ଆଙ୍କର ଆକ୍‌ଟ୍ରେସ୍‌ କ୍ରିଷ୍ଣା

କୃଷ୍ଣପ୍ରିୟା ନାଏକ ଓରଫ୍‌ କ୍ରିଷ୍ଣାଙ୍କର ଯାତ୍ରା ଜୀବନ ଆରମ୍ଭ ହୋଇଥିଲା ବେଶ୍‌ ଆକସ୍ମିକ ଭାବରେ। ତାଙ୍କର ଜନ୍ମ ଜଗତ୍‌ସିଂହପୁର ଜିଲାର ତାରପୁର ଠାରେ। ତାରପୁର ହେଉଛି ଏକ କଳାର ଅଞ୍ଚଳ। ତେଣୁ କୃଷ୍ଣପ୍ରିୟାଙ୍କ ଭିତରେ ଜନ୍ମରୁ କଳା ରହିଥିଲା। ସେ ସ୍କୁଲ୍‌ ତଥା କଲେଜରେ ଡ୍ରାମା କରୁଥିଲେ। ଅଭିନୟ କରିବାର ଅଭିଜ୍ଞତା ଅଳ୍ପବହୁତେ ରହିଥିଲା। ତେବେ ପେସାଦାର ଯାତ୍ରା କ’ଣ? ସେଠାରେ କ’ଣ କରିବାକୁ ହୁଏ ଇତ୍ୟାଦି ବିଷୟ ତାଙ୍କୁ ଜଣା ନ ଥିଲା। ଦିନେ ଦିବଂଗତ ନାଟ୍ୟକାର ଅନନ୍ତ ଓଝାଙ୍କ ସହିତ ଭେଟହୁଏ କୃଷ୍ଣପ୍ରିୟାଙ୍କର। ଅନନ୍ତ ଓଝା ତାଙ୍କ ଭିତରେ ଥିବା କଳାକାରଟିକୁ ସମ୍ଭବତଃ ଦେଖିପାରିଲେ। ଆଉ ତାଙ୍କୁ ପ୍ରସ୍ତାବ ଦେଲେ ଯାତ୍ରାକୁ ଆସିବା ପାଇଁ। ବାସ୍ତବରେ କୃଷ୍ଣପ୍ରିୟାଙ୍କର ପରିବାରର ଆର୍ଥିକ ସ୍ଥିତି ସେତେଟା ଭଲ ନ ଥିଲା। ତାଙ୍କର କଉଠି ନା କଉଠି ଚାକିରି କରିବା ନିତାନ୍ତ ଦରକାର ଥିଲା। ପେସାଦାର ଯାତ୍ରାପାର୍ଟିର ଅଭିଜ୍ଞତା ନ ଥିଲେ ବି ସେ ରାଜି ହୋଇଗଲେ ଯାତ୍ରାକୁ ଆସିବା ପାଇଁ। ନିଜେ ଅନନ୍ତ ଓଝା ହିଁ ତାରପୁର ଯାତ୍ରାପାର୍ଟିରେ ତାଙ୍କ ପାଇଁ ବୁଝାବୁଝି କରିଦେଲେ। ତାରପୁର ଅପେରାରୁ ଆରମ୍ଭ ହେଲା କୃଷ୍ଣପ୍ରିୟାଙ୍କ ପେସାଦାର ଯାତ୍ରା ଜୀବନ। ତାଙ୍କ ଭିତରେ ଅଭିନୟର ଗୁଣ ଥିଲା ପୁଣି ଆଙ୍କରିଂ କରିବାର ମଧ୍ୟ ଦକ୍ଷତା ରହିଥିଲା। ତାରପୁର ଅପେରାରେ ସେହିବର୍ଷ ଅନନ୍ତ ଓଝା ଲେଖୁଥାନ୍ତି ନାଟକ ‘ବାଉଁଶରାଣୀ’। ସେହି ନାଟକରେ ସେ ଅଭିନୟ କଲେ। ଆଉ ଆଙ୍କରିଂ ବି କଲେ। ପରେପରେ କୋଣାର୍କ, ବାଘାଯତୀନ ଲୋକନାଟ୍ୟ, କଳିଙ୍ଗ, ଓମ୍‌ ଶ୍ରୀ, ତୁଳସୀ, ବିଶ୍ୱଦରବାର, ତ୍ରିନାଥ ଆଦି ଯାତ୍ରାନୁଷ୍ଠାନକୁ ଆସି ନିଜ ଦକ୍ଷତା ଦେଖାଇଲେ। ସେ ଅଭିନୟ କରିଥିବା ନାଟକଗୁଡ଼ିକ ମଧ୍ୟରେ ରହିଛି ବାଉଁଶ ରାଣୀ, ବାଟ ଛାଡ଼ ଷଣ୍ଢ ଆସୁଛି, ଜେଲ୍‌ ଟାଇଗର, ନ କହିଲେ କୁଳ ଭାସି ଯାଉଛି, କହିବି କାହାକୁ ଶୁଣିବ କିଏ, କଉଡ଼ି ଖେଳ, ଷ୍ଟେଶନ୍‌ କୁଲି, ଏଇତ ଦୁନିଆ, ରିକ୍‌ସା ବାଲା, ଗ୍ୟାଙ୍ଗଷ୍ଟର, ଆଜି କଥା କାଲିକି ନାହିଁ, ପାପ ହାଟରେ ମୁଁ ପୁଣ୍ୟ ଖୋଜୁଛି, ମାଟି ଅଗଣାର ବୋହୂ ଇତ୍ୟାଦି। କୃଷ୍ଣପ୍ରିୟାଙ୍କ ଜୀବନ ଏକ ସଂଘର୍ଷ। ସ୍ବାମୀ ଶଶିକାନ୍ତ ନାଏକଙ୍କର ଅକାଳ ବିୟୋଗ ଘଟି ସାରିଛି। କୁନି ଝିଅ ଶୁଭଲଗ୍ନାଙ୍କୁୁ ମଣିଷ କରିବା ପାଇଁ ଏକାକୀ ଅଣ୍ଟା ଭିଡ଼ିଛନ୍ତି କୃଷ୍ଣପ୍ରିୟା। ଯାତ୍ରା ତାଙ୍କୁ ସଂଘର୍ଷକୁ ସାମ୍ନା କରିବାର ବାଟ ଦେଖାଉଛି ବୋଲି କହନ୍ତି ଉଭୟ ନେଗେଟିଭ୍‌ ଓ ପଜିଟିଭ୍‌ ଭୂମିକାରେ ଅଭିନୟ କରିପାରୁଥିବା ଏହି ଅଭିନେତ୍ରୀ।


Enter your email to get our daily news in your inbox.

All Right Reserved By Dharitri.Com

ତାଙ୍କ ହସ ମିଠା, କଥା ମିଠା, ନାଁ ମିଠି: ହେଲେ ଟିକେ ଟିକେ କଥାରେ ଚିଡିଯାନ୍ତି…

ତାଙ୍କ ହସ ମିଠା, କଥା ମିଠା। ମିଠା ମିଠା ଥିଲା ତାଙ୍କ ଅଭିନୟ ଓ ନୃତ୍ୟର ଯାଦୁ। ସେଇଥିପାଇଁ ତ ଓଡ଼ିଶାର ଦର୍ଶକଙ୍କ ହୃଦୟରେ ସେ ଏବେ…

ଏହି କଥା ଶୁଣି କାନ୍ଦିଲେ ଭୂମିକା

ବଲିଉଡ ଅଭିନେତ୍ରୀ ଭୂମିକା ଚାୱଲା ଜଣେ ଜଣାଶୁଣା ଅଭିନେତ୍ରୀ। ଯଦିଓ ଆଜିକାଲି ସେ ଫିଲ୍ମରେ କମ୍‌ ସକ୍ରିୟ ଅଛନ୍ତି, କିନ୍ତୁ ସେ ପ୍ରାୟତଃ ଚର୍ଚ୍ଚାରେ ଅଛନ୍ତି। ସେ…

ଲୁଚି ଲୁଚି ଏହି ଅଭିନେତ୍ରୀଙ୍କ ସହ ନିର୍ବନ୍ଧ କଲେ ଏଲଭିଶ ଯାଦବ, ଫଟୋ ଭାଇରାଲ

ମୁମ୍ବାଇ: ଲୋକପ୍ରିୟ ୟୁଟ୍ୟୁବର୍ ଏଲଭିଶ ଯାଦବ ଏବଂ ଅଭିନେତ୍ରୀ ଜିଆ ଶଙ୍କରଙ୍କୁ ନେଇ ଏବେ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି। ନିକଟରେ ଏଲଭିଶ ଏକ ରହସ୍ୟମୟ…

ବିବାହ ଚର୍ଚ୍ଚା ଭିତରେ ବେବି ବମ୍ପ ସହ ନଜର ଆସିଲେ ଅଭିନେତ୍ରୀ, ସାଥିରେ ଥିଲେ ବିବାହିତ ଅଭିନେତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ମୃଣାଲ ଠାକୁର ବର୍ତ୍ତମାନ ଅଭିନେତା ଧନୁଷଙ୍କ ସହ ତାଙ୍କ ସମ୍ପର୍କ ଏବଂ ତାଙ୍କ ବିବାହ ଯୋଜନା ପାଇଁ ଖବରରେ ଅଛନ୍ତି। ଅଭିନେତ୍ରୀ ସମ୍ପ୍ରତି…

ଗୋବିନ୍ଦାଙ୍କ ପତ୍ନୀ ସୁନିତାଙ୍କ ଚମକିଲା ଭାଗ୍ୟ, ୫୮ ବର୍ଷ ବୟସରେ…

ମୁମ୍ବାଇ: ଗୋବିନ୍ଦାଙ୍କ ପତ୍ନୀ ସୁନିତା ଆହୁଜା, ଯିଏ ପ୍ରାୟତଃ ତାଙ୍କ ବୟାନ ପାଇଁ ଶିରୋନାମାରେ ଥାନ୍ତି। ଏବ ପୁଣି ଥରେ ଖବରରେ ଅଛନ୍ତି। ଏଥର, ତାଙ୍କର ବିବାଦୀୟ…

ଫେବୃଆରୀ ୨ରେ ନୁହଁ, ଏହି ତାରିଖରେ ସାତଫେରା ନେବେ ରଶ୍ମିକା-ବିଜୟ

ମୁମ୍ବାଇ,୨।୨: ଗ୍ଲାମର ଦୁନିଆର ଫେମସ କପଲ ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡା ସେମାନଙ୍କ ବିବାହ ଖବରକୁ ନେଇ ବେଶ ଚର୍ଚ୍ଚାରେ ରହିଛନ୍ତି । ନୂଆ ନୂଆ…

ଏମିତି ଲୁକ୍‌ ଦେଲେ ସୋନମ, ପ୍ରଶଂସକ ଆଶ୍ଚର୍ଯ୍ୟ

ବଲିଉଡ ଫ୍ୟାଶନ ଆଇକନ ତଥା ଷ୍ଟାଇଲ କୁଇନ ସୋନମ କପୁର ଆଜିକାଲି ଜୀବନର ଏକ ସୁନ୍ଦର ପର୍ଯ୍ୟାୟ ଦେଇ ଗତି କରୁଛନ୍ତି। ସେ ଖୁବଶୀଘ୍ର ଦ୍ୱିତୀୟ ସନ୍ତାନ…

Grammy Awardରେ ସମ୍ମାନିତ ହେଲେ ଦଲାଇ ଲାମା, ଜାଣନ୍ତୁ କେଉଁ କାରଣ ପାଇଁ ବୌଦ୍ଧ ଧର୍ମଗୁରୁଙ୍କୁ ମିଳିଛି ପ୍ରତିଷ୍ଠିତ ସମ୍ମାନ

ନୂଆଦିଲ୍ଲୀ,୨।୨: ବୌଦ୍ଧ ଧାର୍ମ ସବୁଠାରୁ ବଡ଼ ଧର୍ମଗୁରୁ ଦଲାଇ ଲାମା ଗ୍ରାମୀ ପୁରସ୍କାର ଜିତିଛନ୍ତି। ୧୪ତମ ଦଲାଇ ଲାମା ୬୮ତମ ଗ୍ରାମୀ ପୁରସ୍କାରରେ ଏକ ପୁରସ୍କାର ଜିତିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri