ଆଜିଠୁ ଚନ୍ଦନଯାତ୍ରା: କଟକଣା ପାଇଁ ନରେନ୍ଦ୍ର ସରୋବରକୁ ବିଜେ କରିବେନି ମହାପ୍ରଭୁ, ଶ୍ରୀମନ୍ଦିର ଭିତରେ ସମ୍ପନ୍ନ ହେବ ବିଧି

ପୁରୀ ଅଫିସ,୨୬।୪: ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇଥାଏ ଚନ୍ଦନ ଯାତ୍ରା। ତେଣୁ ରବିବାରଠାରୁ ୨୧ ଦିନିଆ ବାହାର ଚନ୍ଦନ ଯାତ୍ରାରେ ଜଳକ୍ରୀଡ଼ା କରିବେ ମହାପ୍ରଭୁ। କିନ୍ତୁ କରୋନା କଟକଣା ପାଇଁ ଏ ବର୍ଷ ନରେନ୍ଦ୍ର ସରୋବରକୁ ବିଜେ କରିବେନି ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଏବଂ ପଞ୍ଚ ମହାଦେବ। ଶ୍ରୀମନ୍ଦିର ଭିତରେ ହିଁ ସମ୍ପନ୍ନ ହେବ ଚନ୍ଦନ ଯାତ୍ରାର ବିଧି। ସେହିପରି ଅକ୍ଷୟ ତୃତୀୟା ନୀତି ବି ମେଘନାଦ ପାଚେରି ପରିସରରେ କରାଯିବ। ଚାହାଣି ମଣ୍ଡପ ଏବଂ ସ୍ନାନବେଦି ମଧ୍ୟଭାଗରେ ରଥ ନିର୍ମାଣ ଅନୁକୂଳ ହେବ। ଶନିବାର ଜିଲାପାଳ ବଲୱନ୍ତ ସିଂଙ୍କ ଅଧ୍ୟକ୍ଷତାରେ ସମ୍ପୃକ୍ତ ସେବାୟତଙ୍କ ସହ ହୋଇଥିବା ବୈଠକରେ ମେଘନାଦ ପାଚେରି ଭିତରେ କେଉଁଠି କିଭଳି ଠାକୁରଙ୍କ ନୀତିକାନ୍ତି ସୁରୁଖୁରରେ ସମ୍ପନ୍ନ ହେବ ତାହା ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ରଥ ଅନୁକୂଳ ଏବଂ ବାହାର ଚନ୍ଦନ ଯାତ୍ରା ମନ୍ଦିର ଭିତରେ ହେବାର କୌଣସି ପ୍ରମାଣ ନ ଥିବାବେଳେ ଏ ବର୍ଷ କରୋନା ପାଇଁ ଶ୍ରୀମନ୍ଦିର ଇତିହାସରେ ଏକ ବିରଳ ଘଟଣା ଘଟିବାକୁ ଯାଉଛି।

ପ୍ରତିବର୍ଷ ଅକ୍ଷୟ ତୃତୀୟାରେ ମହାପ୍ରଭୁଙ୍କ ରଥ ନିର୍ମାଣ ଅନୁକୂଳ ହୋଇଥାଏ। ଏହି ପବିତ୍ର ତିଥିରୁ ଠାକୁରଙ୍କ ଚନ୍ଦନ ଯାତ୍ରା ମଧ୍ୟ ଆରମ୍ଭ ହୁଏ। ଚଳିତବର୍ଷ ମହାମାରୀ କରୋନା ପାଇଁ ମେ ୩ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ ଥିବାରୁ କିପରି ଠାକୁରଙ୍କ ନୀତିକାନ୍ତି ସମ୍ପନ୍ନ କରାଯିବ ସେ ନେଇ ଶୁକ୍ରବାର ଜଗଦଗୁରୁ ଶଙ୍କରାଚାର୍ଯ୍ୟ ମାର୍ଗଦଶନ କରିଥିଲେ। ଲକ୍‌ଡାଉନ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ସମସ୍ତ ବିଧି ମନ୍ଦିର ପରିସରରେ କରିବାକୁ ପରାମର୍ଶ ଦେଇଥିଲେ। ସେହି ଅନୁଯାୟୀ ଜିଲାପାଳ ଅକ୍ଷୟ ତୃତୀୟା ଏବଂ ଚନ୍ଦନ ଯାତ୍ରା ନୀତି ସହ ସମ୍ପୃକ୍ତ ସେବକଙ୍କୁ ଡାକି ମନ୍ଦିର ପରିସର କେଉଁ ସ୍ଥାନରେ କିପରି କରାଯାଇପାରିବ ସେନେଇ ଆଲୋଚନା କରିଥିଲେ। ପ୍ରଥମେ ପଞ୍ଚମହାଦେବ ସେବାୟତଙ୍କ ସହ ଆଲୋଚନା ହୋଇଥିଲା। ପରେ ପୂଜାପଣ୍ଡା ସେବାୟତ, ପରିଚାଳନା କମିଟି ସଦସ୍ୟ ଏବଂ ଅନ୍ୟ ସେବାୟତଙ୍କ ସହ ଆଲୋଚନା କରାଯାଇଥିଲା। ଏଭଳି ପ୍ରତିକୂଳ ପରିସ୍ଥିତିରେ ଜନସମାଜର ସ୍ବାର୍ଥ ଏବଂ ମହାପ୍ରଭୁଙ୍କ ବିଧି ପରମ୍ପରା ଯେପରି ରକ୍ଷା ହୋଇପାରିବ ସେଥିରେ ସହଯୋଗ କରିବେ ବୋଲି ସମସ୍ତେ ସହମତି ପ୍ରକାଶ କରିଥିଲେ।

ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ, ବେଢ଼ା ପରିସର ଜଳକ୍ରୀଡ଼ା ମଣ୍ଡପ ନିକଟରେ ଚନ୍ଦନ ଯାତ୍ରା ନୀତି କରାଯିବ। ପୂର୍ବରୁ ଏଠାରେ ଗୋଟିଏ କୁଣ୍ଡ ରହିଛି। ଏହି କୁଣ୍ଡରେ ଭିତର ଚନ୍ଦନ ଯାତ୍ରାରେ ଶ୍ରୀଦେବୀ ଏବଂ ମଦନମୋହନ ଜଳକ୍ରୀଡ଼ା କରିଥାନ୍ତି। ତେଣୁ ଏଥର ବାହାର ଚନ୍ଦନ ଯାତ୍ରା ପାଇଁ ରାମ କୃଷ୍ଣ ଏବଂ ପଞ୍ଚ ମହାଦେବ (ଯମେଶ୍ୱର, ଲୋକନାଥ, ମାର୍କଣ୍ଡେଶ୍ୱର, କପାଳମୋଚନ ଓ ନୀଳକଣ୍ଠେଶ୍ୱର)ଙ୍କ ପାଇଁ ୨ଟି କୁଣ୍ଡ ତିଆରି ହେବ। ଏହି କୁଣ୍ଡ ପିତ୍ତଳ କିମ୍ବା ଗ୍ରାନାଇଟ୍‌ରେ ତିଆରି କରାଯାଇ ପ୍ରତିଷ୍ଠା କରାଯିବ। ସାଙ୍କେତିକ ଜଳକ୍ରୀଡ଼ା କରିବେ ସମସ୍ତ ଠାକୁର। ସେହିପରି ପ୍ରତିବର୍ଷ ନରେନ୍ଦ୍ର ପୁଷ୍କରିଣୀ ଚନ୍ଦନ ଚକଡ଼ାରେ ଭୋଗ ପାଇଁ ମାଣ୍ଡୁଅ ପ୍ରସ୍ତୁତ ହୋଇଥାଏ। ମାତ୍ର ଏଥର ମହାଲକ୍ଷ୍ମୀଙ୍କ ରୋଷରେ ମାଣ୍ଡୁଅ ପ୍ରସ୍ତୁତ କରାଯାଇ ଠାକୁରଙ୍କ ପାଖରେ ଭୋଗ ଲାଗି ହେବ। ଏହାଛଡ଼ା ରାତିଚାପ ସହ ଯେଉଁ ନୀତି ନରେନ୍ଦ୍ର ପୁଷ୍କରିଣୀରେ କରାଯାଏ ସମସ୍ତ ନୀତି ମନ୍ଦିର ଭିତରେ କରାଯିବ। ବିଗତ ବର୍ଷଗୁଡ଼ିକରେ ବାହାର ଚନ୍ଦନ ଯାତ୍ରା ୨୧ ଦିନ ପଞ୍ଚମହାଦେବ ନୀତି ସାରି ସ୍ବମନ୍ଦିରକୁ ବିଜେ କରିଥାନ୍ତି। କିନ୍ତୁ ଏଥର ବର୍ଷତମାମ୍‌ ଶ୍ରୀମନ୍ଦିରରେ ଯେଉଁଠାରେ ଥାନ୍ତି ସେହିଠାକୁ ହିଁ ବିଜେ କରିବେ ବୋଲି ଲୋକନାଥ ମନ୍ଦିର ସେବାୟତ ସନ୍ତୋଷ କୁମାର ପଣ୍ଡା କହିଛନ୍ତି।

ସୂଚନାଥାଉ କି, ପ୍ରତିବର୍ଷ ବାହାର ଚନ୍ଦନ ଯାତ୍ରାରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ରାମକୃଷ୍ଣ ପାଲିଙ୍କିରେ ସବା ଆଗରେ, ତାଙ୍କ ପଛକୁ ମଣି ବିମାନରେ ଶ୍ରୀଦେବୀ, ଭୂଦେବୀ ଓ ମଦନମୋହନ ଏବଂ ସବା ପଛରେ ପଞ୍ଚ ମହାଦେବ ବିମାନରେ ବସି ନରେନ୍ଦ୍ର ସରୋବରକୁ ଯାତ୍ରା କରିଥାନ୍ତି। ନରେନ୍ଦ୍ର ପୁଷ୍କରିଣୀରେ ପହଞ୍ଚତ୍ବା ପରେ ଠାକୁରମାନେ ଜଳକ୍ରୀଡ଼ା କରିଥାନ୍ତି। ଜଗତି ଉପରେ ଥିବା କୁଣ୍ଡରେ ସ୍ନାନ ପରେ ମାଣ୍ଡୁଅ ଭୋଗ ହୋଇଥାଏ। ପରେ ବେଶ ହୋଇ ଠାକୁରମାନେ ରାତ୍ର ଚାପରେ ସାମିଲ ହୋଇଥାନ୍ତି। ଚାପ ସରିବା ପରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଶ୍ରୀମନ୍ଦିରକୁ ଏବଂ ପଞ୍ଚ ମହାଦେବ ସ୍ବମନ୍ଦିରକୁ ବିଜେ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂଜା ସାରି ଫେରୁଥିବା ବେଳେ ମହିଳାଙ୍କୁ ମାଡ଼, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଥାନାରେ ମାମଲା

ଧାମନଗର,୨୧।୭(କାଳନ୍ଦି ବେହେରା): ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ବରଗଡ଼ା ଗ୍ରାମରେ ପୂଜା ସାରି ଘରକୁ ଫେରୁଥିବା ଜଣେ ମହିଳାଙ୍କୁ ଆକ୍ରମଣ କରାଯିବା ଏବଂ ଚିକିତ୍ସାଧୀନ ଅବସ୍ଥାରେ…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

ଦ୍ୱିତୀୟ ପ୍ରଚେଷ୍ଟାରେ ଏନଇଇଟିରେ ଚମକିଲେ ଅରୋଶିଷ: ପୂରଣ ହେବ ଡାକ୍ତର ହେବାର ସ୍ବପ୍ନ

ଅମରପାଲି,୨୧।୭(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକର ଯାଲୋଏ ଗ୍ରାମର ମେଧାବୀ ଛାତ୍ର ଅରୋଶିଷ ପଣ୍ଡା ଚଳିତ ବର୍ଷର ଏନଇଇଟି (NEET UG) ପ୍ରବେଶିକା ପରୀକ୍ଷାରେ ଉଲ୍ଲେଖନୀୟ…

ପେ-ଲେଭଲ୍ ବୃଦ୍ଧି ଓ କ୍ୟାଡ଼ର ପୁନର୍ଗଠନ ଦାବି: ଏଓବିଏସଏସଓଏ ପକ୍ଷରୁ କଳାହାଣ୍ଡି ଜିଲାପାଳଙ୍କୁ ଦାବିପତ୍ର

ଭବାନୀପାଟଣା,୨୧।୭(ଉତ୍ତମ କୁମାର ଦାଶ): ଅଲ ଓଡ଼ିଶା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପରିଷଦ (ଏଓବିଏସଏସଓଏ) ପକ୍ଷରୁ ମଙ୍ଗଳବାର କଳାହାଣ୍ଡି ଜିଲାପାଳ ପାୱାର ସଚିନ ପ୍ରକାଶଙ୍କୁ ଏକ ୮…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ଚାଲି ଚାଲି ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଇ ଗଛରେ ପିଟି ହେଲା ମିନିଟ୍ରକ୍‌: ଚାଳକ ଫେରାର, ଗୁରୁତର…

ଦାରିଙ୍ଗବାଡ଼ି,୨୧।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଏକ ମାଲବୋଝେଇ ମିନିଟ୍ରକ ଧକ୍କାରେ ଜଣେ ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ବୃଦ୍ଧଜଣକ ହେଲେ…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ବ୍ଲକ-ପଞ୍ଚାୟତ ପ୍ରଶାସନର ଟାଳଟୁଳ ନୀତି: ସ୍ୱାମୀଙ୍କ ମୃତ୍ୟୁର ଦୁଇ ବର୍ଷ ପରେ ବି ସୂର୍ଯ୍ୟଙ୍କୁ ମିଳିନି ବିଧବା ଭତ୍ତା

ଥୁଆମୂଳ ରାମପୁର,୨୧।୭ (ଦୁର୍ଗା କୀର୍ତ୍ତି): ସରକାରୀ ସାମାଜିକ ସୁରକ୍ଷା ଯୋଜନାର ବ୍ୟାପକ ପ୍ରଚାର ଚାଲିଥିଲେ ହେଁ ପ୍ରଶାସନିକ ଅବହେଳା ଯୋଗୁ ପ୍ରକୃତ ହିତାଧିକାରୀମାନେ ଏହାରୁ ବଞ୍ଚିତ ହେଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri