Posted inଜାତୀୟ

ଆଗ୍ରାରେ ପହଞ୍ଚିଲେ ଟ୍ରମ୍ପ: ୨୧ ସ୍ଥାନରେ ୩ହଜାର କଳାକାର କରିବେ ସ୍ବାଗତ

ଆଗ୍ରା,୨୪।୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ଦୁଇ ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ଗୁଜରାଟର ଅହମଦାବାଦରେ ଆୟୋଜିତ ହୋଇଥିବା ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମ ସାରି ଟ୍ରମ୍ପ ପରିବାର ସହ ଉତ୍ତରପ୍ରଦେଶ ଆଗ୍ରାକୁ ଗସ୍ତ କରିଛନ୍ତି। ଆଗ୍ରାରେ ପହଞ୍ଚିବା ପରେ ଟ୍ରମ୍ପ ତାଙ୍କ ସହଧର୍ମଣୀ ମେଲାନିଆଙ୍କ ସମେତ ଝିଅ ଇଭାଙ୍କା ଓ ଜ୍ୱାଇଁ ଜେରେଡଙ୍କୁ ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦୀ ବେନ ପଟେଲ ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସ୍ବାଗତ କରିଛନ୍ତି। ଟ୍ରମ୍ପଙ୍କ ପରିବାରକୁ ସ୍ବାଗତ କରିବା ପାଇଁ କଳାକାରମାନେ ଲୋକନୃତ୍ୟ ପରିବେଷଣ କରିଥିଲେ। ସେହି ସମୟରେ ଟ୍ରମ୍ପଙ୍କ ପରିବାର ପ୍ରାୟ ୭ରୁ ୮ ମିନିଟ୍‌ ଏହି ଲୋକନୃତ୍ୟର ମଜା ଉଠାଇଥିବା ଦେଖିବାକୁ ମିଳିଛି।ଏହାପରେ ସେମାନେ ବିମାନ ବନ୍ଦରରୁ ତାଜମହଲ ଅଭିମୂଖେ ବାହାରି ଯାଇଥିଲେ। ଟ୍ରମ୍ପଙ୍କ ସ୍ବାଗତ ପାଇଁ ବିମାନ ବନ୍ଦରରୁ ତାଜମହଲ ପର୍ଯ୍ୟନ୍ତ ୨୧ଟି ସ୍ଥାନରେ ୩ହଜାର କଳାକାର ଭାରତୀୟ କଳା, ସଂସ୍କୃତିକୁ ପରିବେଷଣ କରିବେ। ଅପରପକ୍ଷେ ପ୍ରଥମ ଥର ଭାରତ ଆସିଥିବା ଟ୍ରମ୍ପଙ୍କୁ ଆଗ୍ରାର ମେୟର ୬ଶହ ଗ୍ରାମ ଓଜନ ଓ ୧୨ ଇଞ୍ଚ୍‌ ଲମ୍ବର ଏକ ରୂପାର ଚାବି, ତାଜମହଲର ଏକ ମଡେଲ ଓ ମୟୁରର ଏକ କଳାକୃତିକୁ ଉପହାର ସ୍ବରୂପ ଭେଟି ଦେବେ। ଓ ଆଗ୍ରାରେ ଟ୍ରମ୍ପ ପ୍ରାୟ ୨ଘଣ୍ଟା ରହି ପରେ ସେ ଦିଲ୍ଲୀ ଗସ୍ତ କରିବେ। ତେବେ ଟ୍ରମ୍ପଙ୍କ ଗସ୍ତ ପାଇଁ ତାଜମହଲରେ ଅପରାହ୍ନ ୧୨ଟା ପରଠାରୁ ସାଧାରଣ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଅମିତ ଶାହଙ୍କ ହେଲିକପ୍ଟର

ନୂଆଦିଲ୍ଲୀ,୨୯।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ହେଲିକପ୍ଟର ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଯାଇଛି। ବିହାରର ବେଗୁସରାଇକୁ ଉଡ଼ାଣ ଭରୁଥିବାବେଳେ ହେଲିକପ୍ଟରଟି ଭାରସାମ୍ୟ ହରାଇଥିଲା। ତେବେ...

ସେମାନେ ମୋ ଗୃହମନ୍ତ୍ରୀଙ୍କୁ ଜେଲରେ ପୂରାଇଥିଲେ, ଏମିତି କାହିଁକି କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୯।୪: ୨୦୨୪ ଲୋକ ସଭା ନିର୍ବାଚନ ସମୟରେ ଦୁଇଟି ପର୍ଯ୍ୟାୟ ମତଦାନ ହୋଇସାରିଛି। ଏହି ସମୟରେ ଏକ ସ୍ବତନ୍ତ୍ର ବାର୍ତ୍ତାଳାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଭିଏମ,...

ୟୁଜିସି ନେଟ୍‌ ପରୀକ୍ଷା ତାରିଖ ପରିବର୍ତ୍ତନ, ଏବେ ଏହି ଦିନ ହେବ ପରୀକ୍ଷା

ନୂଆଦିଲ୍ଲୀ,୨୯।୪: ଚଳିତ ବର୍ଷ ହେବାକୁ ଥିବା ୟୁଜିସି ନେଟ୍‌ ପରୀକ୍ଷା ତାରିଖ ପରିବର୍ତ୍ତନ କରାଯାଇଛି । ଏହି ପରୀକ୍ଷା ବର୍ତ୍ତମାନ ଜୁନ ୧୮ରେ ହେବ। ଏନେଇ...

ହେଟ ସ୍ପିଚ ମାମଲାରେ ତାମିଲନାଡୁ ଭାଜପା ମୁଖ୍ୟଙ୍କୁ ସପ୍ରିମକୋର୍ଟରୁ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୯।୪: ସୋମବାର (ଏପ୍ରିଲ ୨୯, ୨୦୨୪) ସୁପ୍ରିମକୋର୍ଟ ହେଟ ସ୍ପିଚ ମାମଲାରେ ତାମିଲନାଡୁ ଭାଜପା ମୁଖ୍ୟ କେ ଅନ୍ନାମଲାଇଙ୍କୁ ଆଶ୍ୱସ୍ତି ପ୍ରଦାନ କରଛନ୍ତି। କୋର୍ଟ କହିଛନ୍ତି...

ମୁଁ କଂଗ୍ରେସର ଉଦ୍ଦେଶ୍ୟ ପୂରଣ ହେବାକୁ ଦେବି ନାହିଁ: କର୍ନାଟକରେ ଗର୍ଜିଲେ ମୋଦି

ବେଙ୍ଗାଲୁରୁ,୨୯।୪: ସଂରକ୍ଷଣ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। କର୍ନାଟକରେ ଏକ ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ...

ପୁଣିଥରେ ଠପ ହେଲା ଏକ୍ସ, ୫ ଦିନରେ ଦୁଇଥର

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୯।୪: ପୂର୍ବରୁ ଟୁଇଟର ଭାବରେ ଜଣାଶୁଣା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ପୁଣିଥରେ ବନ୍ଦ ହେବାର ଖବର ଆସିଛି। ବ୍ୟବହାରକାରୀମାନେ ଲଗାତାର ସୋସିଆଲ ମିଡିଆରେ ଅଭିଯୋଗ...

ଟ୍ରାଫିକ ବ୍ୟବସ୍ଥା ସମ୍ଭାଳିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଭିଡିଓ ଭାଇରାଲ

ଲକ୍ଷ୍ନୌ,୨୯।୪: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଉତ୍ତରପ୍ରଦେଶର ଲକ୍ଷ୍ନୌ ଆସନରୁ ଭାଜପା ପ୍ରାର୍ଥୀ ଭାବରେ ପୁନଃ ମନୋନୀତ ହୋଇଛନ୍ତି। ସୋମବାର ସେ ଏଠାରୁ ପ୍ରାର୍ଥିପତ୍ର ଦାଖଲ...

ଫସିଗଲେ କହ୍ନେୟା କୁମାର, ଉଦିତ ରାଜ

ନୂଆଦିଲ୍ଲୀ,୨୯।୪: କହ୍ନେୟା କୁମାର ଏବଂ ଉଦିତ ରାଜଙ୍କୁ ଲୋକ ସଭା ପ୍ରାର୍ଥୀ କରାଯିବା ପରେ ଦିଲ୍ଲୀ କଂଗ୍ରେସରେ ଯେଉଁ ଆଲୋଡ଼ନ ସୃଷ୍ଟି ହୋଇଛି, ତାହା ଏପର୍ଯ୍ୟନ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri