Posted inଫୁରସତ

ଅଳିଆଗଦାରେ ଫିଙ୍ଗି ଦେଇଥିଲେ ଲଟେରି ଟିକେଟ୍‌, ପରେ ହେଲେ କୋଟିପତି

କୁହାଯାଏ, ଭାଗ୍ୟ କାହାକୁ କେତେବେଳେ କେଉଁଠି ନେଇ ପହଞ୍ଚାଇଥାଏ ତା’ର ଠିକଣା ନ ଥାଏ। ଫଳରେ କୋଟିପତି ଗରିବ ହୋଇଯାଉଥିବା ବେଳେ ଗରିବଟିଏ ରାତାରାତି କୋଟିପତି ହୋଇଯାଏ। ଏହାର ଅନେକ ଉଦାହରଣ ମଧ୍ୟ ରହିଛି। ଏହିପରି ଏକ ଉଦାହରଣ ଦେଖିବାକୁ ମିଳିଛି କୋଲକାତାରେ। ଯାହା ଚର୍ଚ୍ଚାର ବିଷୟ ପାଲଟିଛି। ଏଠାକାର ଜଣେ ପରିବା ଦୋକାନୀ ଲଟେରି ଟିକେଟ୍‌କୁ ରାଗି କି ଅଳିଆଗଦାରେ ଫିଙ୍ଗି ଦେଇଥିଲେ। ମାତ୍ର ଏହି ଟିକେଟ ତାଙ୍କୁ କୋଟିପଟି କରିଦେଇଛି।

କୋଲକାତାର ଦମ୍‌ଦମ୍‌ ଅଞ୍ଚଳରେ ରହୁଥିବା ସାଦିକ୍‌ ପରିବା ବ୍ୟବସାୟ କରି ପରିବାର ପ୍ରତିପୋଷଣ କରିଥାନ୍ତି। ଦିନେ ସ୍ତ୍ରୀଙ୍କ ସହ ସାଦିକ୍‌ ନାଗାଲାଣ୍ଡ ଲଟେରିର ୫ଟି ଟିକେଟ୍‌ କିଣିଥିଲେ। ୨ ଜାନୁୟାରୀରେ ଏହି ଲଟେରି ଉଠାଣ ହୋଇଥିଲା। କିଛି ଦୋକାନୀ ତାଙ୍କର ଲଟେରି ଉଠି ନ ଥିବା ସାଦିକ୍‌ଙ୍କୁ କହିଥିଲେ। ଏଥିରେ ରାଗି ଯାଇ ସମସ୍ତ ଟିକେଟ ନେଇ ସେ ଅଳିଆଗଦାରେ ଫିଙ୍ଗି ଦେଇଥିଲେ।


ଏକ ରିପୋର୍ଟ ଅନୁଯାୟୀ, ୩ ଜାନୁୟାରୀରେ ସାଦିକ୍‌ ଯେତେବେଳେ ଏହି ଦୋକାନୀଙ୍କ ନିକଟକୁ ଗଲେ ୧ କୋଟି ଟଙ୍କାର ପୁରସ୍କାର ଜିତିଥିବା ଦୋକାନୀ ଜଣକ ତାଙ୍କୁ କହିଥିଲେ। ଏହା ଶୁଣି ଖୁସିରେ ସାଦିକ୍‌ଙ୍କ ଗୋଡ଼ ତଳେ ଲାଗିଲାନି। ସେ ସଙ୍ଗେ ସଙ୍ଗେ ସ୍ତ୍ରୀ ଅସୀମାଙ୍କ ସହ ମିଶି ଅଳିଆଗଦାରୁ ଟିକେଟ୍‌ ଖୋଜିବାରେ ଲାଗିପଡ଼ିଲେ। ଦୀର୍ଘସମୟ ଖୋଜିବା ପରେ ୫ଟି ଯାକ ଟିକେଟ୍‌ ପାଇଥିଲେ। ପରେ ଦୋକାନୀଙ୍କୁ ଟିକେଟ୍‌ ଦେଖାଇ ପୁରସ୍କାର ରାଶି ଆଣିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଗବତର ମହକରେ ଅତିବଡ଼ି: ଝଙ୍କୃତ ହେଲା କବିତା

ଦାରିଙ୍ଗବାଡ଼ି, ୨୭/୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିସ୍ଥିତ ଡ. ଭୀମରାଓ ଆମ୍ବେଦକର ଜାତୀୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଶନିବାର ଅପରାହ୍ନରେ ଅତିବଡ଼ି ଜଗନ୍ନାଥ ଦାସଙ୍କ…

ପାଇପ ବିଛାଇବା ପାଇଁ ଗାଁ ଗାଁରେ ଖୋଳା ଚାଲିଛି କଂକ୍ରିଟ ରାସ୍ତା: ପାଇପ ବିଛାଇବା ପରେ ମରାମତି ନାହିଁ

ଅମରପାଲି, ୨୭।୯ (ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ବିଭିନ୍ନ ଗ୍ରାମରେ ମେଗା ପାନୀୟଜଳ ପ୍ରକଳ୍ପ ପାଇଁ ପାଇପ ବିଛାଇବା କାମ ଚାଲିଛି। ଏଥିପାଇଁ ଏକ…

କେତୁଙ୍କ ସ୍ୱନକ୍ଷତ୍ରରେ ଗୋଚର: ୫ରାଶି ରୁହନ୍ତୁ ସତର୍କ! ଖରାପ ସମୟ ଆରମ୍ଭ; ପାଖରୁ ଚାଲିଯିବ ଟଙ୍କା…

ଜ୍ୟୋତିଷଙ୍କ ଅନୁସାରେ, କେତୁ ଗ୍ରହ ୩ ଅକ୍ଟୋବର ୨୦୨୬ରେ ମଘା ନକ୍ଷତ୍ରର ପ୍ରଥମ ପାଦକୁ ଚଳନ କରିବେ। କେତୁଙ୍କ ଏହି ପାଦ ନକ୍ଷତ୍ର ଚଳନ ଯୋଗୁଁ ଅନେକ…

ଅକ୍ଟୋବର ୨ରେ ଚାଲିବନି UPI! ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍‌ଲୀ,୨୭।୯: ୨ ତାରିଖରେ ଦେଶବ୍ୟାପୀ ‘ନୋ UPI ଡେ’ ପାଳନ ହେବା ନେଇ ମିଡିଆରେ ଯେଉଁ ଖବର ପ୍ରକାଶ ପାଇଛି ତାହା ସମ୍ପୂର୍ଣ୍ଣ ମିଛ। ଏଭଳି କୌଣସି…

ବ୍ୟାଙ୍କ୍‌ ଷ୍ଟ୍ରାଇକ୍‌ ପୂର୍ବରୁ ସବୁ ସରକାରୀ ବ୍ୟାଙ୍କ୍‌ର ବଡ଼ ଘୋଷଣା, ସେପ୍ଟେମ୍ୱର ୨୮ରୁ ଏଟିଏମ୍‌ ଚାର୍ଜ…

ନୂଆଦିଲ୍‌ଲୀ,୨୭।୯: ସାରା ଦେଶରେ ୨୮ ରୁ ୩୦ ସେପ୍ଟେମ୍ୱର ପର୍ଯ୍ୟନ୍ତ ସମସ୍ତ ସରକାରୀ ଏବଂ ଘରୋଇ (ପ୍ରାଇଭେଟ) ବ୍ୟାଙ୍କ ତିନି ଦିନିଆ ଧର୍ମଘଟରେ ରହିବାକୁ ଯାଉଛନ୍ତି। ଏହା…

କେତୁଙ୍କ ନକ୍ଷତ୍ର ପରିବର୍ତ୍ତନ: ୩ ରାଶିଙ୍କୁ ଅଚାନକ ମିଳିବ ଟଙ୍କା! ଚାକିରିରେ ବଡ଼ ଅଫର୍‌

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସମସ୍ତ ୯ଟି ଗ୍ରହ ମଧ୍ୟରୁ କିଛି ଶୁଭ ତ ଆଉ କିଛି ଅଶୁଭ ଗ୍ରହ ରହିଥାନ୍ତି। ଏଭଳି ସ୍ଥିତିରେ କେତୁଙ୍କ ଗଣନା ପାପୀ,…

ସୋମବାରରୁ ୩ ଦିନ ବ୍ୟାଙ୍କ ଷ୍ଟ୍ରାଇକ୍‌: ଜାଣନ୍ତୁ ରବିବାର କେଉଁ ବ୍ୟାଙ୍କ ଖୋଲା, କେଉଁଟା ବନ୍ଦ?

ନୂଆଦିଲ୍‌ଲୀ,୨୭।୯: ୨୮ ସେପ୍ଟେମ୍ୱର ଅର୍ଥାତ ସୋମବାରଠାରୁ ଦେଶର ସମସ୍ତ ବ୍ୟାଙ୍କ ତିନି ଦିନିଆ ଧର୍ମଘଟକୁ ଯାଉଛନ୍ତି। ଏହି ଧର୍ମଘଟ ୩୦ ସେପ୍ଟେମ୍ୱର ପର୍ଯ୍ୟନ୍ତ ଚାଲିବ, ଯାହା ଫଳରେ…

କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?