ଅସୁବିଧାର ସମ୍ମୁଖୀନ ହେବେ ନାହିଁ ଓଡ଼ିଶାର ଖାଉଟି, ସଂକ୍ରମଣକୁ ଦୃଷ୍ଟିରେ ରଖି ଦିନକୁ ନୁହେଁ ସପ୍ତାହକୁ ଦୁଇଥର ବଜାରକୁ ଯାଆନ୍ତୁ: ସୁରେନ୍ଦ୍ର କୁମାର

ଭୁବନେଶ୍ୱର,୧।୪(ବ୍ୟୁରୋ): କରୋନା ମୁକାବିଲାକୁ ନେଇ ଲକ୍‌ଡାଉନ୍‌ ସ୍ଥିତିରେ ସାରା ଓଡ଼ିଶାର ଜନସାଧାରଣଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନ ନିମନ୍ତେ ରାଜ୍ୟ ସରକାର ସମସ୍ତ ପ୍ରଚେଷ୍ଟା କରୁଛନ୍ତି। ଏ ନେଇ ବରିଷ୍ଠ ପ୍ରଶାସନିକ ଅଧିକାରୀ ସୁରେନ୍ଦ୍ର କୁମାରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ଟିମ୍‌ ଗଠନ କରାଯାଇଛି।

ବୁଧବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏ ନେଇ ଅଧିକ ସୂଚନା ଦେଇ ସୁରେନ୍ଦ୍ର କୁମାର କହିଛନ୍ତି, ଲକ୍‌ଡାଉନ୍‌ ଘୋଷଣା ହେବା ଦିନ ଏକ ଉଚ୍ଚସ୍ତରୀୟ କମିଟି ‘ଷ୍ଟେଟ୍‌ ଲେଭଲ ମନିଟରିଂ ୟୁନିଟ୍‌ ଅନ୍‌ ଗୁଡ୍ସ ଆଣ୍ଡ ସର୍ଭିସେସ୍‌’ଗଠନ କରାଯାଇଥିଲା। ଏଥିରେ ମୋ ଅଧ୍ୟକ୍ଷତାରେ ୭ଜଣ ଉଚ୍ଚସ୍ତରୀୟ ଅଧିକାରୀ ସାମିଲ ହୋଇଥିଲେ। ସେମାନଙ୍କ ମଧ୍ୟରେ ରହିଥିଲେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ପରିବହନ ଆୟୋଗ, ବାଣିଜ୍ୟକର ଆୟୁକ୍ତ,ପୋଲିସ ଅତିରିକ୍ତ ମହାନିର୍ଦ୍ଦେଶକ ଏବଂ ପଞ୍ଚାୟତରାଜ ବିଭାଗର ଜଣେ ଉଚ୍ଚପଦସ୍ଥ ଅଧିକାରୀ। ରାଜ୍ୟର ସାଢ଼େ ଚାରିକୋଟି ଖାଉଟିଙ୍କ ସମସ୍ୟା ବୁଝି ସୂଚାରୁରୂପେ ଲୋକଙ୍କ ନିକଟରେ ଖାଉଟି ସାମଗ୍ରୀ ପହଞ୍ଚିବା କମିଟି ଗଠନର ଉଦ୍ଦେଶ୍ୟ ଥିଲା।

ପ୍ରଥମ ଦିନରେ ରୂପରେଖ ତିଆରି କରାଯାଇଥିଲା। ଖାଦ୍ୟ ଏବଂ ଅନ୍ୟାନ୍ୟ ସାମଗ୍ରୀର ଚାହିଦାର ଆକଳନ ସାଙ୍ଗକୁ ନିରବିଚ୍ଛିନ୍ନ ଯୋଗାଣରେ ପ୍ରତିବନ୍ଧକ ଆସିଲେ ତାର ନିରାକରଣ ଏବଂ ଖାଉଟି ବ୍ୟାପାରୀ ଓ ମାଲବାହୀ ପରିବହନ ମାଲିକଙ୍କ ସମସ୍ୟାର ନିରାକରଣ ଆଦି ଦିଗରେ ନଜର ରଖାଯାଇଥିଲା। ଏହାକୁ ଦୃଷ୍ଟିରେ ରଖି କାର୍ଯ୍ୟଶୈଳୀକୁ ସ୍ଥିର କରାଯାଇଥିଲା। ଫଳସ୍ବରୂପ ଓଡ଼ିଶାରେ ମାଲବାହୀ ଗାଡ଼ି ଚଳାଚଳ ଲାଗି ପାସ୍‌ ଆବଶ୍ୟକ ନ ଥିବା କୁହାଯାଇଥିଲା। ପ୍ରଥମ ଦୁଇଟି ଦିନ ଅସୁବିଧା ହୋଇଥିଲେ ହେଁ ଏବେ ସମସ୍ତ ଆବଶ୍ୟକୀୟ ସାମଗ୍ରୀ ଯୋଗାଣ ବିଧିବଦ୍ଧ ଭାବେ ଚାଲିଛି।

ସେହିଭଳି ସାମାଜିକ ଦୂରତା ନେଇ ଖାଉଟି ସଂଘ ମାନଙ୍କ ସହ ଆଲୋଚନା କରାଯାଇଥିଲା। ସମସ୍ତଙ୍କ ସହ ଯୋଗାଯୋଗ କରାଯାଉଛି। ସମସ୍ୟାର ସମାଧାନ କରାଯାଉଛି। ଲକ୍‌ଡାଉନ୍‌ ସମୟରେ ୨୪ ଘଣ୍ଟା ଖୋଲିବା ପାଇଁ ମୁଖ୍ୟ ବଜାରଗୁଡ଼ିକୁ କୁହାଯାଉଥିଲା। ବ୍ୟବସାୟୀଙ୍କୁ ପାସ୍‌ ଦିଆଯିବା ଫଳରେ ସବୁକାର୍ଯ୍ୟ ସୂଚାରୂରୁପେ କରାଯାଉଛି। ରାଜ୍ୟ ସରକାର ନିରନ୍ତର ପ୍ରୟାସ ଜାରି ରହିଛି। ଓଡ଼ିଶାର ଖାଉଟିମାନଙ୍କୁ କୌଣସି ପ୍ରକାର ଅସୁବିଧା ହେବନାହିଁ ସେ ନେଇ ସମସ୍ତ ପ୍ରଚେଷ୍ଟା କରାଯାଉଛି। ସ୍ଥିତି ଉପରେ ନଜର ରଖାଯାଇଛି। କିଛି ସ୍ଥାନରେ ଖାଉଟି ଦିନକୁ ୨ରୁ ୩ ଥର ବଜାରକୁ ଯାଉଛନ୍ତି। ସେମାନଙ୍କୁ ନିବେଦନ ସେମାନେ କଟକଣା ପାଳନ କରନ୍ତୁ। ସପ୍ତାହକୁ ଦୁଇଥର ବଜାରକୁ ଯାଆନ୍ତୁ। ଫଳରେ ସଂକ୍ରମିତ ହେବାର ସମ୍ଭାବନା କମ୍‌ ରହିବ ବୋଲି ସୁରେନ୍ଦ୍ର କୁମାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪୬ଡିଗ୍ରୀ ଉପରେ ୨ସହର, ରେକର୍ଡ ଭାଙ୍ଗିଲା ବାରିପଦା

ଭୁବନେଶ୍ୱର,୩୦।୪: ପ୍ରବଳ ଖରାରେ ଜଳୁଛି ସାରା ଓଡିଶା। ଘରୁ ବାହାରିଲେ ମୁହଁ ପୋଡି ଯାଉଛି। ମଙ୍ଗଳବାର ରାଜ୍ୟର ୨ଟି ସହର ୪୬ ଡିଗ୍ରୀ ଉପରେ ରହିଥିବାବେଳେ...

ବିଜେଡି ଛାଡ଼ିଲେ ସୁର ସେଠୀ

କାକଟପୁର,୩୦।୪: ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ। ଦଳ ଟିକେଟ ଦେଇ ନ ଥିବାରୁ ଅସନ୍ତୁଷ୍ଟ ଥିବା ବେଳେ ମଙ୍ଗଳବାର ସେ...

ଟିକେଟ ଫେରାଇଲେ କଂଗ୍ରେସ ପ୍ରାର୍ଥୀ

କଟକ,୩୦।୪: ଟିକେଟ ଫେରାଇଲେ ଆଠଗଡ଼ ବିଧାନସଭା କଂଗ୍ରେସ ପ୍ରାର୍ଥୀ। କଂଗ୍ରେସ ପ୍ରାର୍ଥୀ ମେହବୁବ ଅହମ୍ମଦ ଖାଁ ମଙ୍ଗଳବାର ଟିକେଟ ଫେରାଇଛନ୍ତି। କଟକ ଲୋକ ସଭା ପ୍ରାର୍ଥୀ...

ଘସିପୁରାରୁ ଲଢିବେ ସୌମ୍ୟ! କହିଲେ ଏହି ଦଳ ଦେଇଛି ଅଫର…

ଭୁବନେଶ୍ୱର,୩୦।୪: ନିର୍ବାଚନ ଲଢିବା ନେଇ ବଡ଼ ସଙ୍କେତ ଦେଲେ ସୌମ୍ୟରଞ୍ଜନ ପଟ୍ଟନାୟକ। ୨ଦିନ ପୂର୍ବରୁ ନିର୍ବାଚନ ଲଢିବେନି ବୋଲି କହିଥିଲେ ସୌମ୍ୟ। ସେ କହିଥିଲେ, ‘ମୋର...

ପୋଲିସ-ମାଓବାଦୀ ଗୁଳି ବିନିମୟ: ଦୁଇ ମହିଳାଙ୍କ ସମେତ ୭ ମାଓବାଦୀ ମୃତ

ମାଲକାନଗିରି,୩୦।୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲାରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ୨ ମହିଳାଙ୍କ ସହ ୭ ମାଓବାଦୀଙ୍କ ମୃତ୍ୟୁ...

Featured Video Play Icon

ଭାଜପା ଛାଡ଼ିଲେ ଅମୀୟ ଦାଶ

ଭୁବନେଶ୍ୱର,୩୦।୪: ଭୁବନେଶ୍ୱର ଏକାମ୍ରର ଭାଜପା ନେତା ଅମୀୟ ଦାଶ ଦଳରୁ ଇସ୍ତଫା ଦେଇଛନ୍ତି। ସେ ନିଜର ଇସ୍ତଫାପତ୍ର ରାଜ୍ୟ ସଭାପତିଙ୍କ ପାଖକୁ ପଠାଇଛନ୍ତି। ଅମୀୟ ଭାଜପା...

ଆଜି ପରି କାଲି ବି ଜାଳିବ, ରେଡ ଓ୍ବାର୍ଣ୍ଣିଂ ଦେଲା ପାଣିପାଗ ବିଭାଗ

ଭୁବନେଶ୍ୱର,୩୦।୪: ଆକାଶରୁ ନିଆଁ ବର୍ଷୁଛି। ଏମିତି ଲାଗୁଛି ଯେମିତି ବାହାରକୁ ବାହାରିଲେ ମୁହଁପୋଡି ହୋଇଯିବ। ତେବେ ପ୍ରଥମ ଥର ରାଜ୍ୟ ତାପମାତ୍ରା ୪୬ ଡିଗ୍ରୀ ଛୁଇଁଥିବାବେଳେ...

ବାଲେଶ୍ୱରରେ ଅଗ୍ନିବର୍ଷା, ୪୬ ଛୁଇଁଲା ପାରଦ

ଭୁବନେଶ୍ୱର,୩୦।୪: ବାଲେଶ୍ୱରରେ ଅଗ୍ନିବର୍ଷା। ୪୬ ଡିଗ୍ରୀ ଛୁଇଁଲା ତାତି। ଆଜି ଦିନ ୨.୩୦ ସୁଦ୍ଧା ବାଲେଶ୍ୱର ତାପମାତ୍ରା ୪୬ ଡିଗ୍ରୀ, ଭୁବନେଶ୍ୱରରେ ୪୫.୪ ଡିଗ୍ରୀ ଦିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri