ଅଭାବୀ ବିକ୍ରି ରୋକିବା ନେଇ ପଦକ୍ଷେପ

ନୟାଗଡ ଅଫିସ,୧୦ା୪: ଜିଲା ସଦର ମହକୁମା ନିୟନ୍ତ୍ରିତ ବଜାର କମିଟି (ଆର୍‌ଏମ୍‌ସି) ସଭାଗୃହରେ ଗୁରୁବାର ଜିଲାପାଳ ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ପନିପରିବା ହୋଲସେଲର, ରିଟେଲର, ଚାଷୀଙ୍କ ସମେତ ଆର୍‌ଏମ୍‌ସି କର୍ମକର୍ତ୍ତା ଯୋଗଦେଇଥିଲେ। ଚାଷୀମାନେ କିପରି ପନିପରିବା ସୁବିଧାରେ ବିକ୍ରୟ କରିପାରିବେ ଓ ସେମାନଙ୍କ ପରିବା ବାହାରକୁ ଯାଇପାରିବ ସେ ସମ୍ପର୍କରେ ଆଲୋଚନା ହୋଇଥିଲା। ହୋଲସେଲର, ରିଟେଲର, ଚାଷୀଙ୍କ ମତାମତ ନିଆଯିବା ପରେ ଜିଲାରେ ପନିପରିବା ଅଭାବୀ ବିକ୍ରି ରୋକିବା ନେଇ ପଦକ୍ଷେପ ନିଆଯାଇଥିଲା।
ନୟାଗଡ, ଇଟାମାଟି, ସୁନାଖଳା, ରଣପୁର ଓ ଓଡ଼ଗାଁରେ ଥିବା ଆର୍‌ଏମ୍‌ସି ପ୍ରାଙ୍ଗଣରେ ଚାଷୀ ହୋଲସେଲରଙ୍କୁ ସନ୍ଧ୍ୟା ୫ଟାରୁ ରାତ୍ର ୮ଟା ମଧ୍ୟରେ ପନିପରିବା ଯୋଗାଇବେ। ହୋଲସେଲଙ୍କଠାରୁ ରିଟେଲର ସକାଳ ୫ଟାରୁ ୮ଟା ମଧ୍ୟରେ ପନିପରିବା କିଣିବେ। ପରେ ରିଟେଲରମାନେ ସ୍ଥାନୀୟ ହାଟରେ ସକାଳ ୮ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ବିକ୍ରି କରିବେ। ପଞ୍ଜୀକୃତ ବ୍ୟବସାୟୀମାନେ ଏଥିପାଇଁ ପାସ୍‌ ପାଇପାରିବେ। ଜିଲା ଭିତରେ ପନିପରିବା ବ୍ୟବସାୟ କ୍ଷେତ୍ରରେ ହୋଲସେଲର, ରିଟେଲର, ଚାଷୀଙ୍କ ପାଇଁ ଗାଡ଼ି ଚଳାଚଳରେ ଅସୁବିଧା ହେବ ନାହିଁ। ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ସବୁ ପ୍ରକାର ସୁବିଧା ଯୋଗାଇ ଦିଆଯିବ ବୋଲି ଜିଲାପାଳ ଓ ଏସ୍‌ପି ପ୍ରତିଶ୍ରୁତି ଦେଇଛନ୍ତି । ବୈଠକରେ କିଛି ଚାଷୀ କହିଥିଲେ, ଗାଁରେ ବିକ୍ରି କଲେ ପୋଲିସଠାରୁ ମାଡ ଖାଇବାକୁ ପଡୁଛି। ପନିପରିବା ଜିଲା ବାହରକୁ ଯାଉନି। ବାଇଗଣ କିଗ୍ରା ପ୍ରତି ୧ଟଙ୍କାରେ ବିକ୍ରି କରିବାକୁ ପଡୁଛି। ଏହାଦ୍ୱାରା କିଣା ଓ ଯାତାୟାତ ଖର୍ଚ୍ଚ ମଧ୍ୟ ମିଳୁନି। ଏଣୁ ଅଧିକାଂଶ ଚାଷୀ ଜମିରେ ପରିବା ଛାଡି ଦେଉଛନ୍ତି । ନୟାଗଡ ହୋଲସେଲର ଦର୍ଶାଇଥିଲେ ସେମାନଙ୍କ ପନିପରିବା ଭୁବନେଶ୍ୱର, ଗଣିଆ, ଖଣ୍ଡପଡା ଓ ଭାପୁର ଯାଇ ପାରୁନି। ଓଡଗାଁ ହୋଲସେଲର କହିଲେ ଭଞ୍ଜନଗର, ବୁଗୁଡା, ଆସିକା, ବ୍ରହ୍ମପୁରକୁ ପନିପରିବା ପଠାଯାଇ ପାରୁନି। ରଣପୁର ଓ ସୁନାଖଳା ହୋଲସେଲରଙ୍କ କହିବା କଥା, ଚାନ୍ଦପୁର, ବାଲୁଗାଁ ଓ ଭୁବନେଶ୍ୱରକୁ ପନିପରିବା ପଠାଯାଇ ପାରୁନି। ଗାଡି ନେଇ ଯିବାବେଳେ ଅସୁବିଧା ହେଉଛି। ଫେରିଲା ବେଳେ ପୋଲିସ ଛାଡୁନି। ସମସ୍ତଙ୍କ ଅଭିଯୋଗ ଶୁଣିବା ପରେ ପନିପରିବା ଗାଡିକୁ ପୋଲିସ ଅଟକାଇବ ନାହିଁ ବୋଲି ପ୍ରତିଶ୍ରୁତି ଦିଆଯାଇଛି। ତେବେ ପାସ୍‌ ଦେଖାଇ ବ୍ୟବସାୟ କରିବାକୁ କୁହାଯାଇଛି । ବାହାର ଜିଲାରେ ପୋଲିସ ଅଟକାଇଲେ କଣ୍ଟ୍ରୋଲ ରୁମ୍‌କୁ ଯୋଗାଯୋଗ କରିବାକୁ କୁହାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ଏସ୍‌ପି ପ୍ରତ୍ୟୁଷ ଦିୱାକର, ଉପଜିଲାପାଳ ଲଗ୍ନଜିତ ରାଉତ, ଜିଲା ମୁଖ୍ୟ କୃଷି ଅଧିକାରୀ ସୁବ୍ରତ ମିଶ୍ର, ସହକାରୀ ଉଦ୍ୟାନ କୃଷି ଅଧିକାରୀ ଅଜିତ କୁମାର ନାୟକ, ଆର୍‌ଏମ୍‌ସି ସମ୍ପାଦକ ସୁଦାମ ଚରଣ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ନିଜ ଭେହିକିଲରେ ହେବ ଛତୁ ବ୍ୟବସାୟ

ଜିଲାରେ ଛତୁ ଚାଷ ବଢ଼ି ଚାଲିଛି। ଛତୁ ବ୍ୟବସାୟୀମାନେ ଝାରସୁଗୁଡା, ଉମରକୋଟ, ଭବାନୀପାଟଣା, ଭୁବନେଶ୍ୱର, ବାଲୁଗାଁ, ଚାନ୍ଦପୁର, ଭଞ୍ଜନଗର, ଗଞ୍ଜାମ, ବ୍ରହ୍ମପୁର, ଭୁବନେଶ୍ୱରକୁ ଛତୁ ପଠାଉଥିଲେ। ସେଠାରୁ ଛତୁ ମଞ୍ଜି କିଣି ଆଣୁଥିଲେ। ହେଲେ କରୋନା ଯୋଗୁ ଛତୁ ଉପତ୍ାଦନ ସାଙ୍ଗକୁ ଦାମ୍‌ କମିଚାଲିଛି। ବାହାରକୁ ଛତୁ ଯାଇପାରୁନି କି ମଞ୍ଜି ଆସିପାରୁନି। ଏପରିସ୍ଥଳେ ଛତୁ ଚାଷୀଙ୍କୁ ପାସ୍‌ ଯୋଗାଇ ଦିଆଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ସେମାନେ ଜିଲା ବାହାରକୁ ଛତୁ ପଠାଇ ପାରିବେ ଓ ଛତୁ ମଞ୍ଜି ଆଣିପାରିବେ । ତେବେ ବ୍ୟବସାୟୀ ନିଜ ଭେହିକିଲରେ ଛତୁ ବ୍ୟବସାୟ କରିବାକୁ ପଡିବ।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri