ଅଭାବୀ ବିକ୍ରି ରୋକିବା ନେଇ ପଦକ୍ଷେପ

ନୟାଗଡ ଅଫିସ,୧୦ା୪: ଜିଲା ସଦର ମହକୁମା ନିୟନ୍ତ୍ରିତ ବଜାର କମିଟି (ଆର୍‌ଏମ୍‌ସି) ସଭାଗୃହରେ ଗୁରୁବାର ଜିଲାପାଳ ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ପନିପରିବା ହୋଲସେଲର, ରିଟେଲର, ଚାଷୀଙ୍କ ସମେତ ଆର୍‌ଏମ୍‌ସି କର୍ମକର୍ତ୍ତା ଯୋଗଦେଇଥିଲେ। ଚାଷୀମାନେ କିପରି ପନିପରିବା ସୁବିଧାରେ ବିକ୍ରୟ କରିପାରିବେ ଓ ସେମାନଙ୍କ ପରିବା ବାହାରକୁ ଯାଇପାରିବ ସେ ସମ୍ପର୍କରେ ଆଲୋଚନା ହୋଇଥିଲା। ହୋଲସେଲର, ରିଟେଲର, ଚାଷୀଙ୍କ ମତାମତ ନିଆଯିବା ପରେ ଜିଲାରେ ପନିପରିବା ଅଭାବୀ ବିକ୍ରି ରୋକିବା ନେଇ ପଦକ୍ଷେପ ନିଆଯାଇଥିଲା।
ନୟାଗଡ, ଇଟାମାଟି, ସୁନାଖଳା, ରଣପୁର ଓ ଓଡ଼ଗାଁରେ ଥିବା ଆର୍‌ଏମ୍‌ସି ପ୍ରାଙ୍ଗଣରେ ଚାଷୀ ହୋଲସେଲରଙ୍କୁ ସନ୍ଧ୍ୟା ୫ଟାରୁ ରାତ୍ର ୮ଟା ମଧ୍ୟରେ ପନିପରିବା ଯୋଗାଇବେ। ହୋଲସେଲଙ୍କଠାରୁ ରିଟେଲର ସକାଳ ୫ଟାରୁ ୮ଟା ମଧ୍ୟରେ ପନିପରିବା କିଣିବେ। ପରେ ରିଟେଲରମାନେ ସ୍ଥାନୀୟ ହାଟରେ ସକାଳ ୮ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ବିକ୍ରି କରିବେ। ପଞ୍ଜୀକୃତ ବ୍ୟବସାୟୀମାନେ ଏଥିପାଇଁ ପାସ୍‌ ପାଇପାରିବେ। ଜିଲା ଭିତରେ ପନିପରିବା ବ୍ୟବସାୟ କ୍ଷେତ୍ରରେ ହୋଲସେଲର, ରିଟେଲର, ଚାଷୀଙ୍କ ପାଇଁ ଗାଡ଼ି ଚଳାଚଳରେ ଅସୁବିଧା ହେବ ନାହିଁ। ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ସବୁ ପ୍ରକାର ସୁବିଧା ଯୋଗାଇ ଦିଆଯିବ ବୋଲି ଜିଲାପାଳ ଓ ଏସ୍‌ପି ପ୍ରତିଶ୍ରୁତି ଦେଇଛନ୍ତି । ବୈଠକରେ କିଛି ଚାଷୀ କହିଥିଲେ, ଗାଁରେ ବିକ୍ରି କଲେ ପୋଲିସଠାରୁ ମାଡ ଖାଇବାକୁ ପଡୁଛି। ପନିପରିବା ଜିଲା ବାହରକୁ ଯାଉନି। ବାଇଗଣ କିଗ୍ରା ପ୍ରତି ୧ଟଙ୍କାରେ ବିକ୍ରି କରିବାକୁ ପଡୁଛି। ଏହାଦ୍ୱାରା କିଣା ଓ ଯାତାୟାତ ଖର୍ଚ୍ଚ ମଧ୍ୟ ମିଳୁନି। ଏଣୁ ଅଧିକାଂଶ ଚାଷୀ ଜମିରେ ପରିବା ଛାଡି ଦେଉଛନ୍ତି । ନୟାଗଡ ହୋଲସେଲର ଦର୍ଶାଇଥିଲେ ସେମାନଙ୍କ ପନିପରିବା ଭୁବନେଶ୍ୱର, ଗଣିଆ, ଖଣ୍ଡପଡା ଓ ଭାପୁର ଯାଇ ପାରୁନି। ଓଡଗାଁ ହୋଲସେଲର କହିଲେ ଭଞ୍ଜନଗର, ବୁଗୁଡା, ଆସିକା, ବ୍ରହ୍ମପୁରକୁ ପନିପରିବା ପଠାଯାଇ ପାରୁନି। ରଣପୁର ଓ ସୁନାଖଳା ହୋଲସେଲରଙ୍କ କହିବା କଥା, ଚାନ୍ଦପୁର, ବାଲୁଗାଁ ଓ ଭୁବନେଶ୍ୱରକୁ ପନିପରିବା ପଠାଯାଇ ପାରୁନି। ଗାଡି ନେଇ ଯିବାବେଳେ ଅସୁବିଧା ହେଉଛି। ଫେରିଲା ବେଳେ ପୋଲିସ ଛାଡୁନି। ସମସ୍ତଙ୍କ ଅଭିଯୋଗ ଶୁଣିବା ପରେ ପନିପରିବା ଗାଡିକୁ ପୋଲିସ ଅଟକାଇବ ନାହିଁ ବୋଲି ପ୍ରତିଶ୍ରୁତି ଦିଆଯାଇଛି। ତେବେ ପାସ୍‌ ଦେଖାଇ ବ୍ୟବସାୟ କରିବାକୁ କୁହାଯାଇଛି । ବାହାର ଜିଲାରେ ପୋଲିସ ଅଟକାଇଲେ କଣ୍ଟ୍ରୋଲ ରୁମ୍‌କୁ ଯୋଗାଯୋଗ କରିବାକୁ କୁହାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ଏସ୍‌ପି ପ୍ରତ୍ୟୁଷ ଦିୱାକର, ଉପଜିଲାପାଳ ଲଗ୍ନଜିତ ରାଉତ, ଜିଲା ମୁଖ୍ୟ କୃଷି ଅଧିକାରୀ ସୁବ୍ରତ ମିଶ୍ର, ସହକାରୀ ଉଦ୍ୟାନ କୃଷି ଅଧିକାରୀ ଅଜିତ କୁମାର ନାୟକ, ଆର୍‌ଏମ୍‌ସି ସମ୍ପାଦକ ସୁଦାମ ଚରଣ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ନିଜ ଭେହିକିଲରେ ହେବ ଛତୁ ବ୍ୟବସାୟ

ଜିଲାରେ ଛତୁ ଚାଷ ବଢ଼ି ଚାଲିଛି। ଛତୁ ବ୍ୟବସାୟୀମାନେ ଝାରସୁଗୁଡା, ଉମରକୋଟ, ଭବାନୀପାଟଣା, ଭୁବନେଶ୍ୱର, ବାଲୁଗାଁ, ଚାନ୍ଦପୁର, ଭଞ୍ଜନଗର, ଗଞ୍ଜାମ, ବ୍ରହ୍ମପୁର, ଭୁବନେଶ୍ୱରକୁ ଛତୁ ପଠାଉଥିଲେ। ସେଠାରୁ ଛତୁ ମଞ୍ଜି କିଣି ଆଣୁଥିଲେ। ହେଲେ କରୋନା ଯୋଗୁ ଛତୁ ଉପତ୍ାଦନ ସାଙ୍ଗକୁ ଦାମ୍‌ କମିଚାଲିଛି। ବାହାରକୁ ଛତୁ ଯାଇପାରୁନି କି ମଞ୍ଜି ଆସିପାରୁନି। ଏପରିସ୍ଥଳେ ଛତୁ ଚାଷୀଙ୍କୁ ପାସ୍‌ ଯୋଗାଇ ଦିଆଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ସେମାନେ ଜିଲା ବାହାରକୁ ଛତୁ ପଠାଇ ପାରିବେ ଓ ଛତୁ ମଞ୍ଜି ଆଣିପାରିବେ । ତେବେ ବ୍ୟବସାୟୀ ନିଜ ଭେହିକିଲରେ ଛତୁ ବ୍ୟବସାୟ କରିବାକୁ ପଡିବ।


Enter your email to get our daily news in your inbox.

All Right Reserved By Dharitri.Com

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

ପ୍ରବଳ ବର୍ଷାକୁ ନେଇ ଚିନ୍ତାରେ ଚାଷୀ, ଆନନ୍ଦପୁର ଉପଜିଲାପାଳ କହିଲେ…

ହାଟଡିହୀ/ଛେନାପଦୀ,୧୬।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ପାଣିପାଗ ବିଭାଗ ତରଫରୁ କେନ୍ଦୁଝର ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କରାଯାଇଥିଲା । ଏହାପରେ ଲୋକଙ୍କ ଧନ, ଜୀବନକୁ ଦୃଷ୍ଟିରେ ରଖି ପ୍ରଶାସନ…

ସଶକ୍ତ ଶିଶୁ ସଶକ୍ତ ଭାରତ କାର୍ଯ୍ୟକ୍ରମରେ ଯୋଗଦେଲେ ଦିଗପହଣ୍ଡି ବିଧାୟକ, କହିଲେ ଶିଶୁଙ୍କ ବୈଷୟିକ ଜ୍ଞାନକୌଶଳ…

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ମଧୁବିଦ୍ଯା ପୀଠ ବିଦ୍ୟାଳୟ ପରିସରରେ ‘ସଶକ୍ତ ଶିଶୁ ସଶକ୍ତ ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରୋଟାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri