Posted inଖେଳ

ଆଜରବୈଜାନ ଗ୍ରାଁ. ପ୍ରି. ହେବନାହିଁ

ବାକୁ, ୨୩ା ୩ (ଏପି)-ଆଜରବୈଜାନ ଫର୍ମୁଲା ଓ୍ବାନ୍‌ ଗ୍ରାଁପ୍ରିକୁ ସୋମବାର ସ୍ଥଗିତ ଘୋଷଣା କରାଯାଇଛି। ମହାମାରୀ କରୋନା ଭାଇରସ୍‌ ଆଶଙ୍କା ଯୋଗୁ ଜୁନ୍‌ ମାସ ମଧ୍ୟ ଭାଗ ପର୍ଯ୍ୟନ୍ତ ଫର୍ମୁଲା ଓ୍ବାନ ଆରମ୍ଭକୁ ସ୍ଥଗିତ ରଖାଯାଇଛି। ଭାଇରସ୍‌ ଯୋଗୁ ୨୦୨୦ ସିଜନର ପ୍ରଥମ ୮ଟି ରେସ୍‌ ସ୍ଥଗିତ କିମ୍ବା ବାତିଲ କରାଯାଇଛି। ବାକୁ ସିଟି ସର୍କିଟରେ ଜୁନ୍‌ ୭ରେ ଆଜରବୈଜାନ ଗ୍ରାଁ ପ୍ରି ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଥିଲା। ସ୍ଥାନୀୟ ସରକାର ଏବଂ ଫେଡେରେଶନ ଅଫ୍‌ ଇଣ୍ଟରନ୍ୟାଶନାଲ ଅଟୋମୋବାଇଲ୍‌( ଏଫ୍‌ଆଇଏ)ର ପରିଚାଳନା ପରିଷଦ ମଧ୍ୟରେ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି। ରେସ୍‌ର ନୂଆ ତାରିଖ ସିଜନର ପର ଭାଗରେ ଘୋଷଣା କରାଯିବ। ଆଜରବୈଜାନରେ ୨୦୧୭ରୁ ଫର୍ମୁଲାଓ୍ବାନ ରେସ୍‌ ଆୟୋଜିତ ହୋଇଆସୁଛି। ସୂଚନାଯୋଗ୍ୟ ମାର୍ଚ୍ଚ ୧୩ରେ ସିଜନ ଆରମ୍ଭ ଅଷ୍ଟ୍ରେଲିଆନ ଗ୍ରାଁ ପ୍ରିକୁ ରେସ୍‌ ଆରମ୍ଭରୁ ଅଳ୍ପ କେଇ ଘଣ୍ଟା ପୂର୍ବରୁ ବାତିଲ କରାଯାଇଥିଲା। ଏହାର ସପ୍ତାହକ ପରେ ବିନାଦର୍ଶକରେ ଆୟୋଜିତ ହେବାକୁ ଥିବା ବାହାରିନ୍‌ ଗ୍ରାଁପ୍ରି ଏବଂ ଏପ୍ରିଲ ୫ରେ ଭିଏତ୍‌ନାମ ଗ୍ରାଁ ପ୍ରିକୁ ମଧ୍ୟ ସଙ୍ଗେ ସଙ୍ଗେ ସ୍ଥଗିତ ରଖାଯାଇଥିଲା। ଏପ୍ରିଲ ୧୯ରେ ସାଂଘାଇଠାରେ ଆୟୋଜିତ ହେବାକୁଥିବା ଚାଇନିଜ ଗ୍ରାଁ ପ୍ରିକୁ ଫେବୃୟାରୀରୁ ସ୍ଥଗିତ ଘୋଷଣା କରାଯାଇ ସାରିଥିଲା। ଗତ ସପ୍ତାହରେ ଯେଉଁ ୩ଟି ରେସ୍‌ ବାତିଲ ଘୋଷଣା ହୋଇଥିଲା ତନ୍ମଧ୍ୟରେ ମୋନାକୋ ଗ୍ରାଁ ପ୍ରି ଅନ୍ୟତମ। ଅନ୍ୟ ଦୁଇଟି ରେସ୍‌ ନେଦରଲାଣ୍ଡ୍ସ ଓ ସ୍ପେନ୍‌ରେ ହୋଇଥାନ୍ତା। ଫର୍ମୁଲା ଓ୍ବାନ କ୍ୟାଲେଣ୍ଡରରେ ଆଜରବୈଜାନ ପଛକୁ ପରବର୍ତ୍ତି ରେସ୍‌ ଜୁନ୍‌ ୧୪ରେ କାନାଡ଼ାରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆଦିଲ୍ଲୀ ଗସ୍ତରେ ନବୀନ; ଭେଟିପାରନ୍ତି କିଛି…

ଭୁବନେଶ୍ୱର,୧୩।୭(ସୁନିତ୍‌ ମିଶ୍ର): ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ମଙ୍ଗଳବାର ନୂଆଦିଲ୍ଲୀ ଗସ୍ତରେ ଯାଇଛନ୍ତି। ତେବେ ସେ କେତେଦିନ ଲାଗି ଗସ୍ତ କରିଛନ୍ତି…

ମା’ ସୁଭଦ୍ରାଙ୍କୁ ‘ଶ୍ରୀମତୀ’ ବୋଲି ସମ୍ବୋଧନ କଲା ଇସ୍କନ, ବାଲୁକାଶିଳ୍ପୀ ସୁଦର୍ଶନ କହିଲେ…

ପୁରୀ, ୧୪।୭: ଇସ୍କନ (ISKCON) ପକ୍ଷରୁ ପ୍ରକାଶିତ ରଥଯାତ୍ରା ବାର୍ତ୍ତାକୁ ନେଇ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି। ଇସ୍କନ…

ଜଣେ ସାଙ୍ଗ ସିନା ବଞ୍ଚିଗଲେ, ହେଲେ ଆଉ ଜଣେ ଫେରିଲେନି: ଭୀମକୁଣ୍ଡରେ ବୁଡ଼ି କେନ୍ଦ୍ରାପଡ଼ା ଯୁବକଙ୍କ ମୃତ୍ୟୁ

ପାଟଣା, ୧୪।୭ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଭୀମକୁଣ୍ଡରେ ଆଜି ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ଗାଧୋଉଥିବା…

କାଲି ଭଦ୍ରକର ସମସ୍ତ ସ୍କୁଲ ଛୁଟି, ଜାଣନ୍ତୁ କାହିଁକି ହେଲା ଏଭଳି…

ଭଦ୍ରକ, ୧୪।୭: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ବର୍ଷା ଯୋଗୁ ଛାତ୍ରଛାତ୍ରୀଙ୍କ…

ନବଯୌବନ ବେଶରେ ଦର୍ଶନ ଦେଲେ ଶ୍ରୀ ଦଧିବାମନ, ଦର୍ଶନ କରିବା ପାଇଁ…

ବରଗଡ଼, ୧୪।୭ (ପ୍ରେମାନନ୍ଦ ଖମାରୀ): ଦିନକ ପରେ ପବିତ୍ର ରଥଯାତ୍ରା ଥିବାରୁ ବରଗଡ଼ ଜିଲା ଭଟଲି ଅଞ୍ଚଳ ଚଳଚଞ୍ଚଳ ହୋଇପଡ଼ିଛି। ଶ୍ରୀ ଶ୍ରୀ ଦଧିବାମନ ମହାପ୍ରଭୁଙ୍କ ରଥଯାତ୍ରା…

ଦିନ ଦ୍ବିପହରରେ ସଶସ୍ତ୍ର ଡକାୟତି ଉଦ୍ୟମ: ବନ୍ଧୁକ ମୁନରେ ଭୟଭୀତ କଲେ; ହେଲେ ଗ୍ରାମବାସୀଙ୍କ ସାହସିକତା ଯୋଗୁ…

କୋକସରା,୧୪।୭(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ବାଙ୍କିମୁଣ୍ଡା ଗ୍ରାମରେ ମଙ୍ଗଳବାର ଦିନ ଦ୍ବିପ୍ରହରରେ ଏକ ସାଂଘାତିକ ସଶସ୍ତ୍ର ଡକାୟତି ଉଦ୍ୟମ ବିଫଳ ହୋଇଛି।…

ଗ୍ୟାସ ସିଲିଣ୍ତରକୁ ନେଇ ବଡ଼ ଖବର! ମାତ୍ର ୬୭୩ ଟଙ୍କାରେ ମିଳିବ ସିଲିଣ୍ତର? ଜାଣନ୍ତୁ କିପରି କରିବେ ବୁକିଂ..

ନୂଆଦିଲ୍ଲୀ,୧୪ା୭: LPG ଗ୍ରାହକଙ୍କ ପାଇଁ ଆସିଲା ଖୁସି ଖବର । ଗ୍ୟାସକୁ ନେଇ ଆସିଛି ବଡ଼ ଅପଡେଟ୍ । କିଣିବାକୁ ଚାହୁଁଥିଲେ ଜାଣନ୍ତୁ ପୂରା ଖବର ।…

Budh Uday: ୨୫ ଜୁଲାଇ ପରେ ୫ ରାଶିଙ୍କ ବିଜନେସ୍-କ୍ୟାରିୟରରେ ହେବ ବଡ଼ ଉନ୍ନତି; ଭାଗ୍ୟବାନ ରାଶି…

୨୫ ଜୁଲାଇ, ୨୦୨୬ରେ ବୁଧ ନିଜ ରାଶି ମିଥୁନ ରାଶିରେ ଉଦୟ ହେବ, ଯାହା ଅନେକ ରାଶି ପାଇଁ ସେମାନଙ୍କ କ୍ୟାରିଅର ଏବଂ ବ୍ୟବସାୟରେ ଲାଭ ଆଣିପାରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri