ଆଜିର ଅର୍ଥନୀତି/ଏସ୍‌ବିଆଇକୁ ଅନୁସରଣ କର

ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ) ହେଉଛି ଭାରତର ବୃହତ୍ତମ ବାଣିଜି୍ୟକ ବ୍ୟାଙ୍କ, ଯାହାର ଜମାରାଶି ସମଗ୍ର ଭାରତର ମୋଟ ସଞ୍ଚୟ ବ୍ୟାଙ୍କ ଜମାରାଶିର ପ୍ରାୟ ତିନିଚତୁର୍ଥାଂଶ। ଏହି ବ୍ୟାଙ୍କ ଏକ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ସଞ୍ଚୟ ଜମା ଉପରୁ ସୁଧହାର ହ୍ରାସ କରିଛି। ଜମା ଓ ଋଣ ସୁଧହାର ସହ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ରେପୋହାରକୁ ସଂଯୋଗ କରିବା ଲାଗି ନିଜେ ପୂର୍ବରୁ ନେଇଥିବା ନିଷ୍ପତ୍ତିକୁ ଏହା ଏବେ କାର୍ଯ୍ୟକାରୀ କରୁଛି। ତା’ର ମାନେ ଷ୍ଟେଟ୍‌ ବ୍ୟାଙ୍କରେ ଯେଉଁମାନଙ୍କର ସଞ୍ଚୟ ଜମା ଖାତା ଥିବ ଓ ତାଙ୍କ ଜମାରାଶି ଏକ ଲକ୍ଷ ଟଙ୍କାକୁ ଅତିକ୍ରମ କରିଥିବ, ସେମାନେ ଯେତିକି ପ୍ରତିଶତ ସୁଧ ପାଉଥିଲେ ତା’ଠୁ ୦.୨୫% କମ୍‌ ହିସାବରେ ସୁଧ ପାଇବେ। ପଛକୁ ପଛ ଦୁଇଥର ଆର୍‌ବିଆଇ ସୁଧହାର ହ୍ରାସ କରିବା ପରେ ବର୍ତ୍ତମାନ ରେପୋହାର ୬% ଥିବାବେଳେ ବିଲୋମୀ ରେପୋ ହାର ୫.୭୫% ରହିଛି। ସଞ୍ଚୟ ଜମାଖାତାର ଜମା ଉପରେ ସୁଧହାର ଆର୍‌ବିଆଇର ରେପୋହାରଠାରୁ ୨.୭୫% କମ୍‌ ରହିବ, ଅର୍ଥାତ୍‌ ଏହି ସୁଧହାର ହେବ ୩.୨୫ ପ୍ରତିଶତ। ଏସ୍‌ବିଆଇ ହେଉଛି ଦେଶରେ ପ୍ରଥମ ବ୍ୟାଙ୍କ ଯେ କି ଏବେ ଜମା ଓ ଋଣ ସୁଧହାରକୁ ଆର୍‌ବିଆଇର ରେପୋହାର ସହ ସଂଯୁକ୍ତ କରିଛି। ସାରା ବିଶ୍ୱରେ ବ୍ୟାଙ୍କ ଜମା ଉପରେ ସୁଧହାର ହ୍ରାସ ପାଇବାରେ ଲାଗିଛି। ବିକଶିତ ଦେଶଗୁଡ଼ିକରେ ଜମା ଉପରେ ବାର୍ଷିକ ସୁଧହାର ୧ରୁ ୨ ପ୍ରତିଶତ ମଧ୍ୟରେ ରହିଛି।
ବାସ୍ତବରେ କେତେକ ଦେଶରେ ବ୍ୟାଙ୍କ ଜମା ଉପରେ ପ୍ରାୟ କିଛି ସୁଧ ମିଳୁନାହିଁ। କେତେକ ଅର୍ଥନୀତିଜ୍ଞଙ୍କ ପୂର୍ବାନୁମାନକୁ ଯଦି ବିଶ୍ୱାସ କରାଯାଏ, ତେବେ ଆଗାମୀ ଦିନରେ ବ୍ୟାଙ୍କରେ ଟଙ୍କା ରଖିବାକୁ ହେଲେ ସେଥିପାଇଁ ଜମା ଉପରେ ନିର୍ଦ୍ଦିଷ୍ଟ ହାରରେ ଲୋକଙ୍କୁ ଦେୟ ଦେବାକୁ ପଡ଼ିପାରେ। ଆଗାମୀ ବର୍ଷଗୁଡ଼ିକରେ ଆମ ଦେଶର ଅର୍ଥନୈତିକ ଅଭିବୃଦ୍ଧି ହାର ବୃଦ୍ଧି ପାଇବାକୁ ଯାଉଥିବାରୁ ଜମା ଉପରେ ସୁଧହାର କମିବାର ସମ୍ଭାବନା ରହିଛି। ଏସ୍‌ବିଆଇ ପାଖରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୪୪୦ ନିୟୁତ ସଞ୍ଚୟ ଜମାଖାତା ରହିଛି। ସେଥି ମଧ୍ୟରୁ ଏକଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜମା ରହୁଥିବା ଖାତା ସଂଖ୍ୟା ପ୍ରାୟ ୨୨ ନିୟୁତ- ମୋଟ ଜମାଖାତା ସଂଖ୍ୟାର ପାଖାପାଖି ୫ ପ୍ରତିଶତ। ତେବେ ବ୍ୟାଙ୍କ ସ୍ଥିର କରିଛି, ଏକଲକ୍ଷ ଟଙ୍କାରୁ କମ୍‌ ଜମା ଉପରେ ଏହା ୩.୫% ସୁଧହାର ଚାଲୁ ରଖିବ। ଆର୍‌ବିଆଇର ରେପୋହାର ସହ ଜମା ସୁଧହାରକୁ ସଂଯୁକ୍ତ କରିବାର ମାନେ ହେଉଛି, ରେପୋହାରର ହ୍ରାସବୃଦ୍ଧି ସଙ୍ଗେ ସଙ୍ଗେ ଏହି ସୁଧହାର ମଧ୍ୟ କମିବ ଓ ବଢ଼ିବ। ଯଦି ଆର୍‌ବିଆଇ ରେପୋହାର ବୃଦ୍ଧି କରେ, ତେବେ ଜମା ସୁଧହାର ବଢ଼ିବ। ଅନ୍ୟ ପକ୍ଷରେ ରେପୋହାର କମିଲେ ଜମା ସୁଧହାର ମଧ୍ୟ କମିବ। ରେପୋହାର କମାଇବା ପାଇଁ ଆର୍‌ବିଆଇ ଉପରେ ସରକାରଙ୍କ ପକ୍ଷରୁ ଚାପ ପଡ଼ୁଛି। ଆର୍‌ବିଆଇ ଗଭର୍ନର ଶକ୍ତିକାନ୍ତ ଦାଶ କାର୍ଯ୍ୟଭାର ଗ୍ରହଣ କରିବା ଦିନଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ୫୦ ବେସିସ୍‌ ପଏଣ୍ଟ ରେପୋହାର ହ୍ରାସ କରିସାରିଲେଣି। ମୁଦ୍ରାସ୍ଫୀତି ହ୍ରାସ ପାଇଚାଲିଥିବାରୁ ଆଗାମୀ ଦିନରେ ବ୍ୟାଙ୍କ ରେପୋହାର ଆହୁରି ହ୍ରାସ କରିପାରେ।
ଦେଶର ଅନ୍ୟ ପ୍ରମୁଖ ବ୍ୟାଙ୍କଗୁଡ଼ିକ ଏସ୍‌ବିଆଇର ପଦାଙ୍କ ଅନୁସରଣ କରିବା ଉଚିତ। ରେପୋହାର କମିବା ସହିତ ବ୍ୟାଙ୍କଗୁଡ଼ିକ ଜମା ସୁଧହାର କମାଇଲେ ସେମାନେ ଲାଭବାନ୍‌ ହେବେ। ସେହିପରି ରେପୋହାର ବୃଦ୍ଧି ପାଇଲେ (ଯାହା ନିକଟ ଭବିଷ୍ୟତରେ ଘଟିବାର ସମ୍ଭାବନା ନାହିଁ), ବ୍ୟାଙ୍କଗୁଡ଼ିକ ଋଣ ସୁଧହାର ବୃଦ୍ଧି କରିବେ। ରେପୋହାର ବଢ଼ିଲେ ଜମା ଉପରୁ ଅର୍ଜିତ ସୁଧ ମଧ୍ୟ ବଢ଼ିବ। ଏସ୍‌ବିଆଇର ସାମ୍ପ୍ରତିକ ପଦକ୍ଷେପ ଯୋଗୁ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥାରେ ସ୍ବଚ୍ଛତା ଆସିବ। ଆର୍‌ବିଆଇର ପଲିସି ରେଟ୍‌ରେ ପରିବର୍ତ୍ତନ ଘଟିଲେ ବ୍ୟାଙ୍କ ସୁଧହାରରେ ଆପେ ଆପେ ପରିବର୍ତ୍ତନ ଘଟିବ। ବର୍ତ୍ତମାନ ଆର୍‌ବିଆଇର ରେପୋହାର ହ୍ରାସ ଘଟିଲେ ବ୍ୟାଙ୍କଗୁଡ଼ିକ ତାହାର ଲାଭ ଗ୍ରାହକଙ୍କୁ ଦେବେ ବା ନ ଦେବେ ସେ ନେଇ ଅନିଶ୍ଚିତତା ରହିଛି। ଅନେକବାର ଦେଖିବାକୁ ମିଳିଛି ଯେ ବ୍ୟାଙ୍କଗୁଡ଼ିକର ଜିଦ୍‌ଖୋର ମନୋବୃତ୍ତି ଆଗରେ ରିଜର୍ଭ ବ୍ୟାଙ୍କ ନିଜକୁ ଅସହାୟ ମଣିଛି। ଏବେ ଉକ୍ତ ପ୍ରକ୍ରିୟା ଅଧିକ ଗତିଶୀଳ ହେବ। ବର୍ତ୍ତମାନ ସୁଦ୍ଧା ବ୍ୟାଙ୍କଗୁଡ଼ିକ ନିଜର ସୁଧହାର ସ୍ଥିର କରିବା ପାଇଁ ବିଭିନ୍ନ ପ୍ରକାର ମାନଦଣ୍ଡ ଅନୁସରଣ କରୁଛନ୍ତି, ଯଥା ପ୍ରାଇମ୍‌ ଲେଣ୍ଡିଂ ରେଟ୍‌ (ପିଏଲ୍‌ଆର୍‌), ବେଞ୍ଚମାର୍କ ପ୍ରାଇମ୍‌ ଲେଣ୍ଡିଂ ରେଟ୍‌ (ବିପିଏଲ୍‌ଆର୍‌), ବେସ୍‌ ରେଟ୍‌ ଏବଂ ମାର୍ଜିନାଲ କଷ୍ଟ ଅଫ୍‌ ଫଣ୍ଡ୍‌ସ-ବେସ୍‌ଡ ଲେଣ୍ଡିଂ ରେଟ୍‌ (ଏମ୍‌ସିଏଲ୍‌ଆର୍‌)। ଏଥିଯୋଗୁ ଗ୍ରାହକମାନେ ଦ୍ୱନ୍ଦ୍ୱରେ ପଡ଼ୁଛନ୍ତି। ବର୍ତ୍ତମାନ ଏସ୍‌ବିଆଇ ଯେଉଁ ନିଷ୍ପତ୍ତି ନେଇଛି, ତାହାଦ୍ୱାରା ସଞ୍ଚୟ ଜମାଖାତାରେ ଏକଲକ୍ଷରୁ ଅଧିକ ଟଙ୍କା ଜମା ରଖିଥିବା ୨୨ ନିୟୁତ ସ୍ବଳ୍ପକାଳୀନ ଜମାକାରୀ ପ୍ରଭାବିତ ହେବେ, କାରଣ ସେମାନେ ପ୍ରତି ୧୦୦୦ ଟଙ୍କାରେ ବର୍ଷକୁ ଟ୨.୫୦ କମ୍‌ ସୁଧ ପାଇବେ। କିନ୍ତୁ ଏହାଦ୍ୱାରା ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥାରେ ଗଢ଼ିଉଠିବାକୁ ଯାଉଥିବା ସ୍ବଚ୍ଛତା ତୁଳନାରେ ଏହି ମୂଲ୍ୟ ବହୁତ କମ୍‌। ରେପୋ-ଆନୁପାତିକ ସୁଧହାର ବୁଝିବାକୁ ସହଜ ହେବ ଓ ତାହା ଗ୍ରାହକ-ଅନୁକୂଳ ହେବ। ଆମେ ଆଶା କରୁଛୁ ଅନ୍ୟ ବ୍ୟାଙ୍କଗୁଡ଼ିକ ମଧ୍ୟ ଏସ୍‌ବିଆଇର ପଦାଙ୍କ ଅନୁସରଣ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଗ୍ୟତମ ଗୁରୁ

ଦର୍ଶର ପ୍ରତୀକ ସାଜି ସମାଜକୁ ଅନବରତ ଦିଗ୍‌ଦର୍ଶନ ଦେଇ ଚାଲୁଥିବା ଜଣେ ମହାନ୍‌ ବ୍ୟକ୍ତିତ୍ୱର ଅଧିକାରୀ ହେଉଛନ୍ତି – ଗୁରୁ। ସେ ହିଁ ବାସ୍ତବରେ ଜଣେ ଯୋଗ୍ୟତମ…

ମୋତେ କୃଷକ କୁହନା

ଖରା, ବର୍ଷା, ଶୀତ, କାକରକୁ ତିଳେମାତ୍ର ଖାତିର ନ କରି ଯିଏ ନିଜ ମୁଣ୍ଡଝାଳ ତୁଣ୍ଡରେ ମାରି, ହାଡ଼ଭଙ୍ଗା ପରିଶ୍ରମ କରି ମାଟିରେ ସୁନା ଫଳାଏ ସେ…

ଅଭିବୃଦ୍ଧି ଅଙ୍କ

ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରା ୨୧ ଏପ୍ରିଲରେ ୩୨ ପଇସା କମି ୯୩.୪୮ ଟଙ୍କାକୁ ଛୁଇଁଛି। ପଶ୍ଚିମ ଏସିଆ ସଙ୍କଟଜନିତ ଆର୍ଥିକ ଅନିଶ୍ଚିତତା ଲାଗି ରହୁଥିବାରୁ…

ଚାଷ ଖୋଜୁଛି ମନ୍ତେଇ କୂଳ

ସାମାଜିକ, ସାଂସ୍କୃତିକ ଓ ଅର୍ଥନୈତିକ ମାନଚିତ୍ରର ଦୃଶ୍ୟପଟକୁ ଆକଳନ କଲେ ଭଦ୍ରକ ଜିଲାକୁ ଏକ ପ୍ରମୁଖ ସ୍ଥାନ ଭାବେ ପରିଗଣିତ କରାଯାଇପାରେ। ସାଳନ୍ଦୀ, ବୈତରଣୀ, ମନ୍ତେଇର ସୁଦୀର୍ଘ…

ବାକ୍‌ ସ୍ବାଧୀନତା ଓ କଟକଣା

ରାଜନୈତିକ କାରଣରୁ ସେନ୍ସର ବା କଟକଣା ପ୍ରସଙ୍ଗ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ସେନ୍ସରଶିପ କହିଲେ ସାମାଜିକ ଭାବେ ଆପତ୍ତିଜନକ, ହାନିକାରକ, ସମ୍ବେଦନଶୀଳ, ଭୁଲ୍‌ ପ୍ରମାଣିତ,…

ବାଣ ଫୁଟୁଛି

ବାଣ କଥା ଉଠିଲେ ତାମିଲନାଡୁର ବିରୁଧନଗର ଜିଲାର ଶିବକାଶୀ ସହରାଞ୍ଚଳ ମନେପଡ଼େ। ସାଧାରଣରେ ଭାରତର ୯୦ ପ୍ରତିଶତ ବାଣ ଶିବକାଶୀରେ ତିଆରି ହୋଇଥାଏ। ଅତ୍ୟଧିକ କାରଖାନା ଥିବାରୁ…

ଏଇ ଭାରତରେ

ପିଲାବେଳେ ରାସ୍ତା ଦୁର୍ଘଟଣାର ଶିକାର ହୋଇ ସୂର୍ଯ୍ୟ ଉତ୍କର୍ଷ ଅନେକ ଦିନର ଚିକିତ୍ସା ପରେ ଏକ ନୂଆ ଜୀବନ ପାଇଥିଲେ। ପରେ ସେ ତାଙ୍କ ଜୀବନକୁ ସାମାଜିକ…

କ୍ୟୁବା ଉପରେ ନଜର

ଜର୍ମାନୀର ନାଜି ଶାସକ ଆଡ୍‌ଲଫ୍‌ ହିଟ୍‌ଲର। ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ବିଶ୍ବ ଦେଖିଥିଲା ଏହି ନାଜି ଏକଚ୍ଛତ୍ରବାଦୀଙ୍କ ଶାସନର କ୍ରୂରତା। ହିଟ୍‌ଲରଙ୍କ କୁଖ୍ୟାତି ଇତିହାସରେ ଲିପିବଦ୍ଧ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri