Posted inଜାତୀୟ

ଆଇଟିବିପି ଶିବିରରେ ଥିବା ଚାଇନା ଫେରନ୍ତା ଭାରତୀୟଙ୍କୁ ଭେଟିଲେ ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ,୧୭।୨: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ସୋମବାର ଚାଇନାର ଉହାନ ସହରରୁ ପ୍ରଥମ ବ୍ୟାଚରେ ଫେରିଥିବା ଭାରତୀୟଙ୍କୁ ଭେଟିଛନ୍ତି। ଏମାନେ ସମସ୍ତେ ଇଣ୍ଡୋ-ତିବତାନ ବର୍ଡର ପୋଲିସ(ଆଇଟିବିପି)ଯବାନଙ୍କ ଦ୍ୱାରା ଚାଓ୍ବଲାରେ ନିର୍ମାଣ କରାଯାଇଥିବା ଅସ୍ଥାୟୀ କ୍ୟାମ୍ପରେ ରହିଥିଲେ। ସେଠାରେ ସେମାନଙ୍କର କରୋନା ଭାଇରସ ସମ୍ପର୍କିତ ସମସ୍ତ ସ୍ବାସ୍ଥ୍ୟ ପରୀକ୍ଷା ସରିଯିବା ପରେ ଏବେ ସେମାନେ ଘରକୁ ଫେରିଯିବାକୁ ଅନୁମତି ପାଇଛନ୍ତି। ସୂଚନାଯୋଗ୍ୟ, କରୋନା ଭାଇରସରେ ଚାଇନାର ଉହାନ ସହରରେ ସବୁଠାରୁ ଅଧିକ ଲୋକ ସଂକ୍ରମିତ ହୋଇଥିବା ଓ ସବୁଠାରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଖବର ପାଇବା ପରେ କେନ୍ଦ୍ର ସରକାର ସେଠାରେ ଥିବା ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ଏକ ସ୍ବତନ୍ତ୍ର ବିମାନ ପଠାଇଥିଲେ। ଆଉ ଏମାନଙ୍କୁ ଭାରତ ଆଣିବା ପରେ ଚାଓ୍ବଲାରେ ସ୍ବତନ୍ତ୍ର ଭାବେ ତିଆରି କରାଯାଇଥିବା ଶିବିରରେ ରଖି ସେମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଏମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ରକ୍ତ ନମୁନା ନେଗେଟିଭ ଆସିବାରୁ ଏବେ ଏହି ଭାରତୀୟଙ୍କୁ ସେମାନଙ୍କ ଘରକୁ ଯିବାକୁ ଅନୁମତି ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଧନୁଯାତ୍ରା କଥା, ବ୍ୟଥା: କାଳ ହେଲା କଂସ, ମଥୁରା ଛାଡ଼ିଲା ହସ୍ତୀ

ବରଗଡ଼,୫ା୧(ପ୍ରେମାନନ୍ଦ ଖମାରୀ):ନୂଆ ସରକାର ଆସିବା ପରେ ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ନୂଆଁ ପରିକଳ୍ପନା କରାଯାଇଥିଲା। ବିଗତ ବର୍ଷ ତୁଳନାରେ ସାଜସଜ୍ଜା ବହୁଗୁଣିତ...

T20 World Cup 2026: ବାଂଲାଦେଶର ସମସ୍ତ T20 ବିଶ୍ୱକପ ମ୍ୟାଚ ଭାରତ ବାହାକୁ ସ୍ଥାନାନ୍ତରିତ ହେବ କି? ICC ନେଇପାରେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୫।୧: ICC ପୁରୁଷ T20 ବିଶ୍ୱକପ ୨୦୨୬ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏକ ରିପୋର୍ଟ ଅନୁଯାୟୀ, ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC)...

ଅସ୍ତବ୍ୟସ୍ତ କରୁଛି କୁହୁଡ଼ି: ଯାତାୟାତରେ ସମସ୍ୟା

ଦାରିଙ୍ଗବାଡି, ୫ /୧ (ଅରୁଣ ସାହୁ ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଘନ କୁହୁଡି ଯେମିତି ଲୋକଙ୍କୁ ଅସ୍ତବ୍ୟସ୍ତ କରିପକାଉଛି। ସେହିପରି ଜାଡ଼ ମଧ୍ୟ...

୮ରୁ ଶୀତ ମହୋତ୍ସବ: ଯୋଗଦେବେ ଓଡିଶାର ସୁନାମଧନ୍ୟ କଳାକାର

ଦାରିଙ୍ଗବାଡି, ୫।୧ (ଅରୁଣ ସାହୁ ):ଓଡିଶାର କଶ୍ମୀର ଦାରିଙ୍ଗବାଡିରେ ଆସନ୍ତା ୮ରେ ଶୀତ ମହୋତ୍ସବର ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା...

ଭାରତ ଉପରେ ଶୁଳ୍କ ବୃଦ୍ଧି କରିବାକୁ ପୁଣି ଧମକ ଦେଲେ ଟ୍ରମ୍ପ, କହିଲେ,‘ପ୍ରଧାନମନ୍ତ୍ରୀ ମୋଦି ମୋତେ ଖୁସି କରିବା ଆବଶ୍ୟକ…’

ଓ୍ବାଶିଂଟନ,୫।୧: ଭେନେଜୁଏଲା ବିରୋଧରେ କାର୍ଯ୍ୟାନୁଷ୍ଠାନ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଖବରର ଶିରୋନାମାରେ ଅଛନ୍ତି। ଏହି ସମୟରେ, ସେ ଭାରତ ସମ୍ପର୍କରେ ଏକ...

ବାଂଲାଦେଶ ଟି-୨୦ ବିଶ୍ୱକପ ଦଳରେ ଖେଳିବେ ମୁସ୍ତାଫିଜୁର! ଜାଣନ୍ତୁ ଏହା ପଛର ସତ୍ୟତା

ନୂଆଦିଲ୍ଲୀ,୫।୧: ବାଂଲାଦେଶ କ୍ରିକେଟ ବୋର୍ଡ (BCB) ଆସନ୍ତା ମାସରେ ହେବାକୁ ଥିବା T20 ବିଶ୍ୱକପ ପାଇଁ ଲିଟନ ଦାସଙ୍କ ନେତୃତ୍ୱରେ ଏକ ୧୫ ଜଣିଆ ଦଳ...

ମୁକୁଳା ପଡ଼ିଛି ସୀମାନ୍ତ ଅଞ୍ଚଳ: ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଧାନ ଓଡ଼ିଶାରେ

ବାରିପଦା,୫ା୧(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଉପଖଣ୍ଡ ଜାମଦା ବ୍ଲକ୍‌ ଅଞ୍ଚଳରେ ବେଆଇନଭାବେ ଗଚ୍ଛିତ ଝାଡ଼ଖଣ୍ଡ ରାଜ୍ୟର ୧୧୦୦ ବସ୍ତା ଧାନକୁ ପ୍ରଶାସନ ଜବତ କରିଛି।...

ପ୍ରଦୂଷଣ ଜାଲରେ ଜଳବାୟୁ

ପ୍ରଦୂଷଣ କହିଲେ ସାଧାରଣତଃ ବାୟୁ ପ୍ରଦୂଷଣ, ଜଳ ପ୍ରଦୂଷଣ, ମୃତ୍ତିକା ପ୍ରଦୂଷଣ ଏବଂ ଶବ୍ଦ ପ୍ରଦୂଷଣକୁ ବୁଝାଯାଏ। କିନ୍ତୁ ଏବେ ପ୍ଲାଷ୍ଟିକ ପ୍ରଦୂଷଣ ଏକ ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri