ଆଖିରେ ଟାଟୁ କରି ଦୃଷ୍ଟିଶକ୍ତି ହରାଇଲେ ମଡେଲ

ଓ୍ବାର୍ସା,୪।୩: ଶରୀରରେ ଟାଟୁ କରିବା ବର୍ତ୍ତମାନ ଟ୍ରେଣ୍ଡ ପାଲଟିଥିବା ବେଳେ ଏବେ ଏହାକୁ ନେଇ ଯୁବପିଢ଼ିଙ୍କ ମଧ୍ୟରେ କ୍ରେଜ୍‌ କାହିଁରେ କେତେ। ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ କରାଯାଉଥିବା ଟାଟୁ ବେଳେବେଳେ କ୍ଷତିକାରକ ମଧ୍ୟ ସାବ୍ୟସ୍ତ ହୋଇଥାଏ। କିଏ ହାତରେ ଟାଟୁ କରିଥାଏ ତ କିଏ ମୁହଁରେ। ବେଳେବେଳେ ସମ୍ବେଦନଶୀଳ ସ୍ଥାନରେ ଟାଟୁ କରିବା କ୍ଷତିକାରକ ହେବା ସହ ଜୀବନ ପ୍ରତି ବିପଦ ମଧ୍ୟ ସୃଷ୍ଟି ହୋଇଥାଏ। ଏହି ପରିପ୍ରେକ୍ଷୀରେ ଜଣେ ମଡେଲଙ୍କୁ ଟାଟୁ କରିବା ମହଙ୍ଗା ପଡ଼ିଛି। ଆଖିରେ ଟାଟୁ କରିବାରୁ ତାଙ୍କର ଦୃଷ୍ଟିଶକ୍ତି ଚାଲିଯାଇଛି। ଖୁବ୍‌ଶୀଘ୍ର ଅନ୍ୟ ଆଖିର ଦୃଷ୍ଟିଶକ୍ତି ମଧ୍ୟ ଚାଲିଯାଇପାରେ ବୋଲି କୁହାଯାଉଛି। ଏନେଇ ଉକ୍ତ ମଡେଲ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହି ଘଟଣା ଘଟିଛି ପୋଲାଣ୍ଡର ରୋକ୍ଲାରେ। ସେଠାରେ ରହୁଥିବା ଆଲେକଜାଣ୍ଡ୍ରା ସାଡୋସ୍କା ରାପ୍‌ ଆର୍ଟିଷ୍ଟ ପୋପେକଙ୍କ ଭଳି ଆଖି ଡୋଳାକୁ କଳା କରିବାକୁ ଚାହୁଁଥିଲେ। ଏଥିପାଇଁ ସେ ଏକ ଟାଟୁ ଆର୍ଟିଷ୍ଟଙ୍କ ପାଖକୁ ଯାଇଥିଲେ। ଏହି ଆଇବୋଲ ଟାଟୁକୁ ସ୍କେରାଲ ଟାଟୁ ମଧ୍ୟ କୁହାଯାଏ। ଏଭଳିି ଟାଟୁ ଦ୍ୱାରା କୌଣସି ବ୍ୟକ୍ତି ଆଖିରେ ଥିବା ଧଳାଭାଗକୁ ଭିନ୍ନ ଭିନ୍ନ ରଙ୍ଗରେ ରଙ୍ଗିନ କରିପାରିବେ। ଡେଲି ମେଲ୍‌ ରିପୋର୍ଟ ଅନୁସାରେ ୨୫ ବର୍ଷୀୟ ମଡେଲ ଆଲେକଜାଣ୍ଡ୍ରା ନିଜ ଆଖିଡୋଳାରେ ଏହି ଟାଟୁ କରିଥିଲେ। ଏହାପରେ ତାଙ୍କ ଆଖିରେ ଯନ୍ତ୍ରଣା ଅନୁଭବ ହୋଇଥିଲା। ଏନେଇ ଟାଟୁ ଆର୍ଟିଷ୍ଟଙ୍କୁ ଅବଗତ କରାଇବା ପରେ ସେ ମଡେଲଙ୍କୁ ପେନ୍‌ କିଲର ଖାଇବାକୁ ପରାମର୍ଶ ଦେଇଥିଲେ। ମେଡିସିନ ଖାଇବା ପରେ ବି ତାଙ୍କର ଯନ୍ତ୍ରଣା କମ୍‌ ନ ହେବା ସହ ଦୃଷ୍ଟିଶକ୍ତି ଚାଲିଯାଇଥିଲା। ନିଜର ଦୃଷ୍ଟିଶକ୍ତି ଫେରାଇ ଆଣିବା ପାଇଁ ଆଲେକଜାଣ୍ଡ୍ରା ଆଖିର ୩ଥର ସର୍ଜରି କରାଇ ସାରିଲେଣି। କିନ୍ତୁ ତାଙ୍କର ଦୃଷ୍ଟିଶକ୍ତି ଫେରି ପାଇବା ସମ୍ଭାବନା କମ୍‌ ରହିଛି ବୋଲି ଡାକ୍ତର କହିଛନ୍ତି। କାରଣ ଆଖିରେ ବ୍ୟବହୃତ ହୋଇଥିବା ଇଙ୍କ୍‌ ତାଙ୍କର ଟିସୁ ପର୍ଯ୍ୟନ୍ତ ପହଞ୍ଚି ଯାଇଛି। ସୂଚନା ମୁତାବକ ଉକ୍ତ ଟାଟୁ ଆର୍ଟିଷ୍ଟ ଆଖି ଡୋଳାରେ ଯେଉଁ ଇଙ୍କ୍‌ ବ୍ୟବହାର କରିଥିଲେ ତାହା ଆଖି ପାଇଁ କ୍ଷତିକାରକ। ତେବେ ଏହି ମାମଲାରେ ଉକ୍ତ ଟାଟୁ ଆର୍ଟିଷ୍ଟଙ୍କୁ ଗିରଫ କରାଯାଇ ୩ବର୍ଷର ଜେଲ ଦଣ୍ଡାଦେଶରେ ଦଣ୍ଡିତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ୱାମୀ ବିବେକାନନ୍ଦ ବିଦ୍ୟାମନ୍ଦିରରେ ବନମହୋତ୍ସବ ପାଳିତ : “ଗଛ ବଞ୍ଚିଲେ ଆମେ ବଞ୍ଚିବା”

ଗଞ୍ଜାମ, ୧୧।୭ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ରାମଗଡ଼ ପଞ୍ଚାୟତସ୍ଥିତ ସ୍ୱାମୀ ବିବେକାନନ୍ଦ ବିଦ୍ୟାମନ୍ଦିର ପରିସରରେ ଶନିବାର ବନମହୋତ୍ସବ କାର୍ଯ୍ୟକ୍ରମ ଉତ୍ସାହର ସହ ପାଳନ କରାଯାଇଛି।…

ତାର ବାଡ଼ରେ ଫସିଯାଇଥିଲା ଭାଲୁ , ଉଦ୍ଧାର କଲା ବନ ବିଭାଗ

କେସିଙ୍ଗା, ୧୧।୭ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କିନେରକେଲା ଗ୍ରାମରେ ଜଣେ ଚାଷୀଙ୍କ ତାର ବାଡ଼ରେ ଶନିବାର ସକାଳେ ଏକ ଭାଲୁ ଫସିଯାଇଥିବା…

ମଣିଷ ସୁରକ୍ଷାକୁ ଫୁ’: ଗୋଟିଏ କୂଅରେ ଖୋଲାରେ ଲାଗିଛି ୧୩ ପାଣି ପମ୍ପ୍‌, ଆଖି ପିଛୁଳାକେ ଘଟିପାରେ….

ଛତ୍ରପୁର,୧୧ା୭(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାହେବଜେନାପଲ୍ଲୀଠାରେ ଥିବା ଗୋଟିଏ କୂଅରୁ ପାଣି ଟାଣୁଛନ୍ତି ୧୩ଟି ପମ୍ପ। ସବୁଠାରୁ ବିପଦପୂର୍ଣ୍ଣ କଥା ହେଉଛି ସେହି ପମ୍ପଗୁଡ଼ିକ କୂଅର…

ଝାରସୁଗୁଡ଼ାରେ ଭାଜପାର ତୀବ୍ର ଗୋଷ୍ଠୀ କନ୍ଦଳ : ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଅଟକାଇଲେ କର୍ମୀ ମା’ ସମଲେଇ ଦର୍ଶନ ନକରି ଫେରିଲେ…

ଝାରସୁଗୁଡ଼ା, ୧୧।୭ (ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ଜିଲାରେ ଭାଜପାର ଗୋଷ୍ଠୀ କନ୍ଦଳ ଏବେ ଚରମ ସୀମାରେ ପହଞ୍ଚିଛି। ବିଶେଷକରି ଜିଲାର ଦୁଇ ପ୍ରମୁଖ ନେତା—ରାଜସ୍ୱ ଓ…

ଇରାନ ଯୁଦ୍ଧ ସମୟରେ ଭାରତୀୟ ନୌସେନା କରିଥିଲା ଶକ୍ତି ପ୍ରଦର୍ଶନ; ୧୮ଟି ଜାହାଜକୁ ସୁରକ୍ଷିତ ଭାରତକୁ ନେଇଆସିଥିଲା

ନୂଆଦିଲ୍ଲୀ,୧୧।୭: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରବିବାର (୧୧ ଜୁଲାଇ) କହିଛନ୍ତି ଯେ ମଧ୍ୟପ୍ରାଚ୍ୟରେ ସଂଘର୍ଷ ସମୟରେ, ଭାରତୀୟ ନୌସେନା ପ୍ରାୟ ୯,୦୦୦ କୋଟି ଟଙ୍କାର ମାଲ…

ଗୁଡାରିରେ କଡ଼ାକଡ଼ି ଗାଡ଼ି ଯାଞ୍ଚ: ୭ ହଜାର ଟଙ୍କାର ଚାଲାଣ କାଟିଲା…

ଗୁଡାରି, ୧୧।୭ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ପୋଲିସ ସୁପରିଣ୍ଟେଣ୍ଡେଣ୍ଟ (ଏସ୍‌ପି) ରାଜ ପ୍ରସାଦଙ୍କ ନିର୍ଦ୍ଦେଶକ୍ରମେ ଗୁଡାରି ଥାନା ଅଧିକାରିଣୀ ବିଶ୍ୱବନ୍ଦିନୀ ବାଗଙ୍କ ନେତୃତ୍ୱରେ ଶନିବାର…

ରାଜନୈତିକ ରାଲିରେ ସ୍କୁଲ ଛାତ୍ରୀଛାତ୍ରଙ୍କ ସାମିଲ: ୭ ଦିନ ମଧ୍ୟରେ ଜବାବ ତଲବ

ଝାରସୁଗୁଡ଼ା, ୧୧।୭ (ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ଜିଲାରେ ଆୟୋଜିତ ଏକ ରାଜନୈତିକ ପ୍ରତିବାଦ ସଭାରେ ସ୍କୁଲ ସମୟରେ ନାବାଳକ ଓ ନାବାଳିକା ଛାତ୍ରୀଛାତ୍ରଙ୍କୁ ସାମିଲ କରାଯାଇଥିବା…

ରାତିରେ ମହିଳାଙ୍କ ଘରେ ପ୍ରବେଶ କରୁଥିଲେଏଏସଆଇ: ଧରିପକାଇ ପିଟିଦେଇଗଲେ ଲୋକେ, ଭିଡିଓ ଭାଇରାଲ୍

ନୟାଗଡ, ୧୧।୭(ଲୋକନାଥ ମିଶ୍ର): ନୟାଗଡ଼ ଜିଲାର ରଣପୁର ଥାନା ଅଞ୍ଚଳରେ ଜଣେ ଏଏସଆଇଙ୍କୁ ଅଟକ ରଖି ମାଡ଼ ମରାଯିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri