ଆଗକୁ ବଢ଼ିବା ଆଶାରେ ଜୟନ୍ତ

ଆନନ୍ଦପୁର,୨୨।୮(ସନ୍ତୋଷ ରାଉତ)- ଆନନ୍ଦପୁରର ପୁରାତନ ଶିକ୍ଷାନୁଷ୍ଠାନ ବଳଭଦ୍ର ନାରାୟଣ ଉଚ୍ଚ ବିଦ୍ୟାଳୟ(ବି.ଏନ.ହାଇସ୍କୁଲ)ର ଦଶମ ଶ୍ରେଣୀର ଛାତ୍ର ଜୟନ୍ତ କୁମାର ଦତ୍ତ(୧୫)। ଦଶମରେ ପାଠ ପଢ଼ୁଥିଲେ ମଧ୍ୟ ଭବିଷ୍ୟତ ପାଇଁ ଏକ ଲକ୍ଷ୍ୟ ରଖିଛନ୍ତି। ସେ ଜଣେ ପାରା କମାଣ୍ଡର ହେବାକୁ ଆଶା ରଖିଥିବା ପ୍ରକାଶ କରିଛନ୍ତି। ଛାତ୍ର ଜୀବନରୁ ହିଁ ଭବିଷ୍ୟତକୁ ଲକ୍ଷ୍ୟ କରି ସେ ବିଦ୍ୟାଳୟ ସ୍ତରରେ ଏନ୍‌ସିସିରେ ଅଂଶଗ୍ରହଣ କରି ବିଭିନ୍ନ କ୍ୟାମ୍ପରେ ଯୋଗଦାନ କରିବା ସହିତ ଅନେକ କୃତିତ୍ୱ ହାସଲ କରିଛନ୍ତି। ଚଳିତ ଅଗଷ୍ଟ ୯ ତାରିଖରେ ୫ମ ବି.ଏନ.ଏନସିସି ସମ୍ବଲପୁର ଠାରେ ଅଂଶ ଗ୍ରହଣ କରି ଫାୟାରିଂରେ ପ୍ରଥମ ସ୍ଥାନ ଅଧିକାର କରିବା ସହିତ ବେଷ୍ଟ ଫାୟାରର୍‌ ଭାବେ ପ୍ରମାଣ ପତ୍ର ହାସଲ କରିଛନ୍ତି।
ପୂର୍ବରୁ ସେ ୧୮।୬।୨୦୧୯ରୁ ୨୭।୭।୨୦୧୯ ପର୍ଯ୍ୟନ୍ତ ୭ମ ବିଏନ ଏନସିସି ଭଦ୍ରକରେ ଅନୁଷ୍ଠିତ ହୋଇଥିବା ବାର୍ଷିକ କ୍ୟାମ୍ପରେ ଯୋଗଦାନ କରି ପ୍ରମାଣ ପତ୍ର ହାସଲ କରିବା ସହ ଜୁଲାଇ ମାସ ୨୧ରୁ ୩୦ ପର୍ଯ୍ୟନ୍ତ ଅନୁଷ୍ଠିତ କ୍ୟାମ୍ପରେ ଯୋଗଦାନ କରି ପ୍ରମାଣ ପତ୍ର ହାସଲ କରିଛନ୍ତି। ଢେଙ୍କାନାଳ ଠାରେ ଅନୁଷ୍ଠିତ ହୋଇଥିବା ଜୁଲାଇ ୧ରୁ ଜୁଲାଇ ୧୦ ପର୍ଯ୍ୟନ୍ତ କ୍ୟାମ୍ପରେ ଯୋଗଦେଇ ବେଷ୍ଟ ଫାୟାରର୍‌ ପ୍ରମାଣ ପତ୍ର ମଧ୍ୟ ହାସଲ କରିଛନ୍ତି। ଆନନ୍ଦପୁର ବିଏନ ହାସ୍କୁଲର ଏନସିସି ଅଫିସର ସୁବାସ ପଣ୍ଡାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଜୟନ୍ତ ଏନ୍‌ସିସିରେ ପଦାର୍ପଣ କରି ସଫଳତାର ଉଚ୍ଚ ସୋପାନରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଛନ୍ତି। ତେବେ ଏନସିସି ଶିକ୍ଷକ ପଣ୍ଡା ଜୟନ୍ତଙ୍କୁ ଏନସିସି କ୍ଷେତ୍ରରେ ଅଗ୍ରଗତି ପାଇଁ ଯଥା ସମ୍ଭବ ଉଦ୍ୟମ ମଧ୍ୟ କରୁଛନ୍ତି। ଜୟନ୍ତଙ୍କ ଘର ଯାଜପୁର ଜିଲା ଅଞ୍ଚଳର ହୋଇଥିବାବେଳେ ବାପା ବିଜୟ କୁମାର ଦତ୍ତ ଏକ କମ୍ପାନୀରେ ଚାକିରି କରି ପରିବାର ପ୍ରତିପୋଷଣ କରିଥାନ୍ତି। ମା’ ଅନ୍ନପୂର୍ଣ୍ଣା ଜଣେ ସୁଗୃହିଣୀ ଥିବାବେଳେ ଜୟନ୍ତ ପିଲାଦିନରୁ ଆନନ୍ଦପୁର ମାଉସୀ ଘରେ ରହି ପାଠପଢା କାର୍ଯ୍ୟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବା ବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର…

ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ

ବଡ଼ବିଲ,୪।୧୦(ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁସ୍ଥିତ ବୁରୁସାହିରେ ଶୁକ୍ରବାର ରାତିରେ ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ ଘଟିଛି। ମୃତକ ଭିଣୋଇ ହେଲେ ବନମାଳୀ…

ଦୁର୍ଗା ପୂଜା ପୂର୍ବରୁ କେନ୍ଦୁଝର ପୋଲିସର ବ୍ୟାପକ ସୁରକ୍ଷା ଯାଞ୍ଚ: ଆନନ୍ଦପୁର ଉପଖଣ୍ଡରେ…

ହାଟଡିହୀ,୩।୧୦(ଶୁଭକାନ୍ତ ନାୟକ): ଆସନ୍ତା ଦୁର୍ଗା ପୂଜା ପାର୍ବଣ ସମୟରେ ଅପରାଧ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କେନ୍ଦୁଝର ଏସ୍‌ପି ନୀତିନ କୁଶଲକର ଦାଗୁଡୁଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶ…

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

ପାର୍ବଣକୁ ନେଇ ଆନନ୍ଦପୁରରେ କଡ଼ା ସୁରକ୍ଷା: ନାକା ଡ୍ୟୁଟିରେ ପୋଲିସଙ୍କ ସହ ସାମିଲ ହେଲେ ଉପଜିଲାପାଳ

ବଞ୍ଚୋ, ୩/୧୦ (ପ୍ରଦୋଷ ବିଶ୍ୱାଳ): ପାର୍ବଣ ଋତୁ ଆରମ୍ଭ ହୋଇଥିବାରୁ ଆନନ୍ଦପୁର ଅଞ୍ଚଳରେ ଶାନ୍ତିଶୃଙ୍ଖଳା ଓ ସୁରକ୍ଷା ବଜାୟ ରଖିବା ପାଇଁ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା…

ଖୁଦୁରୁକୁଣୀ ଭସାଣି ବେଳେ ଏସ୍‌ଆଇଙ୍କୁ ଆକ୍ରମଣ: ଡିଜେ ବଜାଇବାକୁ….

ହାଟଡିହୀ,୩ା୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଘଷିପୁରା ଥାନା ଚଉମୁଇଁରେ ଖୁଦୁରୁକୁଣୀ ଭସାଣି ବେଳେ ଡିଜେ ବଜାଇବାକୁ ବିରୋଧ କରିବାରୁ ଏସ୍‌ଆଇ କଳ୍ପତ୍ତରୁ ନାୟକଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ…

ଲଜ୍‌କୁ ଡାକି ଛାତ୍ରୀଙ୍କୁ ବଳାତ୍କାର କଲେ ଯୁବକ, ଡାକ୍ତରୀମାଇନା ପରେ…

ହାଟଡିହୀ,୩ା୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ସୋସୋ ଥାନା ଅଞ୍ଚଳରେ ଜଣେ ଯୁକ୍ତ-୩ ଛାତ୍ରୀଙ୍କୁ ଲଜ୍‌ରେ ବଳାତ୍କାର କରାଯାଇଥିବା ନେଇ ଶୁକ୍ରବାର ଅଭିଯୋଗ ହୋଇଛି। ଏହି…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?