Posted inଖେଳ

ଆଇସିସି ଟି୨୦ ର଼୍ୟାଙ୍କିଙ୍ଗ୍‌: ରେକର୍ଡ ବୋଲିଂ ପରେ ଚହରଙ୍କ ମାନ୍ୟତା ବୃଦ୍ଧି

ଦୁବାଇ, ୧୨।୧୧(ପି.ଟି.)- ବାଂଲାଦେଶ ବିପକ୍ଷ ଅନ୍ତିମ ତଥା ୩ୟ ଟି୨୦ ମ୍ୟାଚ୍‌ରେ ୭ ରନ୍‌ରେ ୬ ଉଇକେଟ୍‌ ଅକ୍ତିଆର କରି ବିଶ୍ୱ ରେକର୍ଡ କରିଥିବା ଭାରତୀୟ ଦ୍ରୁତ ବୋଲର ଦୀପକ ଚହରଙ୍କ ମାନ୍ୟତାରେ ଆଖିଦୃଶିଆ ଉନ୍ନତି ଘଟିଛି। ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ପକ୍ଷରୁ ସଦ୍ୟ ପ୍ରକାଶିତ ଟି୨୦ ବୋଲିଂ ର଼୍ୟାଙ୍କିଙ୍ଗ୍‌ରେ ଦୀପକ ଏକାବେଳେ ୮୮ଟି ପାହାଚ ଉପରକୁ ଉଠି ୪୨ତମ ସ୍ଥାନରେ ରହିଛନ୍ତି। ବାଂଲାଦେଶ ବିପକ୍ଷରେ ରବିବାର ନାଗପୁରରେ ଖେଳାଯାଇଥିବା ୩ୟ ଟି୨୦ରେ ଚହର ତାଙ୍କ ୪ ଓଭର ସ୍ପେଲ୍‌ରେ ୭ ରନ ବ୍ୟୟକରି ୬ ଉଇକେଟ୍‌ ନେଇଥିଲେ, ଯେଉଁଥିରେ ଏକ ହ୍ୟାଟ୍ରିକ ସାମିଲ ରହିଛି। ଏଥିସହ ଟି୨୦ କ୍ରିକେଟ୍‌ରେ ପ୍ରଥମ ଭାରତୀୟ ଭାବେ ସେ ହ୍ୟାଟ୍ରିକ ନେବାର କୃତିତ୍ୱ ହାସଲ କରିଛନ୍ତି। ଚହରଙ୍କ ଏହି ମାରାତ୍ମକ ସ୍ପେଲ୍‌ ଯୋଗୁ ଭାରତ ୩୦ ରନ୍‌ରେ ମ୍ୟାଚ୍‌କୁ ଜିତିବା ସହ ସିରିଜ ୨-୧ରେ ହାତେଇ ନେଇଛି।
ବୋଲିଂ ବିଭାଗରେ ସ୍ଲୋ ବୋଲରଙ୍କ ରାଜୁତି ଦେଖିବାକୁ ମିଳିଛି। ଶ୍ରେଷ୍ଠ-୫ ତଥା ଶ୍ରେଷ୍ଠ-୯ ଜଣଙ୍କ ମଧ୍ୟରେ ୮ଜଣ ସ୍ପିନର ରହିଛନ୍ତି। ନ୍ୟୁଜିଲାଣ୍ଡର ମିଚେଲ ସାଣ୍ଟନର ତାଲିକାରେ ଆଫଗାନିସ୍ତାନର ରଶିଦ ଖାଁଙ୍କ ପଛକୁ ୨ୟ ସ୍ଥାନରେ ରହିଛନ୍ତି। ଅପରପକ୍ଷରେ ବ୍ୟାଟିଂ ତାଲିକାରେ ‘ହିଟ୍‌ମ୍ୟାନ’ ଭାବେ ପରିଚିତ ରୋହିତ୍‌ ଶର୍ମା ୭ମ ସ୍ଥାନରେ ଅପରିବର୍ତ୍ତିତ ରହିଛନ୍ତି। ସେହିଭଳି ରବିବାର ଅର୍ଦ୍ଧଶତକୀୟ ଇନିଂସ୍‌ ଖେଳିଥିବା ଲୋକେଶ ରାହୁଲ ଗୋଟିଏ ପାହାଚ ଉପରକୁ ଉଠି ୮ମ ସ୍ଥାନ ଲାଭ କରିଛନ୍ତି। ଇଂଲଣ୍ଡର ଡେଭିଡ୍‌ ମଲାନ ତାଲିକାର ୩ୟ ସ୍ଥାନକୁ ଉଠିଛନ୍ତି। ପାକିସ୍ତାନର ବାବର ଆଜାମ ଓ ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଆରୋନ ଫିଞ୍ଚ୍‌ ଯଥାକ୍ରମେ ତାଲିକାର ପ୍ରଥମ ଓ ୨ୟ ସ୍ଥାନରେ ରହିଛନ୍ତି। ଇଂଲଣ୍ଡ ଅଧିନାୟକ ଇଅନ ମୋର୍ଗାନ ଓ ନ୍ୟୁଜିଲାଣ୍ଡ ଓପ୍‌ନର ମାର୍ଟିନ ଗୁପ୍‌ଟିଲ ଯୁଗ୍ମଭାବେ ୯ମ ସ୍ଥାନରେ ରହିଥିବାବେଳେ ଜନ୍ନୀ ବେୟାରଷ୍ଟୋ ପ୍ରଥମଥର ଲାଗି ଶ୍ରେଷ୍ଠ-୪୦ ମଧ୍ୟରେ ପ୍ରବେଶ କରିଛନ୍ତି। ଅଲ୍‌ରାଉଣ୍ଡ ତାଲିକାରେ ଅଷ୍ଟ୍ରେଲିଆର ଗ୍ଲେନ୍‌ ମ୍ୟାକ୍ସଓ୍ବେଲଙ୍କୁ ପଛରେ ପକାଇ ଆଫଗାନିସ୍ତାନର ମହମ୍ମଦ ନବି ଶୀର୍ଷସ୍ଥାନ ହାସଲ କରିଛନ୍ତି। ସେହିଭଳି ଟିମ୍‌ ତାଲିକାରେ ପାକିସ୍ତାନ, ଅଷ୍ଟ୍ରେଲିଆ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା ଓ ଭାରତ ଯଥାକ୍ରମେ ଶ୍ରେଷ୍ଠ-୫ ମଧ୍ୟରେ ରହିଛନ୍ତି। ନିକଟରେ ଅଷ୍ଟ୍ରେଲିଆ-ପାକିସ୍ତାନ, ନ୍ୟୁଜିଲାଣ୍ଡ-ଇଂଲଣ୍ଡ ଏବଂ ଭାରତ ଓ ବାଂଲାଦେଶ ମଧ୍ୟରେ ସିରିଜ ଶେଷ ହେବାପରେ ଆଇସିସି ପକ୍ଷରୁ ଏହି ର଼୍ୟାଙ୍କିଙ୍ଗ୍‌ ପ୍ରକାଶ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘ଦଳ ଚୟନରେ ଏଆଇ ବ୍ୟବହାର କରୁଛି ଇଂଲଣ୍ଡ’

ଲଣ୍ଡନ,୫୫: ମହିଳା କ୍ରିକେଟ ଦଳ ଚୟନରେ ଇଂଲଣ୍ଡ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବ୍ୟବହାର କରୁଛି ବୋଲି କହିଛନ୍ତି କୋଚ୍‌ ଜନ୍‌ ଲୁଇସ୍‌। ଚୂଡାନ୍ତ ଏକାଦଶ ଚୟନ...

ଆଇପିଏଲ୍‌ର ଅବଶିଷ୍ଟ ମ୍ୟାଚ ଖେଳିବେନି ମୟଙ୍କ ଯାଦବ,ଜାଣନ୍ତୁ କାରଣ…

ଲକ୍ଷ୍ନୌ, ୫ା୫: ପେସ୍‌ ସେନ୍‌ସେଶନ ମୟଙ୍କ ଯାଦବ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଅବଶିଷ୍ଟାଂଶରୁ ବାଦ୍‌ ପଡ଼ିଛନ୍ତି। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସର କୋଚ୍‌ ଜଷ୍ଟିନ ଲାଙ୍ଗର...

ଧୋନୀ ମୋ ବାପାଙ୍କ ଭଳି…କିଛି ଏଭଳି କହିଲେ…

ନୂଆଦିଲ୍ଲୀ,୪।୫: ୨୦୨୨ରେ ପ୍ରଥମ ଥର ଆଇପିଏଲ୍‌ ଖେଳିଥିବା ମଥିଶା ପଥିରାନା ନିଜର ବୋଲିଂକୁ ନେଇ ‘ବେବି ମଲିଙ୍ଗା’ ନାମରେ ଖ୍ୟାତ। ଶ୍ରୀଲଙ୍କା ଅଣ୍ଡର ୧୯ ଟିମ୍‌ରେ...

‘ଓ୍ବାର୍ନର ୭୦% ଭାରତୀୟ, ୩୦% ଅଷ୍ଟ୍ରେଲିୟ’

ନୂଆଦିଲ୍ଲୀ,୪।୫: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ତଥା ବର୍ତ୍ତମାନ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଆଇପିଏଲ୍‌ ଖେଳୁଥିବା ଡେଭିଡ୍‌ ଓ୍ବାର୍ନରଙ୍କୁ ଭାରତ କେତେ ପସନ୍ଦ, ସମସ୍ତେ ତାହା ଜାଣନ୍ତି।...

‘ହତାଶ ହୋଇପଡ଼ିଛନ୍ତି ପାଣ୍ଡ୍ୟା,ଅଛନ୍ତି ଚାପରେ’

ନୂଆଦିଲ୍ଲୀ,୪।୫: ହାର୍ଦ୍ଦିକ ପାଣ୍ଡ୍ୟା ଥକି ଯାଇଥିବା, ହତାଶ ଏବଂ ଚାପରେ ଥିବା ଭଳି ଦୃଶ୍ୟମାନ ହେଉଛନ୍ତି। କିଛି ଏଭଳି କହିଛନ୍ତି ପୂର୍ବତନ ଅଷ୍ଟ୍ରେଲିୟ କ୍ରିକେଟର ଆରୋନ...

ଇଣ୍ଡିଆନ୍‌ ସୁପର ଲିଗ୍‌: ମୁମ୍ବାଇ ସିଟି ଏଫ୍‌ସି ଚାମ୍ପିୟନ

କୋଲକାତା,୪ା୫: ଇଣ୍ଡିଆନ୍‌ ସୁପର ଲିଗ(ଆଇଏସ୍‌ଏଲ୍‌)ର ଦଶମ ସଂସ୍କରଣରେ ଡିଫେଣ୍ଡିଂ ଚାମ୍ପିୟନ ମୋହନ ବାଗାନ ସୁପର ଜାଏଣ୍ଟ୍ସକୁ ୩-୧ରେ ହରାଇ ଟାଇଟଲ ହାସଲ କରିଛି ମୁମ୍ବାଇ ସିଟି...

ପାଣ୍ଡ୍ୟା-ବୁମ୍‌ରାଙ୍କୁ ଛାଡ଼ନ୍ତୁ, ଟିମ୍‌ ଇଣ୍ଡିଆର ଚିନ୍ତା ବଢ଼ାଇଲେଣି ରୋହିତ ଶର୍ମା…

ନୂଆଦିଲ୍ଲୀ,୪।୫: ଟି୨୦ ବିଶ୍ୱକପ୍‌ରେ ଜୁନ୍‌ ୫ରୁ ନିଜର ଅଭିଯାନ ଆରମ୍ଭ କରିବ ଟିମ୍‌ ଇଣ୍ଡିଆ। ପ୍ରଥମ ମ୍ୟାଚ୍‌ରେ ଦଳ ଆର୍ୟଲ୍ୟାଣ୍ଡକୁ ଭେଟିବ। ତେବେ ଏହା ପୂର୍ବରୁ...

ସଫେଇ ଦେଲେ ଚେସ ଚାମ୍ପିଅନ କାସପାରୋଭ

ନୂଆଦିଲ୍ଲୀ,୪।୫: ରୁଷିଆର ମହାନ ଚେସ ଖେଳାଳି ଗ୍ୟାରି କାସପାରୋଭ ନିକଟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିଷୟରେ ଏକ ସୋସିଆଲ ମିଡିଆ ପୋଷ୍ଟ କରିଥିଲେ। ବର୍ତ୍ତମାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri