ଆଇଟିଆଇ ପ୍ରସ୍ତୁତ କଲା କୋଭିଡ୍‌-୧୯ ସୁରକ୍ଷା କବଚ

ବ୍ରହ୍ମପୁର ଅଫିସ,୨୮ା୪-କୋଭିଡ୍‌-୧୯(କରୋନା)ଭାଇରସ ସଂକ୍ରମଣକୁ ରୋକିବା ତଥା ସଂକ୍ରମିତ ବ୍ୟକ୍ତିଙ୍କ ଚିକିତ୍ସା ସମୟରେ ଡାକ୍ତର ଓ ରୋଗୀଙ୍କ ମଧ୍ୟରେ ଦୂରତା ରକ୍ଷା କରିବା ନେଇ ବ୍ରହ୍ମପୁର ସରକାରୀ ଆଇଟିଆଇ ପ୍ରସ୍ତୁତ କରିଛି ସ୍ବତନ୍ତ୍ର ସୁରକ୍ଷା କବଚ ା ବର୍ତ୍ତମାନ କୋଭିଡ୍‌-୧୯ର ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସଂକ୍ରମିତଙ୍କ ଚିକିତ୍ସା କ୍ଷେତ୍ରରେ ନିୟୋଜିତ ସ୍ବାସ୍ଥ୍ୟ କର୍ମୀ ଓ ଡାକ୍ତର ଆକ୍ରାନ୍ତ ହେଉଥିବା ଦୃଷ୍ଟିକୁ ଆସୁଛି ା ଏହାକୁ ଏଡାଇବା ତଥା ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀଙ୍କୁ କରୋନା ସଂକ୍ରମଣରୁ ସୁରକ୍ଷା ପ୍ରଦାନ ନେଇ ଆଇଟିଆଇ ପକ୍ଷରୁ ଏରୋସଲ ବକ୍ସ, ଫେସ୍‌ ସିଲ, ମୋବାଇଲ୍‌ କୋଭିଡ୍‌ ସାମ୍ପୁଲ କଲେକ୍ସନ କିଓସ୍କ ପ୍ରମୁଖ ତିନୋଟି ସୁରକ୍ଷା କବଚ ପ୍ରସ୍ତୁତ କରାଯାଇଛି ା ଅନୁଷ୍ଠାନର ବିଭିନ୍ନ ବିଭାଗର ଶିକ୍ଷକମାନେ ଏହାକୁ ପ୍ରସ୍ତୁତ କରିଛନ୍ତି ା ତେବେ ସେଥିମଧ୍ୟରୁ ଚିକିତ୍ସା ତଥା ସ୍ବାବ୍‌ ନମୁନା ସଂଗ୍ରହ ବେଳେ ସଂକ୍ରମିତଙ୍କଠାରୁ ଡାକ୍ତରଙ୍କୁ ସୁରକ୍ଷା ଦେବା ନେଇ ଏରୋସଲ ବକ୍ସ ପ୍ରସ୍ତୁତ କରାଯାଇଛି, ଯାହା ୪ ଏମ୍‌ଏମ୍‌ ଟ୍ରାନ୍ସପରେଣ୍ଟ ଏକ୍ରିଲିକ୍‌ ସିଟ୍‌ ଦ୍ୱାରା ପ୍ରସ୍ତୁତ ହୋଇଛି। ଡାକ୍ତରମାନେ ଏରୋସଲ ବକ୍ସ ବ୍ୟବହାର କରି ସଂକ୍ରମଣରୁ ନିଜକୁ ରକ୍ଷା କରି ସଂକ୍ରମିତଙ୍କ ଚିକିତ୍ସା କରିପାରିବେ ବୋଲି ଆଇଟିଆଇ ଅଧ୍ୟକ୍ଷ ଡ. ରଜତ ପାଣିଗ୍ରାହୀ ସୂଚାଇଛନ୍ତି ା ସେହିପରି ସ୍ବାସ୍ଥ୍ୟ ସେବା ତଥା କୋଭିଡ୍‌-୧୯ କାର୍ଯ୍ୟରେ ନିୟୋଜିତ ସ୍ବାସ୍ଥ୍ୟକର୍ମୀ, ପୋଲିସ, ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ଭାଇରସ୍‌ ସଂକ୍ରମଣରୁ ସୁରକ୍ଷା ନିମିତ୍ତ ଫେସ୍‌ ସିଲ୍ଡ ପ୍ରସ୍ତୁତ କରାଯାଇଛି ା ଯାହାର ମୂଲ୍ୟ ମାତ୍ର ୧୧ ଟଙ୍କା ରହିଥିବା ବେଳେ ଏହାଦ୍ୱାରା ମନୁଷ୍ୟର ମୁହଁ ସମ୍ପୂର୍ଣ୍ଣ ଘୋଡାଇ ହୋଇ ରହିବ ା ଏଥିରେ ଫୋମ୍‌ ଲାଇନିଂ ବ୍ୟବହାର କରାଯାଇଥିବାରୁ ବ୍ୟକ୍ତି ଏହାକୁ ଅଧିକ ସମୟ ପର୍ଯ୍ୟନ୍ତ ମଧ୍ୟ ମୁହଁରେ ଲଗାଇ ରଖିପାରିବ ା ଏହା ବ୍ୟତୀତ ରୋଗୀଙ୍କୁ ସ୍ପର୍ଶ ବିନା ନମୁନା ସଂଗ୍ରହ ନିମିତ୍ତ ମଧ୍ୟ ଏକ ମୋବାଇଲ କୋଭିଡ୍‌ ସାମ୍ପୁଲ କଲେକ୍ସନ କିଓସ୍କ ପ୍ରସ୍ତୁତ କରାଯାଇଛି ତେବେ ଆଗାମୀ ଦିନରେ ରାଜ୍ୟରେ ରହିଥିବା କୋଭିଡ୍‌-୧୯ ହସ୍‌ପିଟାଲକୁ ଏରୋସଲ ବକ୍ସ ଯୋଗାଇ ଦିଆଯିବାକୁ ଯୋଜନା ରହିଥିବା ବେଳେ ଆସନ୍ତା ଗୁରୁବାର ଅନ୍‌ଲାଇନ୍‌ ଯୋଗେ ଭାରତର ସମସ୍ତ ଆଇଟିଆଇକୁ ଏରୋସଲ ବକ୍ସ ପ୍ରସ୍ତୁତି ପ୍ରଣାଳି ସମ୍ପର୍କରେ ତାଲିମ ପ୍ରଦାନ କରିବା ସହ ଭାରତର ସଂକ୍ରମିତ ରାଜ୍ୟରେ ଥିବା କୋଭିଡ୍‌-୧୯ ହସ୍‌ପିଟାଲରେ ଏହାକୁ ଉପଲବ୍ଧ କରାଇବା ନେଇ ପ୍ରୟାସ କରାଯିବ ବୋଲି ଅଧ୍ୟକ୍ଷ ପାଣିଗ୍ରାହୀ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ ଛାତ୍ରୀଛାତ୍ରଙ୍କୁ ନେଉଥିଲେ, ମାଡ଼ି ବସିଲା ପରିବହନ ବିଭାଗ

ବାଙ୍କୀ, ୨୪/୮ (ଶୁଭେନ୍ଦୁ ମହାପାତ୍ର): ଅସୁରକ୍ଷିତ ବସ୍‌ରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଯାତାୟାତ କରାଯାଉଥିବା ଅଭିଯୋଗରେ କଟକ ପରିବହନ ବିଭାଗ ବାଙ୍କୀ ଅଞ୍ଚଳରୁ ୩ଟି ଗାଡ଼ି ଜବତ କରିଛି।…

ମଙ୍ଗଳବାର ପନିପରିବା ମାର୍କେଟ ବନ୍ଦ ଡାକରା ଦେଲା ଉଠାଦୋକାନୀ ସଂଘ: ସମସ୍ୟା ସମାଧାନ ଦାବି

ଛତ୍ରପୁର, ୨୪।୮ (ଦିଲ୍ଲୀପ ସାମଲ) : ଛତ୍ରପୁର ସହରର ସମସ୍ତ ପନିପରିବା ଦୋକାନ ମଙ୍ଗଳବାର ବନ୍ଦ ନିମନ୍ତେ ଡାକରା ଦିଆଯାଇଛି। ଛତ୍ରପୁର ଉଠାଦୋକାନୀ ସଂଘ ପକ୍ଷରୁ ଦୋକାନୀମାନଙ୍କ…

ନିଶାମୁକ୍ତ ଓଡ଼ିଶା ସହ ସାଇବର ସୁରକ୍ଷା: ଛାତ୍ରୀଛାତ୍ରଙ୍କୁ ପୋଲିସର…

ଛତ୍ରପୁର, ୨୪।୮ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁରସ୍ଥିତ ପ୍ରତିଭା ଆବାସିକ ବିଶ୍ୱବିଦ୍ୟାଳୟ ପରିସରରେ ସୋମବାର ‘ନିଶାମୁକ୍ତ ଓଡ଼ିଶା ଅଭିଯାନ’ ସହ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ଏୟାର ବ୍ୟାଗରେ ଗଞ୍ଜେଇ: ବଲାଙ୍ଗୀର ରେଲୱେ ଷ୍ଟେଶନରେ ଅପେକ୍ଷା କରିଥିବା ଯୁବକଙ୍କୁ…

ବଲାଙ୍ଗୀର, ୨୪/୭ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ରେଲୱେ ଷ୍ଟେଶନରୁ ୧୦ କେଜି ଗଞ୍ଜେଇ ରେଲୱେ ସୁରକ୍ଷା ବଳ (ଆରପିଏଫ) ଜବତ କରିଛି। ଏହି ଘଟଣାରେ ଜଣେ…

କର୍ଲାମୁଣ୍ଡାରେ ଯୁଗ୍ମ ଜନଶୁଣାଣି: ଜିଲାପାଳ ସଚିନ୍ ପାୱାରଙ୍କ ଅଧ୍ୟକ୍ଷତାରେ ୮୨ଟି ଅଭିଯୋଗ

କର୍ଲାମୁଣ୍ଡା, ୨୪।୮ (ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ପରିସରସ୍ଥିତ ରାଜୀବ ଗାନ୍ଧୀ ସେବା ଭବନରେ ସୋମବାର ଏକ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ…

୨ ମାସ ହେବ ବଲକି ଗାଁ ଅନ୍ଧାର: ବିଦ୍ୟୁତ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ତୁମୁଡ଼ିବନ୍ଧ, ୨୪।୮ (ଦୀପକ କୁମାର ପରାସେଠ): ଦୁଇ ମାସ ହେବ ବଲକି ଗାଁ ଅନ୍ଧାରରେ। ଟ୍ରାନ୍ସଫର୍ମର ଖରାପ ହୋଇଯିବା ପରେ ଆଜି ପର୍ଯ୍ୟନ୍ତ ବିଦ୍ୟୁତ ସେବା ସ୍ୱାଭାବିକ…

ପୂର୍ବତନ SRAଙ୍କ ଦୁଇମହଲା କୋଠା, ଟେଣ୍ଟ ହାଉସ୍‌ ଠାବ

ଜଗତସିଂହପୁର, ୨୪।୮: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଓ ଆର୍ଥିକ ଅନିୟମିତତା ଅଭିଯୋଗରେ ତିର୍ତ୍ତୋଲର ପୂର୍ବତନ SRA ଭଞ୍ଜକିଶୋର ବେହେରାଙ୍କ ବିରୋଧରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଚଢ଼ାଉ…

ଶୋଇଥିବାବେଳେ ମହିଳାଙ୍କ ଉପରେ ଭୁଶୁଡ଼ି ପଡ଼ିଲା କାନ୍ଥ, ତହସିଲଦାର ପହଞ୍ଚି…

ଗୁଣପୁର,୨୪ା୮(ସୁଜାତା ପାଢ଼ୀ): ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ରାୟଗଡ଼ା ଜିଲା ରାମନାଗୁଡ଼ା ବ୍ଲକ କଣ୍ଡାଜାମ ଗ୍ରାମରେ ଜଣେ ମହିଳାଙ୍କ ଉପରେ କାନ୍ଥ ଭୁଶୁଡ଼ି ପଡ଼ିଥିଲା। ତେବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri