ଆଉ କେତେ ଦିନ

ଓଡ଼ିଆ ସିନେମାର ଇତିହାସ ବେଶ୍‌ ରୁଦ୍ଧିମନ୍ତ। ୧୯୩୬ରେ ମୁକ୍ତିଲାଭ କରିଥିଲା ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ‘ସୀତା ବିବାହ’। ବର୍ତ୍ତମାନ ଗୁଣାତ୍ମକ ଦୃଷ୍ଟିକୋଣରୁ ଆଲୋଚନା କଲେ ଆମ ଓଡ଼ିଆ ସିନେମାର ଭବିଷ୍ୟତ ଉପରେ ସ୍ବତଃ ପ୍ରଶ୍ନବାଚୀ ଲାଗିଯାଉଛି। କାରଣ ଗତ କିଛି ବର୍ଷ ହେବ ପ୍ରତିବର୍ଷ ୩୦ରୁ ଅଧିକ ସିନେମା ରିଲିଜ ହେଉଛି। ସେଗୁଡିକ ମଧ୍ୟରୁ ଅଧିକାଂଶ କୌଣସି ଦୃଷ୍ଟିକୋଣରୁ ଦର୍ଶକଙ୍କୁ ପ୍ରଭାବିତ କରିପାରୁନାହିଁ। ମନକୁ ଛୁଇଁଲା ଭଳି ନିଚ୍ଛକ ଓଡ଼ିଆ ଚିତ୍ରଟିଏ ଦେଖିବା ବିରଳ ହୋଇଗଲାଣି। ଆବଶ୍ୟକ ଜ୍ଞାନ ନ ଥାଇ ପ୍ରଯୋଜକ, ନିର୍ଦ୍ଦେଶକ ସାଜି ବାହାବା ନେବାକୁ ଅନେକେ ଆଗେଇ ଆସୁଛନ୍ତି। ଓଡ଼ିଆ ସିନେମା ନିର୍ମାଣ କରି ନିଜକୁ ଜଣେ ପ୍ରଯୋଜକ କିମ୍ବା ନିର୍ଦ୍ଦେଶକ କହି ପ୍ରଶଂସିତ ହେବାକୁ କାହାକୁ କିଏ ମନା କରୁନାହିଁ। ହେଲେ ଓଡ଼ିଆ ସିନେମାର ଦିନକୁ ଦିନ ଯେପରି ଅଧୋଗତି ହେଉଛି ତାହା ଚିନ୍ତାର କାରଣ ସାଜିଛି।
ନୂଆ ଓଡ଼ିଆ ସିନେମା ନିର୍ମାଣ ହେଉ । କାରଣ ଓଡ଼ିଆ ସିନେମା ସହ ସଂଶ୍ଳିଷ୍ଟ ଅନେକ ବ୍ୟକ୍ତିବିଶେଷଙ୍କ ପେଟପାଟଣା ଏହା ଉପରେ ନିର୍ଭର କରୁଛି। ସିନେମାଟିଏ ରିଲିଜ ହୋଇ ଯଦି ଦି’ ପଇସା ଲାଭ କଲା ତେବେ ତାହା ସଂପୃକ୍ତ ପ୍ରଯୋଜକଙ୍କୁ ଆଉ ଏକ ସିନେମା ନିର୍ମାଣ କରିବାକୁ ଉତ୍ସାହିତ କରିଥାଏ। ହେଲେ ହାତଗଣତି ଦିନ କେଇଟାରେ ଯେନତେନ ପ୍ରକାରେ ଶୁଟିଂ ଶେଷ କରିଦିଆଯାଉଛି। ତେଣୁ ଗୋଟିଏ ସିକୁଏନ୍ସକୁ ଯେତିକି ଗୁରୁତ୍ୱ ଦିଆଯିବା କଥା ତାହା ଦିଆଯାଉନାହିଁ। ଆଉ ଏପରି ସିନେମାଟିଏ ଦେଖିଲା ବେଳେ ସେପରି ତ୍ରୁଟି ଜଳଜଳ ହୋଇ ଦେଖାଯାଉଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବଜେଟ। ଆମର ଛୋଟ ଇଣ୍ଡଷ୍ଟ୍ରି, ଏଠି ରିଟର୍ନ ମିଳୁନି। ଓଡ଼ିଆ ଫିଲ୍ମଟିଏ ନିର୍ମାଣ କରିବା କାଠିକର ପାଠ। ତେଣୁ ବଜେଟକୁ ନେଇ କମ୍ପରମାଇଜ କରିବାକୁ ପଡୁଛି-ଏମିତିକା ସଫେଇ ଦେଇ କେତେକ ପ୍ରଯୋଜକ ନିଜ ମୁଣ୍ଡରୁ ଦୋଷ ଖସାଇ ଦେଉଛନ୍ତି। ଭଲ କାହାଣୀଟିଏ ଚୟନ କରିବା ଅପେକ୍ଷା ତେଲୁଗୁ-ତାମିଲ କିମ୍ବା କୌଣସି ପ୍ରାନ୍ତୀୟ ଭାଷାରେ ନିର୍ମିତ ସିନେମା ଦେଖି ତାକୁ କପି କରିଦେଲେ କାମ ଶେଷ। ମୂଳ ସିନେମା ସହ ଆମ ଓଡ଼ିଆ ସିନେମାକୁ ମିଳାଇଲା ବେଳକୁ ଆକାଶ ପାତାଳ ଫରକ ଦେଖିବାକୁ ମିଳୁଛି। ସମୟ ଥିଲା, ଭଲ କାହାଣୀଟିଏ ନେଇ ପ୍ରଯୋଜକ ଓଡିଆ ଫିଲ୍ମ ପ୍ରସ୍ତୁତ କରୁଥିଲେ। ଆଉ ସେଗୁଡିକୁ ଏଭଳି ନିର୍ମାଣ କରାଯାଉଥିଲା ଯାହାକୁ ଥରେ ନୁହେଁ, ଅନେକ ଥର ଦେଖିବାକୁ ଇଚ୍ଛା ହେଉଥିଲା। ହେଲେ ଏବେ ଓଡ଼ିଆ ସିନେମାଟିଏ ଦେଖିବାକୁ ଅଧିକାଂଶ ଦର୍ଶକ ମନ ବଳାଉ ନ ଥିବା ଦେଖିବାକୁ ମିଳୁଛି। କେତେକ ସିନେମା ରିଲିଜ ହେବାର ଦିନେ-ଦୁଇ ଦିନ ପରେ ପ୍ରେକ୍ଷାଳୟରୁ ଓହ୍ଲାଇ ଯାଉଛି।
ଏଭଳି ସିନେମାଟିଏ ନିର୍ମାଣ ହେବା ଦରକାର, ଯାହା ସବୁ ଦୃଷ୍ଟିକୋଣରୁ ଦର୍ଶକଙ୍କୁ ଆକର୍ଷିତ କରୁଥିବ। ଯଦି ନିଜର ମନୋରଞ୍ଜନ ପାଇଁ ଓଡ଼ିଆ ଚିତ୍ର ପ୍ରସ୍ତୁତ କରିବାକୁ କେହି ମନ ବଳାନ୍ତି କିମ୍ବା ଆଗେଇ ଆସନ୍ତି ତେବେ ସେମାନେ ଆରମ୍ଭରୁ ସାବଧାନ ନ ରହିଲେ କଥାଟି ବହୁ ଆଡ଼ମ୍ବରରେ ଲଘୁକ୍ରିୟା ପରି ହେବ। ଓଡ଼ିଆ ସିନେମା ସଂଖ୍ୟା ବଢୁ। ତା’ସହ ଏଭଳି ସିନେମା ନିର୍ମାଣ ହେଉ, ଯାହା ଆମ ଇଣ୍ଡଷ୍ଟ୍ରିର ଭବିଷ୍ୟତକୁ ଅନ୍ଧକାରକୁ ଠେଲିଦେବା ପରିବର୍ତ୍ତେ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ସାଜୁ। ଓଡ଼ିଆ ସିନେମା ନିର୍ମାଣ ପ୍ରତି ଯଦି ଆବଶ୍ୟକ ମୁତାବକ ଦୃଷ୍ଟି ଦିଆ ନ ଯାଏ ତେବେ କଥାଟି ନିଶ୍ଚୟ ‘ଗୋଦରା କୋଡେ ଯେତେ ମାଡେ ସେତେ’ ସଦୃଶ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ଗସ୍ତରେ ମନମୋହନ ସାମଲ: କେନ୍ଦ୍ରୀୟ ନେତାଙ୍କ ସହ ଆଲୋଚନା ନେଇ ଚର୍ଚ୍ଚା

ଭୁବନେଶ୍ୱର, ୭।୯: ଦିଲ୍ଲୀ ଗସ୍ତରେ ଯାଇଛନ୍ତି ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ। ରାଜ୍ୟ ଭାଜପାର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଶେଷ ହେବା ପରେ ତାଙ୍କର ଏହି…

ନାନା ସମସ୍ୟାରେ ଛନ୍ଦି ହୋଇଛି ବରି ହାଇସ୍କୁଲ, ମଧ୍ୟାହ୍ନଭୋଜନ ଅର୍ଥରେ କିଣାଯାଉଛି ଚକ୍‌ଖଡ଼ି

ସିମୁଳିଆ,୭ା୯(ସନ୍ତୋଷ ନାୟକ): ୨୦୨୪-୨୫ ଶିକ୍ଷାବର୍ଷରୁ ବାଲେଶ୍ୱର ଜିଲାରେ ପ୍ରଥମ ପିଏମ୍‌ଶ୍ରୀ ବିଦ୍ୟାଳୟର ମାନ୍ୟତା ପାଇଥିବା ସିମୁଳିଆ ବ୍ଲକର ବରି ହାଇସ୍କୁଲ ନାନା ସମସ୍ୟା ମଧ୍ୟରେ ଛନ୍ଦି ହୋଇରହିଛି।…

ଦେବଗିରି ମହାବିଦ୍ୟାଳୟର ୧୫ତମ ପ୍ରତିଷ୍ଠା ଦିବସ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ କୋରାପୁଟ ସାଂସଦ ସପ୍ତଗିରି ଉଲାକା

କଲ୍ୟାଣସିଂହପୁର, ୭।୯ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକସ୍ଥିତ ଦେବଗିରି ମହାବିଦ୍ୟାଳୟ ପରିସରରେ ୧୫ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। କଲେଜ ପରିଚାଳନା…

ଆଡଲ୍ଟ କଣ୍ଟେଣ୍ଟ ଉପରେ ମୋଟା ରକମ ପାଇବାକୁ ଚିନ୍ତା କରୁଛି ୟୁକ୍ରେନ, ଆଣିବ ନୂଆ ଆଇନ

କ୍ୱିଭ,୭।୯: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି; ଦୁଇ ଦେଶ ଦୀର୍ଘ ସମୟ ଧରି ପରସ୍ପର ସହିତ ଲଢୁଛନ୍ତି। ଏହି ବିବାଦ ମଧ୍ୟରେ, ୟୁକ୍ରେନିଆନ ସରକାର…

‘ହର୍ମୁଜ ସେତେବେଳେ ଖୋଲିବ ଯେତେବେଳେ…’: ଆମେରିକା ପାଇଁ ନୂଆ ସର୍ତ୍ତ ରଖିଲା ଇରାନ

ତେହରାନ,୭।୯: ହର୍ମୁଜ ପ୍ରଣାଳୀ ଉପରେ ବିବାଦ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଇରାନ ଏହି ପ୍ରଣାଳୀ ଖୋଲିବା ସମ୍ପର୍କରେ ଆମେରିକା ପାଇଁ ଏକ ସର୍ତ୍ତ ରଖିଛି। ଇରାନର…

ରାଜନୀତିରେ ହଇଚଇ… ତ୍ରିଶାଙ୍କୁ ଇଙ୍ଗିତ କରି ଏଭଳି କହିଦେଲେ ବିଜୟ, ଚାରିଆଡେ ଚର୍ଚ୍ଚା

ଚେନ୍ନାଇ,୭ା୯: ମହିଳାଙ୍କ ବିରୋଧରେ ଅଶାଳୀନ ଓ ଅପମାନଜନକ ମନ୍ତବ୍ୟକୁ ନେଇ କଡ଼ା ଆଭିମୁଖ୍ୟ ଦେଖାଇଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ । ସୋମବାର ବିଧାନସଭାରେ ସେ…

‘Please Save Me Alive’… ଭଗ୍ନାବଶେଷ ତଳୁ ଛାତ୍ରଙ୍କ ୧୧ ସେକେଣ୍ଡର SOS, ଦିଲ୍ଲୀ ଦୁର୍ଘଟଣାର ଛାତିଥରା ଭିଡିଓ

ନୂଆଦିଲ୍ଲୀ,୭।୯: ଦିଲ୍ଲୀର ସତ୍ୟ ନିକେତନ ଅଞ୍ଚଳରେ ଛାତ୍ରଙ୍କ ରହଣୀ ନିମନ୍ତେ ବ୍ୟବହୃତ ଏକ ବହୁତଳ କୋଠା ଭୁଶୁଡ଼ି ପଡ଼ିବା ପରେ ଏକ ଭିଡିଓ ସାମ୍ନାକୁ ଆସିଛି ।…

ସରକାରୀ ଅଧିକାରୀଙ୍କୁ ବ୍ଲାକ୍‌ମେଲ କରି ଟଙ୍କା ନେବା ପଡ଼ିଲା ମହଙ୍ଗା, ୨ ଖବରଦାତାଙ୍କ ସହ ଆଉ ଜଣେ ଗିରଫ

ଭବାନୀପାଟଣା,୭ା୯(ଉତ୍ତମ କୁମାର ଦାଶ): ଜଣେ ସରକାରୀ ଅଧିକାରୀଙ୍କୁ ବ୍ଲାକ୍‌ମେଲ୍‌ କରି ଟଙ୍କା ନେବା ଘଟଣାରେ ୨ ଖବରଦାତାଙ୍କ ସହ ଜଣେ ଗିରଫ ହେବା କଳାହାଣ୍ଡି ଜିଲାରେ ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri