‘ଆକ୍ସନ ଓ ଷ୍ଟଣ୍ଟ୍‌କୁ ମୁଁ ଭଲପାଏ’

ମୁମ୍ବାଇ: ବଲିଉଡ ଇଣ୍ଡଷ୍ଟ୍ରିର ଫିଟ୍‌ ଆକ୍ଟର୍ସଙ୍କ ମଧ୍ୟରେ ଜଣେ ହେଉଛନ୍ତି ବିଦ୍ୟୁତ୍‌ ଜମଓ୍ବାଲ। ସେ ନିଜର ଆକ୍ସନ ଏବଂ ଷ୍ଟଣ୍ଟ ଜରିଆରେ ଦର୍ଶକଙ୍କ ମନରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ସେ ଦେଇଥିବା ଏକ ଇଣ୍ଟରଭ୍ୟୁରେ ଅକ୍ଷୟ କୁମାରଙ୍କୁ ନେଇ ନିଜର ମନ କଥା କହିଛନ୍ତି। ଖିଲାଡି କୁମାରଙ୍କ ବଡ଼ ପ୍ରଶଂସକଙ୍କ ମଧ୍ୟରେ ସେ ଜଣେ ବୋଲି କହିଛନ୍ତି। ବ୍ୟାଙ୍କକ୍‌ରେ ଜଣେ କୁକ୍‌ରୁ ମୁମ୍ବାଇର ଜଣେ ସାଧାରଣ କଳାକାର ଭାବେ କ୍ୟାରିୟର ଆରମ୍ଭ କରିଥିବା ଅକ୍ଷୟ ବର୍ତ୍ତମାନର ଜଣେ ସଫଳ ସୁପରଷ୍ଟାରଙ୍କ ମଧ୍ୟରେ ଗଣାଯାଉଛନ୍ତି। ତାଙ୍କର ଏହି ଯାତ୍ରା ବେଶ୍‌ ପ୍ରେରଣାଦାୟକ ବୋଲି ସେ କହିଛନ୍ତି। ଯଦି ଆଗାମୀ ଭବିଷ୍ୟତରେ ଅକ୍ଷୟଙ୍କ ଜୀବନୀକୁ ନେଇ ବାୟୋପିକ ନିର୍ମାଣ କରାଯାଏ, ତେବେ ଅକ୍ଷୟଙ୍କ ଭୂମିକାକୁ କରିବାକୁ ଇଚ୍ଛା ପ୍ରକାଶ କରବେ ବୋଲି ବିଦ୍ୟୁତ କହିଛନ୍ତି। ଏଥିସହିତ ସେ କହିଛନ୍ତି ଯେ, ଅକ୍ଷୟ ଓ ତାଙ୍କ କ୍ୟାରିୟରେ ବହୁ ସମାନତା ରହିଛି। ଅକ୍ଷୟଙ୍କ ପରି ବିଦ୍ୟୁତ୍‌ ମଧ୍ୟ ଛୋଟ ମୋଟ ଭୂମିକାରୁ କ୍ୟାରିୟର ଆରମ୍ଭ କରିଛନ୍ତି। ସେହିପରି ଫିଲ୍ମର ଆକ୍ସନ ସିନ୍‌ଗୁଡ଼ିକ ଦୁହେଁ ନିଜେ କରିବାକୁ ପସନ୍ଦ କରନ୍ତି। ବିଦ୍ୟୁତଙ୍କ ଆଗାମୀ ପ୍ରୋଜେକ୍ଟ କଥା କହିବାକୁ ଗଲେ, ପାନୋରମା ଷ୍ଟୁଡିଓଜ୍‌ ପ୍ରଡକ୍ସନରେ ନିର୍ର୍ମିତ ହେଉଥିବା ନୂଆ ଫିଲ୍ମ ‘ଖୁଦା ହାଫିଜ୍‌’ରେ ସେ ଆସୁଛନ୍ତି। ଏହା ଏକ ରୋମାଣ୍ଟିକ ଆକ୍ସନ ଥ୍ରୀଲର ଫିଲ୍ମ ଅଟେ। ଫାରୁକ କୁମାରଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମଟି ଆସନ୍ତାବର୍ଷ ପ୍ରାରମ୍ଭରେ ମୁକ୍ତିଲାଭ କରିବାର ଯୋଜନା ରହିଛି। ଫିଲ୍ମଟିର ସୁଟିଂ ଉଜ୍‌ବେକିସ୍ତାନରେ ଆରମ୍ଭ ହୋଇଥିବାବେଳେ କୁମାର ମଙ୍ଗତ୍‌ ପାଠକ ଏବଂ ଅଭିଷେକ ପାଠକ ମିଳିତ ଭାବେ ଏହାର ପ୍ରଯୋଜନା ସମ୍ଭାଳୁଛନ୍ତି। ଏଥିସହିତ ବିଦ୍ୟୁତଙ୍କ ଅଭିନୀତ ‘କମାଣ୍ଡୋ-୩’ ନଭେମ୍ବର ୨୯ରେ ରିଲିଜ ଅପେକ୍ଷାରେ ରହିଛି। ଏଥିରେ ତାଙ୍କ ଅପୋଜିଟ୍‌ରେ ଅଦା ଶର୍ମା ଅଭିନୟ କରିଛନ୍ତି। ଏହି ଦୁଇ ଫିଲ୍ମ ବ୍ୟତୀତ ଏସ୍‌. ଶଙ୍କରଙ୍କ ଦ୍ୱାରା ନିର୍ଦ୍ଦେଶିତ ତାମିଲ ଫିଲ୍ମ ‘ଇଣ୍ଡିଆନ-୨’ରେ ମଧ୍ୟ ବିଦ୍ୟୁତ୍‌ ନଜର ଆସିବେ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନରେ ବର୍ତ୍ତମାନ ସୁଦ୍ଧା ଏତିକି ଜଣ ଜୀବିତ ଅଛନ୍ତି ପରମାଣୁ ବୈଜ୍ଞାନିକ, ରିପୋର୍ଟରେ ପ୍ରକାଶ ପାଇଲା…

ତେହରାନ,୧୮ା୧୨: ୨୦୨୫ ବର୍ଷ ଇରାନ ପାଇଁ ଏକ ଝଟ୍‌କା ଥିଲା। ଗୋଟିଏ ପଟେ ଏହାର ତିନୋଟି ପ୍ରକ୍ସି ସଂଗଠନ (ହମାସ୍‌, ହେଜ୍‌ବୋଲ୍ଲା ଏବଂ ହୁଟି) ଏହି...

ଚର୍ଚ୍ଚା ଭିତରେ ମୁହଁ ଖୋଲିଲେ ମହମ୍ମଦ ମୋକିମ, କହିଲେ ଖୁବ କମ୍ ଦିନ ଭିତରେ ନିଷ୍ପତ୍ତି ଜଣାଇବି

ଭୁବନେଶ୍ବର,୧୮ା୧୨: ପୂର୍ବତନ ବିଧାୟକ ମୋକିମଙ୍କୁ କଂଗ୍ରେସ ବହିଷ୍କାର କରିବା ପରେ ଦିନକୁ ଦିନ ନୂଆନୂଆ ରାଜନୈତିକ ବୟାନବାଜି ସାମ୍ନାକୁ ଆସିଛି । କଂଗ୍ରେସର କେନ୍ଦ୍ରୀୟ ନେତା...

ରୋଗୀଙ୍କୁ ମିଳିବ ଉନ୍ନତ ସେବା

କେସିଙ୍ଗା,୧୮।୧୨(ତୁମେଶ୍ୱର ସାହୁ): ଜିଲା ସ୍ବାସ୍ଥ୍ୟ ସମିତି କଳାହାଣ୍ଡି ଆନୁକୁଲ୍ୟରେ ଏମ୍ସ ଭୁବନେଶ୍ୱର ଏବଂ ଦିଲ୍ଲୀ ଜହ୍ନ ହୋପକିନସ ୟୁନିଭର୍‌ ସିଟି(John Hopkins University) ଆନୁକୁଲ୍ୟରେ ସ୍ଥାନୀୟ...

ସୁଗ୍ରୀବଙ୍କ ରଙ୍ଗ ତୂଳୀରେ ଝଲସୁଛି ଆଦିମ ଜନଜାତି ଜୁଆଙ୍ଗଙ୍କ ଚିତ୍ରକଳା

କେନ୍ଦୁଝର (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାର ଆଦିମ ଜନଜାତି ଜୁଆଙ୍ଗମାନେ ଏବେ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇ ବିଭିନ୍ନ କଳା କୌଶଳରେ ନିଜର ପରିଦର୍ଷିତା...

IPL ୨୦୨୬: ମା’ ବିକିଥିଲେ ଗହଣା, ଖାଲିପେଟରେ ଶୋଇଥିଲେ ବାପା; ଏବେ ୧୪.୨୦ କୋଟିରେ କିଣିଲା CSK

ମୁମ୍ବାଇ,୧୮ା୧୨: ଆଇପିଏଲ୍ ୨୦୨୬ ନିଲାମରେ ଚେନ୍ନାଇ ସୁପର କିଙ୍ଗସ୍ (CSK) ଦ୍ୱାରା ୧୪.୨୦ କୋଟି ଟଙ୍କାରେ କିଣାଯାଇଥିବା ଯୁବ ୱିକେଟକିପର ବ୍ୟାଟର କାର୍ତ୍ତିକ ଶର୍ମାଙ୍କ ସଫଳତା...

ଆଦିବାସୀ ମହୋତ୍ସବ ‘ପରବ’ ଉଦ୍‌ଘାଟନ କରିବେ ମନ୍ତ୍ରୀ, ସୁରକ୍ଷା ପାଇଁ ୩୬ ପ୍ଲାଟୁନ ପୋଲିସ ମୁତୟନ

କୋରାପୁଟ,୧୮ା୧୨(ଅମିତାଭ ବେହେରା): ଗୁରୁବାର ସନ୍ଧ୍ୟା ୬ଟାରେ ଜାତୀୟସ୍ତରୀୟ ଆଦିବାସୀ ମହୋତ୍ସବ ପରବ ୨୦୨୫ର ଉଦ୍‌ଘାଟନ ହେବାକୁ ଯାଉଥିବାବେଳେ ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି...

ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରି ଡେଇଁ ଯୁବକ ଚମ୍ପଟ୍‌

ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ ।  ତେବେ ଧରାପଡିବା ପରେ ଯୁବକ...

‘ଆଗକୁ ବଢ଼ିବେ ଚାଷୀ, ସରକାରୀ ଯୋଜନାରେ ସାମିଲ ହୋଇ ହେବେ ଉପକୃତ’

ଭଞ୍ଜନଗର,୧୮ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟ ପଡ଼ିଆରେ ଗୁରୁବାର ଉପଖଣ୍ଡସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦ୍‌ଘାଟିତ ହୋଇଯାଇଛି। ଭଞ୍ଜନଗର ଉପଜିଲାପାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri