ଆଉଟ୍‌ସୋର୍ସିଂ ପ୍ରତିବାଦରେ ଧାରଣା

ବ୍ରହ୍ମପୁର ଅଫିସ,୧୦ା୮-ମଧ୍ୟାହ୍ନଭୋଜନ ଏବଂ ଆହାର କେନ୍ଦ୍ରକୁ ଖାଦ୍ୟ ଯୋଗାଉଥିବା ମାନ୍ନା ଟ୍ରଷ୍ଟର କର୍ମଚାରୀମାନେ ଆଉଟ୍‌ସୋର୍ସିଂକୁ ପ୍ରତିବାଦ କରି ଶୁକ୍ରବାର ଧାରଣା ଦେବା ସହ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି।
ସେମାନେ ଅଭିଯୋଗ ଯେ, ହାଇଦ୍ରାବାଦ୍‌ର ମାନ୍ନା ଟ୍ରଷ୍ଟ ଦ୍ୱାରା ପରିଚାଳିତ କେନ୍ଦ୍ରୀୟ ରୋଷେଇଶାଳର ଶ୍ରମିକ ଭାବେ ଗତ ପ୍ରାୟ ୧୪ ବର୍ଷ ଧରି ମଧ୍ୟାହ୍ନଭୋଜନ ଓ ଆହାର କେନ୍ଦ୍ର ପାଇଁ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି। ବ୍ରହ୍ମପୁରସ୍ଥିତ କେନ୍ଦ୍ରୀୟ ରୋଷେଇଶାଳରେ କାମ କରି ଆସୁଛନ୍ତି। ପୂର୍ବରୁ ନନ୍ଦୀ ଫାଉଣ୍ଡେଶନ୍‌ ସମୟରେ ମଧ୍ୟ ଭୋଜନ ପ୍ରସ୍ତୁତି କାମରେ ନିୟୋଜିତ ହୋଇଥିଲେ। ପରବର୍ତ୍ତୀ ସମୟରେ ମାନ୍ନା ଫାଉଣ୍ଡେସନ୍‌ ଅଧୀନରେ କାମ କରୁଛନ୍ତି। ଏତେ ବର୍ଷ ଧରି କାମ କରୁଥିଲେ ମଧ୍ୟ ଏଯାଏ ସର୍ବନିମ୍ନ ମଜୁରି ମିଳୁନି। କିଛି ଦିନ ପୂର୍ବେ ମଜୁରିକୁ ନେଇ ଆନ୍ଦୋଳନ କରିବା ଯୋଗୁ ଅଣକୁଶଳୀ ଶ୍ରମିକ ଭାବେ ସର୍ବନିମ୍ନ ମଜୁରୀ ପ୍ରଦାନ କରାଯାଇଥିଲା। ହେଲେ ଇପିଏଫ୍‌, ଇଏସ୍‌ଆଇ ଆଦି ସୁବିଧାରୁ ବଞ୍ଚିତ କରାଯାଇଛି ବୋଲି କର୍ମଚାରୀମାନେ ଅଭିଯୋଗ କରିଛନ୍ତି। ଟ୍ରଷ୍ଟ କର୍ତ୍ତୃପକ୍ଷ ଶ୍ରମିକ ଭାବେ କୌଣସି ପରିଚୟପତ୍ର କିମ୍ବା ୟୁନିଫର୍ମ ଦେଇନାହାନ୍ତି। କାର୍ଯ୍ୟରତ ସମୟରେ କୌଣସି ଦୁର୍ଘଟଣା ହେଲେ କ୍ଷତିପୂରଣର ବ୍ୟବସ୍ଥା ନାହିଁ। ଦୀର୍ଘ ବର୍ଷ ହେଲା କାମ କରୁଥିଲେ ମଧ୍ୟ ନିୟମିତ ଶ୍ରମିକର ମାନ୍ୟତା ଦେଇନାହାନ୍ତି। ଏବେ ଗଞ୍ଜାମ ସିକ୍ୟୁରିଟି ପରି ଏକ ଏଜେନ୍ସି ଜରିଆରେ ଆଉଟ୍‌ସୋର୍ସିଂ କରିବାକୁ ନିଷ୍ପତ୍ତି ନେଇ ଟେଣ୍ଡର କରାଯାଇଛି। ଆଉଟସୋର୍ସିଂରେ ଗଞ୍ଜାମ ସିକ୍ୟୁରିଟି କିମ୍ବା ଅନ୍ୟ କୌଣସି ସର୍ଭିସ ପ୍ରୋଭାଇଡ଼ରଙ୍କ ଦ୍ୱାରା ନିଯୁକ୍ତି ବଦଳରେ ପୂର୍ବଭଳି ମାନ୍ନାର ନିୟମିତ ଶ୍ରମିକ ଭାବେ କାମ କରିବାକୁ ଦେବା ପାଇଁ କର୍ମଚାରୀମାନେ ଦାବି କରିଛନ୍ତି।
ଏଥିସହ ଶ୍ରମିକମାନଙ୍କ ପାଇଁ ଉଦ୍ଦିଷ୍ଟ ଇପିଏଫ୍‌, ଇଏସ୍‌ଆଇ ଆଦି ସୁବିଧା ସବୁ ଶ୍ରମିକଙ୍କୁ ପ୍ରଦାନ, କୁଶଳୀ ଓ ଅତିକୁଶଳୀ ଶ୍ରମିକ ଭାବେ ରାଜ୍ୟ ସରକାରଙ୍କ ଦ୍ୱାରା ଘୋଷିତ ସର୍ବନିମ୍ନ ମଜୁରି ପ୍ରଦାନ, ସବୁ ଶ୍ରମିକଙ୍କୁ ପରିଚୟ ପତ୍ର, ୟୁନିଫର୍ମ ଏବଂ ବୀମା ସୁବିଧା ପ୍ରଦାନ ନେଇ ଦାବି କରାଯାଇଛି। ଏନେଇ ଏକ ଦାବିପତ୍ର ଶାଖା ପରିଚାଳାକଙ୍କ ଜରିଆରେ ନିର୍ଦ୍ଦେଶକଙ୍କୁ ପ୍ରଦାନ କରାଯାଇଥିଲା।
ସର୍ବଭାରତୀୟ ଶ୍ରମିକ ସଙ୍ଗଠନ ଆଇଏଫ୍‌ଟିୟୁ ଦ୍ୱାରା ଅନୁବନ୍ଧିତ ସେଣ୍ଟ୍ରାଲ କିଚେନ୍‌ ଶ୍ରମିକ ୟୁନିୟନ୍‌ ପକ୍ଷରୁ ଆୟୋଜିତ ବିକ୍ଷୋଭରେ ୟୁନିୟନ୍‌ର ସଭାନେତ୍ରୀ ବୈଜୟନ୍ତୀ ସାହୁ, ସମ୍ପାଦିକା ଜଲି ପରିଡ଼ା, ମଞ୍ଜୁଶ୍ରୀ ମହାରଣା, ସରସ୍ବତୀ ନାହାକ ଓ ୟୁନିୟନ୍‌ର ଉପଦେଷ୍ଟା ତଥା ଆବାହକ ପ୍ରତାପ ଚନ୍ଦ୍ର ପ୍ରଧାନ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ନିଆରା ଜନ୍ମଦିନ ପାଳନ କଲେ ସମାଜସେବୀ ସୁନିଲ

ଗଞ୍ଜାମ,୭।୪(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ଐତିହାସିକ ଲବଣ ସତ୍ୟାଗ୍ରହର ଅନ୍ୟତମ ପୀଠ ହୁମ୍ମାଠାରେ ଜନ କଲ୍ୟାଣ ସ୍ବେଛାସେବୀ ସଂସ୍ଥା ଓ ବଜରଙ୍ଗୀ ଦଳର ମିଳିତ ଆନୁକୁଲ୍ୟରେ…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଟ୍ରମ୍ପଙ୍କ ଅଲ୍ଟିମେଟମ୍‌: ଆଜି ରାତିରେ ଗୋଟିଏ ସଭ୍ୟତାର ବିନାଶ ନିଶ୍ଚିତ, ବିଶ୍ୱରେ ଚହଳ

ୱାଶିଂଟନ/ତେହେରାନ,୭।୪: ହର୍ମୁଜ ପ୍ରଣାଳୀ ଖୋଲିବାକୁ ନେଇ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିସ୍ଫୋରକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri