Posted inରାଜ୍ୟ

ଆଜି କଟକରେ ହାଇଭୋଲ୍‌ଟେଜ ପ୍ରଚାର: ମୁଖ୍ୟମନ୍ତ୍ରୀ, ଅମିତ୍‌ ଶାହଙ୍କ ରୋଡ୍‌ ଶୋ’

କଟକ ଅଫିସ/ନରସିଂହପୁର(ଡି.ଏନ.ଏ.),୧୭।୪: ବୁଧବାର କଟକ ପ୍ରଚାର ମଇଦାନ କମ୍ପିବ। ମଇଦାନକୁ ଓହ୍ଲାଇବେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଭାଜପା ଜାତୀୟ ଅଧ୍ୟକ୍ଷ ଅମିତ୍‌ ଶାହ। ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଅପରାହ୍ନରେ ହେଲିକପ୍ଟର ଯୋଗେ ନରାଜ ହେଲିପ୍ୟାଡ୍‌ରେ ଅବତରଣ କରିବେ। ସେଠାରୁ ବିଜେଡି ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଏକ ହାଇଟେକ୍‌ ବସ୍‌ରେ ସହରର ମଣ୍ଟେଶ୍ୱରୀଗଡ଼ା ନିକଟରୁ ରୋଡ୍‌ ଶୋ’ ଆରମ୍ଭ କରିବେ। ଉକ୍ତ ରୋଡ୍‌ ଶୋ’ରେ ମୁଖ୍ୟମନ୍ତ୍ରୀ ସିଡିଏ ଅଞ୍ଚଳ ପରିକ୍ରମା କରିବା ପରେ ସତୀଚଉରା, ଶେଲ୍‌ଟର ଛକ, କନିକା ଛକ ଦେଇ କନ୍ଦରପୁର ନିକଟରେ ପହଞ୍ଚତ୍ବେ। ସେଠାରୁ କାଇଜଙ୍ଗା, ଅଥଙ୍ଗ ଓ ୪୨ମୌଜା ଅଞ୍ଚଳ ପରିକ୍ରମା କରି ଘାଟକୂଳ ଦେଇ ପ୍ରେସ୍‌ଛକରେ ପହଞ୍ଚତ୍ବେ। ଏହା ପରେ କନିକା ଛକ ନିକଟରେ ଏକ ସଭାର ଆୟୋଜନ କରାଯାଇଛି। ସେଠାରୁ ଚଣ୍ଡିଛକ ଦେଇ ପୁନର୍ବାର କଳପଡ଼ା ବଜାର ପ୍ରଭୃତି ଅଞ୍ଚଳ ବୁଲି ପ୍ରଚାର କରିବେ। ମୁଖ୍ୟତଃ ମୁଖ୍ୟମନ୍ତ୍ରୀଙ୍କ ଏହି ରୋଡ୍‌ ଶୋ ସହର ମଧ୍ୟରେ ଥିବା ବାରବାଟୀ-କଟକ, ଚୌଦ୍ୱାର-କଟକ ଓ କଟକ ସଦର ନିର୍ବାଚନମଣ୍ଡଳୀକୁ ପ୍ରଭାବିତ କରିବାକୁ ବିଜେଡି ପକ୍ଷରୁ ରୋଡ ମ୍ୟାପ ପ୍ରସ୍ତୁତ କରାଯାଇଛି। ସେହିପରି ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହ ଢେଙ୍କାନାଳରୁ ରୋଡ ଶୋ ସାରି ହେଲିକପ୍ଟର ଯୋଗେ ବଡ଼ମ୍ବା ନିର୍ବାଚନମଣ୍ଡଳୀରେ ଓହ୍ଲାଇବେ। ବଡ଼ମ୍ବାରେ ଶାହଙ୍କର ରୋଡ୍‌ ଶୋ’ ଶେଷହେବା ପରେ ସନ୍ଧ୍ୟା ସାଢେ ୬ଟାରେ କଟକରେ ଆରମ୍ଭ ହେବ। କଟକର ବକ୍ସିବଜାର, ତିନିକୋଣିଆ ବଗିଚା, ଦରଘାବଜାର, ଚୌଧୁରୀବଜାର, ବାଲୁବଜାର, ନିମଚୌଡି, ଚାନ୍ଦିନିଚୌକ, ମହମ୍ମଦିଆ ବଜାର, ସେକ୍‌ବଜାର ଓ ଚଣ୍ଡିମନ୍ଦିର ଆଦି ଅଞ୍ଚଳରେ ଶାହଙ୍କର ଏହି ରୋଡ୍‌ ଶୋ କରାଯିବାକୁ ଭାଜପା ରୋଡ ମ୍ୟାପ୍‌ ପ୍ରସ୍ତୁତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ରଥଯାତ୍ରା: ମୀନାବଜାର ଦୋଳିରେ କରେଣ୍ଟ ଲାଗି ଚାଲିଗଲା ନାବାଳକଙ୍କ ଜୀବନ

ପାରଳାଖେମୁଣ୍ଡି,୧୬ା୭(ଗିରିଧାରୀ ପରିଚ୍ଛା): ପାରଳାଖେମୁଣ୍ଡିରେ ରଥଯାତ୍ରା ପାଇଁ ପଡିଥିବା ମୀନା ବଜାର ପରିସରରେ ବିଦ୍ୟୁତ୍‌ ଆଘାତରେ ଜଣେ ନାବାଳକ(୧୫)ଙ୍କ ମୃତ୍ୟୁ ହୋଇଛି। ସେ ହେଲେ ପାରଳାଖେମୁଣ୍ଡି ଫ୍ରେଣ୍ଡ୍ସ କଲୋନୀ…

ରଥଯାତ୍ରାରେ ଭକ୍ତଙ୍କ ମୃତ୍ୟୁକୁ ନେଇ ବଡ଼ କଥା କହିଲେ ମନ୍ତ୍ରୀ

ପୁରୀ,୧୬।୭: ପୁରୀ ରଥଯାତ୍ରାରେ ଅଣନିଶ୍ବାସୀ ହୋଇ ଭକ୍ତଙ୍କ ମୃତ୍ୟୁକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏକ ବଡ଼ ସୂଚନା ଦେଇଛନ୍ତି। ରଥଯାତ୍ରାରେ ଦଳା ଚକଟା ହୋଇ ନ…

ରଥଯାତ୍ରାରେ ସୁରକ୍ଷା ଢ଼ିଲା: ଲୁଟିନେଲେ ମହିଳାଙ୍କ ସୁନାଚେନ୍‌; ଟ୍ରାଫିକ ଜାମ୍‌, ଲୋକେ ହଟହଟା

ବରଗଡ଼,୧୬।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହରରେ ଏଥର ପ୍ରଥମଥର ପାଇଁ ସ୍ଥାନୀୟ ବୀର ସୁରେନ୍ଦ୍ର ସାଏ ଛକରେ ଭଟଲି ଛକ ଏବଂ ଖଜୁରଟିକ୍ରାରୁ ବାହାରିଥିବା ମହାପ୍ରଭୁଙ୍କ ରଥ ଏକାଠି…

ଠାକୁର ଅଜା ଶ୍ରୀ ସିଦ୍ଧ ବଳରାମଙ୍କ ରଥଯାତ୍ରା: ପାଚିଲା ପଣସ ଭୋଗରେ ମହକିଲା ପୀଠ

ସାକ୍ଷୀଗୋପାଳ, ୧୬।୭ (କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ସ୍ଥାନୀୟ ପ୍ରସିଦ୍ଧ ବକୁଳ ବନର ଅଧିଶ୍ୱର ଠାକୁର ଅଜା ଶ୍ରୀସିଦ୍ଧ ବଳରାମଦେବଙ୍କ ପବିତ୍ର ରଥଯାତ୍ରା ଗୁରୁବାର ଭକ୍ତିପୂତ ପରିବେଶରେ…

ରଥଟଣା ବେଳେ ଅଘଟଣ: ଶଳାକୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଭିଣୋଇ, ଦଳାଚକଟାରେ ଜଣେ ଆହତ

ପୁରୁଷୋତ୍ତମପୁର, ୧୬।୭(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଅରଖପୁର ଗ୍ରାମରେ ରଥଯାତ୍ରା ସମୟରେ ଏକ ଅଭାବନୀୟ ଘଟଣା ଘଟିଛି। ରଥଟଣା ଚାଲିଥିବା ବେଳେ ପାରିବାରିକ…

କୁଲାଡ ବଡ଼ଦାଣ୍ଡ ଭକ୍ତମୟ: ମାଉସୀମା ମନ୍ଦିରରେ ଲାଗିଲା ରଥ, ମଝି ରାସ୍ତାକୁ ଆଣିବା ପାଇଁ ନିଆଯାଇଥିଲା ହାଇୱାର ସହାୟତା

ଭଞ୍ଜନଗର, ୧୬।୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ କୁଲାଡ ଜଗନ୍ନାଥ ମନ୍ଦିର ପକ୍ଷରୁ ପବିତ୍ର ଗୁଣ୍ଡିଚା ଯାତ୍ରା ଗୁରୁବାର ଅତି ଆଡ଼ମ୍ବର ସହକାରେ ପାଳିତ…

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ବଡ଼ ସୂଚନା, ସକାଳ ସାଢେ ୯ଟାରେ ପୁଣି ଟଣା ହେବ ରଥ

ପୁରୀ,୬।୭: ଭକ୍ତି, ହର୍ଷଉଲ୍ଲାସରେ ଆରମ୍ଭ ହୋଇଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଘଣ୍ଟ, ଘଣ୍ଟା ଏବଂ ହରିବୋଲ ହୁଳହୁଳିରେ ଭକ୍ତ ଶ୍ରଦ୍ଧାର ସହିତ ଟାଣିଥିଲେ ୩ ରଥ। ସନ୍ଧ୍ୟା ପ୍ରାୟ…

ଦିଗପହଣ୍ଡିରେ ନିଆରା ପରମ୍ପରା: ଆଜି ଶେଷ ହେଲା ଶ୍ରୀଜୀଉଙ୍କ ପହଣ୍ଡି, କାଲି ଟଣା ହେବ ରଥ

ଦିଗପହଣ୍ଡି, ୧୬।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଗଡ଼ଜାତ ଅଞ୍ଚଳ ଦିଗପହଣ୍ଡିରେ ପବିତ୍ର ଘୋଷଯାତ୍ରା ଅବସରରେ ଏକ ନିଆରା ପରମ୍ପରା ଦେଖିବାକୁ ମିଳିଛି। ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri