ଆଙ୍କର ଆକ୍‌ଟ୍ରେସ୍‌ କ୍ରିଷ୍ଣା

କୃଷ୍ଣପ୍ରିୟା ନାଏକ ଓରଫ୍‌ କ୍ରିଷ୍ଣାଙ୍କର ଯାତ୍ରା ଜୀବନ ଆରମ୍ଭ ହୋଇଥିଲା ବେଶ୍‌ ଆକସ୍ମିକ ଭାବରେ। ତାଙ୍କର ଜନ୍ମ ଜଗତ୍‌ସିଂହପୁର ଜିଲାର ତାରପୁର ଠାରେ। ତାରପୁର ହେଉଛି ଏକ କଳାର ଅଞ୍ଚଳ। ତେଣୁ କୃଷ୍ଣପ୍ରିୟାଙ୍କ ଭିତରେ ଜନ୍ମରୁ କଳା ରହିଥିଲା। ସେ ସ୍କୁଲ୍‌ ତଥା କଲେଜରେ ଡ୍ରାମା କରୁଥିଲେ। ଅଭିନୟ କରିବାର ଅଭିଜ୍ଞତା ଅଳ୍ପବହୁତେ ରହିଥିଲା। ତେବେ ପେସାଦାର ଯାତ୍ରା କ’ଣ? ସେଠାରେ କ’ଣ କରିବାକୁ ହୁଏ ଇତ୍ୟାଦି ବିଷୟ ତାଙ୍କୁ ଜଣା ନ ଥିଲା। ଦିନେ ଦିବଂଗତ ନାଟ୍ୟକାର ଅନନ୍ତ ଓଝାଙ୍କ ସହିତ ଭେଟହୁଏ କୃଷ୍ଣପ୍ରିୟାଙ୍କର। ଅନନ୍ତ ଓଝା ତାଙ୍କ ଭିତରେ ଥିବା କଳାକାରଟିକୁ ସମ୍ଭବତଃ ଦେଖିପାରିଲେ। ଆଉ ତାଙ୍କୁ ପ୍ରସ୍ତାବ ଦେଲେ ଯାତ୍ରାକୁ ଆସିବା ପାଇଁ। ବାସ୍ତବରେ କୃଷ୍ଣପ୍ରିୟାଙ୍କର ପରିବାରର ଆର୍ଥିକ ସ୍ଥିତି ସେତେଟା ଭଲ ନ ଥିଲା। ତାଙ୍କର କଉଠି ନା କଉଠି ଚାକିରି କରିବା ନିତାନ୍ତ ଦରକାର ଥିଲା। ପେସାଦାର ଯାତ୍ରାପାର୍ଟିର ଅଭିଜ୍ଞତା ନ ଥିଲେ ବି ସେ ରାଜି ହୋଇଗଲେ ଯାତ୍ରାକୁ ଆସିବା ପାଇଁ। ନିଜେ ଅନନ୍ତ ଓଝା ହିଁ ତାରପୁର ଯାତ୍ରାପାର୍ଟିରେ ତାଙ୍କ ପାଇଁ ବୁଝାବୁଝି କରିଦେଲେ। ତାରପୁର ଅପେରାରୁ ଆରମ୍ଭ ହେଲା କୃଷ୍ଣପ୍ରିୟାଙ୍କ ପେସାଦାର ଯାତ୍ରା ଜୀବନ। ତାଙ୍କ ଭିତରେ ଅଭିନୟର ଗୁଣ ଥିଲା ପୁଣି ଆଙ୍କରିଂ କରିବାର ମଧ୍ୟ ଦକ୍ଷତା ରହିଥିଲା। ତାରପୁର ଅପେରାରେ ସେହିବର୍ଷ ଅନନ୍ତ ଓଝା ଲେଖୁଥାନ୍ତି ନାଟକ ‘ବାଉଁଶରାଣୀ’। ସେହି ନାଟକରେ ସେ ଅଭିନୟ କଲେ। ଆଉ ଆଙ୍କରିଂ ବି କଲେ। ପରେପରେ କୋଣାର୍କ, ବାଘାଯତୀନ ଲୋକନାଟ୍ୟ, କଳିଙ୍ଗ, ଓମ୍‌ ଶ୍ରୀ, ତୁଳସୀ, ବିଶ୍ୱଦରବାର, ତ୍ରିନାଥ ଆଦି ଯାତ୍ରାନୁଷ୍ଠାନକୁ ଆସି ନିଜ ଦକ୍ଷତା ଦେଖାଇଲେ। ସେ ଅଭିନୟ କରିଥିବା ନାଟକଗୁଡ଼ିକ ମଧ୍ୟରେ ରହିଛି ବାଉଁଶ ରାଣୀ, ବାଟ ଛାଡ଼ ଷଣ୍ଢ ଆସୁଛି, ଜେଲ୍‌ ଟାଇଗର, ନ କହିଲେ କୁଳ ଭାସି ଯାଉଛି, କହିବି କାହାକୁ ଶୁଣିବ କିଏ, କଉଡ଼ି ଖେଳ, ଷ୍ଟେଶନ୍‌ କୁଲି, ଏଇତ ଦୁନିଆ, ରିକ୍‌ସା ବାଲା, ଗ୍ୟାଙ୍ଗଷ୍ଟର, ଆଜି କଥା କାଲିକି ନାହିଁ, ପାପ ହାଟରେ ମୁଁ ପୁଣ୍ୟ ଖୋଜୁଛି, ମାଟି ଅଗଣାର ବୋହୂ ଇତ୍ୟାଦି। କୃଷ୍ଣପ୍ରିୟାଙ୍କ ଜୀବନ ଏକ ସଂଘର୍ଷ। ସ୍ବାମୀ ଶଶିକାନ୍ତ ନାଏକଙ୍କର ଅକାଳ ବିୟୋଗ ଘଟି ସାରିଛି। କୁନି ଝିଅ ଶୁଭଲଗ୍ନାଙ୍କୁୁ ମଣିଷ କରିବା ପାଇଁ ଏକାକୀ ଅଣ୍ଟା ଭିଡ଼ିଛନ୍ତି କୃଷ୍ଣପ୍ରିୟା। ଯାତ୍ରା ତାଙ୍କୁ ସଂଘର୍ଷକୁ ସାମ୍ନା କରିବାର ବାଟ ଦେଖାଉଛି ବୋଲି କହନ୍ତି ଉଭୟ ନେଗେଟିଭ୍‌ ଓ ପଜିଟିଭ୍‌ ଭୂମିକାରେ ଅଭିନୟ କରିପାରୁଥିବା ଏହି ଅଭିନେତ୍ରୀ।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri