ଭିତ୍ତିଭୂମି ଅବ୍ୟବସ୍ଥା, ଖୋଲାରେ ପଡ଼ିରହିଛି ଧାନ

ବାସୁଦେବପୁର, ୩୦।୧(ଡି.ଏନ.ଏ.)-ଭଦ୍ରକ ଜିଲାର ବାସୁଦେବପୁର କୃଷିପ୍ରଧାନ ବ୍ଲକ। ବ୍ଲକରେ ମୋଟ ୩୪ ଶହ ହେକ୍ଟର ଚାଷଜମିରୁ ୩୨ ଶହ ହେକ୍ଟର ଜମିରେ ଧାନ ଚାଷ ଚଳିତ ଖରିଫ ଋତୁରେ ହୋଇଥିଲା। ଚାଷୀମାନଙ୍କର ବଳକା ଧାନକୁ ସମବାୟ ସମିତି ମାଧ୍ୟମରେ ବିକ୍ରି ଉଦ୍ଦେଶ୍ୟରେ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଥିଲେ ମଧ୍ୟ ଏହା ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହୋଇପାରୁ ନାହିଁ। ବିଭିନ୍ନ ସମିତି ଓ ସମବାୟ ବିଭାଗରେ ବୈଷୟିକ ତ୍ରୁଟି ଏବଂ ମିଲରଙ୍କ ଅସହଯୋଗ ମନୋଭାବ ଯୋଗୁ ଚାଷୀମାନେ ଠିକ୍‌ ଭାବେ ଧାନ ମଣ୍ଡିରେ ବିକି ପାରୁ ନାହାନ୍ତି। ସେହିପରି ଭିତ୍ତିଭୂମି ଅବ୍ୟବସ୍ଥା ପାଇଁ ଖୋଲା ଆକାଶ ତଳେ ଧାନବସ୍ତା ପଡ଼ି ରହିଛି।
ପ୍ରକାଶ ଯେ, ଏହି ବ୍ଲକରେ ଚାଷୀଙ୍କଠାରୁ ଧାନ କ୍ରୟ ସକାଶେ ଚଳିତବର୍ଷ ୨୨ଟି ସମିତି ମଧ୍ୟରୁ ୨୦ ସମିତି ଅନୁମତି ପାଇଛନ୍ତି। ପ୍ରଥମଥର କରି ଚୂଡ଼ାମଣି ପଞ୍ଚାୟତସ୍ତରୀୟ ମହିଳା ମହାସଂଘ, ଶାଶୁଭୁଆସୁଣୀ ମହିଳା ମହାସଂଘ ମାଧ୍ୟମରେ ଚୂଡ଼ାମଣି ଓ ଶାଶୁଭୁଆସୁଣୀ ପଞ୍ଚାୟତରେ ଧାନକ୍ରୟ ଆରମ୍ଭ ହୋଇଛି। ବିଭିନ୍ନ ସେବା ସମବାୟ ସମିତିରେ ଭିତ୍ତିଭୂମିର ଅଭାବ ହେତୁ ଚାଷୀମାନଙ୍କ ଧାନ ଖୋଲାରେ ଅସୁରକ୍ଷିତ ଭାବେ ପଡ଼ିରହିଛି। ଗୋଦାମ ନ ଥିବାରୁ ଏଭଳି ସମସ୍ୟା ଉପୁଜିଛି। ସମିତିଗୁଡ଼ିକରୁ ଧାନ କ୍ରୟ ନିମନ୍ତେ ଅନୁବନ୍ଧିତ ହୋଇଥିବା ଜିଲା ଓ ଜିଲା ବାହାରର ମିଲରମାନେ ଠିକ୍‌ ସମୟରେ କିଣୁ ନ ଥିବା ସହିତ ସମିତିକୁ ଧାନବୁରା ଦେଉ ନ ଥିବାରୁ ଧାନକିଣାରେ ମନ୍ଥରତା ଦେଖାଦେଇଥିବା କୁହାଯାଉଛି।
ମିଳିଥିବା ସୂଚନା ଅନୁସାରେ, ବିରସ ସମିତିରେ ୮୨୨ ଚାଷୀଙ୍କ ମଧ୍ୟରୁ ୭୪୫ ଜଣଙ୍କୁ ଧାନ ବିକ୍ରି ପାଇଁ ଅନୁମତି ଆସିଛି। ୨୩ ହଜାର ୫ ଶହ କୁଇଣ୍ଟାଲ ଧାନ କିଣା ସକାଶେ ଧାର୍ଯ୍ୟ ଥିବାବେଳେ ୨୩ ହଜାର ଧାନକ୍ରୟ ହୋଇଛି। ବାଲିମେଦ ସମିତିରେ ୧୨୦୮ ଚାଷୀ ପଞ୍ଜୀକୃତ ହୋଇଥିବାବେଳେ ୪ ଶହ ଚାଷୀ ଟୋକନ ଜେନେରେଟ୍‌ ପାଇଁ ପଠାଯାଇଛି। ବର୍ତ୍ତମାନ ସୁଦ୍ଧା ୨୦ ହଜାର କୁଇଣ୍ଟାଲ ଧାନ କିଣା ସରିଛି। ମା’ କାଳୀ ସମିତିରେ ୪୧୬ ଚାଷୀଙ୍କ ମଧ୍ୟରୁ ୩୫୬ ଜଣଙ୍କୁ ଅନୁମତି ମିଳିଛି। ୯ ହଜାର କୁଇଣ୍ଟାଲ ଧାନକ୍ରୟ ଧାର୍ଯ୍ୟ ଥିବାବେଳେ ୪ ହଜାର କୁଇଣ୍ଟାଲ କ୍ରୟ ହୋଇଛି। ବାସୁଦେବପୁର ଓ ସୁରେଶ୍ୱରପୁର ସମିତିରେ ୫୭୭ ଚାଷୀଙ୍କ ମଧ୍ୟରୁ ୫୧୯ ଜଣଙ୍କୁ ଅନୁମତି ମିଳିଛି। ଧାର୍ଯ୍ୟ ୯ ହଜାର ୮ ଶହ କୁଇଣ୍ଟାଲରୁ ୬ ହଜାର କୁଇଣ୍ଟାଲ ଧାନ କିଣା ଯାଇଛି। ସେହିପରି ବରଣ୍ଡୁଆ ସମିତିରୁ ୨୦ରୁ ଊର୍ଦ୍ଧ୍ୱ ଚାଷୀ ଧାନ ଦେବା ପାଇଁ ଟୋକନ ପାଇଥିଲେ ମଧ୍ୟ ସେମାନଙ୍କ ନାମ ବୈଷୟିକ ତ୍ରୁଟି ଯୋଗୁ କଟିଯାଇଛି। ଫଳରେ ଚାଷୀମାନେ ପ୍ରାୟ ୮ଶହ କୁଇଣ୍ଟାଲ ଧାନ ବିକ୍ରି କରି ନ ପାରି ଗତ ୩ ଦିନ ତଳେ ସମିତିରେ ତାଲା ପକାଇଥିଲେ। ଅନ୍ୟ ସମିତିରେ ମଧ୍ୟ ଏଭଳି ସମସ୍ୟା ଦେଖାଦେଉଛି। ଏହି ସମସ୍ୟା ସମ୍ପର୍କରେ ଏଆର୍‌ସିଏସ୍‌ ଅମୂଲ୍ୟ ସେଠୀଙ୍କୁ ପଚାରିବାରୁ କହିଛନ୍ତି, ଧାନକିଣା ପ୍ରକ୍ରିୟା ତ୍ୱରାନ୍ବିତ କରିବାକୁ ସମବାୟ ବିଭାଗ ଉଦ୍ୟମ ଜାରି ରଖିଛି। ଧାନକ୍ରୟ କ୍ଷେତ୍ରରେ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯାଉଛି। ପ୍ରଶାସନିକ ସ୍ତରରେ ମିଲରମାନଙ୍କୁ ମଧ୍ୟ ଏ ଦିଗରେ ତାଗିଦ୍‌ କରାଯାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିମିଶି କାମ କରିବାରୁ ସଫଳତା: ରାଜ୍ୟସ୍ତରରେ ଗଞ୍ଜାମ ପୁରସ୍କୃତ

ଗଞ୍ଜାମ,୩୧।୮(ବିଦ୍ୟାଧର ସାହୁ): ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ବାୟତ୍ତ ଶାସନ ଦିବସ ମହା ସମାରୋହରେ ସୋମବାର ପାଳିତ ହୋଇଯାଇଛି l ମୁଖ୍ୟ ଅତିଥି ବ୍ରହ୍ମପୁର ଲୋକସଭା…

ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣା: ମନ୍ଥର ଗତିରେ ଚାଲିଛି କାର୍ଯ୍ୟ, ତାଗିଦ କଲେ ଉପଜିଲାପାଳ

ଛତ୍ରପୁର, ୩୧।୮ (ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ଉପକଣ୍ଠ ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣାର ସୋମବାର ସମୀକ୍ଷା କରିଛନ୍ତି ଛତ୍ରପୁର ଉପଜିଲାପାଳ…

ଚାଷୀଙ୍କ ରଣହୁଙ୍କାର: ୮ଦଫା ଦାବିରେ ତାତିଲେ ଚାଷୀ

ବରଗଡ଼,୩୧।୮(ପ୍ରେମାନନ୍ଦ ଖମାରୀ)-:ବରଗଡ଼ ଜିଲାରେ ସର୍ବାଧିକ ଧାନ ଉତ୍ପାଦନ ଯୋଗୁ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଓ ଚାଷୀଙ୍କ ସମସ୍ୟା ମଧ୍ୟ ଅଧିକ ଏବଂ…

ମାସେ ବ୍ୟାପୀ ଚାଲିବ ‘ସେବା ସଂକଳ୍ପ ଅଭିଯାନ’: ମୁଖ୍ୟ ଲକ୍ଷ୍ୟ ବିକଶିତ ଭାରତ

ଭଞ୍ଜନଗର,୩୧/୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଭାରତୀୟ ଜନତା ପାର୍ଟି ତରଫରୁ ଭଞ୍ଜନଗର ଜିଲା କାର୍ଯ୍ୟାଳୟଠାରେ ‘ସେବା ସଂକଳ୍ପ ଅଭିଯାନ’ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଭଞ୍ଜନଗର ସାଙ୍ଗଠନିକ…

ଶେଷ ହେଲା ୩୨ ବର୍ଷର ଚାକିରି ଜୀବନ: ଅଧ୍ୟାପିକାଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ଦିଗପହଣ୍ଡି,୩୧।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ପ୍ରାଣୀବିଜ୍ଞାନ ଅଧ୍ୟାପିକା ଆରତୀ ପାତ୍ରଙ୍କୁ ସୋମବାର କଲେଜ ପରିସରରେ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। କଲେଜ…

ବିଧାୟକ ସିଦ୍ଧାନ୍ତ ମହାପାତ୍ର ଦେଲେ ବଡ଼ ପ୍ରତିଶ୍ରୁତି: ଦିଗପହଣ୍ଡିକୁ ମ୍ୟୁନିସିପାଲଟିର ମାନ୍ୟତା ପାଇଁ…

ଦିଗପହଣ୍ଡି,୩୧।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନଏସି ପକ୍ଷରୁ ୫୩ତମ ପବିତ୍ର ନିଖିଳ ଭାରତ ସ୍ବାୟତ୍ତ ଶାସନ ସପ୍ତାହ ପାଳନ ସମାରୋହ ସୋମବାର ବିଳମ୍ବିତ ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି।…

ଅମରନାଥଙ୍କୁ ପିଟିଲା କାର୍‌, ଚାଲିଗଲା ଜୀବନ

ଗୁଣପୁର,୩୧।୮ ( ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ସହର ବଳରାମ ନଗର ପୋଲାକି ଅମରନାଥ ପାତ୍ର(୨୭) (ପିତା- ମୋହନ ରାଓ ପାତ୍ର)ଙ୍କ ଏକ ମର୍ମନ୍ତୁଦ ସଡ଼କ…

ପୁଷ୍ଟିହୀନ ଶିଶୁଙ୍କ ସନ୍ଧାନରେ ଯିବେ ୬୦୦୦ ଏନଏସଏସ ଛାତ୍ରୀ: ଦୁଇଜଣିଆ ଟିମ କରିବେ ସର୍ଭେ

ଭଞ୍ଜନଗର,୩୧।୮(ବାବୁଲା ପ୍ରଧାନ): ସୁପୋଷିତ ଓଡ଼ିଶା ମିଶନ ଅଧୀନରେ ପୁଷ୍ଟିହୀନ ଶିଶୁଙ୍କ ସର୍ଭେ କାର୍ଯ୍ୟରେ ସାମିଲ ହେବାକୁ ଥିବା ଜାତୀୟ ସେବା ଯୋଜନା (ଏନଏସଏସ) ସ୍ବେଚ୍ଛାସେବୀଙ୍କୁ ନେଇ ସୋମବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri