Posted inଖେଳ

ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌: ଶୀର୍ଷ ସ୍ଥାନ ବଜାୟ ରଖିଲେ ସ୍ମିଥ୍‌, କୁମିନ୍ସ

ଦୁବାଇ, ୧୦।୯ (ପି.ଟି.)- ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ପକ୍ଷରୁ ମଙ୍ଗଳବାର ସଦ୍ୟ ପ୍ରକାଶିଷ ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ରେ ଦୁଇ ଅଷ୍ଟ୍ରେଲୀୟ କ୍ରିକେଟର୍‌ ଷ୍ଟିଭ୍‌ ସ୍ମିଥ୍‌ ଓ ପ୍ୟାଟ୍‌ କୁମିନ୍ସ ଯଥାକ୍ରମେ ବ୍ୟାଟିଂ ଓ ବୋଲିଂ ତାଲିକାରେ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ଚଳିତ ଆଶେସ ସିରିଜର ମାଞ୍ଚେଷ୍ଟରରେ ଶେଷ ହୋଇଥିବା ୪ର୍ଥ ଟେଷ୍ଟରେ ଘରୋଇ ଇଂଲଣ୍ଡକୁ ୧୮୫ ରନର ବୃହତ୍‌ ବ୍ୟବଧାନରେ ପରାସ୍ତ କରି ଅଷ୍ଟ୍ରେଲିଆକୁ ସିରିଜ ବଜାୟ ରଖିବାରେ ଉଭୟ ସ୍ମିଥ୍‌ ଓ କୁମିନ୍ସ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହି ମ୍ୟାଚ୍‌ରେ ସ୍ମିଥ୍‌ ପ୍ରଥମ ଓ ୨ୟ ଇନିଂସରେ ଯଥାକ୍ରମେ ୨୧୧ ଓ ୮୨ ରନ ସଂଗ୍ରହ କରିଥିଲେ। ବ୍ୟାଟିଂ ତାଲିକାରେ ୯୩୭ ରେଟିଂ ସହ ସ୍ମିଥ୍‌ ବର୍ତ୍ତମାନ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ଉପରେ ଏକ ନମ୍ବର ସ୍ଥାନରେ ରହିଛନ୍ତି। ସ୍ମିଥ୍‌ ତାଙ୍କ ସର୍ବକାଳୀନ ରେଟିଂ ପଏଣ୍ଟଠାରୁ ଆଉ ୧୦ ପଛରେ ରହିଛନ୍ତି। ୨୦୧୭ ଡିସେମ୍ବରରେ ସ୍ମିଥ୍‌ କ୍ୟାରିୟର ଶ୍ରେଷ୍ଠ ୯୪୭ ରେଟିଂ ପଏଣ୍ଟ ହାସଲ କରିଥିଲେ। ଭାରତ ଅଧିନାୟକ କୋହଲିଙ୍କଠାରୁ ସ୍ମିଥ୍‌ ୩୪ ପଏଣ୍ଟ ଅଧିକ ପାଇଛନ୍ତି। ବ୍ୟାଟିଂ ତାଲିକାରେ ଜୋଶ୍‌ ବଟଲର (୩୭ତମ), ରୋରୀ ବ୍ରୁନ୍ସ (୬୧ତମ) ଓ ଅଷ୍ଟ୍ରେଲିଆ ଅଧିନାୟକ ଟିମ୍‌ ପେନ୍‌ (୬୦ତମ) ମଧ୍ୟ ର଼୍ୟାଙ୍କିଙ୍ଗରେ ଉପରକୁ ଉଠିଛନ୍ତି। ଅପରପକ୍ଷରେ ୪ର୍ଥ ଟେଷ୍ଟରେ ୧୦୩ ରନ ବିନିମୟରେ ମୋଟ୍‌ ୭ ଉଇକେଟ୍‌ ନେଇଥିବା କୁମିନ୍ସ ୯୧୪ ରେଟିଂ ପଏଣ୍ଟ ସହ ବୋଲିଂ ତାଲିକାରେ ଶୀର୍ଷରେ ସ୍ଥାନ ଦୃଢ଼ କରିଛନ୍ତି। ଦକ୍ଷିଣ ଆଫ୍ରିକାର କାଗିସୋ ରାବାଡା ୬୩ ରେଟିଂ ପଏଣ୍ଟ ପଛରେ ରହି ତାଲିକାର ୨ୟ ସ୍ଥାନରେ ରହିଛନ୍ତି। ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ୍‌ ବୁମ୍‌ରା ତାଲିକାର ୩ୟ ସ୍ଥାନରେ ରହିଥିବାବେଳେ ଜୋଶ୍‌ ହାଜେଲଉଡ୍‌ ଚଳିତ ବର୍ଷ ପ୍ରଥମଥର ଲାଗି ଟପ୍‌-୧୦କୁ ପ୍ରବେଶ କରିଛନ୍ତି। ହାଜେଲଉଡ୍‌ ୪ଟି ପାହାଚ ଉପରକୁ ଉଠି ୮ମ ସ୍ଥାନରେ ପହଞ୍ଚତ୍ଛନ୍ତି। ସେହିଭଳି ବାଂଲାଦେଶକୁ ୨୨୪ ରନର ବୃହତ୍‌ ବ୍ୟବଧାନରେ ପରାସ୍ତ କରିବା ପରେ ଆଫଗାନିସ୍ତାନ ଖେଳାଳିଙ୍କ ର଼୍ୟାଙ୍କିଙ୍ଗ୍‌ରେ ମଧ୍ୟ ଉନ୍ନତି ପରିଲକ୍ଷିତ ହୋଇଛି। ପୂର୍ବତନ ଅଧିନାୟକ ଅସଘର ଆଫଗାନ ଏହି ମ୍ୟାଚ୍‌ର ଉଭୟ ଇନିଂସରେ ଯଥାକ୍ରମେ ୯୨ ଓ ୫୦ ରନର ଇନିଂସ ଖେଳି ଏକଥରରେ ୪୭ଟି ସ୍ଥାନ ଉପରକୁ ଉଠିଛନ୍ତି। ବ୍ୟାଟିଂ ତାଲିକାରେ ସେ ୬୩ତମ ସ୍ଥାନରେ ରହିଥିବାବେଳେ ପ୍ରଥମ ଇନିଂସରେ ଶତକ ହାସଲ କରିଥିବା ରହମ୍‌ ଶାହ ୯୩ରୁ ୬୫ତମ ସ୍ଥାନକୁ ଲମ୍ଫ ପ୍ରଦାନ କରିଛନ୍ତି। ବୋଲିଂରେ ରଶିଦ୍‌ ଖାଁ ୬୯ରୁ ୩୭ତମ ସ୍ଥାନକୁ ଉଠିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଦୁଲୀପ ଟ୍ରଫି ସେମିଫାଇନାଲରେ କାହିଁକି ବୈଭବ ସୂର୍ଯ୍ୟବଂଶୀଙ୍କୁ ଦିଆଗଲା ଅଧିନାୟକ ଦାୟିତ୍ୱ? ହେଲାଣି ଖୁବ୍‌…

ନୂଆଦିଲ୍ଲୀ,୩୦।୮: ଦୁଲୀପ ଟ୍ରଫିର ପ୍ରଥମ ସେମିଫାଇନାଲ ମ୍ୟାଚ ବର୍ତ୍ତମାନ ସେଣ୍ଟ୍ରାଲ ଜୋନ ଏବଂ ପୂର୍ବ ଜୋନ ମଧ୍ୟରେ ଚାଲିଛି। ବିସିସିଆଇ ସେଣ୍ଟର ଅଫ ଏକ୍ସଲେନ୍ସ ଗ୍ରାଉଣ୍ଡରେ ଖେଳାଯାଉଥିବା…

ମେସିଙ୍କ ଇଭେଣ୍ଟକୁ ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, କହିଲେ ମିଳିବ କ୍ଷତିପୂରଣ

କୋଲକାତା,୩୦।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଲିଓନେଲ ମେସିଙ୍କ ଗସ୍ତକୁ ନେଇ ସୃଷ୍ଟି ହୋଇଥିବା ବିଶୃଙ୍ଖଳା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ ଘୋଷଣା କରିଛନ୍ତି…

ବିରାଟଙ୍କ ନୂଆ ଲୁକ: ଟାଟୁ କଳାକାରଙ୍କ ସହ ନଜର ଆସିଲେ…

ନୂଆଦିଲ୍ଲୀ,୩୦।୮: ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ଟାଟୁ ପ୍ରତି ପ୍ରେମ କାହାକୁ ଅଛପା ନୁହେଁ; ବର୍ଷ ବର୍ଷ ଧରି ବିଭିନ୍ନ ଡିଜାଇନ ତାଙ୍କ ଶୈଳୀର ଏକ ଅବିଚ୍ଛେଦ୍ୟ…

ପାକିସ୍ତାନ ସହିତ ହାତ ମିଳାଇବା ପ୍ରଶ୍ନର ଉତ୍ତରରେ ଭାରତୀୟ ମୁଖ୍ୟ ପ୍ରଶିକ୍ଷକ ଦେଲେ ଏମିତି ବିବୃତ୍ତି…

ନୂଆଦିଲ୍ଲୀ,୩୦।୮: ମହିଳା ଏସିଆ କପ ୨୦୨୬ ଚାଲିଛି। UAE ଦ୍ୱାରା ଆୟୋଜିତ, ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଦୁବାଇରେ ଖେଳାଯାଉଛି। ଭାରତୀୟ ଦଳ ଅଗଷ୍ଟ ୩୦ରେ ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ…

ସଞ୍ଜୁ ସାମସନଙ୍କୁ ନେଇ ବଡ଼ କଥା କହିଲେ ସୂର୍ଯ୍ୟକୁମାର, ଟିମ୍‌ରୁ ବାଦ ପଡ଼ିବା ପରେ…

ନୂଆଦିଲ୍ଲୀ,୩୦ା୮: ଭାରତୀୟ ଟି-୨୦ ଦଳର ପୂର୍ବତନ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ସଞ୍ଜୁ ସାମସନଙ୍କୁ ନେଇ ଏକ ବଡ଼ କଥା କହିଛନ୍ତି । ଦଳରୁ ବାଦ ପଡ଼ିବା ପରେ…

ଏସିଆନ ଗେମ୍ସରୁ ଓହରିଗଲେ ନୀରଜ ଚୋପ୍ରା, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨୯ା୮: ଭାରତର ଷ୍ଟାର ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରାଙ୍କ ଗୋଡ଼ ଲିଗାମେଣ୍ଟ ଛିଣ୍ଡିଯିବା କାରଣରୁ ସେ ୨୦୨୬ ସିଜନ ଅବଶିଷ୍ଟାଂଶରୁ ଓହରିଯାଇଛନ୍ତି। ଫଳରେ ସେ ଜାପାନରେ ହେବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri