Odisha Elections 2024
Posted inଫୁରସତ

ଆଜିଠାରୁ ବଦଳିଲା ହ୍ବାଟ୍ସଆପ୍‌, ଜୀବନବୀମା, ଏଟିଏମ୍‌ ସହ ଜଡ଼ିତ ଏସବୁ ନିୟମ: ଜାଣନ୍ତୁ…

୨୦୨୦ ଫେବୃୟାରୀ ପହିଲାରୁ ବଦଳିଛି ଅନେକ ନିୟମ। ଏଟିଏମ୍‌, ହ୍ବାଟ୍ସଆପ୍‌, ଜୀବନବୀମା, ଏଟିଏମ୍‌ ଏବଂ ଡାକଘର ସମ୍ପର୍କିତ ଅନେକ ନିୟମ ଶନିବାରଠାରୁ ବଦଳିଛି।

ହ୍ବାଟ୍ସଆପ୍‌: ଫେବୃୟାରୀ ୧ରୁ ଲକ୍ଷାଧିକ ସ୍ମାର୍ଟଫୋନ୍‌ରେ ହ୍ବାଟ୍ସଆପ୍‌ କାମ କରିବ ନାହିଁ। କାରଣ କମ୍ପାନୀ ଏହାକୁ ବନ୍ଦ କରିଛି। ୨.୩.୭ ଆଣ୍ଡ୍ରଏଡ୍‌ ଭର୍ସନ ଏବଂ ଆଇଓଏସ୍‌ ୭ ଥିବା ସ୍ମାର୍ଟଫୋନ୍‌ରେ ଏହା କାମ କରିବ ନାହିଁ ବୋଲି ଜଣାପଡ଼ିଛି।

ଏଲ୍‌ଆଇସି: ଏଲ୍‌ଆଇସି (ଜୀବନ ବୀମା ନିଗମ)ର ନିର୍ଦ୍ଦେଶାନୁଯାୟୀ ୨୩ଟି ଯୋଜନା ବନ୍ଦ ହୋଇଛି। ଜୀବନ ଆନନ୍ଦ, ଜୀବନ ଲକ୍ଷ୍ୟ, ଜୀବନ ତରୁଣ, ଜୀବନ ଉମଙ୍ଗ ଭଳି ଯୋଜନା ସାମିଲ ରହିଛି। ଏହାଛଡ଼ା ୟୁନିଟ୍‌ ଲିକ୍ଡ ପ୍ଲାନ୍‌ ଏବଂ ନ୍ୟୁ ଏଣ୍ଡାଓମେଣ୍ଟ ପ୍ଲାନ୍‌କୁ ଏଲ୍‌ଆଇସି ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି।

ଡାକ ବିଭାଗ/ଏଟିଏମ୍‌: ଡାକଘରେ ଟଙ୍କା ଜମା ରଖୁଥିବା ଲୋକମାନଙ୍କୁ ମୋବାଇଲ ନମ୍ବର ଅପ୍‌ଡେଟ୍‌ କରିବା ତଥା ଏଟିଏମ୍‌ (ମ୍ୟାଗ୍ନେଟିକ୍‌ ଚିପ୍‌) ବିଶିଷ୍ଟ ଆଦିକୁ ବଦଳାଇବାକୁ କୁହାଯାଇଥିଲା। ଯଦି ଏହା କେହି କରି ନ ଥାଆନ୍ତି, ତେବେ ଆଜିଠାରୁ ଏଟିଏମ୍‌ ବନ୍ଦ ହୋଇଯିବ। ଫଳରେ ଆପଣଙ୍କୁ ଘରୋଇ ଶାଖାକୁ ଯାଇ କାର୍ଡ ବଦଳାଇବାକୁ ପଡ଼ିବ। ଏଥିସହ ମୋବାଇଲ ନଂ. ଅପ୍‌ଡେଟ୍‌ କରିବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

କର୍ମାନୁଯାୟୀ ଦଣ୍ଡ, ପୁଣି ଗୋଟିଏ ଜନ୍ମରେ

ଏ ସଂସାରରେ ଯିଏ ଯେମିତି କର୍ମ କରିବ, ସେ ସେମିତି ଫଳ ପାଇବ। ଭଲ କର୍ମ ର ଭଲ ଫଳ। ଖରାପ କର୍ମର ଖରାପ ଫଳ।...

କଳାଗ୍ରାମ ସାରଙ୍ଗଯୋଡ଼ି

ଏଠି ସଞ୍ଜ ନଇଁ ଆସିଲେ ପ୍ରତିଦିନ ଚାଲେ ଲୋକକଳାର ସାଧନା। ଗାଁ ଭାଗବତ ଘରେ କଳାକାରମାନେ ଏକାଠି ହୁଅନ୍ତି। ଭାଗବତ ପଢ଼ାଯାଏ, ଠାକୁରଙ୍କୁ ପ୍ରାର୍ଥନା କରାଯାଏ।...

ବୋଉ ନିର୍ଦ୍ଦେଶରେ ଶାଢ଼ି କିଣିଥିଲି

ଯୁକ୍ତ ତିନି ବିଜ୍ଞାନ ଶେଷବର୍ଷ ପରୀକ୍ଷାର ଶେଷ ପେପର ଥାଏ ଗଣିତ। ପରୀକ୍ଷା ଶେଷଦିନର ଅନୁଭବ ପ୍ରତି ପରୀକ୍ଷାର୍ଥୀଙ୍କ ପାଇଁ ଥାଏ ଯେମିତି ନିଆରା ସେମିତି...

ଯେତେଦିନ ବଞ୍ଚିବି କବିତାରେ ବଞ୍ଚିବି

”ଓଡ଼ିଆ ଭାଷା ସାହିତ୍ୟରେ ରହିଛି ଅମୂଲ୍ୟ ସମ୍ପଦ। ଆମେ ଯେତେ ଗଭୀରକୁ ଯିବା ସେତେ ମଣିମୁକ୍ତା ପାଇବା। ସାହିତ୍ୟ ସମାଜ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ।...

ଗଞ୍ଜାମର କିଆ ସମ୍ପଦ…

ଆମ ଦେଶର ଉପକୂଳବର୍ତ୍ତୀ ବିଭିନ୍ନ ଅଞ୍ଚଳରେ କିଆଗଛ ଦେଖିବାକୁ ମିଳିଥାଏ। ଓଡ଼ିଶାର ଗଞ୍ଜାମ ଜିଲାର ଉପକୂଳବର୍ତ୍ତୀ ଅଞ୍ଚଳରେ ସର୍ବାଧିକ କିଆ ଜଙ୍ଗଲ ରହିଥିବାବେଳେ ଏଠାରେ କିଆଚାଷ...

ଜଳ ପାଇଁ

ଖରାଦିନ ଆସିଲେ ବଢେ ଜଳ ସମସ୍ୟା। ପିଇବା ପାଣିଠୁ ଆରମ୍ଭ କରି ଚାଷବାସ ପାଇଁ ଲୋକେ ହୁଅନ୍ତି ହନ୍ତସନ୍ତ। ଧୁ ଧୁ ଖରାରେ ବାଲ୍ଟିଏ ପାଣି...

ଆଜି ବିଶ୍ୱ ହକର ଦିବସ

ପ୍ରତିବର୍ଷ ମେ’ ୨୬ ତାରିଖକୁ ବିଶ୍ୱ ହକର ଦିବସ ଭାବେ ପାଳନ କରାଯାଉଛି। ବିଶ୍ୱର କୋଣ ଅନୁକୋଣରେ ହକରମାନେ ନିରବଚ୍ଛିନ୍ନ ଭାବେ ଲୋକଙ୍କ ସେବାରେ ନିଜକୁ...

କାହିଁକି ଅଧା ରହିଗଲା ମୁଖ୍ୟମନ୍ତ୍ରୀଙ୍କ ପ୍ରେମ କାହାଣୀ

ବେଙ୍ଗାଲୁରୁ,୨୫।୫: କନାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ନିକଟରେ ତାଙ୍କ ପ୍ରେମ କାହାଣୀକୁ ମନେ ପକାଇ ଅନେକ ରହସ୍ୟ ପ୍ରକାଶ କରିଛନ୍ତି। ଯାହା ଅନେକ ଲୋକଙ୍କୁ ଚକିତ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri