ଅର୍ଥ ବ୍ୟବସ୍ଥାକୁ ଟ୍ରାକ୍‌କୁ ଫେରାଇ ଆଣିବା ପ୍ରୟାସ;ସରକାର ନେବେ ଟେକ୍ନୋଲୋଜି ସହାୟତା

ନୂଆଦିଲ୍ଲୀ,୨୩।୪: କରୋନା ଭାଇରସ୍‌ ଲାଗି କ୍ଷତିଗ୍ରସ୍ତ ହୋଇଥିବା ଅର୍ଥ ବ୍ୟବସ୍ଥାରେ ଜୀବନ ସଞ୍ଚାର କରିବା ଲାଗି କେନ୍ଦ୍ର ସରକାର ପ୍ରୟାସ ଜାରି ରଖିଛନ୍ତି। ଟେକ୍ନୋଲୋଜିର ସହାୟତା ଦ୍ୱାରା ବିଭିନ୍ନ ସମସ୍ୟାକୁ କିଭଳି ସମାଧାନ କରାଯାଇପାରିବ ସେ ଦିଗରେ ସରକାର ଏବେ କାର୍ଯ୍ୟରତ ଅଛନ୍ତି। ସରକାରଙ୍କ ଏକ ଥିଙ୍କ ଟ୍ୟାଙ୍କ ଏ ସଂକ୍ରାନ୍ତ ପଲିସି ପେପର ଉପରେ ଏବେ କାର୍ଯ୍ୟ କରୁଛି। ଅର୍ଥ ବ୍ୟବସ୍ଥାକୁ ଶୀଘ୍ର ଟ୍ରାକ୍‌କୁ ଫେରାଇ ଆଣିବା ଲାଗି ଟେକ୍ନୋଲୋଜି ବ୍ୟବହାର ଉପରେ ଏହା ସରକାରଙ୍କୁ ପ୍ରସ୍ତାବ ଦେବ। ବିସ୍ତୃତ ଅଧ୍ୟୟନ ପରେ ପଲିସି ପେପରକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ନୀତି ଆୟୋଗ ଏବଂ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଭାଗକୁ ପ୍ରଦାନ କରାଯିବ। ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ଅଧୀନ ସ୍ବୟଂଶାସିତ ସଂସ୍ଥା ଟେକ୍ନୋଲୋଜି, ଇନ୍‌ଫର୍ମେଶନ, ଫୋରକାଷ୍ଟିଂ ଆଣ୍ଡ ଆସେସମେଣ୍ଟ କାଉନସିଲ(ଟିଆଇଏଫ୍‌ଏସି) ଏ ଦିଗରେ ଏବେ କାର୍ଯ୍ୟକ୍ରମ ଜାରି ରଖିଛି। ସରକାରଙ୍କ ମେକ୍‌ ଇନ୍‌ ଇଣ୍ଡିଆକୁ ପ୍ରୋତ୍ସାହନ, ଦେଶୀୟ ଟେକ୍ନୋଲୋଜିର ବାଣିଜ୍ୟକରଣ, ଗ୍ରାମୀଣ କ୍ଷେତ୍ର ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ଦୃଢୀକରଣ ଏବଂ ଆମଦାନୀ କମ୍‌ କରିବା ଉପରେ ଏବେ ଫୋକସ କରାଯାଉଛି।
ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ମେଶିନ ଲର୍ନିଂ, ଡାଟା ଆନାଲିଟିକ୍ସ ଭଳି ନୂଆ ଟେକ୍ନୋଲୋଜି ଉପରେ ଏହା ଏବେ କାମ କରୁଛି। ଏ ସଂକ୍ରାନ୍ତ ପେପରକୁ ଶୀଘ୍ର ପ୍ରଦାନ କରାଯିବ ବୋଲି ଟିଆଇଏଫ୍‌ଏସିର ନିର୍ଦ୍ଦେଶକ ପ୍ରଦୀପ ଶ୍ରୀବାସ୍ତବ କହିଛନ୍ତି। କରୋନା ଏବେ ସାରା ବିଶ୍ୱକୁ କବଳିତ କରି ରଖିଛି। ଅର୍ଥ ବ୍ୟବସ୍ଥା ଉପରେ ପ୍ରଭାବକୁ କମ୍‌ କରିବା ଦିଗରେ ସରକାର ଉଦ୍ୟମ କରୁଛନ୍ତି। ବିଭିନ୍ନ କ୍ଷେତ୍ରରେ ଟେକ୍ନୋଲୋଜି ହସ୍ତକ୍ଷେପ ଦ୍ୱାରା କରୋନାର ପ୍ରଭାବକୁ କମ୍‌ କରିବା ଦିଗରେ ଯୋଜନା ହାତକୁ ନିଆଯାଇଛି ବୋଲି ବିଜ୍ଞାନ ଏବଂ ପ୍ରଯୁକ୍ତି ବିଭାଗର ମୁଖପାତ୍ର ଆଶୁତୋଷ ଶର୍ମା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ର ସରକାରଙ୍କ ବଡ଼ ସୂଚନା, ୧୫ ସେପ୍ଟେମ୍ୱରରୁ ଏମାନଙ୍କୁ ଆଉ ମିଳିବନି LPG ସିଲିଣ୍ଡର!

ନୂଆଦିଲ୍ଲୀ,୧୩।୯: ସରକାର ଏବଂ ତୈଳ କମ୍ପାନୀଗୁଡ଼ିକ ପକ୍ଷରୁ ବୃଦ୍ଧି କରାଯାଇଥିବା ସମୟସୀମା ଅନୁଯାୟୀ, ବର୍ତ୍ତମାନ ୧୪ ସେପ୍ଟେମ୍ୱର ୨୦୨୬ ସୁଦ୍ଧା ଇ-କେୱାଇସି (eKYC) କରିବାକୁ ପଡ଼ିବ। ର୍ନିଦ୍ଧାରିତ…

BRICS ସମ୍ମିଳନୀ ମଧ୍ୟରେ ରାହୁଲ-ପ୍ରିୟଙ୍କାଙ୍କୁ ଭେଟିଲେ ମାଲେସିଆ ପ୍ରଧାନମନ୍ତ୍ରୀ; ବ୍ରେକଫାଷ୍ଟ ସମୟରେ କ’ଣ ଆଲୋଚନା ହେଲା? ଜାଣନ୍ତୁ…

ନୂଆଦିଲ୍ଲୀ,୧୩।୯: ମାଲେସିଆର ପ୍ରଧାନମନ୍ତ୍ରୀ ଅନୱର ଇବ୍ରହିମ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଏମପି ପ୍ରିୟଙ୍କା ଗାନ୍ଧୀଙ୍କ ସହ ଏକ ବ୍ରେକଫାଷ୍ଟ…

ସାରା ଦିନ ସମ୍ମିଳନୀରେ ବ୍ୟସ୍ତ ଥିଲେ ସି ଜିନପିଙ୍ଗ, ହେଲେ କାହିଁକି BRICSର ଭବ୍ୟ ଭୋଜିରେ ଯୋଗ ଦେଲେ ନାହିଁ? ଜାଣନ୍ତୁ ଏହାର ବଡ଼ କାରଣ

ନୂଆଦିଲ୍ଲୀ,୧୩।୯: BRICS ସମ୍ମିଳନୀରେ ଯୋଗ ଦେଇଥିବା ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟ ଏବଂ ବିଶିଷ୍ଟ ଅତିଥିମାନଙ୍କ ପାଇଁ ଶନିବାର ରାତିରେ ରାଜଧାନୀ ନୂଆଦିଲ୍ଲୀସ୍ଥିତ ‘ଭାରତ ମଣ୍ଡପମ’ରେ ଏକ ଅତ୍ୟନ୍ତ…

୨୪୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଜାହାଜ ନିଖୋଜ; ସର୍ଚ୍ଚ ଅପରେଶନ ଆରମ୍ଭ

ଜାକର୍ତ୍ତା,୧୩।୯: ଜାଭା ସାଗରରେ ରବିବାର ୨୪୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଜାହାଜ ନିଖୋଜ ହୋଇଯାଇଛି। ଅଧିକାରୀଙ୍କ କହିବାନୁସାରେ, ବୋର୍ଣ୍ଣିଓ ଦ୍ୱୀପର ପୂର୍ବ ଜାଭାରୁ ଦକ୍ଷିଣ…

ମୋଦି-ଜିନ୍‌ପିଙ୍ଗ୍‌ ଦ୍ୱିପାକ୍ଷିକ ବୈଠକ: ଚାଇନା ଭାରତ ସହ ତା’ର…

ନୂଆଦିଲ୍ଲୀ,୧୨ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚାଇନା ରାଷ୍ଟ୍ରପତି ସି. ଜିନପିଙ୍ଗ୍‌ଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ଶେଷ ହୋଇଛି। ଭାରତମଣ୍ଡପମରେ ଅନୁଷ୍ଠିତ ଏହି ବୈଠକରେ ବାଣିଜ୍ୟ ସମେତ…

ବ୍ରିକ୍ସ ଘୋଷଣାପତ୍ରରେ ଏକପାଖିଆ ଯୁଦ୍ଧକୁ ନିନ୍ଦା, ଭାରତର ବଡ଼ କୂଟନୈତିକ ବିଜୟ କହି…

ନୂଆଦିଲ୍ଲୀ,୧୨ା୯: ବ୍ରିକ୍ସ(BRICS)ଶିଖର ସମ୍ମିଳନୀର ଶେଷ ଅଧିବେଶନରେ ସର୍ବସମ୍ମତିକ୍ରମେ ‘ଦିଲ୍ଲୀ ଘୋଷଣାପତ୍ର ୨୦୨୬’ ଗୃହୀତ ହୋଇଛି। ଏହି ଘୋଷଣାନାମାରେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ କଡ଼ା ନିନ୍ଦା କରାଯାଇଛି, ଯାହା…

ଇସ୍ରୋର ଭୟଙ୍କର ଚେତାବନୀ, ଓଡ଼ିଶାକୁ ମାଡ଼ିଆସୁଛି ୩ଟି ସୁପର ସାଇକ୍ଲୋନ! ଏହି ଜିଲାରେ ରଚିବ ପ୍ରଳୟ…

ନୂଆଦିଲ୍ଲୀ, ୧୨।୯ : ମାଡ଼ି ଆସିବ ମହାବାତ୍ୟା ! ୧୯୯୯ ଠୁ ବି ହେବ ଭୟଙ୍କର। ନିମିଷକେ ସବୁ ହୋଇଯିବ ଛାରଖାର। ମାଡ଼ିଆସିବ ସମୁଦ୍ର ଜୁଆର। କିଛି…

ମୋବାଇଲ ନମ୍ବର ଭଳି ‘ପୋର୍ଟ’ ହୋଇପାରିବ ଫାସ୍‌ଟ୍ୟାଗ୍‌

ମୁମ୍ବାଇ,୧୨ା୯: ମୋବାଇଲ ଫୋନ୍‌ ଭଳି ଫାସ୍‌ଟାଗ୍‌ ମଧ୍ୟ ପୋର୍ଟ କରିହେବ। ଉପଭୋକ୍ତାମାନେ କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଓ୍ବାନ୍‌ଟ୍ୟାଗ୍‌ ମାଧ୍ୟମରେ ସେମାନଙ୍କର ଫାସ୍‌ଟାଗ୍‌ ବ୍ୟାଙ୍କ କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?