ଅସ୍ପୃଶ୍ୟତା ଏକ ସାମାଜିକ ପ୍ରତିବନ୍ଧକ

ଡ.ପରମାନନ୍ଦ ନାଏକ

ଆଜିର ଏହି ପରିବର୍ତ୍ତନଶୀଳ ସମାଜରେ ଅସ୍ପୃଶ୍ୟତା ଏକ ପ୍ରତିବନ୍ଧକ ହୋଇ ଠିଆହୋଇଛି। ଏହି ଆଧୁନିକ ସଭ୍ୟତାରେ ଜାତି ଓ ଉପ-ଜାତି ପ୍ରଥା ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛି, ଯାହା ଅସ୍ପୃଶ୍ୟତା ନାମରେ ବିବେଚିତ। ଜାତିପ୍ରଥା କେବଳ ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକଙ୍କ ମଧ୍ୟରେ ଦେଖାଯାଏ ତାହା ନୁହେଁ, ସହରାଞ୍ଚଳରେ ବସବାସ କରୁଥିବା ପାଠୋଇ ବ୍ୟକ୍ତିସମୂହ ମଧ୍ୟ ଏହାଦ୍ୱାରା ପ୍ରଭାବିତ। ଆଜିର ସଭ୍ୟ ସମାଜର ଶିକ୍ଷିତ ବର୍ଗଙ୍କ ଚିନ୍ତାଧାରାରେ ଏହା ଏବେ ମଧ୍ୟ ଜୀବନ୍ତ। ଏହି ଅସ୍ପୃଶ୍ୟତା ଦ୍ୱାରା ସମାଜରେ ରହୁଥିବା ଜାତିଭିତ୍ତିକ ଗୋଷ୍ଠୀ ଅନେକ ସମସ୍ୟାର ସମ୍ମୁଖୀନ ହୋଇ ଆସୁଛନ୍ତି।ଏହି ଅସ୍ପୃଶ୍ୟତା କେତେକ ନିର୍ଦ୍ଦିଷ୍ଟ ଜାତିର ସଦସ୍ୟମାନଙ୍କ ଉପରେ ଲାଗୁ ହୋଇଥାଏ, ଯାହାକି ସଦସ୍ୟମାନଙ୍କ ଜନ୍ମ ଉପରେ ପର୍ଯ୍ୟବସିତ ଓ ବଂଶାନୁକ୍ରମିକ।ଏହି ବଂଶାନୁକ୍ରମିକ ଅସ୍ପୃଶ୍ୟତା ପ୍ରଥା, ଜାତି ଓ ଉପଜାତିଭିତ୍ତିକ ଭେଦଭାବକୁ ସୂଚିତ କରିଆସୁଛି।
ଭାରତର ଜାତିପ୍ରଥା ବୋଧହୁଏ ବିଶ୍ୱର ଏକ ପୁରାତନ ସାମାଜିକ ବର୍ଗୀକରଣ। ପୃଥିବୀର ଅନ୍ୟ କୌଣସିଠାରେ ଯେ ଭେଦଭାବ ନାହିଁ, ଭାବିବା ଭୁଲ୍‌, ମାତ୍ର ହିନ୍ଦୁ ସମାଜରେ ଯେଉଁ ଜାତିପ୍ରଥା ଦେଖାଯାଏ, ତାହା କେତେକ ନିର୍ଦ୍ଦିଷ୍ଟ ଲକ୍ଷଣ ଉପରେ ଆଧାରିତ। ଭାରତର ବିଭିନ୍ନ ସ୍ଥାନରେ ଅସ୍ପୃଶ୍ୟତା ଭିନ୍ନ ଭିନ୍ନ ରୂପ ଧାରଣ କରି ପ୍ରାଚୀନକାଳରୁ ଚାଲିଆସୁଛି। ଅସ୍ପୃଶ୍ୟତା ହେଉଛି ଭେଦଭାବର ଏକ ପ୍ରଥା, ଯାହା ଶୁଦ୍ଧତା ଏବଂ ପ୍ରଦୂଷଣର ଧାରଣ ଉପରେ ଆଧାରିତ। ଏହା ସାଧାରଣତଃ ଏକ ପ୍ରତିବନ୍ଧକ ଯଥା ସର୍ବସାଧାରଣ ସ୍ଥାନରେ ପୃଥକୀକରଣ ଏବଂ କର୍ମକ୍ଷେତ୍ରରେ ଭେଦଭାବ ଆକାରରେ ଦେଖାଯାଏ। ଏହାର ସୃଷ୍ଟି ଓ ବିକାଶ ଶହ ଶହ ବର୍ଷର ପ୍ରକ୍ରିୟା ମାଧ୍ୟମରେ ହୋଇଛି ଏହା ନିଃସନ୍ଦେହ। ଏହାର ଉପତ୍ତ୍ତି ମୂଳରେ ବିଭିନ୍ନ ଐତିହାସିକ, ନୃତତ୍ତ୍ୱବିତ୍‌, ସମାଜବିଜ୍ଞାନୀ ଓ ଦାର୍ଶନିକଙ୍କ ଦ୍ୱାରା ପ୍ରଦତ୍ତ ବିଭିନ୍ନ ତତ୍ତ୍ୱ ଜଡ଼ିତ। ସେଗୁଡ଼ିକ ହେଲା – ପାୈରାଣିକ ତତ୍ତ୍ୱ, ବୃତ୍ତିଗତ ତତ୍ତ୍ୱ ଏବଂ ପ୍ରଜାତୀୟ ତତ୍ତ୍ୱ। ଅସ୍ପୃଶ୍ୟ ବ୍ୟକ୍ତିମାନେ ବିଭିନ୍ନ ସମୟରେ ବିଭିନ୍ନ ନାମ ଦ୍ୱାରା ପରିଚିତ ଯଥା : ବୈଦିକ କାଳରେ ଚଣ୍ଡାଳ, ମଧ୍ୟଯୁଗରେ ଅଛୁତ, ବ୍ରିଟିଶ ଶାସନ ସମୟରେ ଅବସାଦଗ୍ରସ୍ତ ଜାତି ଭାରତ ସ୍ବାଧୀନତା ସମୟରେ ହରିଜନ ଏବଂ ପରେ ଦଳିତ ନାମରେ ନାମିତ। ଭାରତୀୟ ସମ୍ବିଧାନ ଏମାନଙ୍କୁ ଅନୁସୂଚିତ ଜାତି ବୋଲି ନାମିତ କରିଛି। ଭାରତୀୟ ସମ୍ବିଧାନ ଏମାନଙ୍କର ସୁରକ୍ଷା ଓ ଉନ୍ନତି ନିମନ୍ତେ ବହୁ ପଦକ୍ଷେପ ନେଇଛି। ଭାରତୀୟ ସମ୍ବିଧାନ ସମସ୍ତ ଅନୁସୂଚିତ ଜାତି ପାଇଁ ସମାନତାର ସମ୍ମତି ଦେଇଛି ବିଭିନ୍ନ ଆଇନ ମାଧ୍ୟମରେ, ଯଥା ନାଗରିକ ଅଧିକାର ଅଧିନିୟମ-୧୯୫୫ ଏବଂ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି (ଅତ୍ୟାଚାର ନିବାରଣ ଅଧିନିୟମ, ୧୯୮୯)। ଭାରତୀୟ ସମ୍ବିଧାନର ଧାରା ୧୭ ଅସ୍ପୃଶ୍ୟତାକୁ ରଦ୍ଦ କରି ଏହା ଏକ ଦଣ୍ଡନୀୟ କାର୍ଯ୍ୟ ବୋଲି ଘୋଷଣା କରିଛି। ଆଜି ଅସ୍ପୃଶ୍ୟତାର ଦୃଶ୍ୟ ପ୍ରାଚୀନ ଭାରତଠାରୁ ଭିନ୍ନ। ଏଥିରୁ ଜଣାପଡୁଛି ଯେ ଭାରତର ସ୍ବାଧୀନତା ୭୫ ବର୍ଷ ବିତିଗଲା, ତଥାପି ଭାରତରେ ଅସ୍ପୃଶ୍ୟତା ଚାଲିଆସୁଥିବା ଏକ ସାମାଜିକ ସମସ୍ୟା। ଏହା ହୃଦୟଙ୍ଗମ କରିବା ଅତ୍ୟନ୍ତ ଜରୁରୀ ଯେ ଏକବିଂଶ ଶତାବ୍ଦୀର ମାନବସମାଜ ତଥାପି ଏହି ଅସ୍ପୃଶ୍ୟତା ଅଭ୍ୟାସ ଜାରି ରଖିଛନ୍ତି। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ରିପୋର୍ଟରୁ ଜଣାପଡ଼ିଛି ଯେ ୨୦୨୧ ମସିହାରେ ଅନୁସୂଚିତ ଜାତି ବିରୋଧରେ ଅତ୍ୟାଚାର କିମ୍ବା ଅପରାଧ ୧.୨% ବୃଦ୍ଧି ପାଇଛି। ଅନୁସୂଚିତ ଜାତି ବିରୋଧରେ ସର୍ବାଧିକ ଅତ୍ୟାଚାର ମାମଲା ରିପୋର୍ଟ କରୁଥିବା ରାଜ୍ୟ ମଧ୍ୟରେ ଉତ୍ତରପ୍ରଦେଶ ୨୫.୮୨%, ରାଜସ୍ଥାନ ୧୪.୭% ଏବଂ ମଧ୍ୟପ୍ରଦେଶ ୧୪.୧%। ରିପୋର୍ଟରେ ଦର୍ଶାଯାଇଛି ଯେ ୨୦୨୧ ମସିହାରେ ଅନୁସୂଚିତ ଜନଜାତିଙ୍କ ପ୍ରତି ଅତ୍ୟାଚର ୬.୪% ବୃଦ୍ଧିପାଇଛି। ମଧ୍ୟପ୍ରଦେଶରେ ସର୍ବାଧିକ ମାମଲା ୨୯.୮% ହୋଇଥିବା ବେଳେ ରାଜସ୍ଥାନ ୨୪% ଏବଂ ଓଡ଼ିଶା ୭.୬% ରିପୋର୍ଟ ହୋଇଛି। ଜାତି ଓ ଅସ୍ପୃଶ୍ୟତା ସବୁବେଳେ ନୃତତ୍ତ୍ୱ ବିଜ୍ଞାନର ଏକ ଅନୁସନ୍ଧାନ ରହିଆସିଛି। ଆମେରିକୀୟ ନୃତତ୍ତ୍ୱବିତ୍‌ ଫ୍ରା ବୋଆସ୍‌ ଏକ ସିଦ୍ଧାନ୍ତ ଦେଇଛନ୍ତି, ଯାହା ସାଂସ୍କୃତିକ ଆପେକ୍ଷିକତା, ଯେଉଁଠାରେ ସେ ସ୍ପଷ୍ଟ କରିଛନ୍ତି ଯେ, ପ୍ରତ୍ୟେକ ସଂସ୍କୃତିର ନିଜର ପରିଚୟ ଅଛି ଏବଂ ଅନ୍ୟ ସଂସ୍କୃତିର ମାନ ବ୍ୟବହାର କରି ଏହାକୁ ବିଚାର କରିବା ଉଚିତ ନୁହେଁ। ପ୍ରତ୍ୟେକ ସଂସ୍କୃତି ଅନନ୍ୟ, କାୈଣସି ସଂସ୍କୃତି ଉନ୍ନତ ଏବଂ ନିମ୍ନ ନୁହେଁ। ଠିକ୍‌ ପଦକ୍ଷେପ ଓ ସଚେତନତା ଦ୍ୱାରା ଅସ୍ପୃଶ୍ୟତା ଦୂର କରାଯାଇପାରିବ। ଆମେ ସମସ୍ତେ ମିଳିମିଶି ଏକ ଅନ୍ତର୍ଭୁକ୍ତ ସମାଜ ଗଠନ କରିବା ଆବଶ୍ୟକ, ଯେଉଁଠି ସମସ୍ତଙ୍କୁ ସମ୍ମାନର ସହ ଗ୍ରହଣ କରାଯିବା ଉଚିତ।
ସହକାରୀ ଅଧ୍ୟାପକ,
ନୃତତ୍ତ୍ୱ ବିଭାଗ, ଉତ୍କଳ ବିଶ୍ୱବିଦ୍ୟାଳୟ
ମୋ : ୯୪୩୮୫୫୯୦୮୨


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

ରୋଜଗାରିଆ ଝିଅ ଓ ବେକାର ପୁଅ

ପୁରୁଷ ଓ ନାରୀ ଭଗବାନଙ୍କର ଏକ ଅନବଦ୍ୟ ସୃଷ୍ଟି। ପୁରୁଷ ଜନ୍ମ ନିଏ ନାରୀଠାରୁ ପୁଣି ବିନା ପୁରୁଷରେ ନାରୀର ଜନ୍ମ ଅସମ୍ଭବ। କି ଅଦ୍ଭୁତ ସମନ୍ବୟ।…

ପରିମାଣାତ୍ମକ ନା ଗୁଣାତ୍ମକ ଶିକ୍ଷା

ଥରେ ଜଣେ ରାଜନେତାଙ୍କ ସହିତ ସାକ୍ଷାତ ହେଲା। ପୂର୍ବତନ ଲୋକ ସଭା ସାଂସଦ। ବର୍ତ୍ତମାନର ସରକାରୀ ଦଳର ସେ ଜଣେ ପ୍ରତିଷ୍ଠିତ ନେତା। ବିଭିନ୍ନ ସଭା ସମିତିରେ…

ଯେତିକି ପାରିବ ସେତିକି

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଏବେ ମଣିଷର ପ୍ରତିଟି ପଦକ୍ଷେପକୁ ପରିଚାଳନା କଲାଣି। ପରିବେଶ ପରିସଂସ୍ଥାନକୁ ଇକୋସିଷ୍ଟମ ବୋଲି କହିଥାଉ। ଏବେ ଏଆଇ ଇକୋସିଷ୍ଟମ…

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri