ଆଜି ସରିବ ବାଲିଯାତ୍ରା

ଐତିହାସିକ କଟକ ବାଲିଯାତ୍ରାର ମଙ୍ଗଳବାର ଥିଲା ଅଷ୍ଟମ ଦିନ। ବିଭିନ୍ନ ସ୍ଥାନରୁ ଆସିଥିବା ଲୋକମାନେ ବାଲିଯାତ୍ରାରେ ବିଭିନ୍ନ ଷ୍ଟଲ ବୁଲିବା ସହ ଚାଟ୍‌, ଗୁପ୍‌ଚୁପ୍‌, ଠୁଙ୍କାପୁରୀ ଓ ଫାଷ୍ଟଫୁଡ ଖାଦ୍ୟର ମଜା ନେଇଥିଲେ। ତେବେ ପୂର୍ବଦିନ ଅପେକ୍ଷା ମଙ୍ଗଳବାର ଭିଡ କମ୍‌ ଥିବା ଦେଖିବାକୁ ମିଳିଥିଲା। ପ୍ରଥମାଷ୍ଟମୀ ନିମନ୍ତେ ପୂଜା ସାମଗ୍ରୀ କିଣିବା ପାଇଁ ଲୋକେ ବ୍ୟସ୍ତଥିବାରୁ ଯାତ୍ରାକୁ ଆସି ନ ଥିବା କୁହାଯାଉଛି। ଅନ୍ୟପକ୍ଷରେ ବୁଧବାର ସରିବ ବାଲିଯାତ୍ରା। ଲୋକଙ୍କୁ ଅପେକ୍ଷା କରିବା ପଡିବ ଆଉ ଗୋଟିଏ ବର୍ଷ। ଶେଷ ଦିନରେ ଅଧିକ ସଂଖ୍ୟକ ଲୋକଙ୍କ ସମାଗମ ହେବ ବୋଲି ଆଶା କରାଯାଉଛି।

ଷ୍ଟଲରେ ଶିଙ୍ଗ ତିଆରି ସାମଗ୍ରୀ
ବାଲିଯାତ୍ରାର କଟକ ଜିଲା ଶିଳ୍ପ କେନ୍ଦ୍ରଠାରେ ଥିବା ଷ୍ଟଲ୍‌ରେ ଶିଙ୍ଗରେ ତିଆରି ବିଭିନ୍ନ ଜିନିଷ ଦେଖିବାକୁ ମିଳିଥିଲା। ଯେପରି କି ଶିଙ୍ଗ ପାନିଆ, ପକ୍ଷୀ, ଶିଙ୍ଗବାଡ଼ି, ଚାବି ଲକେଟ୍‌ ଭଳି ଅନ୍ୟାନ୍ୟ ଜିନିଷ। ଏହାର ମୂଲ୍ୟ ୫୦ଟଙ୍କାରୁ ଆରମ୍ଭ କରି ୧୫୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। ଚଳିତବର୍ଷ ଜିଲା ପ୍ରଶାସନର ଖାମଖିଆଲ ମନୋବୃତ୍ତି ଯୋଗୁ ଷ୍ଟଲ୍‌ଟି ପଡ଼ିଆର ଦୂରରେ ରହିଛି। ଫଳରେ ଲୋକେ ଆସୁନାହାନ୍ତି। ଗତବର୍ଷଠାରୁ ଚଳିତବର୍ଷ କମ୍‌ ବ୍ୟବସାୟ ହୋଇଛି। ଗତବର୍ଷ ବ୍ୟବସାୟ ୧ ଲକ୍ଷ ହୋଇଥିବା ବେଳେ ଚଳିତବର୍ଷ ୪୦ହଜାର ଟଙ୍କା ପର୍ଯ୍ୟନ୍ତ ବ୍ୟବସାୟ ହୋଇପାରିଛି ବୋଲି ବ୍ୟବସାୟୀ ଅଶୋକ ବେହେରା କହିଛନ୍ତି।
ଚାଷ ସମ୍ପର୍କରେ ଲୋକଙ୍କୁ ସଚେତନ
ବାଲିଯାତ୍ରାର କୃଷି ବିଭାଗର ଷ୍ଟଲ୍‌ରେ ବିଭିନ୍ନ ଚାଷ ସମ୍ପର୍କରେ ଲୋକଙ୍କୁ ସଚେତନ କରାଯାଇଥିଲା। ବିନା ରାସାୟନିକ ସାର ବ୍ୟବହାର କରି କିପରି ଚାଷ କରାଯାଇପାରିବ ସେ ନେଇ ଏକ ମଡେଲ କରାଯାଇ ଲୋକଙ୍କୁ ଅବଗତ କରାଯାଇଥିଲା। ପ୍ୟାଡେଲ ପମ୍ପ, ବୁନ୍ଦା ଜଳସେଚନ ଯାହାକୁ ଆଫ୍ରିକାରେ ବ୍ୟବହାର କରାଯାଇ ଚାଷ କରାଯାଉଛି ସେ ଉପରେ ଲୋକଙ୍କୁ ବୁଝାଯାଉଥିବା କ୍ଲଷ୍ଟର ମ୍ୟାନେଜର ବିରଞ୍ଚତ୍ ଦଳବେହେରା କହିଛନ୍ତି। ଏହି ଷ୍ଟଲ୍‌ରେ ମାଣ୍ଡିଆ, ବାଜରା, ଅଟା, କୋନ ତିଆରି ବିଭିନ୍ନ ପ୍ରକାର ସାମଗ୍ରୀ ବିକ୍ରି କରାଯାଉଥିଲା। ଯାହାରକି ମୂଲ୍ୟ ପାଖାପାଖି ୨୦ରୁ ୧୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। ସେହିଭଳି ମତ୍ସ୍ୟ ବିଭାଗ ପକ୍ଷରୁ ଏକ ଷ୍ଟଲ୍‌ ଖୋଲାଯାଇ ଲୋକଙ୍କୁ ସଚେତନ କରାଯାଉଛି।
ଦିବ୍ୟାଙ୍ଗଙ୍କ ପାଇଁ ସ୍ବତନ୍ତ୍ର କର୍ମଶାଳା
ବାଲିଯାତ୍ରା ପଡିଆର ମୋ କଟକ ପାଭିଲିୟନରେ ଦିବ୍ୟାଙ୍ଗଙ୍କ ପାଇଁ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏହାକୁ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଉଦ୍‌ଘାଟନ କରିଥିଲେ। ଜିଲାପାଳ ଭବାନୀ ଶଙ୍କର ଚୟନୀ, ଜୀବନ ବିନ୍ଦୁ ରାଜ୍ୟ ସଂଯୋଜକ ଦେବାଶିଷ ସାମନ୍ତରାୟ, ରାଜ୍ୟ ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ସୁବାସ ସିଂହ, ଯୁବ କଲ୍ୟାଣ ବିଭାଗ ଅଧ୍ୟକ୍ଷ ବିଜୟ ନାୟକ, ପୂର୍ବତନ ବିଧାୟକ ପ୍ରଭାତ ରଜ୍ଞନ ବିଶ୍ୱାଳ ପ୍ରମୁଖ ଯୋଗଦେଇ ଭିନ୍ନକ୍ଷମମାନଙ୍କ ପାଇଁ ଥିବା ବିଭିନ୍ନ ସୁବିଧା ସୁଯୋଗ ସମ୍ପର୍କରେ ଆଲୋକପାତ କରିଥିଲେ। ଅଧ୍ୟାପକ ଡ. ସଞ୍ଜୟ ଶତପଥୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଜିଲା ସମାଜ କଲ୍ୟାଣ ଅଧିକାରୀ ନିରୁପମା ବେହେରା, ଜିଲା ସାମାଜିକ ସୁରକ୍ଷା ଅଧିକାରୀ ଅଶୋକ କୁମାର ମିଶ୍ର ଯୋଗଦେଇ ଭିନ୍ନକ୍ଷମଙ୍କ ପାଇଁ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ସୁବିଧା ବିଷୟରେ ଆଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀ ଭୋଟ ଉପରେ ସଭିଙ୍କ ନଜର

ବରଗଡ଼,୨୯ା୪(ପ୍ରେମାନନ୍ଦ ଖମାରୀ): ଆସନ୍ତା ମେ ୨୦’ରେ ବରଗଡ଼ ଜିଲାରେ ସାଧାରଣ ନିର୍ବାଚନକୁ ନେଇ ମତଦାନ ହେବ। ଅନ୍ୟପଟେ ସେହି ମାସ ୧୦ ତାରିଖରୁ ବରଗଡ଼ ସମେତ...

ଘାଟିରୁ ଖସିଲା ପେପର ରୋଲ୍‌ ବୋଝେଇ ଟ୍ରକ୍‌: ଡ୍ରାଇଭର, ହେଲପର ଆହତ

ଖଲ୍ଲିକୋଟ,୨୯ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବଡ଼ଘାଟିରେ ସୋମବାର ଭାରସାମ୍ୟ ହରାଇ ୫୦ଫୁଟ ତଳକୁ ଏକ...

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଆହତ

କାମାକ୍ଷାନଗର,୨୯ା୪(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର କରିଛି। ଫଳରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ...

ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ବର୍ଷା, ବାପାଙ୍କ ସମାଧିପୀଠରେ ପୂଜାର୍ଚ୍ଚନା କରି ହେଲେ ଭାବବିହ୍ବଳ

ପଦ୍ମପୁର,୨୯ା୪(ପ୍ରଦୀପ୍ତ ଦାଶ): ସୋମବାର ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହା ତାଙ୍କ ନାମାଙ୍କନପତ୍ର ଦାଖଲ କରିବା କାର୍ଯ୍ୟକ୍ରମ ରହିଥିବାବେଳେ ସକାଳୁ ସକାଳୁ ପଦ୍ମପୁରସ୍ଥିତ...

ଉପକୂଳ ଓଡ଼ିଶାରେ ବହିବ ସାମୁଦ୍ରିକ ଝଡ଼

ଭୁବନେଶ୍ୱର,୨୯ା୪: ସୋମବାର ସକାଳ ସାଢ଼େ ୮ଟା ସୁଦ୍ଧା ବିଭିନ୍ନ ସ୍ଥାନର ତାପମାତ୍ରା ରେକର୍ଡ କରାଯାଇଛି। ବାରିପଦାରେ ତାପମାତ୍ରା ୩୬ ଡିଗ୍ରୀ ଥିବା ବେଳେ ବାଲେଶ୍ୱରରେ ୩୬,...

ପଖାଳକୁ ଭାରି ପଡ଼ିଲାଣି ପିଆଜ, ଆଳୁ

ବଲାଙ୍ଗୀର,୨୯ା୪(ବୀରେନ୍ଦ୍ର କୁମାର ଝାଙ୍କର): ପ୍ରଚଣ୍ଡ ଖରାରେ ତାପମାତ୍ରା ବୃଦ୍ଧି ଏବେ ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଇଛି। ଏତିକି ବେଳେ ଆଳୁ, ପିଆଜ ଏବଂ ପନିପରିବା ଦରବୃଦ୍ଧି...

ବାସି, ଦୂଷିତ ଖାଦ୍ୟ ବିକ୍ରି ବଢ଼ୁଛି

ନୟାଗଡ଼,୨୯।୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ବିଭିନ୍ନ ହୋଟେଲ, ଢ଼ାବା, ଜଳଖିଆ ଦୋକାନରେ ବିକ୍ରି ହେଉଥିବା ଖାଦ୍ୟ ଆଖିକୁ ଭଲ ଦେଖାଯାଉଥିଲେ ହେଁ ଗୁଣବତ୍ତା(ମାନ) ଠିକ୍‌ ରହୁନି...

ଲୁରୁ ଗ୍ରାମରେ ପଡ଼ିନାହିଁ ବିକାଶର ପାଦଚିହ୍ନ

ପାରଳାଖେମୁଣ୍ଡି,୨୯ା୪ (ଗିରିଧାରୀ ପରିଛା): ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି। ହେଲେ ଅନେକ ଯୋଜନା ବହୁ ଜାଗାରେ ପହଞ୍ଚି ପାରୁନାହିଁ। ଦୀର୍ଘ ବର୍ଷର ସ୍ଥାୟୀ ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri