ଅର୍ଥ ତତ୍ତ୍ୱ ଚିଟ୍‌ଫଣ୍ଡ ଠକେଇ ମାମଲା: ଅନ୍ୟତମ ଅଭିଯୁକ୍ତ ଗିରଫ

ପାରାଦୀପ,୬ା୧୧(ସ୍ବ.ପ୍ର.): ରାଜ୍ୟର ବହୁଚର୍ଚ୍ଚିତ ଅର୍ଥ ତତ୍ତ୍ୱ(ଏଟି ଗ୍ରୁପ୍‌)ଚିଟ୍‌ଫଣ୍ଡ ଠକେଇର ଅନ୍ୟତମ ଅଭିଯୁକ୍ତ ପବିତ୍ର ଦାସଙ୍କୁ ମଙ୍ଗଳବାର ପାରାଦୀପ ଅଭୟଚାନ୍ଦପୁର ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି। ପବିତ୍ରଙ୍କ ଘର ଏହି ଥାନା ଅଧୀନ ରଙ୍ଗିଆଗଡ଼ ଗ୍ରାମରେ। ସେ ୨୦୧୪ ଜୁନ୍‌ ୧୦ରୁ ଫେରାର ଥିଲେ। ପବିତ୍ରଙ୍କୁ ଗିରଫ ପରେ ଏଟି ଗ୍ରୁପ୍‌ର ମୁଖ୍ୟ ପ୍ରଦୀପ ସେଠୀଙ୍କୁ ଅଭୟଚାନ୍ଦପୁର ପୋଲିସ ରିମାଣ୍ଡରେ ନେବ ବୋଲି ପାରାଦୀପ ଏଏସ୍‌ପି ବିଷ୍ଣୁଚରଣ ମିଶ୍ର କହିଛନ୍ତି।
ସୂଚନାଯୋଗ୍ୟ, ୨୦୧୪ରେ ପାରାଦୀପରେ ପ୍ରସ୍ତାବିତ ପ୍ଲାଷ୍ଟିକ୍‌ ପାର୍କ ଶିଳ୍ପ ପାଇଁ ଜମି ଅଧିଗ୍ରହଣ ହୋଇଥିଲା। ଇଡ୍‌କୋ ପକ୍ଷରୁ କରାଯାଇଥିବା ଅଧିଗ୍ରହଣ ବେଳେ ରଙ୍ଗିଆଗଡ଼ ଗ୍ରାମର ଅନେକ ଲୋକ ଜମି ହରାଇଥିଲେ। ପ୍ରତି ବଦଳରେ ସେମାନଙ୍କୁ ଟଙ୍କା ମିଳିଥିଲା। ସେହି ଜମିହରାଙ୍କୁ ପବିତ୍ର ଟାର୍ଗେଟ କରି ଅର୍ଥତତ୍ତ୍ୱ ଓ ମାଗ୍‌ମା ଫାଇନାନ୍ସରେ ଟଙ୍କା ଜମା କରିବା ପାଇଁ ପରାମର୍ଶ ଦେଇଥିଲେ। ୩ ବର୍ଷରେ ଦୁଇ ଗୁଣ ଅର୍ଥ ମିଳିବା ଆଶାରେ ସେତେବେଳେ ୧୧ଜଣ ଲୋକ ପ୍ରାୟ ୩୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ପବିତ୍ରଙ୍କୁ ଦେଇଥିଲେ। ସେମାନେ ହେଲେ ହେଲେ ରଙ୍ଗିଆଗଡ଼ ଗ୍ରାମର ରବି ବେହେରା, ଛବି ବେହେରା, ନୀର ବେହେରା, ଅଭୟ ବେହେରା, ସହଦେବ ବାରିକ, ତରୁଣ ମଲ୍ଲିକ, ଅକ୍ଷୟ ମଲ୍ଲିକ, ନିମାଇଁ ମଣ୍ଡଳ, ନକୁଳ ଦାସ, ଅନାମ ସେଠୀ, ଗୋପନ ମଲ୍ଲିକ। ପରେଟଙ୍କା ନ ମଳିବାରୁ ରବି ଥାନାରେ ଅଭିଯୋଗ କରିଥିଲେ। ପୋଲିସ ୧୧୫/୧୪ରେ ମାମଲା ରୁଜୁ ତଦନ୍ତ କରିଥିଲା। ଅଭିଯୁକ୍ତ ପବିତ୍ରଙ୍କ ସହ ତାଙ୍କ ମା’ସଲିଆ ଓ ବଡ଼ଭାଇ ଦିଲୀପଙ୍କ ନାମ ମଧ୍ୟ ଥିଲା। ଦିଲୀପ ଜଣେ ଆଇନଜୀବୀ ଥିବାରୁ ସେ ଓ ତାଙ୍କ ମା’ ହାଇକୋର୍ଟରୁ ଆଗୁଆ ଜାମିନ ପାଇ ଗଁାରେ ଅଛନ୍ତି। ପବିତ୍ର ସେବେଠାରୁ ଫେରାର ଥିଲେ। ତାଙ୍କୁ ସୋମବାର ଭୁବନେଶ୍ୱରରୁ କଟକ ଯାଉଥିବା ବେଳେ ବାଟରେ ପୋଲିସ ଗିରଫ କରିଥିଲା ବୋଲି ଥାନାଧିକାରୀ ଯୁଗଳ କିଶୋର ଦାସ କହିଛନ୍ତି। ଏହାପରେ ତାଙ୍କର ବ୍ୟାଙ୍କ କାରବାର ଓ ଅନ୍ୟ ପ୍ରସଙ୍ଗରେ ପୋଲିସ ଯାଞ୍ଚ କରିବ। ସମସ୍ତ ଅର୍ଥକୁ ଅଭିଯୁକ୍ତ ପବିତ୍ର ଉପରୋକ୍ତ ଦୁଇ ସଂସ୍ଥାରେ ବିନିଯୋଗ କରିଥିଲେ। ପ୍ରତିବଦଳରେ ତାଙ୍କୁ କମିଶନ ମିଳୁଥିଲା ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋତି ହୋଇଗଲାଣି ଶିଳାନ୍ୟାସ ଫଳକ, ମହାଗୁଡ଼ା-ସରପଡ଼ା ସେତୁ କାମ ସରିବାର ନାଁ ଧରୁନି

ଭଞ୍ଜନଗର,୩୦ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଲୋହରାଖଣ୍ଡି ନଦୀ ଉପରେ ନିର୍ମାଣାଧୀନ ମହାଗୁଡ଼ା-ସରପଡ଼ା ସେତୁ କାମ ମନ୍ଥର ଗତିରେ ଚାଲିଛି। ନିର୍ଦ୍ଧାରିତ…

ନାଇଆଡିଆ ସେତୁରୁ ବ୍ରାହ୍ମଣୀ ନଦୀକୁ ଡେଇଁପଡ଼ିଲେ ଭିକାରୀ, କାରଣ ଜାଣିଲେ….

ପଟ୍ଟାମୁଣ୍ଡାଇ,୩୦।୯(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ନାଇଆଡିଆ ସେତୁ ଉପରୁ ବ୍ରାହ୍ମଣୀ ନଦୀକୁ ଡେଇଁ ଜଣେ ୫୨ ବର୍ଷୀୟ ବ୍ୟକ୍ତି । ନିଖୋଜ…

ତାଳପତ୍ର କୁଡ଼ିଆରେ ବିତୁଛି ମା’ଙ୍କ ସହ ଦୁଇ ଝିଅ-ପୁଅଙ୍କ ଜୀବନ, ସହାୟତାର ହାତ ବଢ଼ାଇଲେ…

ଗଞ୍ଜାମ,୩୦ା୯(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଖଣ୍ଡଦେଉଳୀ ପଞ୍ଚାୟତର ଖଣ୍ଡ ଦେଉଳୀ ଗ୍ରାମର ବିଧବା ମହିଳା ଏସ୍‌ ରୀନା। ପରିବାର କହିଲେ ପୁଅ ଓ ଝିଅ। ସ୍ବାମୀ ଏସ୍‌…

ଚାଞ୍ଚଲ୍ୟ! SCB ନାଁରେ ସାଂଘାତିକ ଅଭିଯୋଗ, ରୋଗୀଙ୍କୁ ପାଇପ୍‌ରେ ପିଟି ପିଟି ମାରିଦେଲେ

କଟକ,୩୦ା୯(ପ୍ରଭୁକଲ୍ୟାଣ ପାଲ୍): କଟକ ଏସସିବି ମାନସିକ ରୋଗ ବିଭାଗରୁ ଆସିଛି ସାଂଘାତିକ ଅଭିଯୋଗ । ଦୁଇଦିନ ତଳେ ଭର୍ତ୍ତି ହୋଇଥିବା ଯାଜପୁର ଅଂଚଳ ର ଜଣେ ରୋଗୀଙ୍କୁ…

ଘଣ୍ଟାରେ ୧୦ଟା ବାଜିବା କ୍ଷଣି ମନେ ପଡ଼ିବେ ଭଗବାନ, ସ୍ମୃତି ଅନୁଭୂତି ବଖାଣି ବିଦ୍ୟାଳୟ କର୍ମଚାରୀ କହିଲେ…

ପାଟଣା,୩୦ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗାସ୍ଥିତ ଦଧିବାମନ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ଭଗବାନ ମହାନ୍ତ ବୁଧବାର ସରକାରୀ ଚାକିରିରୁ ଅବସର ଗ୍ରହଣ…

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ରୋଷେୟାଙ୍କୁ ଗିରଫ କଲା ପୋଲିସ, ସ୍ତ୍ରୀ ବିଦ୍ୟାଭାରତୀଙ୍କର…

ଗଜପତି,୩୦ା୯(ଗିରିଧାରୀ ପରିଚ୍ଛା): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଅନ୍ୟତମ ଅଭିଯୁକ୍ତ ରୋଷେୟା ମନ୍ମଥ କୁମ୍ଭଙ୍କୁ ପାରଳାଖେମୁଣ୍ଡି ପୋଲିସ ଗିରଫ କରିଛି। ଏସ୍‌ଡିଜେଏମ୍‌ ପାରଳାଖେମୁଣ୍ଡିଙ୍କ ଅଦାଲତରୁ…

୫୩ ବର୍ଷରେ କର୍ଲାମୁଣ୍ଡା ଦୁର୍ଗାପୂଜା: ନୂଆ କମିଟିରେ ଦେବେନ୍ଦ୍ର ସଭାପତି, ଚନ୍ଦ୍ରଭାନୁ ସମ୍ପାଦକ

କର୍ଲାମୁଣ୍ଡା, ୩୦।୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ଦୁର୍ଗାମଣ୍ଡପରେ ଚଳିତ ବର୍ଷ ୫୩ତମ ବର୍ଷରେ ପଦାର୍ପଣ କରିଛି ଡୁକେରମାଲ ଦୁର୍ଗାପୂଜା। ଆଗାମୀ ଦୁର୍ଗାପୂଜାକୁ…

ମହାନଦୀର ପଛୁଆ ପାଣିରେ ବୁଡ଼ିଲା ରାସ୍ତାଘାଟ, ଡଙ୍ଗା ପାଲଟିଛି ସାହାରା

ଖୋର୍ଦ୍ଧା,୩୦ା୯(ପ୍ରଭାତ ପାଣିଗ୍ରାହୀ): ମହାନଦୀର ପଛୁଆ ପାଣି ପ୍ରବେଶ ଯୋଗୁ ଖୋର୍ଦ୍ଧା ବ୍ଲକରେ ବନ୍ୟାଜଳ ପରିସ୍ଥିତି ସୃଷ୍ଟି ହୋଇଛି। ଏହି ବ୍ଲକ ଓରବରସିଂହ ପଞ୍ଚାୟତର ହିରୁମୂଳକୁ ସଂଯୋଗ କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?