ଆଜିର ବାଳିକା: ସୁରକ୍ଷିତ ଜୀବନ ଓ ଅଧିକାର ଅପେକ୍ଷାରେ

କନ୍ୟାରତ୍ନ , କହିବା ଯେତିକି ସହଜ ତାହାକୁ ରତ୍ନ ଭଳି ଆଦର କରିବା ସେତିକି କଷ୍ଟ ମନେକରୁଛି ଆଜିର ସମାଜ। ଝିଅ-ପୁଅ ସମାନ ସ୍ଲୋଗାନ୍‌କୁ ନେଇ ଲୋକମାନଙ୍କୁ ସଚେତନ କରାଯାଉଛି, କିନ୍ତୁ ଝିଅମାନଙ୍କ ସହ ଭେଦଭାବ ଥମିବାର ନାଁ ଧରୁନି। କେବଳ ଭାରତରେ ନୁହେଁ, ସାରା ବିଶ୍ୱରେ ଏହି ସମସ୍ୟା ପରିଲକ୍ଷିତ ହେଉଛି। ବାଳିକାମାନଙ୍କ ପ୍ରତି ଅନ୍ୟାୟ ହେଉଛି। ଏହି କଥାକୁ ଗମ୍ଭୀରତାର ସହ ଉପଲବ୍ଧି କରି ମିଳିତ ଜାତିସଂଘ ପକ୍ଷରୁ ବାଳିକାଙ୍କ ସଶକ୍ତୀକରଣ ପାଇଁ ପ୍ରତିବର୍ଷ ଅକ୍ଟୋବର ୧୧ରେ ‘ଆନ୍ତର୍ଜାତିକ ବାଳିକା ଦିବସ’ ପାଳନ କରାଯାଉଛି। ୧୯ ଡିସେମ୍ବର ୨୦୧୧ରେ ଜାତିସଂଘ ସାଧାରଣ ପରିଷଦରେ ଏହି ଦିବସ ପାଳନ କରାଯିବା ପାଇଁ ଘୋଷଣା କରାଯିିବା ପରେ ୨୦୧୨ରେ ପ୍ରଥମେ ଏହି ଦିବସ ପାଳନ କରାଯାଇଥିଲା। ବାଳିକାମାନଙ୍କୁ ସମାନତାର ଅଧିକାର ଦେବା ତଥା ସେମାନଙ୍କ ବିକାଶ ପାଇଁ ସୁଯୋଗ ସୃଷ୍ଟି କରିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ। ୨୦୧୯ରେ ଏହି ଦିବସର ସ୍ଲୋଗାନ୍‌‘ଗର୍ଲ ଫୋର୍ସ: ଅନ୍‌ସ୍କ୍ରିପ୍‌ଟେଡ୍‌ ଆଣ୍ଡ୍‌ ଅନ୍‌ଷ୍ଟପେବଲ’ ବା ’ବାଳିକାଙ୍କ ଶକ୍ତି: ଅପ୍ରକାଶିତ ଓ ଅଜେୟ’ବୋଲି ରଖାଯାଇଛି। ବାଳିକାମାନଙ୍କ ପ୍ରତି କୌଣସି ଭେଦଭାବ ନକରିବା ପାଇଁ ବାର୍ତ୍ତା ଦିଏ ଏହି ଦିବସ। ଏକ ମହତର ଜୀବନ ବଞ୍ଚିବା ଲାଗି ସେମାନଙ୍କ ଅଧିକାର ରହିଛି ବୋଲି ଲୋକମାନଙ୍କୁ ଏହି ଦିବସରେ ସଚେତନ କରାଯାଏ। ଆଜି ବି ବାଳିକାମାନେ ସବୁ କ୍ଷେତ୍ରରେ ଉପେକ୍ଷିତ । ନା ମିଳୁଛି ସେମାନଙ୍କୁ ସମାନ ଶିକ୍ଷା,ନା ପୋଷଣ ଓ ନା ମିଳୁଛି କାମ କରିବାର ସୁଯୋଗ। ଏଣୁ ସେମାନଙ୍କ ପାଇଁ ବି ଏକ ସୁରକ୍ଷିତ ପରିବେଶର ଆବଶ୍ୟକତା ରହିଛି। ସେମାନଙ୍କ ପ୍ରତି ହେଉଥିତ୍ବା ହିଂସା ଶେଷ କରିବାର ଏବର ଏକ ବଡ଼ ଆହ୍ବାନ। ଏହା ସହ ବାଲ୍ୟ ବିବାହ, ଭ୍ରୂଣହତ୍ୟା ରୋକିବାର ଆବଶ୍ୟକତା ରହିଛି। ଏହି ସବୁ ସମସ୍ୟାକୁ ସମାଧାନ କରିବା ଲାଗି ଆନ୍ତର୍ଜାତିକ ବାଳିକା ଦିବସର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।
ଏକ ଆକଳନରୁ ଜଣାପଡିଛି ଯେ,ବିଶ୍ୱରେ ୬୨ ମିଲିୟନରୁ ଅଧିକ ବାଳିକା ଶିକ୍ଷାରୁ ବଞ୍ଚିତ ହେଉଛନ୍ତି। ୧୮ ବର୍ଷ ହେବା ପୂର୍ବରୁ ୪ ଜଣରେ ଜଣେ ବିବାହ କରୁଛନ୍ତି। ଦୁର୍ଭାଗ୍ୟର କଥା, ଭାରତରେ ଏବେ ବି କେତେକ ରାଜ୍ୟରେ ବାଳିକାଙ୍କ ପ୍ରତି ଭେଦଭାବ ରହିଥିବାରୁ ସେହି ସବୁ ରାଜ୍ୟରେ ବାଳିକାମାନଙ୍କ ସଂଖ୍ୟା କମ୍‌ ରହିଛି। ଏହି ସମସ୍ୟାକୁ ସୁଧାରିବା ପାଇଁ ଭାରତ ସରକାର ‘ ବେଟୀ ବଚାଓ, ବେଟୀ ପଢାଓ’ ଆରମ୍ଭ କରିଛନ୍ତି। ଆଜିର ବାଳିକା ଭବିଷ୍ୟତର କର୍ମକର୍ତ୍ତା,ମାତା,ପରାମର୍ଶଦାତା, ପରିବାରର ମୁଖିଆ ଓ ରାଜନୈତିକ ନେତା ଭାବେ ନିଜକୁ ଠିଆ କରିବାର କ୍ଷମତା ରଖେ। ଏଣୁ ଆନ୍ତର୍ଜାତିକ ବାଳିକା ଦିବସ ପାଳନ ବାଳିକାଙ୍କ ଜୀବନକୁ ସୁରକ୍ଷିତ, ଶିକ୍ଷା ଓ ଭଗୀଦାରିକୁ ସୁନିଶ୍ଚିତ କରିବା ପାଇଁ ପ୍ରମୁଖ ଭୂମିକା ନେଇଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷରେ ଶନିଙ୍କ ସିଧା ଚଳନରେ ବଦଳିଯିବ ଭାଗ୍ୟ; ଏହି ୩ ରାଶିଙ୍କର ବାଜିବ ଲଟେରୀ, ବଢିଚାଲିବ ସମ୍ପତ୍ତି!

ନଅଟି ଗ୍ରହ ମଧ୍ୟରେ ଶନିକୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗ୍ରହ ବୋଲି ବିବେଚନା କରାଯାଏ। ଶନି ସବୁଠାରୁ ଧୀର ଗତିରେ ଗତି କରନ୍ତି, ପ୍ରତି ଅଢ଼େଇ ବର୍ଷରେ...

ୟୁନୁସଙ୍କୁ କଡ଼ା ଜବାବ ଦେଲା ଭାରତ: ନେଲା ବଡ଼ ପଦକ୍ଷେପ, ବାଂଲାଦେଶରେ…

ନୂଆଦିଲ୍ଲୀ,୧୮।୧୨: କେନ୍ଦ୍ର ସରକାର ଡିସେମ୍ବର ୧୭, ୨୦୨୫ରେ ବାଂଲାଦେଶର ରାଜଧାନୀ ଢାକାରେ ଥିବା ଭାରତୀୟ ଭିସା ଆବେଦନ କେନ୍ଦ୍ର (IVAC)କୁ ବନ୍ଦ କରିବାକୁ ଏକ ନୋଟିସ...

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଆସନ୍ତା ଶିକ୍ଷାବର୍ଷରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ମିଳିବ ମାଗଣା…

ବ୍ରହ୍ମପୁର,୧୮।୧୨(ସ୍ମୃତି ରଞ୍ଜନ ମହାଲିକ): ରାଜ୍ୟରେ ଶିକ୍ଷାକ୍ଷେତ୍ରର ବିକାଶ କରିବା ପାଇଁ ସରକାର ପ୍ରତିବଦ୍ଧତାର ସହ କାମ କରୁଛନ୍ତି। କେବଳ ପ୍ରାଥମିକ ଶିକ୍ଷା ପାଇଁ ଚଳିତବର୍ଷ ବଜେଟରେ...

ଏଇ ଭାରତରେ

କୃଷିକ୍ଷେତ୍ରରେ କୃଷକମାନେ ପାରମ୍ପରିକ ପଦ୍ଧତିରେ କୀଟନାଶକ ସିଞ୍ଚନ କରିବା ଯୋଗୁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖାଯାଉଛି। ଏଥିରେ ଅଧିକ କୀଟନାଶକ ବ୍ୟହାର ହେଉଛି...

ବନ୍ଦେ ମାତରମ୍‌କୁ ବାରଣ କାହିଁକି

ଛିଦିନ ପୂର୍ୱରୁ ରାଜ୍ୟ ସଭାର ଏକ ନୋଟିସ ମାଧ୍ୟମରେ ରାଜ୍ୟ ସଭାରେ ବନ୍ଦେ ମାତରମ୍‌ ଓ ଜୟ ହିନ୍ଦ୍‌ ସ୍ଲୋଗାନ ଦେବା ଉପରେ ନିଷେଧାଦେଶ ଲାଗିଛି।...

ବୟସର ଅପରାହ୍ନରେ

କୁହାଯାଏ ମାତାପିତାଙ୍କ ସେବା, ଭକ୍ତି, ଶ୍ରଦ୍ଧା, ସମ୍ମାନ ଦେବତା ପୂଜା ସମ। ମାତ୍ର ବିଡମ୍ୱନା ଯେ ଆଉ ସେ ଆଦର ନାହିଁ, ଶ୍ରଦ୍ଧା ନାହିଁ, ସମ୍ମାନ...

୬ ଆହତ ଛୁଆହାତୀକୁ ଉଦ୍ଧାର କଲା ବନବିଭାଗ: କରାଯାଉଛି ଚିକିତ୍ସା

କେସିଙ୍ଗା୧୮।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବନାଞ୍ଚଳ ଅଧିନସ୍ଥ ନୂନମାଠ ଗ୍ରାମ ନିକଟରେ ଥିବା ଜଙ୍ଗଲକୁ ଖାଦ୍ୟ ଅନ୍ବେଷଣରେ ୩୫ ଟିକିଆ ହାତୀପଲ ଗତକାଲି ଗାଁ...

ଅତିଥି ଅଧ୍ୟାପିକାଙ୍କୁ ହତ୍ୟା, ପୁରୁଷ ବନ୍ଧୁ ଗିରଫ

କେନ୍ଦୁଝର,୧୮ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ/ ଦୀପକ ମିଶ୍ର): କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ମାଇନିଂରୋଡ୍‌ସ୍ଥିତ ନିର୍ମଳା କନ୍‌ଭେଣ୍ଟ ସ୍କୁଲ ପାଖରେ ଏକ ଘରେ ରହୁଥିବା ଅତିଥି ଅଧ୍ୟାପିକାଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri