ଅମିତାଭଙ୍କ ଟୁଇଟର ଆକାଉଣ୍ଟ ହ୍ୟାକ୍‌

ମୁମ୍ବାଇ: ବଲିଉଡ୍‌ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ଟୁଇଟର ଆକାଉଣ୍ଟକୁ ସୋମବାର ରାତିରେ ହ୍ୟାକ୍‌ (ବିନା ଅନୁମତିରେ ଅନ୍ୟ ନେଟଓ୍ବର୍କରେ ପ୍ରବେଶ) କରାଯାଇଛି। ତାଙ୍କର ପ୍ରୋଫାଇଲ୍‌ ପିକ୍ଚରକୁ ବଦଳାଯାଇ ସେ ସ୍ଥାନରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ଫଟୋ ପୋଷ୍ଟ କରାଯାଇଛି। ଅମିତାଭଙ୍କ ଟୁଇଟର ବାୟୋଗ୍ରାଫିରେ ସାଧାରଣତଃ ଅଭିନେତା…ଠୁ ଆରମ୍ଭ ହୋଇ ସେ ସମ୍ପର୍କିତ କିଛି ଲେଖା ଉଲ୍ଲେଖ ଥାଏ। ଏହି ଲେଖା ପରିବର୍ତ୍ତେ ‘ଲଭ୍‌ ପାକିସ୍ତାନ’ ବୋଲି ଲେଖାଯାଇଛି। ତାଙ୍କ ଟୁଇଟର ଆକାଉଣ୍ଟରୁ ୩ଟି ପୋଷ୍ଟ ଉଡାଇ ଦିଆଯିବା ସହିତ ଭେରିଫାଏଡ୍‌ ପ୍ରୋଫାଇଲ୍‌ର କଭର ଇମେଜକୁ ମଧ୍ୟ ପରିବର୍ତ୍ତନ କରାଯାଇଛି। ଗୋଟିଏ ପୋଷ୍ଟରେ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ଫଟୋ ସହିତ ପାକିସ୍ତାନୀ ପତାକା ଲଗାଯାଇଛି। ଏଥିସହିତ ଟୁଇଟ୍‌ କରାଯାଇଛି, ‘ସାରା ଦୁନିଆକୁ ଗୁରୁତ୍ୱପୂର୍ଣ୍ଣ ଆହ୍ବାନ। ତୁର୍କୀ ଫୁଟବଲ ଖେଳାଳିଙ୍କୁ ଆଇସ୍‌ଲାଣ୍ଡ ରିପବ୍ଲିକ୍‌ର ଅସମ୍ମାନଜନକ ବ୍ୟବହାରକୁ ଆମେ ତୀବ୍ର ନିନ୍ଦା କରୁ। ଆମେ ମୃଦୁଭାଷାରେ କହୁଥିଲେ ମଧ୍ୟ ଏକ ବାଡ଼ି ଧରିଛୁ ଏବଂ ବଡ଼ ଧରଣର ସାଇବର ଆକ୍ରମଣ ସମ୍ପର୍କରେ ସୂଚାଇ ଦେଉଛୁ।’ ଅମିତାଭଙ୍କ ଟୁଇଟର ଆକାଉଣ୍ଟ ହ୍ୟାକିଂ ସମ୍ପର୍କରେ ତୁରନ୍ତ ମହାରାଷ୍ଟ୍ର ସାଇବର ସଂସ୍ଥାକୁ ସୂଚନା ଦିଆଯାଇଥିଲା। ଏ ସମ୍ପର୍କରେ ତଦନ୍ତ କାର୍ଯ୍ୟ ଜାରି ରହିଥିବା ଜଣେ ପୋଲିସ ମୁଖପାତ୍ର ସୂଚନା ଦେଇଛନ୍ତି। ଅମିତାଭଙ୍କର ଟୁଇଟର ଆକାଉଣ୍ଟ୍‌ର ୩୭.୪ ନିୟୁତ ଅନୁଗାମୀ ଅଛନ୍ତି। ସେ ନିୟମିତ ଉକ୍ତ ଆକାଉଣ୍ଟ୍‌ରେ ଶେୟାର କରିବା ସହିତ ଏହାକୁ ‘ସମ୍ପ୍ରସାରିତ ପରିବାର’ ବୋଲି ବର୍ଣ୍ଣନା କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ...

ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଆଉ ବେଶୀ ସମୟ ବାକି ନାହିଁ। ଅଭିନେତ୍ରୀଙ୍କ ଝିଅ ମାସାବା ଖୁବଶୀଘ୍ର ମା’...

ଶଳା ସଲମାନ୍‌ ନୁହେଁ, ବରଂ ଫିଲ୍ମ କରିବା ପୂର୍ବରୁ ପୋଷାକୁକୁର ସହ କଥା ହୁଅନ୍ତି ଆୟୁଷ  

ବମ୍ବେ: ବଲିଉଡର ଦବଙ୍ଗ ଖାନ୍‌ଙ୍କ ସାନ ଉଭଣୀ ଅର୍ପିତା ଖାନ୍‌ଙ୍କ ସ୍ବାମୀ ହେଉଛନ୍ତି ଆୟୁଷ ଶର୍ମା। ଖ୍ୟାତନାମା ଫିଲ୍ମନିର୍ମାତା ସଲୀମ ଖାନ୍‌ଙ୍କ ସେ ଜ୍ୱାଇଁ ହୋଇଥିବାରୁ...

ନୂଆ ରେକର୍ଡ କଲା ଅଲୁ ଅର୍ଜୁନଙ୍କ ପୁଷ୍ପା ୨, ଏହି ପ୍ଲାଟଫର୍ମକୁ ୨୭୫ କୋଟି ଟଙ୍କାରେ ବିକ୍ରୀ କଲା ଡିଜିଟାଲ୍ ରାଇଟ୍

ମୁମ୍ବାଇ: ଅଲୁ ଅର୍ଜୁନଙ୍କ ପୁଷ୍ପା ୨ ଟିଜର ଆସିବା ପରଠାରୁ ଏହା ହେଡଲାଇନରେ ରହିଛି। ଏବେ ଖବର ଆସିଛି ଯେ, ବହୁ ପ୍ରତୀକ୍ଷିତ ସୁକୁମାରଙ୍କ ନିର୍ଦ୍ଦେଶିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri