ଆ-ଲା କ୍ୟୁବ୍‌

ଗ୍ରାହକମାନଙ୍କୁ ସମ୍ପୂର୍ଣ୍ଣ ନିରାମିଷ ସୁସ୍ବାଦୁ ବ୍ୟଞ୍ଜନ ପରଷିବା ଲକ୍ଷ୍ୟ ନେଇ ସମ୍ବଲପୁର ଏସ୍‌ଆର୍‌ଆଇଟି କଲୋନୀଠାରେ ଅତ୍ୟାଧୁନିକ କେଏଫ୍‌ଜି ରେସ୍ତୋରଁା ଶୁଭାରମ୍ଭ ହୋଇଛି। ଏଠାରେ ମୁଖ୍ୟତଃ ଅଥେଣ୍ଟିକ୍‌ ସାଉଥ ଇଣ୍ଡିଆନ, ଇଣ୍ଡିଆନ, କଣ୍ଟିନେଣ୍ଟାଲ, ତନ୍ଦୁରି, ଚାଇନିଜ୍‌, ଏକ୍ସକ୍ଲୁସିଭ୍‌ ଚାଟ, ଫେସିନେଟେଡ୍‌ ମକ୍‌ଟେଲ୍‌ ପ୍ରଭୃତି ବ୍ରେକଫାଷ୍ଟରୁ ଆରମ୍ଭ କରି ଡିନର୍‌ ପର୍ଯ୍ୟନ୍ତ ସମସ୍ତ ପ୍ରକାର ଖାଦ୍ୟ ପ୍ରସ୍ତୁତ ହେଉଛି। କିନ୍ତୁ ଏହି ରେସ୍ତୋରଁ।ର ଆ-ଲା କ୍ୟୁବ୍‌ ଡିଶ୍‌ ପୂରା ନିଆରା। ଗୋଟିଏ ପ୍ଲେଟର ମୂଲ୍ୟ ୨୦୦ ଟଙ୍କା। ୨ଜଣ ଗ୍ରାହକ ଆ-ଲା କ୍ୟୁବ୍‌କୁ ଷ୍ଟାର୍ଟର୍‌ରେ ଖାଇପାରିବେ ବୋଲି କହନ୍ତି ମୁଖ୍ୟ ସେଫ୍‌ ଫିରୋଜ ଖାନ୍‌ ।

ଆବଶ୍ୟକ ସାମଗ୍ରୀ:

ବ୍ରେଡ୍‌- ୨ ପିସ୍‌
ପାଳଙ୍ଗ- ୩୦୦ ଗ୍ରାମ
ବ୍ରେଡ୍‌ କ୍ରମ୍ଫ- ୨୦୦ ଗ୍ରାମ
ଆଳୁ – ୧୦୦ ଗ୍ରାମ
ଅରିଗାନୋ- ୩ ଗ୍ରାମ
ଚିଲି ପ୍ଲେକ୍ସ- ୩ ଗ୍ରାମ
ଗ୍ରିନ ମଟର୍‌- ୧୦ ଗ୍ରାମ
ରେଡ ସସ୍‌ – ୧୦ ଗ୍ରାମ
ହ୍ବାଇଟ୍‌ ସସ୍‌- ୧୦ ଗ୍ରାମ
ତେଲ- ୧୦୦ ଗ୍ରାମ
ଲୁଣ- ସ୍ବାଦ ଅନୁସାରେ

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ସ୍ବଚ୍ଛ ପାତ୍ରରେ ପାଣି ରଖାଯାଏ। ପାଣିରେ ବ୍ରେଡ୍‌କୁ ଭିଜାଯାଏ। ଏହାପରେ ବ୍ରେଡ, ଆଳୁ, ବ୍ରେଡକ୍ରମ୍ଫକୁ ମିଶାଯାଇ ଦୁଇଭାଗରେ ବିଭକ୍ତ କରି ଗୋଲାକାର କରାଯାଏ। ଅଳ୍ପ ଆଞ୍ଚ ଉପରେ ଫ୍ରାଏପେନ୍‌ ରଖାଯାଇ ୧୦୦ ଗ୍ରାମ ତେଲ ଦିଆଯାଇଥାଏ। ତେଲ ଗରମ ହେବା ପରେ ଗୋଲାକାର ହୋଇ ପ୍ରସ୍ତୁତ ହୋଇଥିବା ବ୍ରେଡ୍‌, ଆଳୁ, ବ୍ରେଡକ୍ରମ୍ଫକୁ କୋଟ କରି ଡିପ୍‌୍‌ ଫ୍ରାଏ କରାଯାଏ। ଡିପ୍‌ ଫ୍ରାଏ ପରେ ପାଳଙ୍ଗ ସସ୍‌ ଦିଆଯାଏ। ପାଳଙ୍ଗ ସସ୍‌ ଉପରେ ରେଡ ଓ ହ୍ବାଇଟ୍‌ ସସ୍‌ ଦିଆଯାଇଥାଏ। ୨୦ ମିନିଟ ପରେ ଆ-ଲା କ୍ୟୁବ୍‌ ପ୍ରସ୍ତୁତ ହୋଇଥାଏ। ସୁସଜ୍ଜିତ ପ୍ଲେଟରେ ଆ-ଲା କ୍ୟୁବ୍‌ ରଖାଯାଇ ଗାର୍ନିସ୍‌ କରି ଗ୍ରାହକମାନଙ୍କୁ ପରଷା ଯାଇଥାଏ। ଏହି ଆ-ଲା କ୍ୟୁବ୍‌ ସଂପୂର୍ଣ୍ଣ ନିରାମିଷ। କିନ୍ତୁ ଗ୍ରାହକମାନେ ହଠାତ୍‌ ଦେଖିଲେ ଏହାକୁ ଆମିଷ ଭାବିଥାନ୍ତି। ଯଦ୍ଦ୍ବାରା ଏହା ନିରାମିଷ ଗ୍ରାହକମାନଙ୍କ ହୃଦୟକୁ ଛୁଇଁ ପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ହିଟ ଓ୍ବେଭ ପାଇଁ ଡ୍ୟାମେଜ ହୋଇପାରେ ଲିଭର-କିଡ୍‌ନୀ

ନୂଆଦିଲ୍ଲୀ: ଆଜିକାଲି ଦିଲ୍ଲୀ-ନୋଏଡା ସମେତ ସମଗ୍ର ଦେଶରେ ଅତ୍ୟଧିକ ଗରମ ଅନୁଭୂତ ହେଉଛି। ଉତ୍ତାପ ବୃଦ୍ଧି ଯୋଗୁଁ ଉତ୍ତରପ୍ରଦେଶରେ ମଧ୍ୟ ୨ଜଣଙ୍କର ମତ୍ୟୁ ହୋଇଛି। ସୂଚନାଯୋଗ୍ୟ,...

ଖରାଦିନେ ତ୍ୱଚାର ଯତ୍ନ ନେବେ କିପରି: ଏହି ଟିପ୍ସ ଆପଣାନ୍ତୁ

ପ୍ରବଳ ଖରା ତ୍ୱଚା ଲାଗି କ୍ଷତିକାରକ। ଗ୍ରୀଷ୍ମଋତୁରେ ଏହାକୁ କିପରି ମୁଲାୟମ ତଥା ଆକର୍ଷଣୀୟ ରଖିବେ ସେ ନେଇ କେତୋଟି ଟିପ୍ସ… ଖରା ଏବଂ ପ୍ରଦୂଷଣ...

ଗ୍ରୀଷ୍ମରେ କେମିତି ରହିବେ ଫିଟ୍‌: ଆପଣାନ୍ତୁ ଏହି ଫିଟ୍‌

”ଗ୍ରୀଷ୍ମଋତୁରେ ସବୁବେଳେ ଶରୀରରେ ଜଳୀୟ ଅଂଶକୁ ସନ୍ତୁଳିତ ରଖୁଥିବା ଖାଦ୍ୟ ଖାଆନ୍ତୁ। ବିଶେଷଭାବରେ ସବୁଜ ପନିପରିବାରେ ପ୍ରସ୍ତୁତ ଖାଦ୍ୟ, ତଟକା ଫଳମୂଳ ଖାଆନ୍ତୁ। କାରଣ ଏଗୁଡ଼ିକରେ...

ମହାକାଶରେ ଶିବ-ଶକ୍ତି

ଭାରତୀୟ ଧର୍ମ ସଂସ୍କୃତିରେ ଶିବ ହେଲେ ମଙ୍ଗଳମୟ ଦେବାଧିଦେବ ମହାଦେବ ଏବଂ ଶକ୍ତି ସୂଚିତ କରେ ତାଙ୍କ ସଙ୍ଗିନୀ ତଥା ଶକ୍ତିର ପ୍ରତୀକ ଶକ୍ତିସ୍ବରୂପିଣୀ ମା’...

ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଓ ସତର୍କତା

ବର୍ତ୍ତମାନ ସମଗ୍ର ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏହାର ପ୍ରଭାବ ଜନଜୀବନ ଉପରେ କିପରି ପଡିଛି ତାହା ବର୍ଣ୍ଣନା କରିବା ଅନାବଶ୍ୟକ। ତେଣୁ...

ବିପଦରେ ଫସିଛନ୍ତି କି? ଚାଣକ୍ୟଙ୍କ ଏହି ୫ କଥା ମାନିଲେ ଦୂର ହେବ ସମସ୍ତ ସଙ୍କଟ, ଜିତି ଯିବେ ପ୍ରତିଟି ବାଜି…

ଆଚାର୍ଯ୍ୟ ଚାଣକ୍ୟଙ୍କ ରଚିତ ‘ଚାଣକ୍ୟ ନୀତି’ରେ ମନୁଷ୍ୟ ଜୀବନକୁ ସଫଳ କରିବାକୁ ନେଇ ଅନେକ ନୀତି ବିଷୟରେ ଉଲ୍ଲେଖ ରହିଛି। ଏହାକୁ ସଠିକ୍‌ ଭାବେ ପାଳନ...

ଅତ୍ୟନ୍ତ ଶୁଭ ଜେଡ୍‌ ପ୍ଲାଣ୍ଟ: ଘରେ ଲଗାଇଲେ ବଢ଼େ ସୁଖସମୃଦ୍ଧି

ଜେଡ୍‌ ପ୍ଲାଣ୍ଟ ହେଉଛି ଏକପ୍ରକାର ଇଣ୍ଡୋର ପ୍ଲାଣ୍ଟ। ବାସ୍ତୁଶାସ୍ତ୍ର ଅନୁଯାୟୀ, ଏହି ପ୍ଲାଣ୍ଟକୁ ଲକି ପ୍ଳାଣ୍ଟ ତଥା ଫ୍ରେଣ୍ଡସିପ୍‌ ପ୍ଲାଣ୍ଟ ବି କୁହାଯାଇଥାଏ। କାରଣ ଏହି...

ଘରେ ଲଗାଇବେ ନାହିଁ କେଉଁ ଫଟୋ? ଦୁର୍ଭାଗ୍ୟକୁ ଡାକି ଆଣିବ…

ଘରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଅନେକେ କାନ୍ଥରେ ସୁନ୍ଦର ଫଟୋମାନ ଲଗାଇଥାନ୍ତି। କିନ୍ତୁ ଏହି ଫଟୋ ଲଗାଇବାକୁ ନେଇ ମଧ୍ୟ ବାସ୍ତୁଶାସ୍ତ୍ରରେ କିଛିଟା ନିୟମ ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri