Posted inଖେଳ

ଆଇସିସି ବିଶ୍ୱକପ: ପ୍ରତିଶୋଧ ଲକ୍ଷ୍ୟରେ ଦକ୍ଷିଣ ଆଫ୍ରିକା

ବର୍ମିଂହାମ, ୧୯।୬(ପି.ଟି.)- ଚଳିତ ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି) ବିଶ୍ୱକପ୍‌ରେ ବୁଧବାର ଖେଳାଯିବାକୁ ଥିବା ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଓ ଗତଥରର ଫାଇନାଲିଷ୍ଟ ନ୍ୟୁଜିଲାଣ୍ଡ ପରସ୍ପରକୁ ଭେଟିବେ। ସ୍ଥାନୀୟ ଏଜବାଷ୍ଟନ ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ ନ୍ୟୁଜିଲାଣ୍ଡ ଅପେକ୍ଷ ଦକ୍ଷିଣ ଆଫ୍ରିକା ପାଇଁ ଅଧିକ ଗୁରୁତ୍ୱ ବହନ କରୁଛି। ଦ୍ରୁତ ବୋଲର ଲୁନ୍‌ଗି ଏନ୍‌ଗିଡି ଦଳକୁ ଫେରିଥିବାରୁ ଦକ୍ଷିଣି ଆଫ୍ରିକା ଆହୁରି ଶକ୍ତିଶାଳୀ ହେବ ବୋଲି ଆଶା କରାଯାଉଛି। ଗତ ବିଶ୍ୱକପ୍‌ରେ ଦକ୍ଷିଣ ଆଫ୍ରିକା ସେମିଫାଇନାଲରେ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହୋଇଥିଲା। ଫଳରେ ଏଥର ଏହାର ପ୍ରତିଶୋଧ ନେବାକୁ ଫାଫ୍‌ ଡୁପ୍ଲେସିଙ୍କ ଦଳ ଲକ୍ଷ୍ୟ ରଖିଛି। ଅନ୍ୟପକ୍ଷରେ ବିଜୟୀ ହୋଇ ୨ ପଏଣ୍ଟ ହାସଲ କରିବା ସହ ୪ ନ୍ୟୁଜିଲାଣ୍ଡ ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ହାସଲ କରିବାକୁ ଚେଷ୍ଟା କରିବ। ଏଥର ଦକ୍ଷିଣ ଆଫ୍ରିକା କ୍ରମାଗତ ୩ଟି ମ୍ୟାଚ୍‌ରେ ପରାଜୟ ବରଣ କରିବା ସହ ଅଭିଯାନ ଆରମ୍ଭ କରିଥିଲା। ଏହାପରେ ଚତୁର୍ଥ ମ୍ୟାଚ୍‌ ବର୍ଷା ଯୋଗୁ ବାତିଲ ହୋଇଥିଲା। ତେବେ ପଞ୍ଚମ ମ୍ୟାଚ୍‌ରେ ଅପେକ୍ଷାକୃତ ଦୁର୍ବଳ ଆଫଗାନିସ୍ତାନକୁ ହରାଇ ପ୍ରଥମ ବିଜୟ ହାସଲ କରିଥିଲା। ଅପରପକ୍ଷରେ ନ୍ୟୁଜିଲାଣ୍ଡ ୪ଟି ମ୍ୟାଚ୍‌ ଖେଳି ୩ଟିରେ ବିଜୟୀ ହୋଇଥିଲାତେବେ ଗୋଟିଏ ମ୍ୟାଚ୍‌ ବିନା ଫଳାଫଳ ସହ ଶେଷ ହୋଇଥିଲା। ଏପର୍ଯ୍ୟନ୍ତ ପରାଜୟବରଣ କରି ନ ଥିବା ଦକ୍ଷିଣ ଆଫ୍ରିକା ଆଉ ଏକ ବିଜୟ ସହ ଆଗକୁ ବଢ଼ିବାକୁ ପ୍ରୟାସ କରିବ।
ଇଞ୍ଜୁରି କାରଣରୁ ଅଭିଜ୍ଞ ଦ୍ରୁତ ବୋଲର ଡେଲ୍‌ ଷ୍ଟେଇନ୍‌ ଓ ଅନରିଚ ନୋର୍ଜ ଦଳରୁ ବାଦ ପଡିବା ପରେ ଦକ୍ଷିଣ ଆଫ୍ରକା ବୋଲିଂ ବିଭାଗ ଦୁର୍ବଳ ହୋଇ ପଡିଛି। ଏନ୍‌ଗିଡି ପୂରା ଫିଟ୍‌ ହେବା ପରେ ଦକ୍ଷିଣ ଆଫ୍ରିକା ବିଜୟର ସ୍ବାଦ ଚାଖିଥିଲା ଓ ଅଧିନାୟକ ଡୁପ୍ଲେସିଙ୍କୁ ସାମନ୍ୟ ଆଶ୍ୱସ୍ତି ମିଳିଛି। ଏନ୍‌ଗିଡି ଦଳକୁ ଫେରିବା ପରେ ଆତ୍ମବିଶ୍ୱାସ ବୃଦ୍ଧି ପାଇଛି। ଏବେ ସବୁ ମ୍ୟାଚ୍‌କୁ ଜିତିବା ଆମ ପାଇଁ ଅପରିହାର୍ଯ୍ୟ ହୋଇପଡିଛି ବୋଲି ଆଫଗାନିସ୍ତାନ ମ୍ୟାଚ୍‌ ଜିତିବା ପରେ ଡୁପ୍ଲେସି କହିଛନ୍ତି। ସେମିଫାଇନାଲ ଆଶା ବଜାୟ ରଖିବାକୁ ହେଲେ ଦକ୍ଷିଣ ଆଫ୍ରିକା ବୋଲରଙ୍କୁ ପ୍ରଭାବୀ ପ୍ରଦର୍ଶନ କରିବାକୁ ହେବ। ଅଭିଜ୍ଞ ସ୍ପିନର ଇମ୍ରାନ ତାହିରଙ୍କ ଉପରେ ସବୁ କିଛି ନିର୍ଭର କରୁଛି। ଏଜବାଷ୍ଟାନର ଏହି ଉଇକେଟରେ ସେ ବେଶ୍‌ ପ୍ରଭାବୀ ସାବ୍ୟସ୍ତ ହେବେ ବୋଲି ଆଶା କରାଯାଉଛି। ଗତ ଇଂଲଣ୍ଡ ଓ ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ୪୦ ବର୍ଷୀୟ ତାହିର ଦୁଇଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ। ଦକ୍ଷିଣ ଆଫ୍ରିକା ବ୍ୟାଟିଂରେ ଆଶାନୁରୂପ ପ୍ରଦର୍ଶନ କରିପାରି ନ ଥିବା ବେଳେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ହାସିମ ଅମଲା ଓ କ୍ୱିଣ୍ଟନ ଡି କକ୍‌ ଭଲ ପ୍ରଦର୍ଶନ କରିଛନ୍ତି ଓ ଏହା ଦଳ ପାଇଁ ଏକ ଶୁଭ ଲକ୍ଷଣ। ଟେଣ୍ଟ ବୋଲ୍ଟଙ୍କ ନେତୃତ୍ୱରେ ନ୍ୟୁଜିଲାଣ୍ଡର କ୍ୱାଲିଟି ବୋଲିଂକୁ ସମ୍ମୁଖୀନ ହେବା ପାଇଁ ଦକ୍ଷିଣ ଆଫ୍ରିକା ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସଦୃଶ ହୋଇଛି। ସ୍ପିନ ବୋଲିଂ ବିପକ୍ଷରେ ଦକ୍ଷିଣ ଆଫ୍ରିକା ସେତେଟା ଦୃଢ଼ ନ ଥିବା ନ୍ୟୁଜିଲାଣ୍ଡ ଟିମ୍‌ ମ୍ୟାନେଜମେଣ୍ଟ ହୃଦୟଙ୍ଗମ କରି ଥିବା। ଫଳରେ ଏଜବାଷ୍ଟନର ବ୍ରାଉନ ଉଇକେଟ ନ୍ୟୁଜିଲାଣ୍ଡ ଲେଗ୍‌ ସ୍ପିନର ଇଶ୍‌ ସୋଧୀଙ୍କୁ ଖେଳାଇବ ବୋଲି ଆଶା କରାଯାଉଛି।
ଅପରପକ୍ଷରେ ନ୍ୟୁଜିଲାଣ୍ଡ ବ୍ୟାଟିଂରେ ବେଶ୍‌ ଶକ୍ତିଶାଳୀ ମନେହେଉଛି। ଅଧିନାୟକ କେନ୍‌ ଓ୍ବିଲିୟମସନ ଦମ୍‌ଦାର ବ୍ୟାଟିଂ କରି ଦଳକୁ ବାଂଲାଦେଶ ଓ ଆଫଗାନିସ୍ତାନ ବିପକ୍ଷରେ ବିଜୟୀ କରାଇଥିଲେ। ସେହିପରି ଅଭିଜ୍ଞ ରସ ଟେଲର ମଧ୍ୟ ବିପୁଳ ସଂଖ୍ୟାରେ ରନ୍‌ ସଂଗ୍ରହ କରିଛନ୍ତି। ଦୁଇ ଓପନର କଲିନ ମୁନରୋ ଓ ମାର୍ଟିନ ଗୁପ୍ଟିଲ ଭଲ ଆରମ୍ଭ କରିବେ ବୋଲି ଆଶା କରାଯାଉଛି। ନ୍ୟୁଜିଲାଣ୍ଡ ଦଳରେ ଦୁଇଜଣ ବିଶ୍ୱସ୍ତରୀୟ ଅଲରାଉଣ୍ଡର ରହିଛନ୍ତି। ଜିମ୍ମି ନିଶାମ ଓ କଲିନ୍‌ ଡି ଗ୍ରାଣ୍ଡହୋମ ଦଳ ପାଇଁ ଆଗାମୀ ମ୍ୟାଚ୍‌ଗୁଡିକରେ ବେଶ୍‌ ଉପଯୋଗୀ ସାବ୍ୟସ୍ତ ହେବେ।
ନ୍ୟୁଜିଲାଣ୍ଡ ଦଳ: କେନ୍‌ ଓ୍ବିଲିୟମସନ (ଅଧିନାୟକ), ମାର୍ଟିନ ଗୁପ୍ଟିଲ, ମ୍ୟାଟ ହେନେରି, ଟମ୍‌ ଲାଥମ, କଲିନ୍‌ ମୁନରୋ, ଜିମ୍ମି ନିଶାମ, ହେନେରୀ ନିକୋଲ୍ସ, ମିଚେଲ ସାଣ୍ଟନର, ଇଶ୍‌ ସୋଧୀ, ଟ୍ରେଣ୍ଟ ବୋଲ୍ଟ, କଲିନ ଡି ଗ୍ରାଣ୍ଡହୋମ, ଲୋକି ଫର୍ଗୁସନ, ଟିମ୍‌ ସାଉଦି, ରସ ଟେଲର ଓ ଟମ୍‌ ବ୍ଲଣ୍ଡେଲ।
ଦକ୍ଷିଣ ଆଫ୍ରିକା ଦଳ: ଫାଫ୍‌ା ଡୁପ୍ଲେସି (ଅଧିନାୟକ), ଏଡେନ ମାରକ୍ରାମ, କ୍ୱିଣ୍ଟନ ଡି କକ, ହାସିମ ଅମଲା, ରାସି ଭାନ ଡେର ଦୁସେନ, ଡେଭିଡ ମିଲର, କ୍ରିସ୍‌ ମୋରିସ, ଆଣ୍ଡିଲ ଫେଲୁକ୍ୱାୟୋ, ଜେପି ଡୁମିନି, ଡ୍ବେନ ପ୍ରିଟୋରିୟସ, ବେଉରାନ ହେଣ୍ଡ୍ରିକ୍ସ, କାଗିସୋ ରାବାଡ଼ା, ଲୁନ୍‌ଗି ଏନ୍‌ଗିଡି, ଇମ୍ରାନ ତାହିର ଓ ତାବ୍ରେଜ ଶାମସି।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ମାର୍ଚ୍ଚ କିମ୍ୱା ଏପ୍ରିଲରେ ପଞ୍ଚାୟତ ଭୋଟ: ନିର୍ବାଚନ କମିଶନର

ଭୁବନେଶ୍ୱର,୬ା୯(ସୁନିତ୍‌ ମିଶ୍ର): ଆସନ୍ତା ମାର୍ଚ୍ଚ ଶେଷ କିମ୍ୱା ଏପ୍ରିଲ ପ୍ରଥମ ସପ୍ତାହରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ୱାଚନ ହୋଇପାରେ। ପଞ୍ଚାୟତ ନିର୍ୱାଚନ ଲାଗି ରାଜ୍ୟ ନିର୍ୱାଚନ କମିଶନ ଜୋର୍‌ଦାର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

ଭୟଙ୍କର! ଏଭରେଷ୍ଟକୁ ତରଳାଉଛି ମଣିଷ ପରିସ୍ରା? ୩୨ ବର୍ଷର ଭାଙ୍ଗିଲା ରେକର୍ଡ, ଦୁଇ ଗୁଣା ସ୍ପିଡ୍‌ରେ ତରଳୁଛି ବରଫ

ନୂଆଦିଲ୍ଲୀ,୫।୯: ମାଉଣ୍ଟ ଏଭରେଷ୍ଟକୁ ନଷ୍ଟ କରୁଛି ମଣିଷର ପରିସ୍ରା! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ହିଁ ସବୁଠାରୁ ବଡ଼ ସତ… ଯେଉଁ ଏଭରେଷ୍ଟକୁ ଜିତିବା ପାଇଁ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri