ଅମିତାଭଙ୍କ ଟୁଇଟର ଆକାଉଣ୍ଟ ହ୍ୟାକ୍‌

ମୁମ୍ବାଇ: ବଲିଉଡ୍‌ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ଟୁଇଟର ଆକାଉଣ୍ଟକୁ ସୋମବାର ରାତିରେ ହ୍ୟାକ୍‌ (ବିନା ଅନୁମତିରେ ଅନ୍ୟ ନେଟଓ୍ବର୍କରେ ପ୍ରବେଶ) କରାଯାଇଛି। ତାଙ୍କର ପ୍ରୋଫାଇଲ୍‌ ପିକ୍ଚରକୁ ବଦଳାଯାଇ ସେ ସ୍ଥାନରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ଫଟୋ ପୋଷ୍ଟ କରାଯାଇଛି। ଅମିତାଭଙ୍କ ଟୁଇଟର ବାୟୋଗ୍ରାଫିରେ ସାଧାରଣତଃ ଅଭିନେତା…ଠୁ ଆରମ୍ଭ ହୋଇ ସେ ସମ୍ପର୍କିତ କିଛି ଲେଖା ଉଲ୍ଲେଖ ଥାଏ। ଏହି ଲେଖା ପରିବର୍ତ୍ତେ ‘ଲଭ୍‌ ପାକିସ୍ତାନ’ ବୋଲି ଲେଖାଯାଇଛି। ତାଙ୍କ ଟୁଇଟର ଆକାଉଣ୍ଟରୁ ୩ଟି ପୋଷ୍ଟ ଉଡାଇ ଦିଆଯିବା ସହିତ ଭେରିଫାଏଡ୍‌ ପ୍ରୋଫାଇଲ୍‌ର କଭର ଇମେଜକୁ ମଧ୍ୟ ପରିବର୍ତ୍ତନ କରାଯାଇଛି। ଗୋଟିଏ ପୋଷ୍ଟରେ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ଫଟୋ ସହିତ ପାକିସ୍ତାନୀ ପତାକା ଲଗାଯାଇଛି। ଏଥିସହିତ ଟୁଇଟ୍‌ କରାଯାଇଛି, ‘ସାରା ଦୁନିଆକୁ ଗୁରୁତ୍ୱପୂର୍ଣ୍ଣ ଆହ୍ବାନ। ତୁର୍କୀ ଫୁଟବଲ ଖେଳାଳିଙ୍କୁ ଆଇସ୍‌ଲାଣ୍ଡ ରିପବ୍ଲିକ୍‌ର ଅସମ୍ମାନଜନକ ବ୍ୟବହାରକୁ ଆମେ ତୀବ୍ର ନିନ୍ଦା କରୁ। ଆମେ ମୃଦୁଭାଷାରେ କହୁଥିଲେ ମଧ୍ୟ ଏକ ବାଡ଼ି ଧରିଛୁ ଏବଂ ବଡ଼ ଧରଣର ସାଇବର ଆକ୍ରମଣ ସମ୍ପର୍କରେ ସୂଚାଇ ଦେଉଛୁ।’ ଅମିତାଭଙ୍କ ଟୁଇଟର ଆକାଉଣ୍ଟ ହ୍ୟାକିଂ ସମ୍ପର୍କରେ ତୁରନ୍ତ ମହାରାଷ୍ଟ୍ର ସାଇବର ସଂସ୍ଥାକୁ ସୂଚନା ଦିଆଯାଇଥିଲା। ଏ ସମ୍ପର୍କରେ ତଦନ୍ତ କାର୍ଯ୍ୟ ଜାରି ରହିଥିବା ଜଣେ ପୋଲିସ ମୁଖପାତ୍ର ସୂଚନା ଦେଇଛନ୍ତି। ଅମିତାଭଙ୍କର ଟୁଇଟର ଆକାଉଣ୍ଟ୍‌ର ୩୭.୪ ନିୟୁତ ଅନୁଗାମୀ ଅଛନ୍ତି। ସେ ନିୟମିତ ଉକ୍ତ ଆକାଉଣ୍ଟ୍‌ରେ ଶେୟାର କରିବା ସହିତ ଏହାକୁ ‘ସମ୍ପ୍ରସାରିତ ପରିବାର’ ବୋଲି ବର୍ଣ୍ଣନା କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri