେ ନିଯୁକ୍ତି ପରୀକ୍ଷା ନିମନ୍ତେ ୨୦୨୫-୨୬ରେ ପ୍ରକାଶ କରିଥିବା ବିଜ୍ଞପ୍ତି ନଂ-୭କୁ ପ୍ରତ୍ୟାହାର କରିଛି।…

ତୈଳଦର ବୃଦ୍ଧି; ପାରଳାଖେମୁଣ୍ଡିରେ ବିଜେଡିର ବିକ୍ଷୋଭ ପ୍ରଦର୍ଶନ, ଟାୟାର ଜାଳି….

ଗଜପତି,୨୭।୫(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଠାରେ ପେଟ୍ରୋଲ ଓ ଡିଜେଲର ବର୍ଦ୍ଧିତ ଦର ପ୍ରତିବାଦରେ ଆଜି ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲା ସଭାପତି…

ଗୃହ ନିର୍ମାଣ ବେଳେ ଗୋଟିଏ ମହଲାରୁ ପଡ଼ି ଚାଲିଗଲା ମହିଳା ଶ୍ରମିକଙ୍କ ଜୀବନ, ବିଦ୍ୟୁତ ସଂସ୍ପର୍ଶରେ ଆସି….

ଦାରିଙ୍ଗବାଡି,୨୭।୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଏକ ଗୃହ ନିର୍ମାଣ ସମୟରେ ଏକ ବଡ଼ ଅଘଟଣ ଘଟିଯାଇଛି । ବୁଧବାର ପୂର୍ବାହ୍ନ ୧୧ ଟା…

ଜବତ ବଢିଲେବି କମୁନି ଗଞ୍ଜେଇ ବେପାର; ୪୫ କେଜି ଗଞ୍ଜେଇ ସହ କନ୍ଧମାଳର ୨ ଅଭିଯୁକ୍ତ ଗିରଫ

ଭଞ୍ଜନଗର,୨୭।୫(ବାବୁଲା ପ୍ରଧାନ): କନ୍ଧମାଳ ଜିଲାରୁ ଅଧିକାଂଶ ସମୟ ଗଞ୍ଜାମ ଜିଲା ଭଞ୍ଜନଗର ଦେଇ ବିପୁଳ ପରିମାଣର ଗଞ୍ଜେଇ ରାଜ୍ୟର ବିଭିନ୍ନ ଅଞ୍ଚଳ ଏବଂ ରାଜ୍ୟ ବାହାରକୁ ଚୋରା…

ଆଇପିଏଲ୍‌ରେ ବୈଭବଙ୍କ ମହାରେକର୍ଡ: କମିନ୍ସଙ୍କୁ ଟର୍ଗେଟ, ୬୦ ଛକା ମାରି ଭାଙ୍ଗିଲେ ଗେଲ୍‌ଙ୍କ ସହ ରାଇନାଙ୍କ…

ନୂଆଦିଲ୍ଲୀ,୨୭।୫: ଆଇପିଏଲ (IPL) ମଇଦାନରେ ପୁଣି ଥରେ ଇତିହାସ ରଚିଛନ୍ତି ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ। ଏହି ବାମହାତୀ ବିସ୍ଫୋରକ ବ୍ୟାଟର ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ମାତ୍ର…

ଜନଜାତି ମହିଳା ସମାବେଶରେ ଯୋଗଦେଲେ ଦିଗପହଣ୍ଡି ବିଧାୟକ, ମେଧାବୀ ଛାତ୍ରୀଛାତ୍ର….

ଦିଗପହଣ୍ଡି,୨୭।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ସହଦେବ ଟିକରପଡା  ମହେନ୍ଦ୍ରଗିରି ଆଦିମ ଅଧିବାସୀ କୁଇ ସମାଜ ପକ୍ଷରୁ ବୁଧବାର ଜନଜାତି ମହିଳା ସମାବେଶ ଅନୁଷ୍ଠିତ…

କୁକୁଟବନ୍ଧ ଛକରେ ମର୍ମନ୍ତୁଦ ଦୁର୍ଘଟଣା; ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେଲା ସ୍କୁଟି, ଚାଳକ ମୃତ

ଦିଗପହଣ୍ଡି,୨୭।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଛକରେ ରାସ୍ତାକଡର ଏକ ଗଛକୁ ଧକ୍କା ଦେଲା ସ୍କୁଟି । ଦୁର୍ଘଟଣାରେ ସ୍କୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri