ଆଜିର ଅର୍ଥନୀତି/ ଆହ୍ବାନପୂର୍ଣ୍ଣ

ଚଳିତ ମାନ୍ଦାବସ୍ଥା ସୁଧୁରିବାର କୌଣସି ଲକ୍ଷଣ ଦେଖିବାକୁ ମିଳୁନି। ସାଧାରଣ ଲୋକମାନେ ବିଭିନ୍ନ ସମୟରେ ପାଉଥିବା ଆର୍ଥିକ ତଥ୍ୟ ସବୁବେଳେ ପୂର୍ବାପେକ୍ଷା ଅଧିକ ଚିନ୍ତାଜନକ ହେଉଛି। ବୁଧବାର ପ୍ରକାଶିତ ସରକାରୀ ତଥ୍ୟରୁ ଜଣାପଡ଼ିଛି ଯେ, ଡିସେମ୍ବର ୨୦୧୯ରେ ଭାରତର ରପ୍ତାନି ୧.୮ ପ୍ରତିଶତ ହ୍ରାସ ପାଇ ୨୭.୩୬ ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚିଛି। ପ୍ଲାଷ୍ଟିକ୍‌, ରତ୍ନପଥର, ଅଳଙ୍କାର, ଚମଡ଼ା ଉତ୍ପାଦ ଓ ରାସାୟନିକ ପ୍ରଭୃତିର ରପ୍ତାନିରେ ଉଲ୍ଲେଖନୀୟ ହ୍ରାସ ଯୋଗୁ କ୍ରମାଗତ ପଞ୍ଚମ ମାସ ପାଇଁ ଏହି ହ୍ରାସ ଘଟିଛି। ଆମଦାନି ମଧ୍ୟ କ୍ରମାଗତ ସପ୍ତମ ମାସ ପାଇଁ ହ୍ରାସ ପାଇଛି ଏବଂ ଏହା ୮.୮୩ ପ୍ରତିଶତ ହ୍ରାସ ପାଇ ୩୮.୬୧ ବିଲିୟନ ଡଲାରରେ ପହଞ୍ଚିଛି। ମଙ୍ଗଳବାର ପାଇକାରୀ ମୂଲ୍ୟସୂଚୀ ଡିସେମ୍ବରରେ ସପ୍ତମ ମାସର ସର୍ବୋଚ୍ଚ ସ୍ତର ୨.୫୯ ପ୍ରତିଶତରେ ପହଞ୍ଚିଛି। ଚଳିତ ସପ୍ତାହ ପ୍ରାରମ୍ଭରେ ଖୁଚୁରା ମୁଦ୍ରାସ୍ଫୀତି ଡିସେମ୍ବରରେ ୭.୩୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଥିବା ପ୍ରକାଶ ପାଇଛି। ଏହା ୨ରୁ ୬ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଲକ୍ଷ୍ୟ ରଖିଥିବା ବେଳେ ତାହା ସେହି ଆକଳନକୁ ଟପିଯାଇଛି। ଖାଦ୍ୟ ମୁଦ୍ରାସ୍ଫୀତି ହାର ପୂର୍ବ ମାସରେ ୧୦.୦୧ ପ୍ରତିଶତ ଥିବାବେଳେ ପନିପରିବା ଓ ଡାଲି ଦର ବୃଦ୍ଧି ଯୋଗୁ ଡିସେମ୍ବରରେ ତାହା ୧୪.୧୨ ପ୍ରତିଶତକୁ ବୃଦ୍ଧି ପାଇଛି।
ଅଭିବୃଦ୍ଧି ହ୍ରାସ ପାଇଥିବା ବେଳେ ଖୁଚୁରା ମୁଦ୍ରାସ୍ଫୀତି ଧାର୍ଯ୍ୟ ଲକ୍ଷ୍ୟ ଅତିକ୍ରମ କରିଛି। ବିଶ୍ୱ ବ୍ୟାଙ୍କ ଓ ଏସୀୟ ଉନ୍ନୟନ ବ୍ୟାଙ୍କଠାରୁ ଆରମ୍ଭ କରି ଭାରତୀୟ ରିଜର୍ଭ ବ୍ୟାଙ୍କ ଓ ସରକାରଙ୍କ ନିଜସ୍ବ ତଥ୍ୟ ବର୍ତ୍ତମାନର ଜିଡିପି ପ୍ରାୟ ୧୧ ବର୍ଷର ସର୍ବନିମ୍ନ ସ୍ତରରେ ପହଞ୍ଚିଥିବା ଆକଳନ କରିଛନ୍ତି। ତେଣୁ ଆମର ଅର୍ଥନୀତି ଯେ ଏବେ ସଂକଟରେ ପଡ଼ିଛି ଏଥିରେ କୌଣସି ସନ୍ଦେହ ନାହିଁ। ତେବେ ସରକାର କାହିଁକି ଏହା ସ୍ବୀକାର କରୁନାହାନ୍ତି ତାହା ଭିନ୍ନ କଥା। ସରକାର ଏବେ ବିଭିନ୍ନ ବିବାଦୀୟ ପ୍ରସଙ୍ଗ ଯଥା ନାଗରିକତ୍ୱ ସଂଶୋଧନ ଆଇନ, ଏନ୍‌ଆର୍‌ସି ଓ ଏନ୍‌ପିଆର୍‌ ପ୍ରଭୃତିରେ ବ୍ୟସ୍ତ ଅଛନ୍ତି। ପ୍ରତ୍ୟେକ ଦିନ ଦେଶର ଅର୍ଥନୈତିକ ସ୍ବାସ୍ଥ୍ୟ ବିଗିଡ଼ି ଚାଲିଥିବା ବେଳେ ସରକାର ସେଥିରୁ ଦୃଷ୍ଟି ହଟାଇବା ପାଇଁ ରାଜନୈତିକ ପ୍ରସଙ୍ଗରେ ବ୍ୟସ୍ତ ନ ରହି ଅନ୍ତତଃ ଏହାକୁ ସ୍ବୀକାର କରିବା ଉଚିତ। ଆର୍‌ବିଆଇ ଗଭର୍ନର ଶକ୍ତିକାନ୍ତ ଦାସ ଗତ ସପ୍ତାହରେ କହିଥିଲେ ଯେ କେନ୍ଦ୍ରୀୟ ବ୍ୟାଙ୍କର ପ୍ରାଥମିକ ଲକ୍ଷ୍ୟ ହେଉଛି ବଜାର ଦରରେ ସ୍ଥିରତା ଆଣିବା ଏବଂ ମୁଦ୍ରାସ୍ଫୀତିକୁ ରୋକିବା କାରଣ ଏହାଦ୍ୱାରା ଗରିବ ଲୋକମାନେ ହଇରାଣ ହେଉଛନ୍ତି। ଏ ପରିସ୍ଥିତିରେ ଯଦି ମୁଦ୍ରାସ୍ଫୀତିକୁ ରୋକା ନ ଯାଏ, ଯାହା ପ୍ରାୟତଃ ସମ୍ଭବ ନୁହେଁ, ତେବେ କେନ୍ଦ୍ର ବଜେଟ ଉପସ୍ଥାପନ ପରେ ପରେ ଫେବୃୟାରୀ ୬ରେ ବସିବାକୁ ଥିବା ଆର୍ଥିକ ନୀତି ସମୀକ୍ଷା ବୈଠକରେ ଆର୍‌ବିଆଇ ରେପୋ ରେଟ୍‌ ବୃଦ୍ଧି କରିପାରେ, ଯାହା ଅଭିବୃଦ୍ଧିକୁ ଆହୁରି ମାନ୍ଦା କରିବ। ରେପୋ ରେଟ୍‌ ୧୩୫ ବେସିସ୍‌ ପଏଣ୍ଟ ହ୍ରାସ କରିବା ପରେ ଆର୍‌ବିଆଇର ଆର୍ଥିକ ନୀତି କମିଟି (ଏମ୍‌ପିସି) ଡିସେମ୍ବରରେ ଏହାକୁ ଅପରିବର୍ତ୍ତିତ ରଖିଥିଲା। ମୁଖ୍ୟତଃ ମୁଦ୍ରାସ୍ଫୀତିଜନିତ ବିପଦକୁ ଆଖି ଆଗରେ ରଖି ଏହି ନିଷ୍ପତ୍ତି ନିଆଯାଇଥିଲା। ବର୍ତ୍ତମାନ ମୁଦ୍ରାସ୍ପୀତି ଧାର୍ଯ୍ୟ ଲକ୍ଷ୍ୟଠାରୁ ଆହୁରି ବୃଦ୍ଧି ପାଇଥିବାରୁ ଏମ୍‌ପିସି ଆସନ୍ତା ଫେବୃୟାରୀ ବୈଠକରେ ରେପୋ ରେଟ୍‌ ଅପରିବର୍ତ୍ତିତ ରଖିପାରେ ଅଥବା ଏହାକୁ ବୃଦ୍ଧି କରିପାରେ।
ବର୍ତ୍ତମାନ ଆର୍ଥିକ ମାନ୍ଦାବସ୍ଥା ଓ ମୁଦ୍ରାସ୍ଫୀତିରେ ସୁଧାର ଆଣିବା ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ଙ୍କ ଉପରେ ଗୁରୁଦାୟିତ୍ୱ ରହିଛି। ମୁଦ୍ରାସ୍ଫୀତିକୁ କମାଇବା ଏ ସରକାର ପାଇଁ ଏକ ଚର୍ଚ୍ଚିତ ପ୍ରସଙ୍ଗ ହୋଇଆସିଛି। ଏହି ସରକାରଙ୍କ କାର୍ଯ୍ୟକାଳର ଅଧିକାଂଶ ସମୟ ଶିରୋନାମା ମୁଦ୍ରାସ୍ଫୀତି ଆର୍‌ବିଆଇର ଗ୍ରହଣୀୟ ସୀମା ଭିତରେ ରହିଆସିଛି। କିନ୍ତୁ ତାହା ଏବେ ଅତୀତର ବିଷୟ ହୋଇଗଲାଣି। ଗହମ ପରେ ରୋଷେଇ ଘରେ ସବୁଠାରୁ ବେଶି ବ୍ୟବହାର ହେଉଥିବା ପିଆଜ ଓ ଆଳୁ ଦର ସୀମା ବାହାରକୁ ଚାଲିଯାଇଥିବା ବେଳେ ତାହା ପ୍ରତ୍ୟେକ ପରିବାରର ବଜେଟ ପାଇଁ ବୋଝ ହୋଇଉଠିଛି। ତେଣୁ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ ଭିତରକୁ ଆଣିବା ସରକାରଙ୍କ ପ୍ରଥମ ଦାୟିତ୍ୱ। ମୁଦ୍ରାସ୍ଫୀତିର ନିୟନ୍ତ୍ରଣ କେନ୍ଦ୍ରୀୟ ବ୍ୟାଙ୍କର କର୍ତ୍ତବ୍ୟ ହୋଇଥିବା ବେଳେ ଏହା ସେଥିରେ ବିଫଳ ହୋଇଛି। ଯୋଗାଣ ଦିଗରୁ ରହିଥିବା ବାଧାକୁ ଦୂର କରାଯିବା ଦରକାର। ସରକାର ଖାଦ୍ୟଦ୍ରବ୍ୟର ଯୋଗାଣ ଓ କୃଷି ବଜାର-ଭିତ୍ତିକ ମୂଲ୍ୟ ବୃଦ୍ଧି କରିବା ସହ ମହଜୁଦକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବଂ ମୂଲ୍ୟଗତ ବିକୃତି ଦୂର କରିବା ପ୍ରତି ଦୃଷ୍ଟି ଦେବା ଦରକାର। ଟଙ୍କାର ମୂଲ୍ୟ ଉଚ୍ଚ ରହିଲେ ମୁଦ୍ରାସ୍ଫୀତିକୁ ପ୍ରଶମନ କରିବାରେ ସାହାଯ୍ୟ କରିପାରନ୍ତା। ଆର୍ଥିକ ଅଭିବୃଦ୍ଧି ଯେପରି ବଢ଼େ ସେ ଦିଗରେ ମଧ୍ୟ ସରକାର ଯତ୍ନ କରିବା ଜରୁରୀ। ଅଭିବୃଦ୍ଧି ପାଇଁ ଅନେକ କାରକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାନ୍ତି। ସେଥିପାଇଁ ଲୋକମାନେ ଯେପରି ସୁବିଧାରେ ଓ କମ୍‌ ସୁଧହାରରେ ଋଣ ପାଆନ୍ତି ସେ ଦିଗରେ ଦୃଷ୍ଟିଦେବା ସହ ବ୍ୟକ୍ତିଗତ ଟିକସ ହାର ହ୍ରାସ କରିବା ଦରକାର, ଯାହା ଅର୍ଥନୈତିକ ଅଭିବୃଦ୍ଧିରେ ସାହାଯ୍ୟ କରିବ। ବର୍ତ୍ତମାନ ଆର୍ଥିକ ମାନ୍ଦାବସ୍ଥାର ମୂଳ କାରଣ ହେଉଛି ଖାଉଟି ଚାହିଦା ହ୍ରାସ କାରଣ ଜିନିଷ କିଣିବା ପାଇଁ ଲୋକଙ୍କ ପକେଟରେ ଟଙ୍କା ନାହିଁ। ତେଣୁ ବଜେଟରେ ଅର୍ଥମନ୍ତ୍ରୀ ବ୍ୟକ୍ତିଗତ ଟିକସ ହାର ହ୍ରାସ କରିବା ଉଚିତ, ଯାହାଫଳରେ ଲୋକଙ୍କ ହାତରେ ଅଧିକ ଟଙ୍କା ରହିପାରିବ। ଅର୍ଥନୈତିକ ବିଶ୍ଳେଷକମାନଙ୍କ ମତରେ କୁହାଯାଉଥିବା ଫ୍ଲାଟ୍‌ ବ୍ୟକ୍ତିଗତ ଟିକସ ବଦଳରେ ସରକାର ଛାଡ଼ ସୀମା ବୃଦ୍ଧି କରିବା ଉଚିତ, ଯାହାଫଳରେ ଅଧିକ ସଂଖ୍ୟାରେ ଖାଉଟି ଉପକୃତ ହୋଇପାରିବେ। ୮୦ (ସି) ଧାରା ଅଧୀନରେ ଥିବା ଛାଡ଼ ସୀମା ୧.୫୦ ଲକ୍ଷକୁ ବୃଦ୍ଧି କରି ୨.୫୦ ଲକ୍ଷ କରାଯାଇପାରେ। ତେବେ ବର୍ତ୍ତମାନର ରାଜସ୍ବ ନିଅଣ୍ଟିଆ ସ୍ଥିତି ଯୋଗୁ ସରକାର ବ୍ୟକ୍ତିଗତ ଟିକସ ହ୍ରାସ କରିବା ସମ୍ଭାବନା କ୍ଷୀଣ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟ ଓ ଜୀବନଶୈଳୀ

ପିଲାବେଳର ପାଠ କିଛି ମନେ ଥାଉ କି ନ ଥାଉ, ଏଇ ପଦଟି ସମସ୍ତଙ୍କର ମନେଥିବ – ‘ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ’।...

୨୦୨୬ର ଚିନ୍ତା

୨୦୨୬ ଦେଶର ରାଜନୈତିକ ଦଳ ଓ ସରକାର ପାଇଁ ବ୍ୟସ୍ତବହୁଳ ହେବା ଅବଶ୍ୟମ୍ଭାବୀ। ଆସାମ, କେରଳ, ତାମିଲନାଡ଼ୁ, ପଶ୍ଚିମବଙ୍ଗ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରୀରେ ଆଲୋଚ୍ୟ...

କାର୍ଯ୍ୟରେ ବିଳମ୍ବ

ଜମି ବିବାଦ ଦେଖାଦେଲେ ସରକାରୀ କାମଗୁଡ଼ିକର ସମୟସୀମା ଗଡ଼ିଚାଲେ। ଠିକାଦାର ବିଳମ୍ବ କରନ୍ତି କିମ୍ବା ଏଥିରେ ଜଡ଼ିତ ବିଭାଗଗୁଡ଼ିକ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଚେଷ୍ଟା...

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଦୁଇ ଦେଶ ଲୁଟୁଛନ୍ତି

ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri