Posted inଖେଳ

ଅଲିମ୍ପିକ ପ୍ରସ୍ତୁତି: ମସାଲାଯୁକ୍ତ, ମିଠା ଖାଦ୍ୟ ମନା

ନୂଆଦିଲ୍ଲୀ,୨୪ା୭(ପି.ଟି.):ଭାରତୀୟ ମହିଳା ହକି ଦଳ ଟୋକିଓ ଅଲିମ୍ପିକ ୨୦୨୦ ପାଇଁ ଯୋଗ୍ୟତା ହାସଲ କରିବା ଲକ୍ଷ୍ୟରେ ରହିଛି। ଏହି ପରିପ୍ରେକ୍ଷୀରେ ଖେଳାଳିମାନଙ୍କ ଖାଦ୍ୟରେ ପରିବର୍ତ୍ତନ କରାଯାଇଛି। ସେମାନଙ୍କୁ ମସାଲାଯୁକ୍ତ ଏବଂ ମିଠାଯୁକ୍ତ ଖାଦ୍ୟ ନ ଖାଇବା ଲାଗି ପରାମର୍ଶ ଦିଆଯାଇଛି। ଗତମାସରେ ଜାପାନର ହିରୋସୀମାରେ ଅନୁଷ୍ଠିତ ଏଫ୍‌ଆଇଏଚ୍‌ ହକି ସିରିଜ ଫାଇନାଲ୍ସରେ ଚାମ୍ପିୟନ ହୋଇଥିବା ଭାରତୀୟ ଖେଳାଳିଙ୍କ ମନୋବଳ ବେଶ ଦୃଢ଼ ରହିଛି। ଆସନ୍ତା ନଭେମ୍ବରରେ ହେବାକୁ ଥିବା ଅଲିମ୍ପିକ କ୍ୱାଲିଫାୟର୍ସର ଅନ୍ତିମ ପର୍ଯ୍ୟାୟରେ ଭାଗନେବାକୁ ଥିବା ଏହି ଦଳ ଏବେ ଜୋର୍‌ଦାର ଅଭ୍ୟାସ ଜାରି ରଖିଛି। ଦଳର ଅଧିନାୟିକା ରାଣୀ ରାମପାଲ କହିଛନ୍ତି ଯେ, ସେ ଯେତେ ଭାରତୀୟ ମହିଳା ହକି ଦଳ ଦେଖିଛନ୍ତି ତାହା ମଧ୍ୟରୁ ଏହି ଦଳ ସବୁଠୁ ଫିଟ୍‌। ସେହିପରି ସାଇଣ୍ଟିଫିକ୍‌ ଆଡଭାଇଜର ଓ୍ବେନ୍‌ ଲୋମ୍ବାର୍ଡଙ୍କୁ ସେ ପ୍ରଶଂସା କରିବା ସହ ସେ ପ୍ରତ୍ୟେକ ଖେଳାଳିଙ୍କ ଫିଟ୍‌ନେସ୍‌ ପ୍ରତି ଯଥେଷ୍ଟ ଧ୍ୟାନ ଦେଉଛନ୍ତି ବୋଲି ରାଣୀ କହିଛନ୍ତି। ଆହୁରି ମଧ୍ୟ ପ୍ରତ୍ୟେକ ଖେଳାଳି ତାଙ୍କ ଡାଏଟ୍‌ ପ୍ଲାନ ଅନୁଯାୟୀ ଖାଦ୍ୟ ଖାଉଛନ୍ତି। ଆଗାମୀ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରିବାକୁ ହେଲେ ଆମକୁ ପୃଷ୍ଟିକର ଖାଦ୍ୟ ଖାଇବାକୁ ପଡ଼ିବ। ମାତ୍ର ଖେଳାଳିମାନେ ମିଠା, ଚକୋଲେଟ, ମସାଲାଯୁକ୍ତ ଏବଂ ତୈଳାକ୍ତ ଖାଦ୍ୟ ନ ଖାଇବାକୁ ଓ୍ବେନ୍‌ ପରାମର୍ଶ ଦେଇଛନ୍ତି। ପ୍ରତ୍ୟେକ ଖେଳାଳି ସନ୍ତୁଳିତ ଆହାର ଖାଉଛନ୍ତି ଏବଂ ବେଶ ଆରାମ ଅନୁଭବ କରୁଛନ୍ତି। ୧୯୮୦ ମସ୍କୋ ଅଲିମ୍ପିକ୍ସରେ ଭାରତୀୟ ମହିଳା ଦଳ ପ୍ରଥମ ଥର ଅଲିମ୍ପିକରେ ଅଂଶଗ୍ରହଣ କରି ୪ର୍ଥ ସ୍ଥାନ ଅଧିକାର କରିଥିଲା। ଯାହା ଅଲିମ୍ପିକ୍ସରେ ଭାରତୀୟ ମହିଳା ଦଳର ସର୍ବଶ୍ରେଷ୍ଠ ପ୍ରଦର୍ଶନ ରହିଛି। ତେବେ ଏହାର ୩୬ ବର୍ଷ ପରେ ଭାରତୀୟ ମହିଳା ଦଳ ରିଓ ଅଲିମ୍ପିକ୍ସ ଲାଗି ଯୋଗ୍ୟତା ଅର୍ଜନ କରିଥିଲେ ମଧ୍ୟ ୧୨ତମ ସ୍ଥାନରେ ରହିଥିଲା। ରିଓ ଅଲିମ୍ପିକ୍ସରେ ଭାରତ ପ୍ରତିଯୋଗିତାର ସ୍ତର ଅନୁଯାୟୀ ପ୍ରଦର୍ଶନ କରିପାରି ନଥିଲେ ମଧ୍ୟ ଏଥିରୁ ଅନେକ କିଛି ଶିକ୍ଷାଲାଭ କରିଛି। ଏହାପରେ ଦଳ ଚମତ୍କାର ପ୍ରଦର୍ଶନ ଜାରି ରଖିଛି ଓ ଏଥର ପ୍ରତି ଖେଳାଳି ଭଲ ପ୍ରଦର୍ଶନ ଦେବାକୁ ପ୍ରସ୍ତୁତ ହେଉଛନ୍ତି ବୋଲି ରାଣୀ କହିଛନ୍ତି। ପ୍ରଥମେ ଦଳ ଅଲିମ୍ପିକ୍ସ ଲାଗି ଯୋଗ୍ୟତା ହାସଲ କରିବା ପାଇଁ ପ୍ରୟାସ କରିବ ଓ ସଫଳ ହେବ ବୋଲି ରାଣୀ ଆଶାବ୍ୟକ୍ତ କରିଛନ୍ତି। ଭାରତୀୟ ମହିଳା ଦଳ ନିକଟରେ ଚଳିତଥର ଅଲିମ୍ପିକ ମେଡାଲ ଜିତିବାର ଯଥେଷ୍ଟ କ୍ଷମତା ରହିଛି ବୋଲି ସେ କହିଛନ୍ତି। ଭାରତୀୟ ମହିଳା ହକି ଦଳର ପ୍ରତ୍ୟେକ ଖେଳାଳି ହିମା ଦାସ ଓ ଦୂତୀ ଚାନ୍ଦଙ୍କ ବର୍ତ୍ତମାନର ପ୍ରଦର୍ଶନକୁ ନେଇ ପ୍ରଭାବିତ ହୋଇଛନ୍ତି। ହିମା ନିକଟରେ ଦେଶ ଲାଗି ୫ଟି ସ୍ବର୍ଣ୍ଣ ପଦକ ହାସଲ କରିଥିବାବେଳେ ଦୂତୀ ଲୌରେଲ ଜିତିଛନ୍ତି। କ୍ରୀଡ଼ାରେ ଭାରତୀୟ ମହିଳାମାନେ ଉନ୍ନତ ପ୍ରଦର୍ଶନ କରୁଥିବାବେଳେ ହକିରେ ମଧ୍ୟ ଦଳ ପଛରେ ରହିବ ନାହିଁ ବୋଲି ରାଣୀ କହିଛନ୍ତି। ବେଙ୍ଗାଲୁରୁରେ ଚାଲିଥିବା ଶିବିର ସମ୍ପର୍କରେ ରାଣୀ କହିଛନ୍ତି ଯେ, ଏହି ଶିବିରରେ ଟେକ୍ନିକାଲ ବିଷୟ ସହ ଦଳର ଏକତା, ଅନ୍‌ ଫିଲ୍ଡ ଓ ଅଫ୍‌ ଫିଲ୍ଡ ନିଷ୍ପତ୍ତି ନେବା ସମ୍ପର୍କରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି। କିମ୍ବଦନ୍ତୀ ଡିଫେଣ୍ଡର ଫରଗସ୍‌ କାଭାନାଘଙ୍କ ସହ ଡିଫେଣ୍ଡରମାନଙ୍କର ଏକ ଶିବିର ଅନୁଷ୍ଠିତ ହୋଇଯାଇଛି ଯାହା ବେଶ ସଫଳ ହୋଇଛି। ଦଳ ଏବେ ଶିବିରରେ ଡିଫେନ୍ସ, ଆଟାକ, ପେନାଲ୍ଟି କର୍ନର ଏବଂ ଟିମ ବଣ୍ଡିଂ ଉପରେ କାର୍ଯ୍ୟ କରୁଛି ବୋଲି ରାଣୀ ସୂଚନା ଦେଇଛନ୍ତି। ସେହିପରି ଅନ୍‌ଫିଲ୍ଡ ଓ ଅଫ୍‌ଫିଲ୍ଡ ନିଷ୍ପତ୍ତି କିଭଳି ଶୀଘ୍ର ନେଇ ହେବ ତାହା ଉପରେ ଦଳ ଶିକ୍ଷା ନେଉଛି ବୋଲି ସେ କହିଛନ୍ତି। ଆସନ୍ତା ମାସରେ ଭାରତ ଟୋକିଓରେ ଚତୁଃରାଷ୍ଟ୍ରୀୟ ଟୁର୍ନାମେଣ୍ଟ ଖେଳିବ। ଏହି ଟୁର୍ନାମେଣ୍ଟରେ ଭାରତ ସମେତ ଅଷ୍ଟ୍ରେଲିଆ, ଜାପାନ ରହିଛନ୍ତି। ଏହାପରେ ଭାରତ ଇଂଲଣ୍ଡ ସହ ଏକ ଟେଷ୍ଟ ସିରିଜ ଖେଳିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ଯୁବକଙ୍କ ଉପରେ ଚଢ଼ିଗଲା ହାଇଓ୍ବା; ଯୁବକ ମୃତ, ଘଟଣାସ୍ଥଳରେ ଚାପା ଉତ୍ତେଜନା

ବାଙ୍କୀ,୩୧ା୫(ଶୁଭେନ୍ଦୁ ମହାପାତ୍ର): କଟକ ଜିଲା ବାଙ୍କୀ ଉପଖଣ୍ଡ ବୈଦେସ୍ଵର ଥାନା ଅନ୍ତର୍ଗତ ଖଳିପଲ୍ଲୀ ମୁଖ୍ୟ ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି । ଶନିବାର ବିଳମ୍ବିତ ରାତିରେ ଏକ…

କାଳବୈଶାଖୀ ପ୍ରଭାବ: ୨୪ ଘଣ୍ଟା ପରେ ବି ଅନ୍ଧାରରେ ଦାରିଙ୍ଗବାଡ଼ି, କରେଣ୍ଟ୍‌ ଗଲେ ବିଏସ୍‌ଏନଏଲ୍‌ ସେବା ଅଚଳ

ଦାରିଙ୍ଗବାଡ଼ି,୩୧ା୫(ଅରୁଣ ସାହୁ): କନ୍ଧମାଳ ଜିଲାରେ ଗତ କିଛିଦିନ ହେଲା କାଳବୈଶାଖୀର ପ୍ରଭାବରେ ଅଞ୍ଚଳ ପ୍ରଭାବିତ ହେଉଛି। ଚଳିତ ସପ୍ତାହରେ ଦୁଇଥର ଜିଲାରେ ବିଦ୍ୟୁତ ସେବା ସମ୍ପୂର୍ଣ୍ଣ ଅଚଳ…

ଗୋଟିଏ ଦିନରେ ୧୨ ଅଟୋ ଜବତ କଲା ପୋଲିସ, ଏକାଧିକ ମାମଲା ରୁଜୁ କରି…

ଦାରିଙ୍ଗବାଡ଼ି,୩୧ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପୋଲିସ ଏବେ ଆକ୍ସନ ମୋଡ୍‌ରେ ରହିଛି। ଗୋଟିଏ ଦିନରେ ରବିବାର ୧୨ଟି ଯାତ୍ରୀବାହୀ ଅଟୋ ଉପରେ ନେଇଛି ଦୃଢ଼ କାର୍ଯ୍ୟାନୁଷ୍ଠାନ।…

ପ୍ରେମିକାଙ୍କୁ ଭେଟିବା ପାଇଁ କରିଥିଲେ ସୀମା ପାର୍, ଯୁବକଙ୍କୁ LOCରେ….

ଶ୍ରୀନଗର,୩୧ା୫: ଜମ୍ମୁ କଶ୍ମୀରର ବାରାମୁଲ୍ଲା ଜିଲ୍ଲାର ଉରି ସେକ୍ଟରରେ ନିୟନ୍ତ୍ରଣ ରେଖା ପାର କରି ଭାରତରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ଭାରତୀୟ…

‘ଜାତି-ଅଞ୍ଚଳର ବିକାଶ ପାଇଁ ଅର୍ଥର ଅଭାବ ନାହିଁ, ଆଗକୁ ବଢ଼ିବାକୁ ହେଲେ କେବଳ ଏକତା ଜରୁରୀ’

ଭଞ୍ଜନଗର,୩୧ା୫(ବାବୁଲା ପ୍ରଧାନ): ଜାତି ଏବଂ ଅଞ୍ଚଳର ବିକାଶ ପାଇଁ ଅର୍ଥର ଅଭାବ ନାହିଁ। ଆଗକୁ ବଢ଼ିବାକୁ ହେଲେ ଏକତା ମନୋଭାବ ହିଁ ଜରୁରୀ ବୋଲି ନିଖିଳ ଉତ୍କଳ…

ବିଦେଶରେ ସୁନା ଶସ୍ତା କିନ୍ତୁ ଭାରତରେ ମହଙ୍ଗା କାହିଁକି? ଲକ୍ଷେ ଟଙ୍କାର ସୁନା କିଣିଲେ ୧୮ହଜାର ଅଧିକ କାହିଁକି ଦେବାକୁ ପଡ଼େ

ନୂଆଦିଲ୍ଲୀ,୩୧ା୫: ବିବାହ ହେଉ କିମ୍ବା ଦୀପାବଳି କିମ୍ବା ଧନତେରସ ଭଳି ପର୍ବ, ଲୋକମାନେ ଏପରି ପ୍ରତ୍ୟେକ ଅବସରରେ ସୁନା କିଣିବାକୁ ପସନ୍ଦ କରନ୍ତି । ତଥାପି, ବାସ୍ତବତା…

ଗୁଗଲକୁ ବଡ଼ ଝଟକା: ହାଇକୋର୍ଟ ଲଗାଇଲେ ୩୦ ଲକ୍ଷ ଟଙ୍କାର ଜରିମାନା

ନୂଆଦିଲ୍ଲୀ,୩୧।୫: ଗୁଗଲ (Google) ଏବେ ଭାରତରେ ବଡ଼ ଆଇନଗତ ଅସୁବିଧାରେ ପଡ଼ିଛି। ଟ୍ରେଡମାର୍କ ଉଲ୍ଲଂଘନ ମାମଲାରେ ଦିଲ୍ଲୀ ହାଇକୋର୍ଟ ଗୁଗଲ ଉପରେ ୩୦ ଲକ୍ଷ ଟଙ୍କାର ଜରିମାନା…

‘ଯଦି ତୁମେ ଭାଜପାକୁ ସମର୍ଥନ କରିବ ତୁମେ ଦେଶଭକ୍ତ’, ନଚେତ୍‌…

କୋଲକାତା,୩୧ା୫: ପଶ୍ଚିମବଙ୍ଗର ଦକ୍ଷିଣ ଚବିଶି ପ୍ରଗଣା ଜିଲାର ସୋନାରପୁରରେ ତୃଣମୂଳ କଂଗ୍ରେସ (TMC) ଏମ୍‌ପି ଅଭିଷେକ ବାନାର୍ଜୀଙ୍କୁ ଏକ ବଡ଼ ଧରଣର ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri