ଆଉଟ୍‌ସୋର୍ସିଂ ପ୍ରତିବାଦରେ ଧାରଣା

ବ୍ରହ୍ମପୁର ଅଫିସ,୧୦ା୮-ମଧ୍ୟାହ୍ନଭୋଜନ ଏବଂ ଆହାର କେନ୍ଦ୍ରକୁ ଖାଦ୍ୟ ଯୋଗାଉଥିବା ମାନ୍ନା ଟ୍ରଷ୍ଟର କର୍ମଚାରୀମାନେ ଆଉଟ୍‌ସୋର୍ସିଂକୁ ପ୍ରତିବାଦ କରି ଶୁକ୍ରବାର ଧାରଣା ଦେବା ସହ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି।
ସେମାନେ ଅଭିଯୋଗ ଯେ, ହାଇଦ୍ରାବାଦ୍‌ର ମାନ୍ନା ଟ୍ରଷ୍ଟ ଦ୍ୱାରା ପରିଚାଳିତ କେନ୍ଦ୍ରୀୟ ରୋଷେଇଶାଳର ଶ୍ରମିକ ଭାବେ ଗତ ପ୍ରାୟ ୧୪ ବର୍ଷ ଧରି ମଧ୍ୟାହ୍ନଭୋଜନ ଓ ଆହାର କେନ୍ଦ୍ର ପାଇଁ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି। ବ୍ରହ୍ମପୁରସ୍ଥିତ କେନ୍ଦ୍ରୀୟ ରୋଷେଇଶାଳରେ କାମ କରି ଆସୁଛନ୍ତି। ପୂର୍ବରୁ ନନ୍ଦୀ ଫାଉଣ୍ଡେଶନ୍‌ ସମୟରେ ମଧ୍ୟ ଭୋଜନ ପ୍ରସ୍ତୁତି କାମରେ ନିୟୋଜିତ ହୋଇଥିଲେ। ପରବର୍ତ୍ତୀ ସମୟରେ ମାନ୍ନା ଫାଉଣ୍ଡେସନ୍‌ ଅଧୀନରେ କାମ କରୁଛନ୍ତି। ଏତେ ବର୍ଷ ଧରି କାମ କରୁଥିଲେ ମଧ୍ୟ ଏଯାଏ ସର୍ବନିମ୍ନ ମଜୁରି ମିଳୁନି। କିଛି ଦିନ ପୂର୍ବେ ମଜୁରିକୁ ନେଇ ଆନ୍ଦୋଳନ କରିବା ଯୋଗୁ ଅଣକୁଶଳୀ ଶ୍ରମିକ ଭାବେ ସର୍ବନିମ୍ନ ମଜୁରୀ ପ୍ରଦାନ କରାଯାଇଥିଲା। ହେଲେ ଇପିଏଫ୍‌, ଇଏସ୍‌ଆଇ ଆଦି ସୁବିଧାରୁ ବଞ୍ଚିତ କରାଯାଇଛି ବୋଲି କର୍ମଚାରୀମାନେ ଅଭିଯୋଗ କରିଛନ୍ତି। ଟ୍ରଷ୍ଟ କର୍ତ୍ତୃପକ୍ଷ ଶ୍ରମିକ ଭାବେ କୌଣସି ପରିଚୟପତ୍ର କିମ୍ବା ୟୁନିଫର୍ମ ଦେଇନାହାନ୍ତି। କାର୍ଯ୍ୟରତ ସମୟରେ କୌଣସି ଦୁର୍ଘଟଣା ହେଲେ କ୍ଷତିପୂରଣର ବ୍ୟବସ୍ଥା ନାହିଁ। ଦୀର୍ଘ ବର୍ଷ ହେଲା କାମ କରୁଥିଲେ ମଧ୍ୟ ନିୟମିତ ଶ୍ରମିକର ମାନ୍ୟତା ଦେଇନାହାନ୍ତି। ଏବେ ଗଞ୍ଜାମ ସିକ୍ୟୁରିଟି ପରି ଏକ ଏଜେନ୍ସି ଜରିଆରେ ଆଉଟ୍‌ସୋର୍ସିଂ କରିବାକୁ ନିଷ୍ପତ୍ତି ନେଇ ଟେଣ୍ଡର କରାଯାଇଛି। ଆଉଟସୋର୍ସିଂରେ ଗଞ୍ଜାମ ସିକ୍ୟୁରିଟି କିମ୍ବା ଅନ୍ୟ କୌଣସି ସର୍ଭିସ ପ୍ରୋଭାଇଡ଼ରଙ୍କ ଦ୍ୱାରା ନିଯୁକ୍ତି ବଦଳରେ ପୂର୍ବଭଳି ମାନ୍ନାର ନିୟମିତ ଶ୍ରମିକ ଭାବେ କାମ କରିବାକୁ ଦେବା ପାଇଁ କର୍ମଚାରୀମାନେ ଦାବି କରିଛନ୍ତି।
ଏଥିସହ ଶ୍ରମିକମାନଙ୍କ ପାଇଁ ଉଦ୍ଦିଷ୍ଟ ଇପିଏଫ୍‌, ଇଏସ୍‌ଆଇ ଆଦି ସୁବିଧା ସବୁ ଶ୍ରମିକଙ୍କୁ ପ୍ରଦାନ, କୁଶଳୀ ଓ ଅତିକୁଶଳୀ ଶ୍ରମିକ ଭାବେ ରାଜ୍ୟ ସରକାରଙ୍କ ଦ୍ୱାରା ଘୋଷିତ ସର୍ବନିମ୍ନ ମଜୁରି ପ୍ରଦାନ, ସବୁ ଶ୍ରମିକଙ୍କୁ ପରିଚୟ ପତ୍ର, ୟୁନିଫର୍ମ ଏବଂ ବୀମା ସୁବିଧା ପ୍ରଦାନ ନେଇ ଦାବି କରାଯାଇଛି। ଏନେଇ ଏକ ଦାବିପତ୍ର ଶାଖା ପରିଚାଳାକଙ୍କ ଜରିଆରେ ନିର୍ଦ୍ଦେଶକଙ୍କୁ ପ୍ରଦାନ କରାଯାଇଥିଲା।
ସର୍ବଭାରତୀୟ ଶ୍ରମିକ ସଙ୍ଗଠନ ଆଇଏଫ୍‌ଟିୟୁ ଦ୍ୱାରା ଅନୁବନ୍ଧିତ ସେଣ୍ଟ୍ରାଲ କିଚେନ୍‌ ଶ୍ରମିକ ୟୁନିୟନ୍‌ ପକ୍ଷରୁ ଆୟୋଜିତ ବିକ୍ଷୋଭରେ ୟୁନିୟନ୍‌ର ସଭାନେତ୍ରୀ ବୈଜୟନ୍ତୀ ସାହୁ, ସମ୍ପାଦିକା ଜଲି ପରିଡ଼ା, ମଞ୍ଜୁଶ୍ରୀ ମହାରଣା, ସରସ୍ବତୀ ନାହାକ ଓ ୟୁନିୟନ୍‌ର ଉପଦେଷ୍ଟା ତଥା ଆବାହକ ପ୍ରତାପ ଚନ୍ଦ୍ର ପ୍ରଧାନ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଚାଲାଣକାରୀଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ): ଅତିରିକ୍ତ ଜିଲା ଦୌରା ଜଜ୍‌(ଏଡିଜେ)-୩ ଡ. ଇନ୍ଦୁ ଶର୍ମା ଶୁକ୍ରବାର ଦୁଇ ଗଞ୍ଜେଇ ଚାଲାଣକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ...

ଆତ୍ମସମର୍ପଣ ପରେ ତାରାପ୍ରସାଦ ବାହିନୀପତିଙ୍କୁ ମିଳିଲା ଜାମିନ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ):କୋରାପୁଟ ଜିଲା ବୋରିଗୁମ୍ମାା ଥାନା ଅଞ୍ଚଳରେ ୨୦୧୬ରେ ଦେଶୀ ମଦଭାଟି ପୋଡ଼ି ଓ ଟଙ୍କା ଲୁଟ୍‌ ଘଟଣାରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ...

ସଡ଼କ ଦୁର୍ଘଟଣାରେ ୨ ମୃତ: ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ ଦାବି କଲେ

ଗୋପାଳପୁର,୧୮।୪(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା କନିସି-ତୁଳୁ ରାସ୍ତା ମଝିରେ ବୁଧବାର ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା l ମୃତକମାନେ ହେଲେ...

ରାଜ୍ୟର ସବୁଠାରୁ କନିଷ୍ଠ ବିଧାୟିକ ପ୍ରାର୍ଥୀ, ଏହି ଠୁ ବିଜେଡି ଟିକେଟ୍‌ରେ ଲଢିବେ ନିର୍ବାଚନ

ସାନଖେମୁଣ୍ଡି,୧୮।୪: କାହା ଭାଗ୍ୟରେ ଗଞ୍ଜାମ ଜିଲାର ସାନଖେମୁଣ୍ଡି ଆସନ? ଚଳିତ ନିର୍ବାଚନରେ ଗଡ଼ ରକ୍ଷା କରି ପାରିବ କି କଂଗ୍ରେସ ନା ବାଜି ମାରିନେବ ବିଜେଡି।...

ମହିଷମର୍ଦ୍ଦିନୀ ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୧୬।୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଇଷ୍ଟଦେବୀ ମା’ତାରାତାରିଣୀଙ୍କ ଚତୁର୍ଥପାଳି ଚୈତ୍ର ମଙ୍ଗଳବାର ଯାତ୍ରାରେ ପ୍ରବଳ ଜନ ସମାଗମ ହୋଇଛି। ଏନେଇ ରତ୍ନଗିରି ପାହାଡ଼...

ଏମ୍‌କେସିଜିରେ ବିରଳ ଅସ୍ତ୍ରୋପଚାର:୯ ବର୍ଷୀୟା ଝିଅଙ୍କ ଆଡ୍ରେନାଲ ଗ୍ରନ୍ଥି ବାହାରିଲା

ବ୍ରହ୍ମପୁର,୧୬ା୪ (ସୁବାସ ଚନ୍ଦ୍ର ପାଢ଼ୀ):ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମ୍‌କେସିଜି) ମେଡିକାଲରେ ପୁଣି ଏକ ବିରଳ ଅସ୍ତ୍ରୋପଚାର କରାଯାଇଛି। ଡାକ୍ତରଖାନାର ଏଣ୍ଡୋକ୍ରନୋଲୋଜି ବିଭାଗରେ ଭର୍ତ୍ତି ହୋଇଥିବା ଜଣେ ୯ବର୍ଷ...

ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ କରିଥିଲେ ପ୍ରେମିକ: ସୁରଟରୁ ହେଲେ ଉଦ୍ଧାର

ବ୍ରହ୍ମପୁର,୧୪ା୪(ସୁବାସ ଚନ୍ଦ୍ର ପାଢ଼ୀ): ଟାଉନ ଥାନା ପୋଲିସ ରବିବାର ଜଣେ ଅପହୃତା ନାବାଳିକା ଛାତ୍ରୀଙ୍କୁ ଉଦ୍ଧାର କରିବା ସହ ଅପହରଣକାରୀଙ୍କୁ କାବୁ କରିଛି। ପୀଡିିତାଙ୍କ ବୟାନ...

ମେରୁଯାତ୍ରା ଦେଖିବାକୁ ଆସି ଝାମ୍ପି ନେଇଥିଲେ ସୁନା ହାର

ବ୍ରହ୍ମପୁର,୧୫ା୪(ସୁବାସ ଚନ୍ଦ୍ର ପାଢ଼ୀ): ବିଜିପୁରରେ ଗତ ରବିବାର ମେରୁଯାତ୍ରା ଦେଖିବାକୁ ଆସିଥିବା କେ. ଜୟନ୍ତୀଙ୍କ ବେକରୁ ସୁନା ହାର ଝାମ୍ପି ନେଇଥିବା ଜଣେ ମହିଳାଙ୍କୁ ସ୍ଥାନୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri