ଅବ୍ୟବସ୍ଥାରେ ଆଇସୋଲେଶନ ସେଣ୍ଟର

ଏରସମା, ୧୬।୪ (ସ୍ବ.ପ୍ର.)-ଏରସମା ବ୍ଲକ ଅଧୀନ ଜିରୋଇଲୋ ପଞ୍ଚାୟତରେ ହୋଇଥିବା ଆଇସୋଲେଶନ ସେଣ୍ଟରରେ ନାନା ଅବ୍ୟବସ୍ଥା ଥିବା ଅଭିଯୋଗ ହୋଇଛି। ଏଥିରେ ରହିଥିବା ଜଣେ ମହିଳାଙ୍କ ସମେତ ୫ ଜଣ ଅସୁବିଧାରେ ରହୁଛନ୍ତି। ପ୍ରକାଶ ଯେ, ଜିରାଇଲୋ ପଞ୍ଚାୟତ ଅଧୀନ ଜିରାଇଲୋ ନମୌଜୀ ହାଇସ୍କୁଲକୁ ଅସ୍ଥାୟୀ ଆଇସୋଲେଶନ ସେଣ୍ଟର କରାଯାଇଛି। ସେଥିରେ ଗତ ୧୩ ଦିନ ହେବ ସ୍ଥାନୀୟ ଅଞ୍ଚଳର ସରସ୍ବତୀ ମଲ୍ଲିକ ଓ ବିକାଶ ମଲ୍ଲିକ ରହୁଥିବା ବେଳେ ଗତ ୩ଦିନ ହେଲା ଅନିଲ ଦଳାଇ, ସୁନୀଲ ଦଳାଇ ଓ ରମାକାନ୍ତ ଦଳାଇ ରହୁଛନ୍ତି। ନିୟମ ଅନୁସାରେ ସେମାନଙ୍କ ବେଡ୍‌ସିଟ ସାନିଟାଇଜ କରାଯିବା କଥା। ତାହା କରାଯାଉ ନ ଥିବା ବେଳେ ସେଠାରେ ଜଣେ ମହିଳା ରହୁଥିଲେ ବି ତାଙ୍କ ନିରାପତ୍ତା ପାଇଁ କୌଣସି ବ୍ୟବସ୍ଥା କରାଯାଇ ନାହିଁ। ଗୋଟିଏ ଶୌଚାଳୟ ଥିବା ବେଳେ ତାହାକୁ ବ୍ଲିଚିଂ ପକାଯାଇ ସଫା କରାଯାଉନାହିଁ। ସବୁଠାରୁ ଗୁରୁତ୍ୱପୁର୍ଣ୍ଣ କଥା ହେଲା ପିଇବା ପାଣି ପାଇଁ ଫିଲଟର୍‌ କିମ୍ବା ଆକ୍ୱାଗାର୍ଡ ବ୍ୟବସ୍ଥା କରା ନ ଯାଇ ସ୍କୁଲ ପରିସରରେ ଥିବା ନଳକୂପରୁ ପାଣି ପିଇବାକୁ ଦିଆଯାଉଛି। ତେବେ ଆଇସୋଲେଶନ ସେଣ୍ଟରରେ ଏଭଳି ଅବ୍ୟବସ୍ଥା ଯୋଗୁ ଯଦି ସେମାନଙ୍କ ମଧ୍ୟରୁ ଜଣେ କେହି କରୋନା ପଜିଟିଭ୍‌ ଚିହ୍ନଟ ହୁଅନ୍ତି, ତା’ହେଲେ ଅନ୍ୟ ୪ ଜଣ ମଧ୍ୟ ସଂକ୍ରମିତ ହେବାର ଆଶଙ୍କା ରହିଛି। ଏ ସମ୍ପର୍କରେ ଏରସମା ବିଡିଓ କୈଳାସ ଚନ୍ଦ୍ର ବେହେରାଙ୍କୁ ପଚାରିବାରେ ଆସନ୍ତା ୨ଦିନ ଭିତରେ ଆକ୍ୱାଗାର୍ଡ ବସାଯିବ। ଏଥିସହିତ ଯଥେଷ୍ଟ ପରିମାଣରେ ବ୍ଲିଚିଂ ନ ଥିବାରୁ ଦିଆଯାଇ ନ ଥିଲା, ଖୁବ୍‌ଶୀଘ୍ର ସେ ନେଇ ବ୍ୟବସ୍ଥା କରାଯିବ। ସମ୍ପୃକ୍ତା ମହିଳାଙ୍କ ଭାଇ ସେହି ଆଇସୋଲେଶନ ସେଣ୍ଟରରେ ରହୁଥିବାରୁ ଗାର୍ଡର ଆବଶ୍ୟକତା ନାହିଁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜଧାନୀରେ ମହିଳାଙ୍କୁ ବଳାତ୍କାର

ଭୁବନେଶ୍ୱର,୮।୯: ରାଜଧାନୀ ଭୁବନେଶ୍ୱର ଭରତପୁର ଥାନା ଅଞ୍ଚଳରୁ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଘରେ ପଶି ଜଣେ ମହିଳାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି।…

ନିଲମ୍ବିତ ହେଲେ ପୂର୍ବତନ ବିଧାୟକଙ୍କ ସ୍ବାମୀ, ଜାଣନ୍ତୁ କାରଣ…

ଭୁବନେଶ୍ୱର,୮।୯: ପୂର୍ବତନ ବିଧାୟକ ସ୍ନେହାଙ୍ଗିନୀ ଛୁରିଆଙ୍କ ସ୍ବାମୀ ଦୁର୍ଗା ଛୁରିଆଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ରାଜନୈତିକ କାର୍ଯ୍ୟକଳାପରେ ସମ୍ପୃକ୍ତି ଥିବା ଅଭିଯୋଗରେ ଓଡ଼ିଶା ସହକାରୀ ସମିତି ରେଜିଷ୍ଟ୍ରାରଙ୍କ…

ସମ୍ବଲପୁରରେ ଅବକାରୀ ଗୁଇନ୍ଦା ବିଭାଗକୁ ବଡ଼ ସଫଳତା, ଏକ କୋଟିର ଗଞ୍ଜେଇ ଜବତ

​ସମ୍ବଲପୁର,୮।୯(ପ୍ରମୋଦ ବହିଦାର): ସମ୍ବଲପୁର ସ୍ଥିତ ଉତ୍ତରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗକୁ ଏକ ବଡ଼ ଧରଣର ସଫଳତା ମିଳିଛି । ସମ୍ବଲପୁର ଶାସନ ସ୍ଥିତ ଟୋଲଗେଟ୍ ନିକଟରେ ଚଢ଼ାଉ…

ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ୩୭୫ କେଜି ଜବତ କଲା ଅଡବା ପୋଲିସ

ମୋହନା,୮।୯( ମନ୍ମଥ ମିଶ୍ର ): ଅଡବା ପୋଲିସକୁ ପୁଣି ସଫଳତା ମିଳିଛି । ଜଙ୍ଗଲରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି । ଅଡବା ପୋଲିସର ପାଟ୍ରୋଲିଂ…

ଘରୁ ଆସୁଥିଲା ଦୁର୍ଗନ୍ଧ ଯାଇଁ ଦେଖିଲା ବେଳକୁ ପଡ଼ିଛି….

ବେଲପାହାଡ଼, ୮/୯ (ସୁବାସ ପ୍ରଧାନ): ଝାରସୁଗୁଡ଼ା ଜିଲା ବେଲପାହାଡ଼ ମହିଜୋର ଅଞ୍ଚଳର ଏକ ଘର ଭିତରୁ ମଙ୍ଗଳବାର ଜଣେ ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି। ମୃତ…

ଉନ୍ନୟନ କାର୍ଯ୍ୟ ସମୀକ୍ଷା କଲେ ଜିଲାପାଳ: ନିର୍ଦ୍ଧାରିତ ସମୟରେ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ

ଭଞ୍ଜନଗର,୮।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାପାଳ କୀର୍ତ୍ତି ଭାସନ ଭି ସୋମବାର ଭଞ୍ଜନଗର ଗସ୍ତରେ ଆସିଥିବା ସମୟରେ ବ୍ଲକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ଏହି…

ଗୁଣପୁର ବଂଶଧାରାରେ ଦ୍ୱିତୀୟ ସେତୁ ପାଇଁ ଦାବି ଜୋରଦାର: ମନ୍ତ୍ରୀଙ୍କୁ ସ୍ମାରକପତ୍ର…

ଗୁଣପୁର, ୮।୯ (ସୁଜାତା ପାଢ଼ୀ): ଗୁଣପୁର ବଂଶଧାରା ନଦୀ ଉପରେ ଦ୍ୱିତୀୟ ସେତୁ ନିର୍ମାଣ ଦାବିରେ ରାଜ୍ୟ ସରକାରଙ୍କ ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ…

ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମା’-ଝିଅଙ୍କ ମୃତ୍ୟୁ, ଜିଲାପାଳଙ୍କ ଅଫିସ ସମ୍ମୁଖରେ ମୃତଦେହ ରଖି ବିକ୍ଷୋଭ

ଭବାନୀପାଟଣା,୮।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ କର୍ଲାସୋଡା ଗାଁରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ବିଦ୍ୟୁତ୍ ସଂସ୍ପର୍ଶରେ ଆସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri