Posted inଖେଳ

‘ଅଲିମ୍ପିକ୍‌ କ୍ୱାଲିଫାୟର୍ସ ଗୋଲ ସ୍ବପ୍ନିଳ ଅନୁଭବ’

ନୂଆଦିଲ୍ଲୀ, ୧୨।୧୧(ପି.ଟି.)-୨୦୨୦ ଟୋକିଓ ଅଲିମ୍ପିକ୍ସ ପାଇଁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଆମେରିକା ବିପକ୍ଷ କ୍ୱାଲିଫାୟର୍ସରେ ଭାରତୀୟ ଅଧିନାୟିକା ରାଣୀ ରାମପାଲଙ୍କ ଗୋଲ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଥିଲା। ୨ ମ୍ୟାଚ ବିଶିଷ୍ଟ କ୍ୱାଲିଫାୟର୍ସରେ ଭାରତ ରାଣୀଙ୍କ ଗୋଲ ବଳରେ ଆମେରିକାକୁ ୬-୫ରେ ପଛରେ ପକାଇ ଦେବାରେ ସକ୍ଷମ ହୋଇଥିଲା। ଏହି ନିର୍ଣ୍ଣାୟକ ଗୋଲ ‘ସ୍ବପ୍ନିଳ ଅନୁଭବ’ ବୋଲି ରାଣୀ ପ୍ରକାଶ କରିଛନ୍ତି। ” ମୁଁ ଏକାଗ୍ରତାର ସହିତ ମନକୁ ଶାନ୍ତ ରଖି ଗୋଲ ଫିନିଶ୍‌ କରିଥିଲି। ସାଥୀ ଖେଳାଳିମାନେ ମୋତେ ଯେପରି ଅଭିନନ୍ଦନ ଜଣାଇ ଖୁସି ମନାଇଲେ ତାହା ସ୍ବପ୍ନପରି ଲାଗୁଛି“ ବୋଲି ରାଣୀ କହିଛନ୍ତି। ମ୍ୟାଚ ଶେଷ ହେବାକୁ ୧୫ ମିନିଟ ଥିବାବେଳେ ମନରେ ଭିନ୍ନ ଚିନ୍ତା ଆସିଥିଲା। ଦୀର୍ଘ ୩ ବର୍ଷ ଧରି ଆମେ କରି ଆସିଥିବା କଠିନ ପରିଶ୍ରମ ବେକାର ଯିବବୋଲି ଭାବିଥିଲି। ମାତ୍ର ପ୍ରତିପକ୍ଷ ସର୍କଲ ଭିତରେ ମୁଁ ଯେତେବେଳେ ବଲ୍‌ ପାଇଲି ଆଗରେ କିଛି ଗ୍ୟାପ୍‌ ଥିବା ଜାଣିଲି ଏବଂ ସମ୍ପୂର୍ଣ୍ଣ ଭାବେ ଗେମ୍‌ ଉପରେ ଫୋକସ କରି ଲକ୍ଷ୍ୟ ହାସଲରେ ସଫଳ ହେଲି ବୋଲି ରାଣୀ କହିଛନ୍ତି। ଆମେ ଯୋଗ୍ୟତା ହାସଲ କରିଥିବାରୁ ଏବେ ଟୋକିଓ ଅଲିମ୍ପିକ୍ସରେ ପୋଡିୟମ ଫିନିଶ୍‌ ଆମର ଲକ୍ଷ୍ୟ ବୋଲି ସେ ପ୍ରକାଶ କରିଛନ୍ତି। ଆମେରିକା ବିପକ୍ଷ କ୍ୱାଲିଫାୟର୍ସର ଦ୍ୱିତୀୟ ମ୍ୟାଚରେ ଭାରତ ୧-୪ ଗୋଲରେ ପରାଜିତ ହୋଇଥିଲେ ହେଁ ପ୍ରଥମ ମ୍ୟାଚରେ ୫-୧ ଗୋଲରେ ବିଜୟୀ ହୋଇଥିବାରୁ ଅଲିମ୍ପିକ୍ସ ଯୋଗ୍ୟତା ପାଇଥିଲା।
ସଂଯୋଗ ବଶତଃ ଦୀର୍ଘ ୩୬ ବର୍ଷ ବ୍ୟବଧାନରେ ୨୦୧୫ରେ ଭାରତୀୟ ମହିଳା ଦଳ ଯେତେବେଳେ ରିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କଲା ସେତେବେଳେ ମଧ୍ୟ ଜାପାନ ବିପକ୍ଷ ନିର୍ଣ୍ଣାୟକ ମ୍ୟାଚରେ ରାଣୀ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ତେବେ ରିଓରେ ଭାରତୀୟ ଦଳର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଥିଲା। ”ରିଓରେ ଆମେ ଦକ୍ଷତା ଅନୁସାରେ ପ୍ରଦର୍ଶନ କରିପାରି ନ ଥିଲୁ ସତ, ମାତ୍ର ଅଲିମ୍ପିକ୍ସରେ ଖେଳିବାର ଅଭିଜ୍ଞତା ହାସଲ କରିଥିଲୁ। ରିଓରେ ଖେଳିଥିବା ୧୦ ଖେଳାଳି ବର୍ତ୍ତମାନ ମଧ୍ୟ ଦଳରେ ରହିଛନ୍ତି। ପୂର୍ବ ଅଲିମ୍ପିକ୍ସ ପରେ ଆମ ଦଳୀୟ ପ୍ରଦର୍ଶନରେ ଅନେକ ଉନ୍ନତି ହୋଇଛି। ତେଣୁ ଟୋକିଓରେ ପୋଡିୟମ ଫିନିଶ୍‌ ନେଇ ମୁଁ ଦୃଢ଼ ଆଶାବାଦୀ“ ବୋଲି ରାଣୀ କହିଛନ୍ତି। ବର୍ଷ ପ୍ରାରମ୍ଭରେ ଆମେ ଅଲିମ୍ପିକ୍‌ ଟେଷ୍ଟ ଇଭେଣ୍ଟରେ ଭାଗନେଇ ବିଜୟ ହାସଲ କରିଥିଲୁ। ସେଠାକାର ପରିବେଶରେ ଖେଳିବାର ଅଭିଜ୍ଞତା ମଧ୍ୟ ହାସଲ କରିଥିଲୁ। ୨୦୨୦ ଗେମ୍ସ ବେଳକୁ ଏହା ଆମକୁ ସହାୟକ ହେବ ବୋଲି ଅଧିନାୟିକା ପ୍ରକାଶ କରିଛନ୍ତି।
୨୦୨୨ ମହିଳା ହକି ବିଶ୍ୱକପ ନେଦରଲାଣ୍ଡ୍ସ ଓ ସ୍ପେନରେ ମିଳିତଭାବେ ଆୟୋଜନ ହେବ ବୋଲି ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫଆଇଏଚ୍‌) ଘୋଷଣା କରିଛି। ଏ ସମ୍ପର୍କରେ ରାଣୀ କହିଛନ୍ତି ଯେ, ”ଆମେ ଗତବର୍ଷ ଇଂଲଣ୍ଡ ବିଶ୍ୱକପରେ ଭଲ ଖେଳି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲୁ। ଆୟର୍ଲାଣ୍ଡ ନିକଟରୁ ପେନାଲ୍ଟି ଶୁଟ୍‌ଆଉଟରେ ପରାଜୟ ଆମକୁ ନିରାଶ କରିଥିଲା ସତ, ମାତ୍ର ସେମିଫାଇନାଲରେ ପ୍ରବେଶ ପାଇଁ ଗୋଟିଏ ବିଜୟ ଦୂରରେ ରହି ଯାଇଥିଲୁ ବୋଲି ପ୍ରମାଣିତ କରିଥିଲୁ। ଆଗାମୀ ବିଶ୍ୱକପରେ ଆମେ ଅଧୁରା ସ୍ବପ୍ନକୁ ସାକାର କରିବାକୁ ଚେଷ୍ଟା କରିବୁ। ଆମେ ନିକଟ ଅତୀତରେ ସ୍ପେନରେ ଅନେକ ମ୍ୟାଚ ଖେଳିଛୁ। ସେଠାକାର ପରିବେଶ ସହିତ ଆମେ ଭଲଭାବେ ଅଭ୍ୟସ୍ତ। ତେବେ ବିଶ୍ୱକପ ଉପରେ ଫୋକସ କରିବା ପୂର୍ବରୁ ଆମେ ଏବେ କେବଳ ଟୋକିଓ ଅଲିମ୍ପିକ୍ସ କଥା ଚିନ୍ତା କରୁଛୁ“। ଅଲିମ୍ପିକ୍‌ କ୍ୱାଲିଫାୟର୍ସ ପରେ ଭାରତୀୟ ମହିଳା ହକି ଦଳକୁ ଏବେ ବ୍ରେକ୍‌ ମିଳିଛି। ଚଳିତମାସ ୧୮ରୁ ବେଙ୍ଗାଲୁରୁଠାରେ କଣ୍ଡିଶନିଂ କ୍ୟାମ୍ପରେ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତି ଆରମ୍ଭ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଧୋନୀ ମୋ ବାପାଙ୍କ ଭଳି…କିଛି ଏଭଳି କହିଲେ…

ନୂଆଦିଲ୍ଲୀ,୪।୫: ୨୦୨୨ରେ ପ୍ରଥମ ଥର ଆଇପିଏଲ୍‌ ଖେଳିଥିବା ମଥିଶା ପଥିରାନା ନିଜର ବୋଲିଂକୁ ନେଇ ‘ବେବି ମଲିଙ୍ଗା’ ନାମରେ ଖ୍ୟାତ। ଶ୍ରୀଲଙ୍କା ଅଣ୍ଡର ୧୯ ଟିମ୍‌ରେ...

‘ଓ୍ବାର୍ନର ୭୦% ଭାରତୀୟ, ୩୦% ଅଷ୍ଟ୍ରେଲିୟ’

ନୂଆଦିଲ୍ଲୀ,୪।୫: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ତଥା ବର୍ତ୍ତମାନ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଆଇପିଏଲ୍‌ ଖେଳୁଥିବା ଡେଭିଡ୍‌ ଓ୍ବାର୍ନରଙ୍କୁ ଭାରତ କେତେ ପସନ୍ଦ, ସମସ୍ତେ ତାହା ଜାଣନ୍ତି।...

‘ହତାଶ ହୋଇପଡ଼ିଛନ୍ତି ପାଣ୍ଡ୍ୟା,ଅଛନ୍ତି ଚାପରେ’

ନୂଆଦିଲ୍ଲୀ,୪।୫: ହାର୍ଦ୍ଦିକ ପାଣ୍ଡ୍ୟା ଥକି ଯାଇଥିବା, ହତାଶ ଏବଂ ଚାପରେ ଥିବା ଭଳି ଦୃଶ୍ୟମାନ ହେଉଛନ୍ତି। କିଛି ଏଭଳି କହିଛନ୍ତି ପୂର୍ବତନ ଅଷ୍ଟ୍ରେଲିୟ କ୍ରିକେଟର ଆରୋନ...

ଇଣ୍ଡିଆନ୍‌ ସୁପର ଲିଗ୍‌: ମୁମ୍ବାଇ ସିଟି ଏଫ୍‌ସି ଚାମ୍ପିୟନ

କୋଲକାତା,୪ା୫: ଇଣ୍ଡିଆନ୍‌ ସୁପର ଲିଗ(ଆଇଏସ୍‌ଏଲ୍‌)ର ଦଶମ ସଂସ୍କରଣରେ ଡିଫେଣ୍ଡିଂ ଚାମ୍ପିୟନ ମୋହନ ବାଗାନ ସୁପର ଜାଏଣ୍ଟ୍ସକୁ ୩-୧ରେ ହରାଇ ଟାଇଟଲ ହାସଲ କରିଛି ମୁମ୍ବାଇ ସିଟି...

ପାଣ୍ଡ୍ୟା-ବୁମ୍‌ରାଙ୍କୁ ଛାଡ଼ନ୍ତୁ, ଟିମ୍‌ ଇଣ୍ଡିଆର ଚିନ୍ତା ବଢ଼ାଇଲେଣି ରୋହିତ ଶର୍ମା…

ନୂଆଦିଲ୍ଲୀ,୪।୫: ଟି୨୦ ବିଶ୍ୱକପ୍‌ରେ ଜୁନ୍‌ ୫ରୁ ନିଜର ଅଭିଯାନ ଆରମ୍ଭ କରିବ ଟିମ୍‌ ଇଣ୍ଡିଆ। ପ୍ରଥମ ମ୍ୟାଚ୍‌ରେ ଦଳ ଆର୍ୟଲ୍ୟାଣ୍ଡକୁ ଭେଟିବ। ତେବେ ଏହା ପୂର୍ବରୁ...

ସଫେଇ ଦେଲେ ଚେସ ଚାମ୍ପିଅନ କାସପାରୋଭ

ନୂଆଦିଲ୍ଲୀ,୪।୫: ରୁଷିଆର ମହାନ ଚେସ ଖେଳାଳି ଗ୍ୟାରି କାସପାରୋଭ ନିକଟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିଷୟରେ ଏକ ସୋସିଆଲ ମିଡିଆ ପୋଷ୍ଟ କରିଥିଲେ। ବର୍ତ୍ତମାନ...

ରାହୁଲଙ୍କୁ ଟାର୍ଗେଟ କଲେ ଚେସ ଚାମ୍ପିଅନ ଗ୍ୟାରି କାସପାରୋଭ, କହିଲେ ପ୍ରଥମେ ରାଏବରେଲିରେ ଜିତିକି ଦେଖାନ୍ତୁ…

ନୂଆଦିଲ୍ଲୀ,୪।୫: ଆନ୍ତର୍ଜାତୀୟ ଖେଳାଳି ତଥା ପୂର୍ବତନ ବିଶ୍ୱ ଚାମ୍ପିଅନ ଗ୍ୟାରି କାସପାରୋଭଙ୍କ ଏକ ପୋଷ୍ଟ ରାଜନୈତିକ ଆଲୋଡ଼ନ ସୃଷ୍ଟି କରିଛି। ସେ ରାଏବରେଲିରୁ ଲୋକ ସଭା...

ଟି୨୦ ବିଶ୍ୱକପ୍‌: ଶ୍ରୀନାଥଙ୍କୁ ମିଳିଲା ପୁଣି ଗୁରୁଦାୟିତ୍ୱ

ଦୁବାଇ, ୪ା୫: ଆସନ୍ତା ମାସରେ ଆମେରିକା ଓ ଓ୍ବେଷ୍ଟଇଣ୍ଡିଜରେ ଅନୁଷ୍ଠିତ ହେଉଥିବା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଆଇସିସି ମ୍ୟାଚ ରେଫରି ଜାଭାଗଲ ଶ୍ରୀନାଥଙ୍କ ସମେତ ଅମ୍ପାୟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri