ଆଜିର ଅର୍ଥନୀତି/ଏସ୍‌ବିଆଇକୁ ଅନୁସରଣ କର

ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ) ହେଉଛି ଭାରତର ବୃହତ୍ତମ ବାଣିଜି୍ୟକ ବ୍ୟାଙ୍କ, ଯାହାର ଜମାରାଶି ସମଗ୍ର ଭାରତର ମୋଟ ସଞ୍ଚୟ ବ୍ୟାଙ୍କ ଜମାରାଶିର ପ୍ରାୟ ତିନିଚତୁର୍ଥାଂଶ। ଏହି ବ୍ୟାଙ୍କ ଏକ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ସଞ୍ଚୟ ଜମା ଉପରୁ ସୁଧହାର ହ୍ରାସ କରିଛି। ଜମା ଓ ଋଣ ସୁଧହାର ସହ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ରେପୋହାରକୁ ସଂଯୋଗ କରିବା ଲାଗି ନିଜେ ପୂର୍ବରୁ ନେଇଥିବା ନିଷ୍ପତ୍ତିକୁ ଏହା ଏବେ କାର୍ଯ୍ୟକାରୀ କରୁଛି। ତା’ର ମାନେ ଷ୍ଟେଟ୍‌ ବ୍ୟାଙ୍କରେ ଯେଉଁମାନଙ୍କର ସଞ୍ଚୟ ଜମା ଖାତା ଥିବ ଓ ତାଙ୍କ ଜମାରାଶି ଏକ ଲକ୍ଷ ଟଙ୍କାକୁ ଅତିକ୍ରମ କରିଥିବ, ସେମାନେ ଯେତିକି ପ୍ରତିଶତ ସୁଧ ପାଉଥିଲେ ତା’ଠୁ ୦.୨୫% କମ୍‌ ହିସାବରେ ସୁଧ ପାଇବେ। ପଛକୁ ପଛ ଦୁଇଥର ଆର୍‌ବିଆଇ ସୁଧହାର ହ୍ରାସ କରିବା ପରେ ବର୍ତ୍ତମାନ ରେପୋହାର ୬% ଥିବାବେଳେ ବିଲୋମୀ ରେପୋ ହାର ୫.୭୫% ରହିଛି। ସଞ୍ଚୟ ଜମାଖାତାର ଜମା ଉପରେ ସୁଧହାର ଆର୍‌ବିଆଇର ରେପୋହାରଠାରୁ ୨.୭୫% କମ୍‌ ରହିବ, ଅର୍ଥାତ୍‌ ଏହି ସୁଧହାର ହେବ ୩.୨୫ ପ୍ରତିଶତ। ଏସ୍‌ବିଆଇ ହେଉଛି ଦେଶରେ ପ୍ରଥମ ବ୍ୟାଙ୍କ ଯେ କି ଏବେ ଜମା ଓ ଋଣ ସୁଧହାରକୁ ଆର୍‌ବିଆଇର ରେପୋହାର ସହ ସଂଯୁକ୍ତ କରିଛି। ସାରା ବିଶ୍ୱରେ ବ୍ୟାଙ୍କ ଜମା ଉପରେ ସୁଧହାର ହ୍ରାସ ପାଇବାରେ ଲାଗିଛି। ବିକଶିତ ଦେଶଗୁଡ଼ିକରେ ଜମା ଉପରେ ବାର୍ଷିକ ସୁଧହାର ୧ରୁ ୨ ପ୍ରତିଶତ ମଧ୍ୟରେ ରହିଛି।
ବାସ୍ତବରେ କେତେକ ଦେଶରେ ବ୍ୟାଙ୍କ ଜମା ଉପରେ ପ୍ରାୟ କିଛି ସୁଧ ମିଳୁନାହିଁ। କେତେକ ଅର୍ଥନୀତିଜ୍ଞଙ୍କ ପୂର୍ବାନୁମାନକୁ ଯଦି ବିଶ୍ୱାସ କରାଯାଏ, ତେବେ ଆଗାମୀ ଦିନରେ ବ୍ୟାଙ୍କରେ ଟଙ୍କା ରଖିବାକୁ ହେଲେ ସେଥିପାଇଁ ଜମା ଉପରେ ନିର୍ଦ୍ଦିଷ୍ଟ ହାରରେ ଲୋକଙ୍କୁ ଦେୟ ଦେବାକୁ ପଡ଼ିପାରେ। ଆଗାମୀ ବର୍ଷଗୁଡ଼ିକରେ ଆମ ଦେଶର ଅର୍ଥନୈତିକ ଅଭିବୃଦ୍ଧି ହାର ବୃଦ୍ଧି ପାଇବାକୁ ଯାଉଥିବାରୁ ଜମା ଉପରେ ସୁଧହାର କମିବାର ସମ୍ଭାବନା ରହିଛି। ଏସ୍‌ବିଆଇ ପାଖରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୪୪୦ ନିୟୁତ ସଞ୍ଚୟ ଜମାଖାତା ରହିଛି। ସେଥି ମଧ୍ୟରୁ ଏକଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜମା ରହୁଥିବା ଖାତା ସଂଖ୍ୟା ପ୍ରାୟ ୨୨ ନିୟୁତ- ମୋଟ ଜମାଖାତା ସଂଖ୍ୟାର ପାଖାପାଖି ୫ ପ୍ରତିଶତ। ତେବେ ବ୍ୟାଙ୍କ ସ୍ଥିର କରିଛି, ଏକଲକ୍ଷ ଟଙ୍କାରୁ କମ୍‌ ଜମା ଉପରେ ଏହା ୩.୫% ସୁଧହାର ଚାଲୁ ରଖିବ। ଆର୍‌ବିଆଇର ରେପୋହାର ସହ ଜମା ସୁଧହାରକୁ ସଂଯୁକ୍ତ କରିବାର ମାନେ ହେଉଛି, ରେପୋହାରର ହ୍ରାସବୃଦ୍ଧି ସଙ୍ଗେ ସଙ୍ଗେ ଏହି ସୁଧହାର ମଧ୍ୟ କମିବ ଓ ବଢ଼ିବ। ଯଦି ଆର୍‌ବିଆଇ ରେପୋହାର ବୃଦ୍ଧି କରେ, ତେବେ ଜମା ସୁଧହାର ବଢ଼ିବ। ଅନ୍ୟ ପକ୍ଷରେ ରେପୋହାର କମିଲେ ଜମା ସୁଧହାର ମଧ୍ୟ କମିବ। ରେପୋହାର କମାଇବା ପାଇଁ ଆର୍‌ବିଆଇ ଉପରେ ସରକାରଙ୍କ ପକ୍ଷରୁ ଚାପ ପଡ଼ୁଛି। ଆର୍‌ବିଆଇ ଗଭର୍ନର ଶକ୍ତିକାନ୍ତ ଦାଶ କାର୍ଯ୍ୟଭାର ଗ୍ରହଣ କରିବା ଦିନଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ୫୦ ବେସିସ୍‌ ପଏଣ୍ଟ ରେପୋହାର ହ୍ରାସ କରିସାରିଲେଣି। ମୁଦ୍ରାସ୍ଫୀତି ହ୍ରାସ ପାଇଚାଲିଥିବାରୁ ଆଗାମୀ ଦିନରେ ବ୍ୟାଙ୍କ ରେପୋହାର ଆହୁରି ହ୍ରାସ କରିପାରେ।
ଦେଶର ଅନ୍ୟ ପ୍ରମୁଖ ବ୍ୟାଙ୍କଗୁଡ଼ିକ ଏସ୍‌ବିଆଇର ପଦାଙ୍କ ଅନୁସରଣ କରିବା ଉଚିତ। ରେପୋହାର କମିବା ସହିତ ବ୍ୟାଙ୍କଗୁଡ଼ିକ ଜମା ସୁଧହାର କମାଇଲେ ସେମାନେ ଲାଭବାନ୍‌ ହେବେ। ସେହିପରି ରେପୋହାର ବୃଦ୍ଧି ପାଇଲେ (ଯାହା ନିକଟ ଭବିଷ୍ୟତରେ ଘଟିବାର ସମ୍ଭାବନା ନାହିଁ), ବ୍ୟାଙ୍କଗୁଡ଼ିକ ଋଣ ସୁଧହାର ବୃଦ୍ଧି କରିବେ। ରେପୋହାର ବଢ଼ିଲେ ଜମା ଉପରୁ ଅର୍ଜିତ ସୁଧ ମଧ୍ୟ ବଢ଼ିବ। ଏସ୍‌ବିଆଇର ସାମ୍ପ୍ରତିକ ପଦକ୍ଷେପ ଯୋଗୁ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥାରେ ସ୍ବଚ୍ଛତା ଆସିବ। ଆର୍‌ବିଆଇର ପଲିସି ରେଟ୍‌ରେ ପରିବର୍ତ୍ତନ ଘଟିଲେ ବ୍ୟାଙ୍କ ସୁଧହାରରେ ଆପେ ଆପେ ପରିବର୍ତ୍ତନ ଘଟିବ। ବର୍ତ୍ତମାନ ଆର୍‌ବିଆଇର ରେପୋହାର ହ୍ରାସ ଘଟିଲେ ବ୍ୟାଙ୍କଗୁଡ଼ିକ ତାହାର ଲାଭ ଗ୍ରାହକଙ୍କୁ ଦେବେ ବା ନ ଦେବେ ସେ ନେଇ ଅନିଶ୍ଚିତତା ରହିଛି। ଅନେକବାର ଦେଖିବାକୁ ମିଳିଛି ଯେ ବ୍ୟାଙ୍କଗୁଡ଼ିକର ଜିଦ୍‌ଖୋର ମନୋବୃତ୍ତି ଆଗରେ ରିଜର୍ଭ ବ୍ୟାଙ୍କ ନିଜକୁ ଅସହାୟ ମଣିଛି। ଏବେ ଉକ୍ତ ପ୍ରକ୍ରିୟା ଅଧିକ ଗତିଶୀଳ ହେବ। ବର୍ତ୍ତମାନ ସୁଦ୍ଧା ବ୍ୟାଙ୍କଗୁଡ଼ିକ ନିଜର ସୁଧହାର ସ୍ଥିର କରିବା ପାଇଁ ବିଭିନ୍ନ ପ୍ରକାର ମାନଦଣ୍ଡ ଅନୁସରଣ କରୁଛନ୍ତି, ଯଥା ପ୍ରାଇମ୍‌ ଲେଣ୍ଡିଂ ରେଟ୍‌ (ପିଏଲ୍‌ଆର୍‌), ବେଞ୍ଚମାର୍କ ପ୍ରାଇମ୍‌ ଲେଣ୍ଡିଂ ରେଟ୍‌ (ବିପିଏଲ୍‌ଆର୍‌), ବେସ୍‌ ରେଟ୍‌ ଏବଂ ମାର୍ଜିନାଲ କଷ୍ଟ ଅଫ୍‌ ଫଣ୍ଡ୍‌ସ-ବେସ୍‌ଡ ଲେଣ୍ଡିଂ ରେଟ୍‌ (ଏମ୍‌ସିଏଲ୍‌ଆର୍‌)। ଏଥିଯୋଗୁ ଗ୍ରାହକମାନେ ଦ୍ୱନ୍ଦ୍ୱରେ ପଡ଼ୁଛନ୍ତି। ବର୍ତ୍ତମାନ ଏସ୍‌ବିଆଇ ଯେଉଁ ନିଷ୍ପତ୍ତି ନେଇଛି, ତାହାଦ୍ୱାରା ସଞ୍ଚୟ ଜମାଖାତାରେ ଏକଲକ୍ଷରୁ ଅଧିକ ଟଙ୍କା ଜମା ରଖିଥିବା ୨୨ ନିୟୁତ ସ୍ବଳ୍ପକାଳୀନ ଜମାକାରୀ ପ୍ରଭାବିତ ହେବେ, କାରଣ ସେମାନେ ପ୍ରତି ୧୦୦୦ ଟଙ୍କାରେ ବର୍ଷକୁ ଟ୨.୫୦ କମ୍‌ ସୁଧ ପାଇବେ। କିନ୍ତୁ ଏହାଦ୍ୱାରା ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥାରେ ଗଢ଼ିଉଠିବାକୁ ଯାଉଥିବା ସ୍ବଚ୍ଛତା ତୁଳନାରେ ଏହି ମୂଲ୍ୟ ବହୁତ କମ୍‌। ରେପୋ-ଆନୁପାତିକ ସୁଧହାର ବୁଝିବାକୁ ସହଜ ହେବ ଓ ତାହା ଗ୍ରାହକ-ଅନୁକୂଳ ହେବ। ଆମେ ଆଶା କରୁଛୁ ଅନ୍ୟ ବ୍ୟାଙ୍କଗୁଡ଼ିକ ମଧ୍ୟ ଏସ୍‌ବିଆଇର ପଦାଙ୍କ ଅନୁସରଣ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

ଏଇ ଭାରତରେ

ଏମ୍‌. ନାଗରାଜୈହ ବେଙ୍ଗାଲୁରୁର ବସ୍ତିରେ ରହୁଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ସେ ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ଶିଶୁ ଶ୍ରମିକ ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri