Posted inଖେଳ

ଆଇପିଏଲ୍‌ ଖେଳାଳି ନିଲାମ: ଭାରତୀୟଙ୍କ ମଧ୍ୟରେ ଚାଓ୍ବଲା ଦାମୀ

କୋଲକାତା, ୨୦ା୧୨ (ପି.ଟି.)-ଗୁରୁବାର ଏଠାରେ ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଖେଳାଳି ନିଲାମିରେ ଅଷ୍ଟ୍ରେଲୀୟ ଖେଳାଳିଙ୍କ ଅଧିକ ଚାହିଦା ପରିଲକ୍ଷିତ ହୋଇଛି। ଅଷ୍ଟ୍ରେଲିଆର ପ୍ୟାଟ୍‌ କୁମିନ୍ସ ସବୁଠାରୁ ଦାମୀ ବିଦେଶୀ ଖେଳାଳି ବିବେଚିତ ହୋଇଛନ୍ତି। ଦୁଇ ଥର ଚାମ୍ପିୟନ କୋଲକାତା ନାଇଟ ରାଇଡର୍ସ (କେକେଆର) ତାଙ୍କୁ ୧‘୫.୫୦ କୋଟି ଟଙ୍କାରେ କ୍ରୟ କରିଛି, ଯାହା ବିଦେଶୀ ଖେଳାଳିଙ୍କ କ୍ଷେତ୍ରରେ ଲିଗ୍‌ ଇତିହାସରେ ସର୍ବାଧିକ। କୁମିନ୍ସ ଏବେ ଭଲ ଫର୍ମରେ ଅଛନ୍ତି। ବୋଲିଂ ବ୍ୟତୀତ ସେ ଭଲ ବ୍ୟାଟିଂ ମଧ୍ୟ କରିପାରନ୍ତି। କୌତୂହଳର ବିଷୟ ଯେ, ଜାନୁୟାରୀରେ ଭାରତ ବିପକ୍ଷରେ ଖେଳାଯିବାକୁ ଥିବା ଅନ୍ତର୍ଜାତୀୟ ଦିନିକିଆ ସିରିଜ ପାଇଁ ଅଷ୍ଟ୍ରେଲିଆ ଦଳରେ ସ୍ଥାନ ପାଇ ନ ଥିବା ଅଲରାଉଣ୍ଡର ମାକ୍ସଓ୍ବେଲଙ୍କୁ କିଙ୍ଗ୍ସ ଇଲେଭେନ ପଞ୍ଜାବ ୧୦. ୭୫ କୋଟି ଟଙ୍କାରେ କ୍ରୟ କରିଛି। ମାକ୍ସଓ୍ବେଲଙ୍କୁ ନେବାଲାଗି ଏହି ଫ୍ରାଞ୍ଚାଇଜ୍‌କୁ ଦିଲ୍ଲୀ କ୍ୟାପିଟାଲ ସହିତ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହେବାକୁ ପଡ଼ିଥିଲା। ଏଥର ଖେଳାଳି କ୍ରୟ କରିବା କ୍ଷେତ୍ରରେ ଅନ୍ୟ
ଫ୍ରାଞ୍ଚାଇଜ୍‌ଗୁଡ଼ିକ ତୁଳନାରେ କିଙ୍ଗ୍ସ ଇଲେଭେନ ହାତରେ ସର୍ବାଧିକ ଅର୍ଥାତ ୪୨.୭୦ କୋଟି ଟଙ୍କା ଉପଲବ୍ଧ ଥିଲା। ଚଳିତ ବର୍ଷ ପ୍ରାରମ୍ଭରେ ମାନସିକ ବ୍ୟାଧି ଯୋଗୁ କ୍ରିକେଟରୁ ନିଜକୁ ଦୂରେଇ ରଖିଥିବା ୩୧ ବର୍ଷୀୟ ମାକ୍ସଓ୍ବେଲ ଆକସ୍ମିକ ପ୍ରତ୍ୟାବର୍ତ୍ତନ କରିଛନ୍ତି। ତାଙ୍କର ସାଥୀ ଖେଳାଳି ପେସ୍‌ ବୋଲର ନାଥାନ କୋଲଟର ନାଇଲଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ୮ କୋଟି ଟଙ୍କାରେ କ୍ରୟ କରିଛି। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଅଷ୍ଟ୍ରେଲିଆ ସୀମିତ ଓଭର ଟିମ୍‌ ଅଧିନାୟକ ଆରୋନ୍‌ ଫିଞ୍ଚ୍‌ଙ୍କୁ ୪.୪୦ କୋଟି ଟଙ୍କାରେ କ୍ରୟ କରିଛି। ୨୦୧୯ ଆଇପିଏଲରେ ଅଂଶଗ୍ରହଣ କରି ନ ଥିବା ଫିଞ୍ଚ୍‌ଙ୍କୁ କେକେଆର ନେବା ଲାଗି ମଧ୍ୟ ଆଗ୍ରହ ପ୍ରକାଶ କରିଥିଲା। ପୂର୍ବରୁ କୋଲକାତା ନାଇଟ ରାଇଡର୍ସ ରିଲିଜ କରିଥିବା ଅଷ୍ଟ୍ରେଲିଆରେ ବିସ୍ଫୋରକ ଅଲରାଉଣ୍ଡର କ୍ରିସ୍‌ ଲିନ୍‌ଙ୍କୁ ଗତଥରର ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ୨ କୋଟି ଟଙ୍କାରେ ନେଇଛି। ସେହିପରି ସିମ୍‌ ବୋଲର ଜୋସ୍‌ ହାଜ୍‌ଲେଉଡ୍‌ ମଧ୍ୟ ତାଙ୍କ ବେସ୍‌ ପ୍ରାଇସ୍‌ରେ ବିକ୍ରି ହୋଇଛନ୍ତି। ତାଙ୍କୁ ଚେନ୍ନାଇ ସୁପର କିଙ୍ଗ୍ସ ୨ କୋଟି ଟଙ୍କାରେ କ୍ରୟ କରିଛି।
ଖେଳାଳି କୁମିନ୍ସଙ୍କୁ ନେବା ଲାଗି ପ୍ରଥମେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ତୀବ୍ର ପ୍ରତିଯୋଗିତା ଚାଲିଥିଲା। ଏପରିକି ଉଭୟେ ୧୫ କୋଟି ଟଙ୍କା ପର୍ଯ୍ୟନ୍ତ ଯାଇଥିଲେ। ଶେଷରେ କେକେଆର ଏହି ଖେଳାଳିଙ୍କୁ ୧୫.୫୦ କୋଟି ଟଙ୍କାରେ ନେଇଥିଲା। କୁମିନ୍ସ ୨୫ ଆଇପିଏଲ ମ୍ୟାଚରେ ୩୨ ଉଇକେଟ ନେଇଛନ୍ତି। ତାଙ୍କ ଇକୋନୋମି ହାର ମାତ୍ର ୬ରୁ ସାମାନ୍ୟ ଅଧିକ। ଅଷ୍ଟ୍ରେଲୀୟ ଖେଳାଳି ବର୍ତ୍ତମାନ ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗରେ ନମ୍ବର ଓ୍ବାନ ରହିଛନ୍ତି। ସେ ଏପର୍ଯ୍ୟନ୍ତ ଖେଳିଥିବା ୭୭ ଟେଷ୍ଟ ମ୍ୟାଚରେ ୯୨ ଉଇକେଟ ଅକ୍ତିଆର କରିଛନ୍ତି। ତାଙ୍କର ଉଇକେଟ ପିଛା ରନ ହାର ୭ରୁ ସାମାନ୍ୟ ଅଧିକ ରହିଛି। ଆସନ୍ତା ଆଇପିଏଲ ପାଇଁ ଜଣେ ବିଦେଶୀ ଖେଳାଳି ହିସାବରେ କୁମିନ୍ସ ସବୁଠାରୁ ଦାମୀ ଖେଳାଳି ବିବେଚିତ ହେବା ସହ ଇଂଲଣ୍ଡ ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସଙ୍କ ରେକର୍ଡକୁ ଭଙ୍ଗ କରିଦେଇଛନ୍ତି। ୨୦୧୭ ନିଲାମିରେ ରାଇଜିଂ ପୁଣେ ସୁପର ଜିଆଣ୍ଟ୍‌ ଏହି ଅଲରାଉଣ୍ଡରଙ୍କୁ ୧୪.୫ କୋଟି ଟଙ୍କାରେ କ୍ରୟ କରିଥିଲା। ପେସ୍‌ ବୋଲର କୁମିନ୍ସ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ତରଫରୁ ଖେଳିସାରିଛନ୍ତି।
ଦାମ୍‌ରେ ବିକ୍ରି ହୋଇଥିବା ଅନ୍ୟ ଜଣେ ବିଦେଶୀ ଖେଳାଳି ହେଲେ ଦକ୍ଷିଣ ଆଫ୍ରିକାର କ୍ରିସ୍‌ ମୋରିସ। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ତାଙ୍କୁ ୧୦ କୋଟି ଟଙ୍କା ବିନିମୟରେ କ୍ରୟ କରିଛି। ଓ୍ବେଷ୍ଟଇଣ୍ଡିଜ ପେସ୍‌ ବୋଲର ଶେଲ୍‌ଡନ କୋଟ୍ରେଲଙ୍କ ବେସ୍‌ ପ୍ରାଇସ୍‌ ସମାନ ମାତ୍ର ୫୦ ଲକ୍ଷ ଟଙ୍କା ଥିଲା। ମାତ୍ର ତାଙ୍କୁ କିଙ୍ଗ୍ସ ଇଲେଭେନ ପଞ୍ଜାବ ୮.୫୦ କୋଟି ଟଙ୍କାରେ ନେଇଛି। ଓ୍ବେଷ୍ଟଇଣ୍ଡିଜର ଅନ୍ୟ ଜଣେ ଷ୍ଟାର ଖେଳାଳି ଶିମରନ ହେଟମେରଙ୍କ ବେସ୍‌ ପ୍ରାଇସ ସମାନ ୫୦ ଲକ୍ଷ ଟଙ୍କା ଥିବା ବେଳେ ତାଙ୍କୁ ୭.୭୫ କୋଟି ଟଙ୍କାରେ ଦିଲ୍ଲୀ କ୍ୟାପିଟାଲ୍ସ ନେଇଛି। ଚେନ୍ନାଇରେ ଭାରତ ବିପକ୍ଷ ପ୍ରଥମ ଦିନିକିଆରେ ମ୍ୟାଚ ବିଜୟୀ ଶତକ ଯୋଗୁ ଏହି ଖେଳାଳିଙ୍କ ଚାହିଦା ବୃଦ୍ଧି ପାଇଥିଲା। ଅନ୍ୟପକ୍ଷରେ ଭେଟେରାନ ଭାରତୀୟ ସ୍ପିନର ପୀୟୂଷ ଚାଓ୍ବଲାଙ୍କୁ ନେବାଲାଗି ମଧ୍ୟ ଫ୍ରାଞ୍ଚାଇଜ୍‌ଗୁଡ଼ିକ ମଧ୍ୟରେ ପ୍ରତିଯୋଗିତା ଚାଲିଥିଲା। ଶେଷରେ ଚେନ୍ନାଇ ସୁପର କିଙ୍ଗ୍ସ ତାଙ୍କୁ ୬.୭୫କୋଟି ଟଙ୍କାରେ କ୍ରୟ କରିଥିଲା। ଗୁରୁବାର ଭାରତୀୟଙ୍କ ମଧ୍ୟରେ ସେ ସବୁଠାରୁ ଦାମି ଖେଳାଳି ରହିଛନ୍ତି। କେକେଆର ଇଂଲଣ୍ଡର ବିଶ୍ୱକପ୍‌ ବିଜୟୀ ଅଧିନାୟକ ଇଅନ ମୋର୍ଗାନଙ୍କୁ ୫.୨୫ କୋଟି ଟଙ୍କାରେ ନେଇଛି। ପୁରୁଖା ଭାରତୀୟ ଖେଳାଳି ରବିନ ଉଥପ୍ପାଙ୍କୁ ରାଜସ୍ଥାନ ରୟାଲ୍ସ ୩ କୋଟି ଟଙ୍କାରେ ନେଇଥିଲା, ଯାହାଙ୍କ ବେସ୍‌ ପ୍ରାଇସ୍‌ ୧.୫ କୋଟି ରହିଥିଲା। ପେସ୍‌ ବୋଲର ଜୟଦେବ ଉନାଡ୍‌କଟ୍‌ଙ୍କ ମୂଲ୍ୟ ଏଥର ହ୍ରାସ ପାଇଛି। ରାଜସ୍ଥାନ ରୟାଲ୍ସ ତାଙ୍କୁ ୩ କୋଟି ଟଙ୍କାରେ ନେଇଛି। ଏହି ଖେଳାଳି ଗତ ଦୁଇଟି ସଂସ୍କରଣରେ ଯଥାକ୍ରମେ ୧୧.୫ କୋଟି (୨୦୧୮) ଓ ୮.୫ କୋଟି (୨୦୧୯) ଟଙ୍କାରେ ବିକ୍ରି ହୋଇଥିଲେ। ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ପାଇଁ ଭାରତୀୟ ଦଳରେ ସ୍ଥାନ ପାଇଥିବା ଯଶସ୍ବୀ ଜଇସ୍ବାଲଙ୍କୁ ରାଜସ୍ଥାନ ରୟାଲ୍ସ ୨.୪୦ କୋଟି ଟଙ୍କାରେ ନେଇଛି। ଜଇସ୍ବାଲ ଏକଦା ଗୁପ୍‌ଚୁପ୍‌ ବିକ୍ରି କରୁଥିଲେ। ରାଜସ୍ଥାନ ଲେଗ୍‌ ସ୍ପିନର ରବି ବିଶ୍ନୋଇ ତାଙ୍କ ବେସ୍‌ ପ୍ରାଇସ୍‌ ତୁଳନାରେ ବହୁମୂଲ୍ୟରେ ବିକ୍ରି ହୋଇଛନ୍ତି। ତାଙ୍କ ବେସ୍‌ ପ୍ରାଇସ୍‌ ମାତ୍ର ୨୦ ଲକ୍ଷ ଥିବାବେଳେ କିଙ୍ଗ୍ସ ଇଲେଭେନ ପଞ୍ଜାବ ତାଙ୍କୁ ୪ କୋଟି ଟଙ୍କାରେ କ୍ରୟ କରିଛି। ୧୯ ବର୍ଷରୁ କମ୍‌ ଅଧିନାୟକ ପ୍ରିୟମ ଗର୍ଗଙ୍କୁ ୧.୯୦ କୋଟି ଟଙ୍କାରେ ସନରାଇଜର୍ସ ହାଇଦ୍ରାବାଦ କ୍ରୟ କରିଛି। ଭାରତର ଦୁଇ ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା ଓ ହନୁମା ବିହାରୀ ବିକ୍ରିହୋଇ ପାରିନାହାନ୍ତି। ଆଇପିଏ୍‌ଲର ସବୁଠାରୁ ବୟସ୍କ ଖେଳାଳି ହେଉଛନ୍ତି ପ୍ରବୀଣ ଟାମ୍ବେ (୪୮ ବର୍ଷ)। ତାଙ୍କୁ କେକେଆର ୨୦ ଲକ୍ଷ ଟଙ୍କାରେ କ୍ରୟ କରିଛି। ସର୍ବ କନିଷ୍ଠ ଖେଳାଳି ହିସାବରେ ଆଇପିଏଲ୍‌ ନିଲାମିରେ ଅବତୀର୍ଣ୍ଣ ହୋଇଥିବା ଆଫଗାନିସ୍ତାନର ନୁର ଅହମ୍ମଦ (୧୪ ବର୍ଷ)ଙ୍କ ପ୍ରତି କୌଣସି ଫ୍ରାଞ୍ଚାଇଜ୍‌ ଆଗ୍ରହ ଦେଖାଇ ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମହମ୍ମଦ ସିରାଜ ଅଧିନାୟକ ଭାବେ ମନୋନୀତ; ଭାରତ-ଆଫଗାନିସ୍ତାନ ସିରିଜ ପୂର୍ବରୁ ମିଳିଲା ଭଲ ଖବର

ନୂଆଦଲ୍ଲୀ,୧୨।୯: ଭାରତୀୟ ଦଳ ଆସନ୍ତାକାଲି, ଅର୍ଥାତ ସେପ୍ଟେମ୍ବର ୧୩ରୁ ଆଫଗାନିସ୍ତାନ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ ଦଳର ଷ୍ଟାର୍‌…

ମୁଁ ଆତ୍ମହତ୍ୟା କରିଦେବି… ମୋତେ କ୍ଷମା କରିଦିଅ ବାପା: ଭାବପ୍ରବଣ ହୋଇ ଏମିତି କାହିଁକି କହିଲେ ୱୁଶୁ ଖେଳାଳି

ନୂଆଦିଲ୍ଲୀ,୧୨।୯: ଏସୀୟ କ୍ରୀଡ଼ାରେ ଭାରତର ପ୍ରତିନିଧିତ୍ୱ କରିବାର ସ୍ବପ୍ନ ଭାଙ୍ଗିଯିବା ପରେ ଭାରତୀୟ ୱୁଶୁ (Wushu) ଖେଳାଳି ଦିବ୍ୟାଂଶୀ ଚୌଧୁରୀଙ୍କ ଏକ ଅତ୍ୟନ୍ତ ଭାବପ୍ରବଣ ଭିଡିଓ ସାମ୍ନାକୁ…

ବୈଭବଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କଲେ ଇଶାନ କିଶନ: କହିଲେ-ଆଗକୁ ସମ୍ଭାଳିବେ…ନିଆଁ ପରି ବ୍ୟାପିଗଲା ଏହି କଥା

ନୂଆଦିଲ୍ଲୀ,୧୨।୯: : ଖୁବ କମ୍‌ ବୟସରେ କ୍ରିକେଟ ଜଗତରେ ନିଜର ଅଲଗା ପରିଚୟ ସୃଷ୍ଟି କରିଥିବା ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏବେ ତାଙ୍କ ବ୍ୟାଟିଂ ସହ କ୍ୟାପ୍ଟେନ୍ସି…

ବଢିଲା ଟିମ ଇଣ୍ଡିଆର ଟେନସନ୍‌: ପଡିଆରେ ଅଭ୍ୟାସ ସମୟରେ ହଠାତ୍‌ ଇଶାନ କିଶନ…

ନୂଆଦିଲ୍ଲୀ,୧୨।୯: ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ ଆରମ୍ଭ ପୂର୍ବରୁ ଟିମ ଇଣ୍ଡିଆ ପାଇଁ ଆସିଛି ଚିନ୍ତା ବଢ଼ାଇବା ଭଳି ଖବର। ଦିଲ୍ଲୀର ଅରୁଣ ଜେଟଲୀ କ୍ରିକେଟ ଷ୍ଟାଡିୟମରେ…

ବୈଭବ ସୂର୍ଯ୍ୟବଂଶୀଙ୍କୁ କାହିଁକି ବାହାର କରିଦେବା ଉଚିତ? କାରଣ କହିଲେ…

ନୂଆଦିଲ୍ଲୀ,୧୧।୯: ଭାରତର ଯୁବ ବିସ୍ଫୋରକ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟିଂ ଶୈଳୀର ଅନେକ ପ୍ରଶଂସକ ରହିଛନ୍ତି। ସେ ମଇଦାନକୁ ଓହ୍ଲାଇଲେ ଦର୍ଶକଙ୍କ ପ୍ରବଳ ଭିଡ଼ ଜମିଥାଏ। ତେବେ…

ଉପଅଧିନାୟକ ହୋଇଗଲେ ସିନା ଏବେ ଖେଳିବେ କେଉଁଠି? ତିଳକ ବର୍ମାଙ୍କ ବ୍ୟାଟିଂ ଅର୍ଡରଙ୍କୁ ନେଇ ପ୍ରଶ୍ନ

ନୂଆଦିଲ୍ଲୀ,୧୧।୯: ସେପ୍ଟେମ୍ବର ୧୩ରୁ ନୂଆଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ୍‌ରେ ଆଫଗାନିସ୍ତାନ ବିପକ୍ଷରେ ଆରମ୍ଭ ହେବାକୁ ଯାଉଛି ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌। ଏହି ସିରିଜ୍‌ ପାଇଁ…

ବିରେନ୍ଦ୍ର ସେହ୍ବାଗଙ୍କ ନୂଆ ଇନିଂସ, ଅଶନୀର ଗ୍ରୋଭରଙ୍କୁ ଆଉଟ୍‌ କରି ଚମକାଇଲେ, ଏଣିକି…

ମୁମ୍ବାଇ,୧୧।୯: ପ୍ରାଇମ୍ ଭିଡିଓର ସୁପରହିଟ୍ ରିଆଲିଟି ଶୋ’ ‘ରାଇଜ୍‌ ଆଣ୍ଡ୍‌ ଫଲ୍‌’ (Rise And Fall) ନିଜର ଦ୍ୱିତୀୟ ସିଜନ୍ ସହ ଫେରୁଛି। ଏଥର ଶୋ’କୁ ନେଇ…

ରୋଚକ ଘଟଣା: ଟିମ ଇଣ୍ଡିଆଠାରୁ ଛଡ଼ାଇ ନିଆଗଲା ଡ୍ରେସିଂ ରୁମ! ଆଫଗାନିସ୍ତାନ ସିରିଜରେ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧୧।୯: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ୩ ମ୍ୟାଚର T20 ସିରିଜ ଆସନ୍ତା ସେପ୍ଟେମ୍ବର ୧୩ରୁ ଆରମ୍ଭ ହେବ। ସିରିଜର ସମସ୍ତ ମ୍ୟାଚ ଦିଲ୍ଲୀର ଅରୁଣ ଜେଟଲୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?