ଅଶାନ୍ତ ଇଥିଓପିଆ: ସେନାଧ୍ୟକ୍ଷଙ୍କୁ ହତ୍ୟାକଲେ ଅଙ୍ଗରକ୍ଷୀ

ଅଡିସ୍‌ ଅବାବା,୨୪ା୬ (ପି.ଟି./ଏ.ଏଫ୍‌.ପି): ଆଫ୍ରିକୀୟ ରାଷ୍ଟ୍ର ଇଥିଓପିଆରେ ସାମରିକ ବିଦ୍ରୋହ ଦେଖାଦେଇଛି। ଉତ୍ତର ପ୍ରାନ୍ତର ଅମ୍‌ହାରା ରାଜ୍ୟରେ ଚାଲିଥିବା କ୍ଷମତା ଦଖଲ ଉଦ୍ୟମକୁ ପଣ୍ଡ କରିବା ପାଇଁ ସେନା ମୁଖ୍ୟ ସିୟରେ ମେକୋନେନ୍‌ ପ୍ରୟାସ ଚଳାଇଥିବାବେଳେ ତାଙ୍କ ଅଙ୍ଗରକ୍ଷୀ ତାଙ୍କୁ ଗୁଳିକରି ହତ୍ୟା କରିଛନ୍ତି। ଆକ୍ରମଣରେ ଆଉ ଜଣେ ଜେନେରାଲ ମଧ୍ୟ ନିହତ ହୋଇଛନ୍ତି।
ହେଉଛି ଆଫ୍ରିକାର ସବୁଠୁ ପୁରୁଣା ସ୍ବାଧୀନ ରାଷ୍ଟ୍ର। ଏହି ଦେଶରେ ୮୦ରୁ ଊର୍ଦ୍ଧ୍ୱ ବିଭିନ୍ନ ଜାତିର ୧୦୨.୫ ନିୟୁତ ଲୋକ ବସବାସ କରନ୍ତି। ଇଥିଓପିଆରେ ଚଳିତବର୍ଷ ଶେଷ ଆଡ଼କୁ ସାଧାରଣ ନିର୍ବାଚନ ଥିବାବେଳେ ୨୦୧୮ ଏପ୍ରିଲରେ କ୍ଷମତାସୀନ ପ୍ରଧାନମନ୍ତ୍ରୀ ଏବି ଅହମ୍ମଦଙ୍କ ସଂସ୍କାରବାଦୀ କାର୍ଯ୍ୟକ୍ରମକୁ ନେଇ ଦେଶରେ ରାଜନୈତିକ ଅସ୍ଥିରତା ସୃଷ୍ଟି ହୋଇଛି। ଅମ୍‌ହାରା ସମେତ ଦେଶର ବିଭିନ୍ନ ଭାଗରେ ଜାତିଆଣ ହିଂସା ଲାଗିରହିଛି। ଏଥିଯୋଗୁ ୩୦ ଲକ୍ଷ ଲୋକ ବିସ୍ଥାପିତ ହୋଇ ଅନ୍ୟ ଦେଶକୁ ପଳାୟନ କରିବାରେ ଲାଗିଛନ୍ତି। ଏହି ସମସ୍ୟାକୁ ଦୂର କରିବା ଲାଗି ପ୍ରଧାନମନ୍ତ୍ରୀ ରାଜନୈତିକ ବନ୍ଦୀମାନଙ୍କୁ ମୁକ୍ତ କରିବାସହ ଦଳଗୁଡ଼ିକ ଉପରୁ କଟକଣା ହଟାଇବାରେ ଲାଗିଛନ୍ତି। ଏହାସହ ସେ ମାନବାଧିକାର ଉଲ୍ଲଂଘନକାରୀ ଅଧିକାରୀମାନଙ୍କୁ କାଠଗଡ଼ାକୁ ଟାଣିବା ଲାଗି ସେମାନଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଭଳି ସମୟରେ ଅମରାହାରେ କ୍ଷମତା ପରିବର୍ତ୍ତନ ପାଇଁ ଚାଲିଥିବା ଉଦ୍ୟମକୁ ବିଫଳ କରିବା ଲାଗି ସେନା ମୁଖ୍ୟ ସିୟରେ ମେକୋନେନ୍‌ ଶନିବାର ରାତିରେ ଅଡିସ୍‌ ଅବାବାସ୍ଥିତ ନିଜ ବାସଭବନରେ ଆଉ ଜଣେ ଜେନେରାଲ ଗେଜାଇ ଅବେରାଙ୍କ ସହ ମିଶି ବୈଠକ କରିଥିଲେ। ଏହାକୁ ନେଇ ସେନା ମୁଖ୍ୟ ମେକୋନେନ୍‌ଙ୍କ ଅଙ୍ଗରକ୍ଷୀ ଉଭୟଙ୍କୁ ଗୁଳିକରି ହତ୍ୟା କରିଥିଲେ। ଅଙ୍ଗରକ୍ଷୀଙ୍କୁ ଗିରଫ କରି ହାଜତକୁ ନିଆଯାଇଥିବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ।
ଏହାର କିଛି ସମୟ ପୂର୍ବରୁ ଅମ୍‌ହାରା ଗଭର୍ନର ଆମବାଚିଉ ମେକୋନେନ୍‌ ଓ ତାଙ୍କର ଜଣେ ଉପଦେଷ୍ଟାଙ୍କୁ ମଧ୍ୟ ରାଜଧାନୀ ବାହିର ଦରରେ ହତ୍ୟା କରାଯାଇଥିଲା। ଏହି ଦୁଇ ହତ୍ୟାକାଣ୍ଡର ସମ୍ପର୍କ ଥିବା କୁହାଯାଉଛି। ସାମରିକ ବିଦ୍ରୋହ ଜରିଆରେ କ୍ଷମତା ହାସଲ ପାଇଁ ଲାଗିଥିବା ଅନେକ ଲୋକଙ୍କୁ ଗିରଫ କରାଯିବା ପରେ ସ୍ଥିତି ନିୟନ୍ତ୍ରଣାଧୀନ ଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ପ୍ରଧାନମନ୍ତ୍ରୀ ଏବି ଅହମ୍ମଦ ଏକ ଟିଭି ଚ୍ୟାନେଲରେ ଦେଶବାସୀଙ୍କୁ ସମ୍ବୋଧିତ କରି ଶାନ୍ତି ପାଇଁ ଅନୁରୋଧ କରିଛନ୍ତି। ଦେଶର ବିଭାଜନକାରୀ ତତ୍ତ୍ୱଗୁଡ଼ିକୁ ସାମ୍ନା କରିବା ଲାଗି ସେ ଏଥିରେ ଆହ୍ବାନ ଦେଇଛନ୍ତି। ଦେଶବ୍ୟାପୀ ଇଣ୍ଟରନେଟ ସେବାକୁ ବନ୍ଦ କରାଯାଇଛି। ସେଠାରେ ଥିବା ଆମେରିକା ଦୂତାବାସ ପକ୍ଷରୁ ଆଲର୍ଟ ଜାରି କରାଯାଇଛି। ଅନ୍ୟପକ୍ଷରେ କ୍ଷମତା ଦଖଲ ଉଦ୍ୟମର ଖଳନାୟକ କୁହାଯାଉଥିବା ଅମ୍‌ହାରାର ଆଞ୍ଚଳିକ ନିରାପତ୍ତା ମୁଖ୍ୟ ବ୍ରିଗେଡିୟର ଜେନେରାଲ ଅସାମିନ୍ୟୁ ସିଜେଙ୍କ ପତ୍ତା ମିଳୁନି। ଅସାମନ୍ୟୁ ଜଣେ ଉଚ୍ଚପାହ୍ୟାର ସେନା ଅଧିକାରୀ। ୯ ବର୍ଷ ତଳେ ସେ ଏଭଳି ଉଦ୍ୟମ କରି ଜେଲ ଯାଇଥିଲେ। ତାଙ୍କୁ ଗତବର୍ଷ ମୁକ୍ତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନରେ ଅଟା କେଜି ୮୦୦ ଟଙ୍କା, ରୁଟି ୨୫ ଟଙ୍କା, ଜାଣନ୍ତୁ କାହିଁକି ସବୁ ଏତେ ମହଙ୍ଗା

ନୂଆଦିଲ୍ଲୀ,୧ା୫: ପଡୋଶୀ ଦେଶ ପାକିସ୍ତାନରେ ଖାଦ୍ୟ ସାମଗ୍ରୀ ସହିତ ବିଭିନ୍ନ ଜିନିଷର ଦାମ୍ ଆକାଶ ଛୁଆଁ ରହିଛି।ଯାହାକୁ ନେଇ ଲୋକମାନେ ସରକାରଙ୍କ ବିରୋଧରେ ଖୋଲାଖୋଲି ଭାବେ...

ହାମିଲଟନ ହଲ୍‌କୁ କବ୍‌ଜା କଲେ ବିକ୍ଷୋଭକାରୀ

ନ୍ୟୁୟର୍କ, ୧।୫: ଗତ କିଛିଦିନ ଧରି ପାଲେଷ୍ଟାଇନକୁ ସମର୍ଥନ କରି ଆମେରିକାର ଅନେକ ବିଶ୍ୱବିଦ୍ୟାଳୟରେ ଆନ୍ଦୋଳନ ହେଉଥିବାବେଳେ ମଙ୍ଗଳବାର ଏହା ଉଗ୍ରରୂପ ଧାରଣ କରିଛି। କଲମ୍ବିଆ...

ନେତାନ୍ୟାହୁଙ୍କ ନାଁରେ ଜାରି ହୋଇପାରେ ଆରେଷ୍ଟ ଓ୍ବାରେଣ୍ଟ

ଜେରୁଜେଲମ,୩୦।୪: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଏକ ଭୟଙ୍କର ଯୁଦ୍ଧ ଜାରି ରହିଛି । ଗାଜା ଷ୍ଟ୍ରିପରେ ହୋଇଥିବା ଭୟଙ୍କର ନରସଂହାର ହେତୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ...

ଭାରତ ମହାଶକ୍ତି ହେବାକୁ ଯାଉଛି, କିନ୍ତୁ ଆମେ ଭିକ ମାଗୁଛୁ: ପାକିସ୍ତାନର ପରିସ୍ଥିତିକୁ ନେଇ ଶୀର୍ଷ ନେତାଙ୍କ କ୍ରୋଧ

ଇସଲାମାବାଦ୍‌,୩୦।୪: ପାକିସ୍ତାନର ବରିଷ୍ଠ ନେତା ତଥା ଜାମିୟତ ଉଲେମା-ଇ-ଇସଲାମ (ଏଫ) ର ସଭାପତି ମୌଲାନା ଫଜଲୁର ରେହମାନ ପାକିସ୍ତାନକୁ ଭାରତ ସହ ତୁଳନା କରି କହିଛନ୍ତି,...

ଆମେରିକାରେ ପୁଣି ଗୁଳିକାଣ୍ଡ: ୩ ପୋଲିସ ମୃତ

ନ୍ୟୁୟର୍କ,୩୦।୪: ଆମେରିକାର ଉତ୍ତର କାରୋଲିନାରେ ଗୁଳି ବିନିମୟରେ ତିନି ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ତେବେ ଏହି ମୃତ୍ୟୁକୁ ପୋଲିସ ସର୍ବସାଧାରଣରେ ନିଶ୍ଚିତ କରି...

ଟ୍ରୁଡୋଙ୍କ ଉପସ୍ଥିତିରେ ଖଲିସ୍ତାନୀ ସ୍ଲୋଗାନ

ଟରଣ୍ଟୋ, ୩୦।୪: କାନାଡ଼ାର ଟରଣ୍ଟୋରେ ସୋମବାର ଖାଲ୍‌ସା ଦିବସ ପାଳନ ହେଉଥିବାବେଳେ ଏଥିରେ ବହୁ ସଂଖ୍ୟାରେ ଶିଖ୍‌ ସମ୍ପ୍ରଦାୟର ଲୋକ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ କାନାଡ଼ା...

ଚର୍ମ କର୍କଟ ଟିକାର ହ୍ୟୁମ୍ୟାନ ଟ୍ରାଏଲ୍‌ ଆରମ୍ଭ

ନୂଆଦିଲ୍ଲୀ,୨୯ା୪: ଚର୍ମ କର୍କଟ ରୋଗର ପ୍ରତିକାର ପାଇଁ ବିଶ୍ୱର ପ୍ରଥମ ଟିକା ଉପରେ ହ୍ୟୁମ୍ୟାନ ଟ୍ରାଏଲ୍‌ ଆରମ୍ଭ ହୋଇଛି। ବ୍ରିଟେନ୍‌ର ଜଣେ ରୋଗୀ ଏହି ପରୀକ୍ଷାରେ...

ପ୍ରଳୟଙ୍କରୀ ବନ୍ୟାରେ ୪୨ ମୃତ

ନୈରୋବି,୨୯।୪: କେନ୍ଦ୍ରୀୟ କେନିଆର ମାଇ ମାହୁ ଅଞ୍ଚଳରେ ବ୍ୟାପକ ବନ୍ୟାରେ ମୃତ୍ୟୁ ସଂଖ୍ୟା ୨୦ ରୁ ୪୨କୁ ବୃଦ୍ଧି ପାଇଛି। ଏହାପୂର୍ବରୁ ସିଟିଜେନ ଟେଲିଭିଜନ ସୋମବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri