Posted inଖେଳ

ଅଭ୍ୟାସ ମ୍ୟାଚ୍‌: ଭାରତ ଅଗ୍ରଣୀ: ଦ୍ରୁତ ବୋଲରଙ୍କ ଦମ୍‌ଦାର ପ୍ରଦର୍ଶନ

ହାମିଲଟନ, ୧୬।୨(ପି.ଟି.)- ଏଠାରେ ଚାଲିଥିବା ନ୍ୟୁଜିଲାଣ୍ଡ ଏକାଦଶ ବିପକ୍ଷ ୩ ଦିନିଆ ଅଭ୍ୟାସ ମ୍ୟାଚ୍‌ରେ ଭ୍ରମଣକାରୀ ଭାରତୀୟ ଦଳ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଛି। ଶନିବାର ଦ୍ୱିତୀୟ ଦିବସରେ ଭାରତୀୟ ଦ୍ରୁତ ବୋଲରମାନେ ଦମ୍‌ଦାର ପ୍ରଦର୍ଶନ କରିବା ପରେ ଓପନରମାନେ ମଧ୍ୟ ଉନ୍ନତ ପ୍ରଦର୍ଶନ କରିଛନ୍ତି। ଯଶପ୍ରୀତ ବୁମ୍‌ରା, ମହମ୍ମଦ ସାମି, ଉମେଶ ଯାଦବଙ୍କ ସମେତ ନବଦୀପ ସଇନି ପ୍ରଭାବୀ ପ୍ରଦର୍ଶନ କରି ଘରୋଇ ଦଳକୁ ବଡ଼ ସ୍କୋର ହାସଲ କରିବାର ସୁଯୋଗ ଦେଇନାହାନ୍ତି ଓ ଭାରତକୁ ପ୍ରଥମ ଇନିଂସରେ ଅଗ୍ରଣୀ କରାଇଛନ୍ତି।
ଟସ୍‌ ଜିତି ଭାରତ ଶୁକ୍ରବାର ପ୍ରଥମ ଇନିଂସରେ ହନୁମା ବିହାରୀଙ୍କ ଶତକ ଓ ଚେତେଶ୍ୱର ପୂଜାରାଙ୍କ ଲଢୁଆ ବ୍ୟାଟିଂ ବଳରେ ୭୮.୫ ଓଭରରେ ୨୬୩ ରନ କରି ଅଲ ଆଉଟ ହୋଇଥିଲା। ଜବାବରେ ପ୍ରଥମ ଇନିଂସ ଆରମ୍ଭ କରି ନ୍ୟୁଜିଲାଣ୍ଡ ଏକାଦଶ ୭୪.୨ ଓଭରରେ ୨୩୫ ରନ କରି ଆଉଟ ହୋଇଛି। ଫଳରେ ଭାରତ ୨୮ ରନରେ ଅଗ୍ରଣୀ ହାସଲ କରିଛି। ଏହାପରେ ଦ୍ୱିତୀୟ ଇନିଂସ ଆରମ୍ଭ କରି ଭାରତ ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ୭ ଓଭରରେ କୌଣସି ଉଇକେଟ ନ ହରାଇ ଦ୍ରୁତ ୫୯ ରନ ସଂଗ୍ରହ କରିଛି। ଫଳରେ ମୋଟ ଉପରେ ଭାରତ ୧୦ ଉଇକେଟ ହାତରେ ରଖି ୮୭ ରନର ଅଗ୍ରଣୀ ହାସଲ କରିଛି। ଷ୍ଟମ୍ପ ଅପସାରଣ ବେଳକୁ ଓପନର ପୃଥ୍ବୀ ଶ ୨୫ ବଲରୁ ୫ ଚୌକା ଓ ୧ ଛକା ସହ ୩୫ ଓ ମୟଙ୍କ ଅଗ୍ରଓ୍ବାଲ ୧୭ ବଲରୁ ୪ ଚୌକା ଓ ୧ ଛକା ସହ ୨୩ ରନ କରି ଅପରାଜିତ ରହିଛନ୍ତି। ଅନ୍ତିମ ଅଧଘଣ୍ଟାରେ ପୃଥ୍ବୀ ଓ ମୟଙ୍କ ଧୂଆଁଧାର ବ୍ୟାଟିଂ କରି ଦର୍ଶକଙ୍କ ମନୋରଞ୍ଜନ କରିଥିଲେ। ସ୍କଟ କୁଗେଲେଜିନ ଓ ବ୍ଲେୟାର ଟିକ୍‌ନରଙ୍କ ବଲ୍‌ରେ ଏହି ଦୁଇ ଓପନର ଦ୍ରୁତ ଗତିରେ ରନ୍‌ ସଂଗ୍ରହ କରିବାକୁ ଯାଇ କେତୋଟି ଛକା ଓ ଚୌକା ମାରିଥିଲେ।
ପ୍ରଥମ ଇନିଂସ ଆରମ୍ଭ କରି ନ୍ୟୁଜିଲାଣ୍ଡ ପ୍ରାରମ୍ଭିକ ଝଟକା ଖାଇଥିଲା। ଭାରତୀୟ ଦ୍ରୁତ ବୋଲରଙ୍କୁ ସମ୍ମୁଖୀନ ହେବାରେ ବିଫଳ ହୋଇଥିଲେ ଘରୋଇ ଦଳର ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନ। ୨ ରନ କରିଥିବା ବେଳେ ଓପନର ଓ୍ବିଲ ୟଙ୍ଗ ବୁମ୍‌ରାଙ୍କ ବଲ୍‌ରେ ଉଇକେଟକିପର ପନ୍ତଙ୍କୁ କ୍ୟାଚ୍‌ ଦେଇ ଆଉଟ ହୋଇଥିଲେ। ଏହାପରେ ଟିମ୍‌ ସିଫର୍ଟ ୯ ରନ କରିଥିବା ବେଳେ ସାମିଙ୍କ ବଲ୍‌ରେ ପନ୍ତଙ୍କୁ କ୍ୟାଚ୍‌ ଦେଇ ଆଉଟ ହୋଇଥିଲେ। ଅନ୍ୟତମ ଓପନର ରାଚିନ ରବୀନ୍ଦ୍ର ୩୪ ରନ କରି ଉମେଶ ଯାଦବଙ୍କ ବଲ୍‌ରେ ପନ୍ତଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ୨୦ ରନ କରିଥିବା ବେଳେ ଫିନ୍‌ ଆଲିନ ଲାଇନ୍‌ ମିସ୍‌ କରି ବୁମ୍‌ରାଙ୍କ ଦ୍ୱାରା କ୍ଲିନ୍‌ ବୋଲ୍ଡ ହୋଇଥିଲେ। ଦଳ ତରଫରୁ ସର୍ବାଧିକ ରନ୍‌ ସଂଗ୍ରହ କରିଥିଲେ ହେନେରୀ କୁପର। ସେ ୪୦ ରନ କରିଥିବା ବେଳେ ସାମିଙ୍କ ବଲ୍‌ରେ ମୟଙ୍କଙ୍କୁ କ୍ୟାଚ୍‌ ଦେଇ ଆଉଟ ହୋଇଥିଲେ। ଟମ୍‌ ବ୍ରୁସ୍‌ ୩୧ ଓ ଉଇକେଟକିପର ବ୍ୟାଟ୍ସମ୍ୟାନ ଡେନ କ୍ଲେଭର ୧୩ ରନ କରି ସଇନିଙ୍କ ଦ୍ୱାରା ଆଉଟ ହୋଇଥିଲେ। ଅଧିନାୟକ ଡାରିଲ ମିଚେଲ ୩୨ ରନ କରିଥିବା ବେଳେ ପୃଥ୍ବୀଙ୍କୁ କ୍ୟାଚ୍‌ ଦେଇଥିଲେ। ଜେମ୍ସ ନିଶାମ ସାମିଙ୍କ ଦ୍ୱାରା ବୋଲ୍ଡ ହେବା ପୂର୍ବରୁ ମାତ୍ର ୧ ରନ ସଂଗ୍ରହ କରିଥିଲେ। ଇଶ୍‌ ସୋଧି ୧୪ ରନ କରି ପୂଜାରାଙ୍କୁ କ୍ୟାଚ୍‌ ଦେଇ ଶେଷ ଉଇକେଟ ଭାବେ ଅଭିଜ୍ଞ ସ୍ପିନର ଅଶ୍ୱିନଙ୍କ ଦ୍ୱାରା ଆଉଟ ହୋଇଥିଲେ। ସ୍କଟ କୁଗେଲେଜିନ ୧୧ ରନ କରି ଅପରାଜିତ ରହିଥିଲେ। ବୋଲିଂରେ ଭାରତ ତରଫରୁ ସାମି ସର୍ବାଧିକ ୩, ବୁମ୍‌ରା, ଉମେଶ ଓ ସଇନି ଦୁଇଟି ଲେଖାଏ ଓ ଅଶ୍ୱିନ ଗୋଟିଏ ଉଇକେଟ ହାସଲ କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଭାରତ ପ୍ରଥମ ଇନିଂସ- ୭୮.୫ ଓଭରରେ ୨୬୩ ଅଲଆଉଟ।
ନ୍ୟୁଜିଲାଣ୍ଡ ଏକାଦଶ ପ୍ରଥମ ଇନିଂସ- ୭୪.୨ ଓଭରରେ ୨୩୫ ଅଲଆଉଟ
(କୁପର- ୪୦, ରବୀନ୍ଦ୍ର- ୩୪, ମିଚେଲ- ୩୨, ବ୍ରୁସ୍‌- ୩୧, ଆଲିନ- ୨୦, ସାମି- ୩/୧୭, ବୁମ୍‌ରା- ୨/୧୮, ଉମେଶ- ୨/୪୯, ସଇନି- ୨/୫୮, ଅଶ୍ୱିନ- ୧/୪୬)।
ଭାରତ ଦ୍ୱିତୀୟ ଇନିଂସ- ୭ ଓଭରରେ ୫୯/୦
(ପୃଥ୍ବୀ-୩୫*, ମୟଙ୍କ- ୨୩*)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବୈଭବଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କଲେ ଇଶାନ କିଶନ: କହିଲେ-ଆଗକୁ ସମ୍ଭାଳିବେ…ନିଆଁ ପରି ବ୍ୟାପିଗଲା ଏହି କଥା

ନୂଆଦିଲ୍ଲୀ,୧୨।୯: : ଖୁବ କମ୍‌ ବୟସରେ କ୍ରିକେଟ ଜଗତରେ ନିଜର ଅଲଗା ପରିଚୟ ସୃଷ୍ଟି କରିଥିବା ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏବେ ତାଙ୍କ ବ୍ୟାଟିଂ ସହ କ୍ୟାପ୍ଟେନ୍ସି…

ବଢିଲା ଟିମ ଇଣ୍ଡିଆର ଟେନସନ୍‌: ପଡିଆରେ ଅଭ୍ୟାସ ସମୟରେ ହଠାତ୍‌ ଇଶାନ କିଶନ…

ନୂଆଦିଲ୍ଲୀ,୧୨।୯: ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ ଆରମ୍ଭ ପୂର୍ବରୁ ଟିମ ଇଣ୍ଡିଆ ପାଇଁ ଆସିଛି ଚିନ୍ତା ବଢ଼ାଇବା ଭଳି ଖବର। ଦିଲ୍ଲୀର ଅରୁଣ ଜେଟଲୀ କ୍ରିକେଟ ଷ୍ଟାଡିୟମରେ…

ବୈଭବ ସୂର୍ଯ୍ୟବଂଶୀଙ୍କୁ କାହିଁକି ବାହାର କରିଦେବା ଉଚିତ? କାରଣ କହିଲେ…

ନୂଆଦିଲ୍ଲୀ,୧୧।୯: ଭାରତର ଯୁବ ବିସ୍ଫୋରକ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟିଂ ଶୈଳୀର ଅନେକ ପ୍ରଶଂସକ ରହିଛନ୍ତି। ସେ ମଇଦାନକୁ ଓହ୍ଲାଇଲେ ଦର୍ଶକଙ୍କ ପ୍ରବଳ ଭିଡ଼ ଜମିଥାଏ। ତେବେ…

ଉପଅଧିନାୟକ ହୋଇଗଲେ ସିନା ଏବେ ଖେଳିବେ କେଉଁଠି? ତିଳକ ବର୍ମାଙ୍କ ବ୍ୟାଟିଂ ଅର୍ଡରଙ୍କୁ ନେଇ ପ୍ରଶ୍ନ

ନୂଆଦିଲ୍ଲୀ,୧୧।୯: ସେପ୍ଟେମ୍ବର ୧୩ରୁ ନୂଆଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ୍‌ରେ ଆଫଗାନିସ୍ତାନ ବିପକ୍ଷରେ ଆରମ୍ଭ ହେବାକୁ ଯାଉଛି ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌। ଏହି ସିରିଜ୍‌ ପାଇଁ…

ବିରେନ୍ଦ୍ର ସେହ୍ବାଗଙ୍କ ନୂଆ ଇନିଂସ, ଅଶନୀର ଗ୍ରୋଭରଙ୍କୁ ଆଉଟ୍‌ କରି ଚମକାଇଲେ, ଏଣିକି…

ମୁମ୍ବାଇ,୧୧।୯: ପ୍ରାଇମ୍ ଭିଡିଓର ସୁପରହିଟ୍ ରିଆଲିଟି ଶୋ’ ‘ରାଇଜ୍‌ ଆଣ୍ଡ୍‌ ଫଲ୍‌’ (Rise And Fall) ନିଜର ଦ୍ୱିତୀୟ ସିଜନ୍ ସହ ଫେରୁଛି। ଏଥର ଶୋ’କୁ ନେଇ…

ରୋଚକ ଘଟଣା: ଟିମ ଇଣ୍ଡିଆଠାରୁ ଛଡ଼ାଇ ନିଆଗଲା ଡ୍ରେସିଂ ରୁମ! ଆଫଗାନିସ୍ତାନ ସିରିଜରେ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧୧।୯: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ୩ ମ୍ୟାଚର T20 ସିରିଜ ଆସନ୍ତା ସେପ୍ଟେମ୍ବର ୧୩ରୁ ଆରମ୍ଭ ହେବ। ସିରିଜର ସମସ୍ତ ମ୍ୟାଚ ଦିଲ୍ଲୀର ଅରୁଣ ଜେଟଲୀ…

ପ୍ରଥମ ଟି-୨୦ ବଡ଼ ଓଲଟପାଲଟ! ସାମସନ OUT, ବୈଭବ IN: ଭାରତର ପ୍ଲେଇଂ ୧୧କୁ ନେଇ ହଇଚଇ

ନୂଆଦିଲ୍ଲୀ,୧୧।୯: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ ସେପ୍ଟେମ୍ବର ୧୩ ତାରିଖ ରବିବାର ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚରେ ଟିମ…

DRS କ୍ରେଡିଟ୍‌ ଚୋରି ଅଭିଯୋଗ ଆଣିଲେ ଇଶାନ୍‌, ବୈଭବଙ୍କ ଜବାବରେ ଚୁପ୍‌ ହୋଇଗଲେ କ୍ୟାପଟେନ୍‌!

ନୂଆଦିଲ୍ଲୀ,୧୧।୯: ଇଶାନ କିଶନଙ୍କ ନେତୃତ୍ୱରେ ଇଷ୍ଟ ଜୋନ୍‌ ଦଲୀପ ଟ୍ରଫି ୨୦୨୬ର ଚାମ୍ପିଅନ ହୋଇଛି । ଏହି ଦଳରେ ୧୫ ବର୍ଷୀୟ ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?