Posted inଖେଳ

ଅଷ୍ଟ୍ରେଲିଆନ୍‌ ଓପନ୍‌: ସେମିରେ ଥିମ, ଜେଭରେଭ, ହାଲେପ୍‌

ମେଲବୋର୍ନ, ୩୦।୧(ଏଏଫ୍‌ପି)- ଚଳିତ ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଅଷ୍ଟ୍ରେଲିଆନ୍‌ ଓପନ୍‌ର ୧୦ ଦିବସ ଖେଳ ବୁଧବାର ଅନୁଷ୍ଠିତ ହୋଇଯାଇଛି। ପୁରୁଷ ସିଙ୍ଗଲ୍ସରେ ଜର୍ମାନୀର ଆଲେକ୍ସଜାଣ୍ଡର ଜେଭରେଭ, ଡୋମିନିକ ଥିମ୍‌ ଓ ମହିଳା ସିଙ୍ଗଲ୍ସରେ ସିମୋନା ହାଲେପ୍‌ ଓ ସ୍ପେନର ଗାର୍ବିନେ ମୁଗୁରୁଜା ସେମିଫାଇନାଲରେ ପ୍ରବେଶ କରିଛନ୍ତି।
ଟାଇଟଲ୍‌ ସ୍ବପ୍ନ ଅଧୁରା
ବୁଧବାର ଖେଳାଯାଇଥିବା ପୁରୁଷ ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲରେ ଅଷ୍ଟ୍ରିଆର ଡୋମିନିକ୍‌ ଥିମ୍‌ ବିପର୍ଯ୍ୟୟ ଘଟାଇଛନ୍ତି। ୫ମ ସିଡ୍‌ ଥିମ ୭-୬ (୭/୩), ୭-୬ (୭/୪), ୪-୬, ୭-୬ (୮/୬) ସେଟ୍‌ରେ ବିଶ୍ୱର ଏକ ନମ୍ବର ଖେଳାଳି ରାଫାଲ ନାଡାଲଙ୍କୁ ପରାସ୍ତ କରିଛନ୍ତି। ଫଳରେ ୩୩ ବର୍ଷୀୟ ସ୍ପାନିଶ କିମ୍ବଦନ୍ତୀ ଖେଳାଳି ନାଡାଲଙ୍କ ରେକର୍ଡ ୨୦ତମ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିବା ସ୍ବପ୍ନ ଅଧୁରା ରହିଯାଇଛି। ଏଠାରେ ଯଦି ନାଡାଲ ଚାମ୍ପିୟନ ହୋଇଥାନ୍ତେ ତେବେ ରୋଜର ଫେଡରରଙ୍କ ରେକର୍ଡ ଗ୍ରାଣ୍ଡସ୍ଲାମ ଟାଇଟଲ୍‌ ସହ ସମକକ୍ଷ ହୋଇଥାନ୍ତେ। ସେହିଭଳି ଗତ ୨ଟି ଫ୍ରେଞ୍ଚ୍‌ ଓପନ୍‌ ଫାଇନାଲରେ ନାଡାଲଙ୍କଠାରୁ ହାରି ଥିମ ରନର୍ସଅପ୍‌ ହେଉଥିଲେ। ଅନ୍ୟ ଏକ କ୍ୱାର୍ଟର ଫାଇନାଲ ମୁକାବିଲାରେ ୭ମ ସିଡ୍‌ ଜେଭରେଭ ୧-୬, ୬-୩, ୬-୪, ୬-୨ ସେଟ୍‌ରେ ୨୦୧୪ ଚାମ୍ପିୟନ ସୁଇଜରଲାଣ୍ଡର ଷ୍ଟାନ୍‌ ଓ୍ବାରିଙ୍କାଙ୍କୁ ପରାସ୍ତ କରିଥିଲେ। ୨୨ ବର୍ଷୀୟ ଜେଭରେଭ ପ୍ରଥମ ସେଟ୍‌କୁ ୧-୬ରେ ହାରିଯାଇଥିଲେ ମଧ୍ୟ ପରବର୍ତ୍ତୀ ୩ଟି ସେଟ୍‌କୁ ଜିତି ମ୍ୟାଚ୍‌କୁ କବ୍‌ଜା କରିବା ସହ ଅନ୍ତିମ-୪ରେ ସ୍ଥାନ ସୁରକ୍ଷିତ କରିନେଇଥିଲେ। ଜେଭରେଭ ପ୍ରଥମଥର ଲାଗି କୌଣସି ଗ୍ରାଣ୍ଡସ୍ଲାମର ସେମିଫାଇନାଲରେ ପ୍ରବେଶ କରିବାର ସୌଭାଗ୍ୟ ଲାଭ କରିଛନ୍ତି। ସେମିଫାଇନାଲରେ ଜେଭଭେଜ ଓ ଥିମଙ୍କ ମଧ୍ୟରେ ମୁକାବିଲା ହେବ।
ହାଲେପ୍‌-ମୁଗୁରୁଜା ସେମି
ମହିଳା ସିଙ୍ଗଲ୍ସ ସେମିଫାଇନାଲରେ ରୋମାନିଆର ସିମୋନା ହାଲେପ୍‌ ଓ ସ୍ପେନର ଗାର୍ବିନେ ମୁଗୁରୁଜାଙ୍କ ମଧ୍ୟରେ ମୁକାବିଲା ହେବ। ବୁଧବାର ଅନୁଷ୍ଠିତ ମହିଳା ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲରେ ୨୮ ବର୍ଷୀୟା ହାଲେପ୍‌ ୬-୧, ୬-୧ ସିଧାସଳଖ ସେଟ୍‌ରେ ଇସ୍ତୋନିଆର ଏନେଟ୍ଟ କୋଣ୍ଟାଭେଇଟ୍‌ଙ୍କୁ ପରାସ୍ତ କରିଛନ୍ତି। ଦୁଇଥର ଗ୍ରାଣ୍ଡସ୍ଲାମ ବିଜୟିନୀ ହାଲେପ୍‌ଙ୍କୁ ଏହି ମ୍ୟାଚ୍‌ ଜିତିବାକୁ ମାତ୍ର ୫୩ ମିନିଟ୍‌ ସମୟ ଲାଗିଥିଲା। ଅପରପକ୍ଷରେ ନିଜର ପ୍ରଥମ କ୍ୱାର୍ଟର ଫାଇନାଲ ଖେଳିଥିବା ଏନେଟ୍ଟଙ୍କୁ ନିରାଶ ହେବାକୁ ପଡ଼ିଛି। ସେହିଭଳି ଅନ୍ୟ ଏକ ଅନ୍ତିମ-୮ ରାଉଣ୍ଡ ମ୍ୟାଚ୍‌ରେ ଅନ୍‌ସିଡ୍‌ ମୁଗୁରୁଜା ୭-୫, ୬-୩ ସେଟ୍‌ରେ ରୁଷିଆର ଆନାସ୍ତାସିଆ ପାଭଲ୍ୟୁଚେଙ୍କୋଭାଙ୍କୁ ହରାଇଛନ୍ତି। ବିଜୟ ସହ ୨୬ ବର୍ଷୀୟା ମୁଗୁରୁଜା ପ୍ରଥମଥର ଲାଗି ଏହି ସମ୍ମାନଜନକ ପ୍ରତିଯୋଗିତାର ସେମିଫାଇନାଲ ଖେଳିବାକୁ ଯୋଗ୍ୟତା ହାସଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

Shubman Gillଙ୍କୁ ନେଇ ଆସିଲା ବଡ଼ ଅପଡେଟ, ଜାଣନ୍ତୁ କ’ଣ କହିଲେ କୋଚ

ନୂଆଦିଲ୍ଲୀ,୫।୪: ଶୁବମନ ଗିଲ ଶନିବାର ଅହମଦାବାଦରେ ଗୁଜରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଠିତ ଆଇପିଏଲ ୨୦୨୬ର ୯ମ ମ୍ୟାଚ ଖେଳିପାରି ନଥିଲେ। ତାଙ୍କ ଅନୁପସ୍ଥିତିରେ…

କାହିଁକି ଚର୍ଚ୍ଚାରେ ରିୟାନ ପରାଗଙ୍କ ସେଲିବ୍ରେଶନ? ଗୁଜରାଟକୁ ହରାଇବା ପରେ ସେ ପଡ଼ିଆରେ କ’ଣ କରିଥିଲେ? ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୫।୪: ଇଣ୍ଡିଆନ ପ୍ରିମିୟର ଲିଗର ନୂଆ ସିଜିନରେ ଜଣେ ନୂତନ ପୂର୍ଣ୍ଣକାଳୀନ ଅଧିନାୟକଙ୍କ ସହିତ ପ୍ରବେଶ କରି, ରାଜସ୍ଥାନ ରୟାଲ୍ସ କ୍ରିକେଟର ଏକ ଚମତ୍କାର ପ୍ରଦର୍ଶନ କରିଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

IPL 2026: ସିଜନ ମଧ୍ୟ ଭାଗରୁ ଘରକୁ ଫରିଲେ ଏହି ଖେଳାଳି, ବଢିଲା SRHର ଟେନସନ!

ନୂଆଦିଲ୍ଲୀ,୪।୪: IPL 2026 ଆରମ୍ଭ ହେବାର ମାତ୍ର କିଛି ଦିନ ହୋଇଛି। ଦଳଗୁଡ଼ିକ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲୟ ପାଇ ନଥିବା ବେଳେ, ଗୋଟିଏ ଫ୍ରାଞ୍ଚାଇଜ ପୂର୍ବରୁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri