ଅର୍ଦ୍ଧାହାରରେ ବିତୁଛି ଦିନ

ହାଟଡିହୀ, ୪।୯(ଡି.ଏନ୍‌.ଏ.)- କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସୋସୋ ପଞ୍ଚାୟତ କାନପୁର ଗ୍ରାମର ବିଧବା ମହିଳା ବାସନ୍ତୀ ମଣ୍ଡଳ(୫୫) ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି। ତାଙ୍କ ସ୍ବାମୀ ଗୌରାଙ୍ଗ ଜେନା ପ୍ରାୟ ବର୍ଷେ ହେବ ରୋଗାକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିଲେ। ସ୍ବାମୀଙ୍କ ମୃତ୍ୟୁ ପରେ ବିଧବା ପତ୍ନୀ ପରର ମୂଲମଜୁରୀ ଲାଗି ପେଟ ପୋଷିଥାନ୍ତି। ମାଟି ଝୁମ୍ପୁଡି, ଅଧାଭଙ୍ଗା ଘରେ ଏକାକୀ ଜୀବନ ଅତିବାହିତ କରୁଛନ୍ତି। ସେ ଏବେ ଥାଲେସେମିଆ ରୋଗରେ ପିଡିତ ହୋଇଛନ୍ତି। ତାଙ୍କ ଶରୀରର ମୁହଁ, ହାତ ଗୋଡ ଫୁଲିଯାଇଥିବାବେଳେ ଠିକ ଭାବେ ଚଳପ୍ରଚଳ କରିପାରୁ ନାହାନ୍ତି। ଫଳରେ ପରର ମୂଲ ମଜୁରୀ ଲାଗି ପେଟ ପାଇଁ ଦି ପଇସା ରୋଜଗାର କରିବା ତାଙ୍କ ପାଇଁ ଅସମ୍ଭବ ହୋଇପଡିଛି। କେବଳ ରାଶନ୍‌ କାର୍ଡରେ ଯାହା କିଛି ଯୋଗାଣ ସାମଗ୍ରୀ ମିଳୁଛି ତାହା ହିଁ ତାଙ୍କ ସାହା ଭରସା ହୋଇଛି। ଏହି ରାଶନ୍‌ କାର୍ଡରେ ତାଙ୍କୁ ମାସିକ କେବଳ ୫ କେଜି ଚାଉଳ ମିଳୁଛି। କେତେବେଳେ କିଏ ଗଣ୍ଡେ ଯଦି ଖାଇବାକୁ ଦିଏ, ତାକୁ ଖାଇ ଜୀବନ ବଞ୍ଚିଥାଏ। କିନ୍ତୁ ସରକାରୀ ଯୋଜନାରେ ତାଙ୍କୁ ଭତ୍ତାଟିଏ ଅଦ୍ୟାବଧି ମିଳିପାରିନିୁ କି ସରକାରୀ ଆବାସ ଗୃହ ଯୋଜନାରେ ଏହି ବିଧବାଙ୍କୁ ସାମିଲ କରାଯାଇପାରିନି। ବହୁ ସମୟରେ ଅର୍ଦ୍ଧାହାରରେ ଜୀବନ ବିତୁଛି। କିନ୍ତୁ ଏଥିପ୍ରତି ସ୍ଥାନୀୟ ଲୋକପ୍ରତିନିଧି କିମ୍ବା ବ୍ଲକ ପ୍ରଶାସନ ଏବଂ ଉପଖଣ୍ଡ ପ୍ରଶାସନ ଦୃଷ୍ଟି ନଦେବା ପରିତାପର ପ୍ରସଙ୍ଗ ସାଜିଛି। ବାସନ୍ତୀ କହିଛନ୍ତି ଯେ, ଏପରି ଅର୍ଦ୍ଧାହାରରେ ଆଉ କେତେ ଦିନ ବଞ୍ଚିବି, ପୁଣି ଅର୍ଥ ଅଭାବରୁ ଚିକିତ୍ସା ହୋଇପାରୁନି। ଯଦି ପ୍ରଶାସନ ମୋ ପ୍ରତି ସଦୟ ହୁଅନ୍ତେ ତେବେ ମୁଁ ମୋର ବାକି ଜୀବନ ଶାନ୍ତିରେ କଟାଇପାରନ୍ତି। ପୂର୍ବତନ ସରପଞ୍ଚ ବୈଲୋଚନ ନାୟକ କହିଛନ୍ତି ଯେ, ସରକାରୀ ଯୋଜନା ଏହି ମହିଳାଙ୍କ ପାଇଁ ଦିଗହରା ହୋଇପଡିଛି। ଜିଲାପାଳ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବା ଜରୁରୀ ହୋଇପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ବରିଷ୍ଠ ସାମ୍ବାଦିକା ପାୟଲ ମେହେଟ୍ଟାଙ୍କ ଦେହାନ୍ତ, ଶୋକ ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଲେ ତାଙ୍କର…

ନୂଆଦିଲ୍ଲୀ,୨୦ା୯: ବରିଷ୍ଠ ସାମ୍ବାଦିକା ପାୟଲ ମେହେଟ୍ଟାଙ୍କର ମାତ୍ର ୪୬ ବର୍ଷ ବୟସରେ ଦେହାନ୍ତ ହୋଇଛି। ରିପୋର୍ଟ ଅନୁଯାୟୀ, ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ହଠାତ୍‌ ଅବନତି ଘଟିବା ପରେ ତାଙ୍କର…

ଜଙ୍ଗଲରେ ପଡ଼ିଛି ହାତୀର ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ

ଜଳେଶ୍ୱର,୨୦ା୯(ନବୀନ ସାହୁ): ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅନ୍ତର୍ଗତ ବରଡିହା ବନଖଣ୍ଡ କଳମା ପଞ୍ଚାୟତର ଆମ୍ବତୁମ୍ବା ଜଙ୍ଗଲରୁ ଏକ ମାଈହାତୀର ମୃତଦେହ ଉଦ୍ଧାର କରାଯାଇଛି। ପ୍ରାପ୍ତ ସୂଚନା…

ଜନସାଧାରଣଙ୍କ ଅଭିଯୋଗ ଶୁଣିଲେ ଏସ୍‌ପି, ଅନ୍ଧବିଶ୍ୱାସଠାରୁ ଦୂରେଇ ରହିବା ନେଇ…

ଗଞ୍ଜାମ,୨୦ା୯(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ପୋଲିସ ପକ୍ଷରୁ ଫାଣ୍ଡି ପରିସରରେ ଆମ ପୋଲିସ ସମିତି ବୈଠକ ରବିବାର ଅନୁଷ୍ଠିତ ହୋଇଥିଲା। ଛତ୍ରପୁର…

ମାଉଜର ଦେଖାଇ ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କଠାରୁ ଲକ୍ଷାଧିକ ଟଙ୍କା ଝାମ୍ପିନେଲେ ୪ ଦୁର୍ବୃତ୍ତ

ନନ୍ଦପୁର,୨୦ା୯(ତୁଷାରକାନ୍ତ ମହାନ୍ତି): ପାର୍ବଣ ପୂର୍ବରୁ କୋରାପୁଟ ଜିଲାର ବିଭିନ୍ନ ସ୍ଥାନରେ ଚୋରି ଡକାୟତି ରାହାଜାନି ଘଟଣା ଦିନକୁ ଦିନ ବୃଦ୍ଧି ପାଉଛି। ନନ୍ଦପୁର ଥାନା କ୍ଷେତ୍ର ପାଲିବା…

ଶ୍ରୀଗୁଣ୍ଡିଚା ମନ୍ଦିର ପରିଦର୍ଶନ ସହ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟ ପ୍ରଶାସକ

ପୁରୀ,୨୦ା୯(ଅଜିତ୍‌ କୁମାର ମହାନ୍ତି): ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷରେ ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ…

ଲଟାବୁଦାରେ ଭର୍ତ୍ତି ହୋଇଛି ଗାଁ ଶ୍ମଶାନ, ସଫେଇ ପାଇଁ ଏକାଠି ହେଲେ ଯୁବବର୍ଗ, ଅଧାପନ୍ତରିଆ ହୋଇଥିବା…

ଦାରିଙ୍ଗବାଡ଼ି,୨୦ା୯(ଅରୁଣ ସାହୁ): ସରକାରଙ୍କ ପକ୍ଷରୁ ଶ୍ମଶାନ ଗୃହ ନିର୍ମାଣ ପାଇଁ ଲକ୍ଷଲକ୍ଷ ଟଙ୍କା ଅନୁଦାନ ଖର୍ଚ୍ଚ କରାଯାଇ ସ୍ବଚ୍ଛତା ଓ ସୌନ୍ଦର୍ଯ୍ୟ ପାଇଁ ପଦକ୍ଷେପ ନିଆଯାଉଛି। କିନ୍ତୁ…

ପାରିବାରିକ କଳହର କରୁଣ ପରିଣତି: ସ୍ତ୍ରୀଙ୍କୁ ହତ୍ୟାପରେ, ସ୍ୱାମୀଙ୍କ ଆତ୍ମହତ୍ୟା

ପରଜଙ୍ଗ, ୨୦/୯ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅଧୀନ ଦଦରାଘାଟି ଫାଣ୍ଡି ଅଞ୍ଚଳର ଆଖୁଆପାଳ ପଞ୍ଚାୟତ ଅନ୍ତର୍ଗତ ୩ ନମ୍ବର କଲୋନୀରେ ପାରିବାରିକ କଳହକୁ…

ରେଙ୍ଗାଲିରେ ଏନକାଉଣ୍ଟର: କୋଡିନ୍‌ କଫ୍‌ସିରପ୍‌ ଚାଲାଣକାରୀଙ୍କୁ….

ସମ୍ବଲପୁର, ୨୦।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ନିଶା କାରବାର ବିରୋଧରେ ପୋଲିସର ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳିଛି। ‘ନିଶାମୁକ୍ତ ଓଡ଼ିଶା ଅଭିଯାନ’ ଅନ୍ତର୍ଗତ ରେଙ୍ଗାଲି ଥାନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?